ସବୁଠି ଧାନର ଅଭାବୀ ବିକ୍ରି: ଏଯାବତ୍‌ ଖୋଲୁ ନାହିଁ ସରକାରୀ ଧାନମଣ୍ଡି

ରୂପ୍‌ସା,୯।୧୨(ଡି.ଏନ.ଏ.) – ବାଲେଶ୍ୱର ଜିଲା ସଦର ଓ ବସ୍ତା ବ୍ଲକରେ ଧାନର ଅଭାବୀ ବିକ୍ରି ଦେଖାଦେଇଛି। ଏଯାବତ୍‌ ସରକାରୀ ଧାନ ମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ଗୁଜୁୁରାଣ ମେଣ୍ଟାଇବାକୁ ବେପାରୀଙ୍କୁ କମ୍‌ ଦରରେ ଧାନ ବିିକି କ୍ଷତି ସହୁଛନ୍ତି। ସରକାରୀ ଦର ଧାନ କୁଇଣ୍ଟାଲ ପିଛା୧୮୧୫ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ସ୍ଥାନୀୟ ବେପାରୀ ଓ ଦଲାଲମାନେ ୧୧୫୦ରୁ ୧୨ଶହ ଟଙ୍କା ଦେଇ ଚାଷୀଙ୍କଠାରୁ ଧାନ କିଣି ନେଉଛନ୍ତି। ଯୋଗାଣ ବିଭାଗ, ମିଲର ଓ କୋ-ଅପରେଟିଭ ସଂସ୍ଥା ମଧ୍ୟରେ ସମନ୍ବୟ ଅଭାବରୁ ଧାନକିଣା ବିଳମ୍ବିତ ହେଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି।
ସଦର ବ୍ଲକର କସିପଦା, ହଳଦୀପଦା, ଛାନୁଆ, ଶ୍ରୀରାମପୁର, କଷାଫଳ, ସାର୍ଥା, ନଗ୍ରମ ସମେତ ବସ୍ତା ବ୍ଲକର ରାଉତପଡ଼ା, ମଥାନୀ, ପାଉଁଶକୁଲି ପ୍ରଭୃତି କୃଷି ସେବା ସମବାୟ ସମିତିରେ ଧାନମଣ୍ଡି ଖୋଲାଯିବା କାର୍ଯ୍ୟକ୍ରମ ରହିଛି। ଚାଷୀମାନେ ଧାନ ଅମଳ କରି ମଣ୍ଡି ଖୋଲିବାକୁ ଅପେକ୍ଷା କରି ବସିଛନ୍ତି। ‘ବୁଲ୍‌ବୁଲ୍‌’ ବାତ୍ୟା ଓ ବର୍ଷାରେ ଫସଲ ନଷ୍ଟ ହୋଇଥିବାରୁ ଫସଲ କ୍ଷତିଗ୍ରସ୍ତ ହୋଇଥିଲା। ଧାରକରଜ ଓ ଋଣ କରି ଚାଷୀ କରିଥିବା ଚାଷରୁ ଯାହା କିଛି ଅମଳ କରିଥିଲେ, ଏବେ ତାହାର ଅଭାବୀ ବିକ୍ରି ସେମାନଙ୍କୁ ଚିନ୍ତାରେ ପକାଇଛି। ମଣ୍ଡି ଖୋଲିବା ବିଳମ୍ବିତ ହେବାରୁ ବେପାରୀମାନେ ଏହି ସୁଯୋଗରେ ଫାଇଦା ଉଠାଇ କମ୍‌ ଦରରେ ଧାନ କିଣି ବାହାରକୁ ଚାଲାଣ କରୁଥିବା ଦେଖାଯାଉଛି। ରସଲପୁର ଚାଷୀ ତପନ କୁମାର ପ୍ର୍ରଧାନ କହିଛନ୍ତି, ପ୍ରତିବର୍ଷ ସରକାରୀ ଧାନମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଚାଷୀଙ୍କୁ ଏଭଳି ଅଭାବୀ ବିକ୍ରର ସମ୍ମୁଖୀନ ହେବାକୁ ପଡୁଛି। ଗଡ଼ପଦାର ଭାଗଚାଷୀ ଜୟନ୍ତ ଦେ ଚାଷୀଙ୍କ ଦୁଃଖ ବୁଝିବାକୁ କେହି ତପତ୍ର ନୁହନ୍ତି ବୋଲି କହିଛନ୍ତ। ରାଉତପଡ଼ା ସେବା ସମବାୟ ସମିତି ସମ୍ପାଦକ ସୃଷ୍ଟିଧର ରାଉତଙ୍କୁ ପଚାରିବାରୁ କହିଛନ୍ତି, ଧାନ କ୍ରୟ ପାଇଁ ଚାଷୀଙ୍କ ନାମ ପଞ୍ଜୀକୃତ ହୋଇଛି। ମଣ୍ଡି ଖୋଲିବା ଲାଗି ଏଯାବତ୍‌ କୌଣସି ସରକାରୀ ନିର୍ଦ୍ଦେଶନାମା ଆସି ନାହିଁ । ତେବେ ଯଥାଶୀଘ୍ର ମିଲର ନିଯୁକ୍ତି ହୋଇ ଧାନ କିଣା ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘୁଣ୍ଟିପଶି ଗ୍ରାମ୍ୟ ରାସ୍ତା ନିର୍ମାଣ ନିମ୍ନମାନର:ସୂଚନା ଫଳକରେ ଅସମ୍ପୂର୍ଣ୍ଣ ତଥ୍ୟ

ଝୁମ୍ପୁରା, ୩୦।୬(ଡି.ଏନ.ଏ.)-ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନହବେଡା ପଞ୍ଚାୟତର ଜଙ୍ଗଲାଞ୍ଚଳରେ ଅବସ୍ଥିତ ଘୁଣ୍ଟିପଶି ଗ୍ରାମ। ନହବେଡା ଗ୍ରାମ ପଞ୍ଚାୟତର ୱାର୍ଡ ନଂ ୧୨ରେ ଏହି ଗ୍ରାମଟି ରହିଥିବା...

