ସଫେଇବାଲା ସାଜିଲେ ସିନେ ତାରକା

ଭୁବନେଶ୍ୱର, ୧।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ଶନିବାର ଓ୍ବାର୍ଡ ନଂ. ୭ରେ ଦ୍ୱିତୀୟ ସାମୂହିକ ସଫେଇ କାର୍ଯ୍ୟକ୍ରମ ଶେଷ ହୋଇଛି। ଭୁବନେଶ୍ୱରରେ ପରିମଳ ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆରମ୍ଭ କରାଯାଇଥିବା ‘ମୁଁ ସଫେଇବାଲା’ ଅଭିଯାନ ଅଧୀନରେ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଆଗ୍ରହୀ ନାଗରିକଙ୍କ ସହ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଓଡ଼ିଆ ସିନେ ତାରକା ଅଶ୍ରୁମୋଚନ ମହାନ୍ତି ଏବଂ ଅନ୍ତର୍ଯ୍ୟାମୀ ପଣ୍ଡା (ପୁଣ୍ଟୁୁ ଭାଇନା) ‘ମୁଁ ସଫେଇବାଲା’ ସାଜି ଯୋଗ ଦେଇଥିବା ନାଗରିକଙ୍କ ସହ ସଫେଇ କାର୍ଯ୍ୟ କରିଥିଲେ। ସହରକୁ ଏବଂ ରାସ୍ତାକୁ ନିଜର ମନେକରି ଏହାକୁ ସଫା ରଖିବା ଆମମାନଙ୍କ ଦାୟିତ୍ୱ। ଏଗୁଡ଼ିକ ପରିଷ୍କାର ରହିବାରେ ଜନସାଧାରଣଙ୍କର ଆମତ୍ୀୟତାପୂର୍ଣ୍ଣ ସହଯୋଗ ‘ମୁଁ ସଫେଇବାଲା’ ଅଭିଯାନକୁ ସାକାର କରିବ ବୋଲି ସିନେ କଳାକାର ଅଶ୍ରୁମୋଚନ କହିଥିଲେ।

ଶୈଳଶ୍ରୀବିହାରସ୍ଥିତ ଜଗନ୍ନାଥ ମନ୍ଦିରଠାରୁ ସକାଳ ସାଢେ ୭ଟାରୁ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ କେବଳ ସାମୂହିକ ସଫେଇ ନୁହେଁ ବରଂ ସେହି ଅଞ୍ଚଳର ବିଭିନ୍ନ ପରିବାର ଏବଂ ଦୋକାନଗୁଡ଼ିକୁ ଯାଇ ଅଂଶଗ୍ରହଣକାରୀ ଅଧିକାରୀ, କର୍ମଚାରୀ ଓ ନାଗରିକମାନେ ପରିମଳ ବାବଦରେ ସଚେତନ କରିଥିଲେ। ସର୍ବସାଧାରଣ ସ୍ଥାନକୁ ଅପରିଷ୍କାର ନ କରିବାକୁ ଅନୁରୋଧ କରିଥିଲେ। ଏହାଛଡ଼ା ସର୍ବସାଧାରଣ ସ୍ଥାନରେ ନିର୍ମାଣ ଓ ଭଗ୍ନାବଶେଷ ସାମଗ୍ରୀ ରଖିବା, ଦୋକାନ କରି ସର୍ବସାଧାରଣ ରାସ୍ତାକୁ ଆବର୍ଜନା କରିବା ଇତ୍ୟାଦି ନିମନ୍ତେ ଉଚ୍ଛେଦ କରାଯିବା ସହ ଖିଲାପକାରୀଙ୍କଠାରୁ ୨୩,୨୦୦ ଟଙ୍କାର ଜରିମାନା ମଧ୍ୟ ଆଦାୟ କରାଯାଇଥିଲା।

