ସବୁଜ ସୁନ୍ଦର କୋରାପୁଟ ପାଇଁ ପରିବାର ପିଛା ୨ ଚାରା ବାଣ୍ଟୁଛି ବନ ବିଭାଗ

ସେମିଳିଗୁଡ଼ା,୪ା୭(ସ୍ବ.ପ୍ର.): କୋରାପୁଟ ଜିଲାକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରଥମ ପଦକ୍ଷେପ ଭାବେ ପ୍ରତି ପରିବାରକୁ ମାଗଣାରେ ୨ଟି ଲେଖାଏଁ ଚାରା ବଣ୍ଟାଯାଉଛି। କୋରାପୁଟ ବନ ବିଭାଗ ସେମିଳିଗୁଡ଼ାରେ ଏଭଳି ଅଭିନବ ଉପାୟରେ ଚାରା ବାଣ୍ଟୁଛି। ସେମିଳିଗୁଡ଼ା ସ୍ଥିତ ଭେଣ୍ଡିଂଜୋନ୍‌ର ଜାତୀୟ ରାଜପଥ ପାର୍ଶ୍ୱରେ ଏକ ତମ୍ବୁ ପକାଇ ଚାରା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଜିଲା ବନ ଅଧିକାରୀ ପି. ପୂର୍ଣ୍ଣିମା। ବନ ମହୋତ୍ସବ ସପ୍ତାହରେ ଦିନକୁ ୨୫ଶହ ଚାରା ବଣ୍ଟାଯିବାର କାର୍ଯ୍ୟକ୍ରମ ରହିଛି। ମହୋତ୍ସବର ୧୦ ଦିନ ଭିତରେ ୩୦ ହଜାର ଚାରା ମାଗଣାରେ ବଣ୍ଟାଯିବା ପାଇଁ ବ୍ୟବସ୍ଥା ହୋଇଥିବା ସେମିଳିଗୁଡ଼ା ବନ ଅଧିକାରୀ ଜଗନ୍ନାଥ ବିଷୋୟୀ କହିଛନ୍ତି। ଚାରା ଭିତରେ ବେଲ, ଅଁଳା, ନିମ, ମହାନିମ, ଆମ୍ବ, କଦମ୍ବ, ଜାମୁ, ବଉଳ ଭଳି ବହୁ ଫଳଗଛର ଚାରା ବଣ୍ଟାଯାଇଥିଲା। ଏହି ଅବସରରେ ଏସିଏଫ୍‌ ଉମା ମହେଶଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ମାସର ଝିଅକୁ ଧରି ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ରାୟଗଡ଼ା ଅଫିସ, ୭।୧୧: ଦୁଇମାସର ଶିଶୁ କନ୍ୟାକୁ ଧରି ଜଣେ ମହିଳା ମାଓବାଦୀ ଗୁରୁବାର ରାୟଗଡ଼ା ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତାଙ୍କ ନାମ ହେଲା...

ଆନ୍ଧ୍ର ସ୍କୁଲରେ ରାୟଗଡ଼ା ପିଲା

ରାୟଗଡ଼ା ଅଫିସ,୩୧ା୧୨: ପିଲା ଅଭାବ ଦର୍ଶାଇ ରାଜ୍ୟ ସରକାର ଅନେକ ସ୍କୁଲ ବନ୍ଦ କଲେ। ପରେ କରୋନା ଯୋଗୁ ଦୀର୍ଘ ୨ ବର୍ଷ ହେଲା ପ୍ରାଥମିକ...

ସୀମାନ୍ତ ଚେକ୍‌ ପଏଣ୍ଟ ପରିଦର୍ଶନ କଲେ ଜିଲାପାଳ

ରାୟଗଡ଼ା ଅଫିସ,୪ା୫: ଆନ୍ଧ୍ର ପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଆନ୍ଧ୍ର-ଓଡ଼ିଶା ସୀମାରେ କଟକଣାକୁ କଡ଼ାକଡ଼ି କରାଯାଇଛି। ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର...

ଝିଙ୍କ ଶିକାରକୁ ଯାଇ ଜଣଙ୍କ ମୃତ୍ୟୁ

ମାଲକାନଗିରି,୧୪।୭(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ସଦର ବ୍ଲକ ଅନ୍ତର୍ଗତ ଝରାପାଲ୍ଲୀ ଗ୍ରାମର କେତେକ ବ୍ୟକ୍ତି ଶନିବାର ଝିଙ୍କ ଶିକାର କରିବା ପାଇଁ ନିକଟସ୍ଥ ଏକ ପାହାଡ଼କୁ...

ଲକ୍‌ଡାଉନ୍‌ କଣ୍ଟା: କୌଳିକ ବୃତ୍ତି ହରାଉଛନ୍ତି ଡୋକରା ହସ୍ତଶିଳ୍ପୀ

ମୁନିଗୁଡ଼ା,୨ା୮(ଡି.ଏନ୍‌.ଏ.): ଓଡ଼ିଶା ହେଉଛି କଳା ଓ ସଂସ୍କୃତିର ରାଜ୍ୟ। କଟକର ତାରକସି କାମ ହେଉ ଅବା ପାରଳାଖେମୁଣ୍ଡିର ଶିଙ୍ଘକାମ, ପିପିଲିର ଚାନ୍ଦୁଆ, ଏସବୁକୁ ନେଇ ଓଡ଼ିଶା...

ସ୍ବତନ୍ତ୍ର ଟ୍ରେନ୍‌ ଯୋଗେ କେରଳରୁ ରାୟଗଡ଼ାରେ ପହଞ୍ଚିଲେ ୨୧୬ ପ୍ରବାସୀ

ରାୟଗଡ଼ା ଅଫିସ,୨୧ା୫: କେରଳକୁ ରୋଜଗାର କରିବା ପାଇଁ ଓଡ଼ିଶାର ଗଜପତି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ଓ ମାଲକାନଗିରି ଜିଲାରୁ ବହୁ ଶ୍ରମିକ ଯାଇଥିଲେ। କରୋନା...

ସରପଞ୍ଚଙ୍କ ନିଷ୍ପତ୍ତିକୁ ମାନିଲାନି ପ୍ରଶାସନ: ଜିଲାପାଳ କ୍ଷମତା ଫେରାଇନେବାକୁ କହିଲେ ସରପଞ୍ଚ

ଟିକିରି,୨୨ା୫:ପ୍ରତ୍ୟେକ ପଞ୍ଚାୟତରେ କରୋନା ସଂକ୍ରମଣକୁ ରୋକିବା ଏବଂ ସରପଞ୍ଚମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ସରପଞ୍ଚଙ୍କୁ ଜିଲାପାଳଙ୍କ କ୍ଷମତା ପ୍ରଦାନ କରିଛନ୍ତି। ଏହି...

ଲୁଗା ସୁଖାଇବା ହେଲା କାଳ: ବିଦ୍ୟୁତ ସଂସ୍ପର୍ଶରେ ଆସି ଜେଜେ ମା ଓ ନାତୁଣୀ ମୃତ

ରାୟଗଡା ଅଫିସ,୨୫।୬-ରାୟଗଡ଼ା ସହରସ୍ଥିତ ତୁମ୍ବିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁବାର ଜେଜେମା ଓ ନାତୁଣୀଙ୍କ ମୃତ୍ୟୁ ଘଟିଛି। ମୃତକ...

Advertisement
Archives

Model This Week