ସବୁଜ ଜୋନ୍‌ ପାଇଁ ସହଯୋଗ କର

ଅନୁଗୋଳ ଅଫିସ, ୯।୫ – ଓଡ଼ିଶାର ଗୋଟିଏ ପରେ ଗୋଟିଏ ଜିଲା କରୋନା ମ୍ୟାପ୍‌ରେ ସାମିଲ ହେଉଥିବା ବେଳେ ଅନୁଗୋଳ ଏବେ ବି ଗ୍ରୀନ୍‌ ଜୋନ୍‌ରେ ରହିଛି। ଆଗାମୀ ଦିନରେ ଏପରି ସ୍ଥିତି ବଜାୟ ରଖିବାକୁ ହେଲେ ଜିଲାବାସୀଙ୍କୁ ଲକ୍‌ଡାଉନ ସହ ଲଗାଯାଇଥିବା ସମସ୍ତ କଟକଣାକୁ ମାନିବାକୁ ପଡ଼ିବ। ସରକାର ଓ ପୋଲିସ ପ୍ରଶାସନକୁ ସହଯୋଗ କଲେ ଅନୁଗୋଳ ଏପରି ସବୁଜ ଜୋନ୍‌ରେ ରହିପାରିବ ବୋଲି ଶୁକ୍ରବାର ପୋଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ କରାଯିବା ସହ ଲୋକଙ୍କୁ ସଚେତନ କରାଇଛି। ବିଶେଷକରି ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ କର୍ପ୍ୟୁ ସମୟରେ ଘରୁ ନ ବାହାରିବାକୁ ଚେତାଇ ଦିଆଯାଇଛି। ଏହାର ଉଲ୍ଲଂଘନ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।
ଅନୁଗୋଳ ଏସ୍‌ଡିପିଓ ଅଶ୍ୱିନୀ ସାହୁଙ୍କ ସହ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ, ସବ୍‌ଇନ୍ସପେକ୍ଟର ପ୍ରକାଶ ମାଝି, ଅରକ୍ଷିତ ସେଠୀ, ବିପ୍ଳବ ସାହୁ, ସତ୍ୟରଞ୍ଜନ ଲେଙ୍କା, ଯମୁନା ମାରାଣ୍ଡିଙ୍କ ସମେତ ବହୁ ସଂଖ୍ୟାରେ ପୋଲିସ ସକାଳେ ସହରରେ ଫ୍ଲାଗ୍‌ମାର୍ଚ୍ଚ କରିଥିଲେ। ଡାକବାଜି ଯନ୍ତ୍ରରେ ପୋଲିସ ପକ୍ଷରୁ କୁହାଯାଇଥିଲା ଯେ, ଲକ୍‌ଡାଉନ ବଳବତ୍ତର ଥିବାବେଳେ ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଠାରୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ବା ୧୪୪ ଧାରା ଜାରି କରାଯାଇଛି। ତେଣୁ ଏହି ସମୟରେ ଲୋକମାନେ ଅତ୍ୟାବଶ୍ୟକ କାମ ନ ଥିଲେ ଘରୁ ବାହାରନ୍ତୁ ନାହିଁ। ବାରମ୍ବାର ସଚେତନ କରାଯାଉଥିବାରୁ ଏଣିକି ଯେଉଁମାନେ ଅମାନିଆ ହୋଇ ଘରୁ ପଦାକୁ ଗୋଡ କାଢିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ଦୋକାନକୁ ସିଲ୍‌ କଲା ପ୍ରଶାସନ

ବୌଦ୍ଧ,୧୨।୪(ସ୍ବ.ପ୍ର):  ସାମାଜିକ ନିୟମ ପାଳନ ନ କରିବା ଅଭିଯୋଗରେ ବୌଦ୍ଧ ସହରର ୪ଟି ଦୋକାନକୁ ସିଲ୍‌ କରାଯାଇଥିବା ବେଳେ ଅନେକ ଦୋକାନୀଙ୍କୁ ଚେତାବନୀ ଦିଆଯାଇଛି। ରବିବାର...