ବିଏମ୍‌ସି, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର ମିଳିତ ସହଯୋଗରେ କରାଯାଉଥିବା ସାମୂହିକ ସଫେଇ କାର୍ଯ୍ୟକ୍ରମରେ ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକ, ମୁଖ୍ୟ ବିତ୍ତ ଅଧିକାରୀ ଲାବଣ୍ୟ ଶବର, ଜୋନାଲ୍‌ ଡେପୁଟି କମିଶନର (ରାଜସ୍ବ) ଶ୍ରୀମନ୍ତ ମିଶ୍ର ଏବଂ ଜୋନାଲ୍‌ ଡେପୁଟି କମିଶନର (ଦକ୍ଷିଣ-ପଶ୍ଚିମ ଜୋନ୍‌) ରବି ନାରାୟଣ ଜେଠୀ ଉପସ୍ଥିତ ଥିଲେ। ଉତ୍ତର ଜୋନର ଜୋନାଲ୍‌ ଡେପୁଟି କମିଶନର ପ୍ରମୋଦ କୁମାର ପୃଷ୍ଟି ଏବଂ ଡେପୁଟି କମିଶନର ପରିମଳ ଶୁଭେନ୍ଦୁ କୁମାର ସାହୁ ଉପସ୍ଥିତ ରହି କାର୍ଯ୍ୟକୁ ତ୍ୱରାନ୍ବିତ କରିଥିଲେ।

ଉଲ୍ଲେଖଯୋଗ୍ୟ, ସାମୂହିକ ସଫେଇକୁ ବ୍ୟବସ୍ଥିତ କରିବାକୁ ୪ଟି ଦଳରେ ଅଂଶଗ୍ରହଣକାରୀଙ୍କୁ ଭାଗ କରାଯାଇଥିଲା। ପ୍ରଥମ ଦଳ ଜଗନ୍ନାଥ ମନ୍ଦିରଠୁ ଏଲ୍‌ସି କ୍ୱାର୍ଟର, ଡୁପ୍ଲେକ୍ସ ସାମ୍ନା ସର୍ଭିସ୍‌ ଲେନ୍‌ ଏବଂ ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଓ ଫେଜ୍‌-୨ ର ଉଭୟପାର୍ଶ୍ୱ ରାସ୍ତାକୁ ଯାଇ ସଫେଇ କରିଥିଲେ। ଦ୍ୱିତୀୟ ଦଳ ଜଗନ୍ନାଥ ମନ୍ଦିରଠୁ ବାହାରି ଏଫ୍‌ ଆଣ୍ଡ କ୍ୱାର୍ଟର୍ସ ଅଞ୍ଚଳର ଗଳିଗୁଡିକୁ ଯାଇଥିଲେ। ତୃତୀୟ ଦଳ ଜଗନ୍ନାଥ ମନ୍ଦିରଠୁ ମଙ୍ଗଳା ମନ୍ଦିର ଛକ ଭାୟା ଲେବର୍‌ ଛକ ଏବଂ ଭିଆଇଏମ୍‌-୧ରୁ ୪୦୦ ପର୍ଯ୍ୟନ୍ତ ଯାଇଥିଲେ। ଚତୁର୍ଥ ଦଳ ସାଇ ମନ୍ଦିର ରାସ୍ତାରୁ ବାମ ପଟକୁ ଯାଇ ଭିଆଇଏମ୍‌-୪୦୧ରୁ ୮୫୦ ପର୍ଯ୍ୟନ୍ତ ଯାଇଥିଲେ। ଏହି ଦଳଗୁଡିକର ସହଯୋଗ କରିବାକୁ ଏନ୍‌ଜିଓ, ସିଏଫ୍‌ଏଆର୍‌, ମୌସୁମୀ, ଜୟ ଓଡ଼ିଶା ଏବଂ କେୟାର୍‌ ୱାଲର୍‌ଡର ସଦସ୍ୟମାନେ ରହିଥିଲେ। ଆବାସିକ ସଙ୍ଗଠନର ନେତୃବୃନ୍ଦ, ଛାତ୍ରୀଛାତ୍ର, ବିଏମ୍‌ସି ସହ କାର୍ଯ୍ୟ କରୁଥିବା ପରିମଳ ସଂସ୍ଥା ରାମ୍‌କୀର ସଫେଇ କର୍ମୀମାନେ ଏଥିରେ ଭାଗ ନେଇଥିଲେ। ସାରା ସହରରେ ଏବେ ମଁୁ ସଫେଇବାଲା ଅଭିଯାନ ଚାଲୁ ରହିଥିବା ବେଳେ ଏପରି ସାମୂହିକ ସଫେଇ କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଜାରି ରହିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାସ ଆଚାର୍ଯ୍ୟ ଲୋକସେବକ ମଣ୍ଡଳର ନୂଆ ସମ୍ପାଦକ

