ସବୁଠି ନିଗମଙ୍କ ଗୀତର ମହକ

ଯାତ୍ରା ନାଟକରେ ଗୀତ ଲେଖିବା କଥା ଉଠିଲେ ପ୍ରଥମେ ଯାହାଙ୍କୁ ଖୋଜାପଡ଼େ ସେ ହେଉଛନ୍ତି ନିଗମ ମିଶ୍ର। ପ୍ରତ୍ୟେକ ନାଟ୍ୟକାର ଚାହାନ୍ତି ତାଙ୍କ ନାଟକରେ ନିଗମ ମିଶ୍ର ଗୀତ ଲେଖନ୍ତୁ। ପ୍ରତ୍ୟେକ ସଙ୍ଗୀତ ନିର୍ଦ୍ଦେଶକ ଚାହାନ୍ତି ତାଙ୍କୁ ନିଗମ ମିଶ୍ରଙ୍କର ଲାଇନ୍‌ଟିଏ ମିଳୁ। ଏମିିତିକି ଅଧିକାଂଶ ଯାତ୍ରା ଗାୟକ ବି ଆଶା ରଖିଥାନ୍ତି ସେମାନଙ୍କୁ ନିଗମ ସାର୍‌ଙ୍କ ରଚିତ ଭଲ ଗୀତଟିଏ ବର୍ଷସାରା ଗାଇବାର ସୁଯୋଗ ମିଳୁ। ଏସବୁ ହେଉଛି ଗୀତିକାର ନିଗମ ମିଶ୍ରଙ୍କ ଦକ୍ଷତା ତଥା ଲୋକପ୍ରିୟତାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ। ତେବେ ନିଗମ ମିଶ୍ରଙ୍କ ଗୀତରେ ଏମିତି କ’ଣ ଥାଏ ଯାହା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରେ? ଏ ପ୍ରଶ୍ନର ସିଧାସଳଖ ଉତ୍ତର ହେବ ଏଇଆ ଯେ, ଗାୟକ ମୁହଁରୁ ବାହାରୁଥିବା ନିଗମଙ୍କ ଲେଖା ଗୀତର ଲାଇନ୍‌ ସିଧାସଳଖ ଆସି ଶ୍ରୋତାଙ୍କ ହୃଦୟ ଭିତରେ ପଶିଯାଏ। ସେଥିପାଇଁ ନିଗମ ମିଶ୍ର ହେଉଛନ୍ତି ଓଡ଼ିଆ ଯାତ୍ରା ଜଗତର ଜଣେ ସବୁଠୁ ବ୍ୟସ୍ତ ଗୀତିକାର। ଚଳିତବର୍ଷ (ବର୍ତ୍ତମାନ ସୁଦ୍ଧା) ନିଗମଙ୍କ ହାତରେ ରହିଛି ୧୮ଟି ଯାତ୍ରା। ସେଗୁଡ଼ିକ ହେଉଛି ‘ଶିବାନୀ’ ଗଣନାଟ୍ୟର ‘ବୋଉଲୋ ମୁଁ ବୋହୂ ହେବିନି’, ‘ବାହାଘର ନୁହେଁ ବାହାବଜାର’ ଏବଂ ‘ସବୁ ଅଧା ଅଧା ନଁାଟି ରାଧା’, ‘ସ୍ବର୍ଣ୍ଣମହଲ’ର ‘ସିନ୍ଦୂର ହାଟରେ ନାହିଁ ସିନ୍ଦୂର’, ‘ଅସତୀ ତୁଳସୀ ସତୀ ଚଉରା’ ଏବଂ ‘ସାବତ ସ୍ବାମୀ’, ‘ସ୍ବପ୍ନମହଲ’ର ‘ବାପା ବୋଉ ତମେ ଭୁଲ କଲ’, ‘ବାଦ୍‌ଶାହ, ଏବଂ ପ୍ରଦୀପ ବେହେରାଙ୍କ ରଚିତ ‘ଆପଣମାନେ ଖୁସି ତ’। ସେହିଭଳି ସେ ଲେଖିଥିବା ଅନ୍ୟ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଧଉଳି ଗଣନାଟ୍ୟ’ର ‘କାଳିଦାସଙ୍କର ନୂଆ କାହାଣୀ’, ‘କୋଣାର୍କ’ର ‘କଂସ’, ‘ବିଶ୍ୱ ଦରବାର’ର ‘ତମ କଥା ଭାରି ମନେପଡ଼େ’, ‘ବାଘାଯତୀନ ଲୋକନାଟ୍ୟ’ର ‘ତମ ସିନ୍ଦୂର କୋଉ ସ୍ବାମୀର’, ‘ରଙ୍ଗମହଲ’ର ‘ସ୍ବାମୀ ମରିଗଲେ କାନ୍ଦିବି ନାହିଁ’, ‘ସୂର୍ଯ୍ୟମନ୍ଦିର’ର ‘ମାୟାବିନୀ ମୌସୁମୀ’ ଏବଂ ‘ପାର୍ବତୀ ଗଣନାଟ୍ୟ’ର ‘ସବୁଠି ବୁଲୁଛି ଶାଗୁଣା ଆଖି’। ସବୁଥର ପରି ଏଥର ବି ନିଗମଙ୍କ ଗୀତ ଓଡ଼ିଆ ଯାତ୍ରା ଜଗତରେ ଏକ ନିଆରାପଣ ଛାପ ଛାଡ଼ିଯିବ ସେକଥା ଅନସ୍ବୀକାର୍ଯ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