ବନ୍ଧୁକ ଦେଖାଇ ୨ ଭାଇଙ୍କୁ ଉଠାଇନେଇଥିଲେ: ଆନ୍ଧ୍ରରେ ହେଲେ ଠାବ

ଗଞ୍ଜାମ,୨୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅଧିନ ପୁଇଁତୋଳା ଛକର ଏକ ଢ଼ାବା ନିକଟରେ ଚା’ପାନ ଦୋକାନ କରିଥିବା ୨ ଦୁଇଭାଇ କୃଷ୍ଣ ଚନ୍ଦ୍ର ସାହୁ...

ସ୍ବାଭିମାନ ଅଞ୍ଚଳରେ କଡ଼ା ବିରୋଧ: ଗ୍ରାମବାସୀଙ୍କ ଆକ୍ରମଣରେ ଜଣେ ମାଓବାଦୀ ମୃତ, ଜଣେ ଗୁରୁତର

ମାଲକାନଗିରି,୨୬।୧(ସ୍ବ.ପ୍ର.): ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ଶନିବାର ରାତିରେ ମାଓବାଦୀଙ୍କୁ କଡ଼ା ବିରୋଧ କରାଯାଇଛି। ଉକ୍ତ ଅଞ୍ଚଳର ଜନ୍ତୁରାଇ ଗାଁକୁ ମାଓବାଦୀ ଆସି ଉନ୍ନୟନମୂଳକ କାର୍ଯ୍ୟକୁ...

ହଟିଥାନ୍ତା ଶଟଡାଉନ ହେଲେ ପୁଣି ସପ୍ତାହେ ଲାଗୁହେଲା ଲକଡାଉନ୍‌: ଜାଣନ୍ତୁ କ’ଣ ଖୋଲା ରହିବ କ’ଣ ବନ୍ଦ

ମାଲକାନଗିରି,୧୨।୭(ଡି.ଏନ୍‌.ଏ.): କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ମାଲକାନଗିରି ଜିଲା ପ୍ରଶାସନ ଗତ ଶୁକ୍ରବାର ରାତି ୮ଟାରୁ ରବିବାର ରାତି ୧୨ଟା ପର୍ଯ୍ୟନ୍ତ ମାଲକାନଗିରି ପୌରପରିଷଦ...

ଜିଲାରେ ୫୫୫ ଶିଶୁ ଅପପୁଷ୍ଟିର ଶିକାର

ଭଦ୍ରକ ଅଫିସ, ୧୮।୫ – ଭଦ୍ରକ ଜିଲାରେ ସମନ୍ବିତ ଶିଶୁ ବିକାଶ ଯୋଜନା ବାଟବଣା। ଗର୍ଭବତୀ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟର ବିକାଶ ପାଇଁ ସରକାରଙ୍କ...

ଶହୀଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ବାଲିଗୁଡା,୯ା୮(ଡି.ଏନ.ଏ.)-କନ୍ଧମାଳ ଜିଲା ବାଲିଗୁଡା ନୂଆସାହିରର ଜଣେ ବିଏସ୍‌ଏଫ୍‌ ଯବାନ ପଶ୍ଚିମବଙ୍ଗର ଶାନ୍ତିନଗର ବାଲାଂଦେଶ ବର୍ଡରରେ କର୍ତ୍ତବ୍ୟରତ ସମୟରେ ସହୀଦ ହୋଇଛନ୍ତି। ସେ ହେଲେ ନୂଆସାହିର ବିଜୟ...

ଶେଷ ପର୍ଯ୍ୟାୟରେ ବୁଢ଼ୀ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପ କାର୍ଯ୍ୟ

ବ୍ରହ୍ମପୁର ଅଫିସ,୧ା୪: ବ୍ରହ୍ମପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢୀ ଠାକୁରାଣୀ ଯାତ୍ରା ଆସନ୍ତା ୪ ତାରିଖରୁ ଆରମ୍ଭ ହେବ। ଏବେ ଠାରୁ ବ୍ରହ୍ମପୁର ସହରବାସୀଙ୍କ ମହଲରେ...

ଆଗରପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ: ଶ୍ରେଣୀଗୃହରେ ଅଚେତ ହେଲେ ଛାତ୍ରୀ, ଚାଲିଛି ଚିକିତ୍ସା

ବନ୍ତ, ୧୪।୮(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀ କକ୍ଷରେ ବୁଧବାର କେତେକ ଛାତ୍ରୀ ହଠାତ୍‌ ଅଣନିଃଶ୍ୱାସୀ ହୋଇ ଅଚେତ...

Advertisement
Archives

Model This Week