ହାଟଡ଼ିହୀରେ ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ଘଟଣା: ହଦଗଡ଼ ଫରେଷ୍ଟ ଅଫିସ ଘେରାଉ କଲେ ଅଞ୍ଚଳବାସୀ, ବ୍ୟାପକ ଭଙ୍ଗାରୁଜା

ହାଟଡିହୀ, ୧୮।୫(ସ୍ବ.ପ୍ର.)- କେନ୍ଦୁଝର ଜିଲା ହାଟଡ଼ିହୀ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇଜ ପ୍ରତିବାଦରେ ୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଶନିବାର ହଦଗଡ଼ ଫରେଷ୍ଟ ଅଫିସ ଘେରାଉ...

‘ପଲ୍ଲିଶ୍ରୀ ମେଳା ଓ ଏକ୍ସପୋ ଓଡ଼ିଶା’ ଉଦ୍‌ଘାଟିତ

ବାଲେଶ୍ୱର ଅଫିସ, ୨୫।୧୨-ବାଲେଶ୍ୱର ଆଇଟିଆଇ ପଡ଼ିଆରେ ଜାତୀୟସ୍ତରୀୟ ଶିଳ୍ପ ଏବଂ ବାଣିଜ୍ୟ ମେଳା ‘ପଲ୍ଲିଶ୍ରୀ ମେଳା ଓ ଏକ୍ସପୋ ଓଡ଼ିଶା’ ମଙ୍ଗଳବାର ସନ୍ଧ୍ୟାରେ କେନ୍ଦ୍ର ଅଣୁ,...

ପରିବେଶ ଚିନ୍ତାରେ ବିତିଲାଣି ୩୩ ବର୍ଷ

ସିମୁଳିଆ,୯।୯(ଡି.ଏନ.ଏ.)-ମାସେ କି ବର୍ଷେ ନୁହେଁ, ଦୀର୍ଘ ୩୩ବର୍ଷ ହେଲା ପରିବେଶ ସୁରକ୍ଷାରେ ଲାଗିପଡ଼ିଛନ୍ତି ପ୍ରକୃତିପ୍ରେମୀ କାହ୍ନୁଚରଣ ସିଂ। ପେସାରେ ସେ ଜଣେ ଶିକ୍ଷକ, ହେଲେ ନିଶା...

କୋଭିଡ-୧୯ ହସ୍‌ପିଟାଲର ସ୍ଥିତି ସମୀକ୍ଷା

ବାଲେଶ୍ୱର ଅଫିସ,୧୬।୪- ରାଜ୍ୟସରକାରଙ୍କର ବରିଷ୍ଠ ଅଧିକାରୀମାନ କରୋନା ସ୍ଥିତି ଓ ତାର ମୁକାବିଲା ପାଇଁ ପ୍ରସ୍ତୁତ କୋଭିଡ଼-୧୯ ହସ୍‌ପିଟାଲର ଚିକିତ୍ସା ପାଇଁ କରାଯାଇଥିବା ବ୍ୟବସ୍ଥାର ଅନୁଧ୍ୟାନ...

ଇଟା ବୋଝେଇ ଇଞ୍ଜିନ ରିକ୍ସା ଓଲଟି ଛାତ୍ରଙ୍କ ଜୀବନ ଗଲା, ଚାଳକ ଗିରଫ

ଜଳେଶ୍ୱର,୨୦।୧୨(ଡି.ଏନ୍‌.ଏ) : ବାଲେଶ୍ୱର ଜିଲା ଜଳେଶ୍ବର ନୂଆ ବଜାର ରେଳ ଫାଟକରେ ଇଟା ବୋଝେଇ ଇଞ୍ଜିନ ରିକ୍ସା ଓଲଟି ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ...

୨୦ ଫୁଟ ଭଗ୍ନ ପୋଲ ତଳକୁ ଖସିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ହେଲପର

ବିଶୋଇ, ୬।୬(ଡି.ଏନ.ଏ): ମୟୁରଭଞ୍ଜ ଜିଲା ବିଶୋଇ ସ୍ଥିତ ୪୯ ନଂ ଜାତୀୟ ରାଜପଥ ନିକଟରେ ଗୁରୁବାର ଏକ ଟ୍ରକ ଭାରସାମ୍ୟ ହରାଇ ୨୦ ଫୁଟ ପୋଲ...

ଫିକା ପଡ଼ିଲା ଭୂଧାରଚଣ୍ଡୀଙ୍କ ପୀଠରେ ରଜ : ବିନା ଭକ୍ତରେ ଅନୁଷ୍ଠିତ ହେବ ନିଆଁପାଟ, ଉଡ଼ା ପର୍ବ

ସଜନାଗଡ଼, ୧୩।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବଜାରଠାରୁ ୫ କି.ମି. ଦୂର ସଜନାଗଡ଼ ଗ୍ରାମର ଆମ୍ରକୁଞ୍ଜ ମଧ୍ୟରେ ପ୍ରତିଷ୍ଠିତ ଦେବୀ ମା’ ଭୂଧାର ଚଣ୍ଡୀଙ୍କ ପୀଠରେ କାହିଁ...

Advertisement
Archives

Model This Week