‘ଲାଲ୍‌ କପ୍ତାନ’ରେ ସମ୍ମୁଖକୁ ଆସିଲା ସୋନାକ୍ଷୀଙ୍କ ପ୍ରଥମ ଲୁକ୍‌

ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘ଲାଲ କପ୍ତାନ’ରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ପ୍ରଥମ ଲୁକ୍‌ ସମ୍ମୁଖକୁ ଆସିଯାଇଛି। ପୋଷ୍ଟରରେ ତାଙ୍କୁ ଜଣେ ତୁର୍କି ମହିଳା ଚରିତ୍ରରେ...

୬୮ ଲକ୍ଷ ଟଙ୍କାର ଜୋତା ପିନ୍ଧନ୍ତି ଏହି ଅଭିନେତା

ବଲିଉଡ୍‌ର ସବୁଠୁ ପ୍ରତିଭାସମ୍ପନ୍ନ କଳାକାର ମଧ୍ୟରୁ ଅନ୍ୟତମ ରଣବୀର ସିଂ ଆଜି ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୫, ଜୁଲାଇ ୬ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା...

ଟଙ୍କା ନେଲେ ନାଚିଲେନି, ଅଭିନେତ୍ରୀଙ୍କ ନାଁରେ ମାମଲା ରୁଜୁ

ହରିୟାଣାର ଗାୟିକା ତଥା ଡ୍ୟାନ୍ସର ସପନା ଚୌଧୁରୀଙ୍କ ନାଁରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ଟଙ୍କା ହଡ଼ପ ଅଭିଯୋଗରେ ଏହି ମାମଲା ରୁଜୁ...

ହାପି ବାର୍ଥ ଡେ’ ହିମେଶ

ବଲିଉଡ୍‌ ଗାୟକ ହିମେଶ ରେଶମିୟାଙ୍କ ଆଜି ୪୭ତମ ଜନ୍ମଦିନ। ଏକାଧାରାରେ ସେ ଜଣେ ଗାୟକ, ସଙ୍ଗୀତ ନିର୍ଦ୍ଦେଶକ ଏବଂ ଅଭିନେତା ମଧ୍ୟ। ତାଙ୍କର ପାରଦର୍ଶିତା ଯୋଗୁ...

୬୧ ବର୍ଷରେ ଏହି କାମ କଲେ ସଞ୍ଜୟ ଦତ୍ତ

ବଲିଉଡ୍‌ର ଆକ୍ସନ ଷ୍ଟାର ହେଉଛନ୍ତି ସଞ୍ଜୟ ଦତ୍ତ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ଫିଲ୍ମରେ ଆକ୍ସନ ଓ ଷ୍ଟଣ୍ଟ ଦୃଶ୍ୟରେ କାମ କରିସାରିଛନ୍ତି। ବର୍ତ୍ତମାନ ସେ...

ଅଭିନେତ୍ରୀଙ୍କ ଘରେ ଅଗ୍ନିକାଣ୍ଡ

ବଲିଉଡ୍‌ର ‘ଦଙ୍ଗଲ’ ଗର୍ଲ ଫାତିମା ସାନା ଶେଖଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ କେହି ମୃତାହତ ହୋଇ ନାହାନ୍ତି। ଅଗ୍ନିଶମ ବିଭାଗ ଠିକ୍‌ ସମୟରେ...

ବିଗିଡ଼ିଲା ସ୍ବାସ୍ଥ୍ୟାବସ୍ଥା: ସୁପରଷ୍ଟାର ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦ,୨୫।୧୨: ତାମିଲ ସୁପରଷ୍ଟାର ରଜନୀକାନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ସକାଳେ ତାଙ୍କର ବ୍ଲଡପ୍ରେସର(ରକ୍ତଚାପ) ଦ୍ରୁତ ବେଗରେ ଉପରତଳ ହେଉଥିବାରୁ ତାଙ୍କୁ ଶୁକ୍ରବାର ସକାଳେ ହାଇଦ୍ରାବାଦର...

ଏହି ପ୍ଲେ ବ୍ୟାକ୍‌ ସିଙ୍ଗରଙ୍କୁ ଜୀବନରେ ମାରିଦେବାକୁ ମିଳୁଥିଲା ଧମକ

ମୁମ୍ବାଇ, ୫।୭: ବଲିଉଡ୍‌ର ଖ୍ୟାତି ସମ୍ପନ୍ନ ପ୍ଲେ ବ୍ୟାକ୍‌ ସିଙ୍ଗର ଉଦିତ୍‌ ନାରାୟଣ ରବିବାର ଫିଲ୍ମ ଦୁନିଆରେ ୪୦ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ...

Play 250+ Trending Games
Archives

Model This Week

Why Dharitri