ଭୁବନେଶ୍ୱର, ୪।୭ (ଅନିଲ ଦାସ): ଡ. ପ୍ରଭାସ ଆଚାର୍ଯ୍ୟ ଲୋକସେବକ ମଣ୍ଡଳର ନୂତନ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଲୋକସେବକ ମଣ୍ଡଳ ସମ୍ବିଧାନ ଧାରା-୬ ଅନୁଯାୟୀ...

କାଠଯୋଡ଼ି ବ୍ରିଜ୍‌ ମରାମତି ପାଇଁ ଯାତାୟାତରେ କଟକଣା

କଟକ ଅଫିସ, ୧ା୭:କଟକ କାଠଯୋଡ଼ି ମଝି ବ୍ରିଜ୍‌ର ମରାମତି କାର୍ଯ୍ୟ କରାଯିବ। ଏଥିପାଇଁ ଯାନବାହନ ଚଳାଚଳ ନିମନ୍ତେ କଟକଣା ଲାଗୁ କରାଯାଇଛି। ଏହା ଜୁଲାଇ ୧ରୁ...

ନନ୍‌-ସିଡ୍ୟୁଲ ବିମାନକୁ ଭୁବନେଶ୍ବରରେ ମିଳିବନି ଅବତରଣ ଅନୁମତି

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। କିନ୍ତୁ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’ ପାଇଁ ଏବେ ସରକାର...

ମିଶନଶକ୍ତି ମା’ମାନେ ଉଦ୍ୟୋଗୀ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୬ା୩(ଡି.ଏନ୍‌.ଏ.): ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ରବିବାର ଦିନିକିଆ ଗଞ୍ଜାମ ଜିଲା ଗସ୍ତରେ ଆସି ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ...

ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥ

ପୁରୀ ଅଫିସ,୬।୭: ମଙ୍ଗଳବାର ହେରାପଞ୍ଚମୀ ଅନୁଷ୍ଠିତ ହୋଇଯାଇଛି। ଏହା ପରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଯିବା ପାଇଁ ପ୍ରସ୍ତୁତ ହେବେ। ଏଥିପାଇଁ ବୁଧବାର ତିନିରଥ ଦକ୍ଷିଣ ମୋଡ଼...

ଲିଙ୍ଗ ନିରୂପଣ ସୂଚନାକାରୀଙ୍କୁ ମିଳିବ ୨୫ ହଜାର

ଭୁବନେଶ୍ୱର, ୧୯।୯(ବ୍ୟୁରୋ):ରାଜ୍ୟରେ ଲିଙ୍ଗ ନିରୂପଣ ଓ କନ୍ୟାଭ୍ରୂଣ ହତ୍ୟା ରୋକିବା ଲାଗି ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା...

ଆଲୋକରେ ଝଲସିବ କପିଳାସ ପାଦଦେଶ

ଢେଙ୍କାନାଳ ଅଫିସ,୭ା୮: ରାଜ୍ୟ ତଥା ତେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବ ପୀଠ କପିଳାସ ବାରବାଙ୍କ ରାସ୍ତାରେ ରବିବାର ସ୍ଥାୟୀ ଆଲୋକୀକରଣ ବ୍ୟବସ୍ଥା ଉଦଘାଟିତ ହୋଇଛି ।...

ମହିଳାଙ୍କୁ ଯୌତୁକ ନିର୍ଯାତନା: ବନ୍ଧା ହେଲେ ଶାଶୁ-ଶ୍ୱଶୂର, ଦେଢଶୂର

ବଡବିଲ, ୨୯।୧: କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ଜନିତ ନିର୍ଯାତନା ଓ ତଣ୍ଟି ଚିପି ହତ୍ୟା ଉଦ୍ୟମ...

Advertisement
Archives

Model This Week