ସଫଳ ହେଲା ୭୫ତମ ଅସ୍ଥିମଜ୍ଜା ପ୍ରତିରୋପଣ

କଟକ ଅଫିସ,୨୧।୨: କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ(ଏସ୍‌ସିବି)ରେ ଗୁରୁବାର ସଫଳତାର ସହ ୭୫ତମ ଅସ୍ଥିମଜ୍ଜା ପ୍ରତିରୋପଣ (ବୋନ୍‌ମାରୋ ଟ୍ରାନ୍ସପ୍ଲାଣ୍ଟ) କରାଯାଇଛି। ଦେବଗଡ଼ ଜିଲା ଭିତିରିଆ ସାହିର ରାଜେଶ ଅଗ୍ରୱାଲ୍‌(୫୫)ଙ୍କଠାରେ ଏହି ପ୍ରତିରୋପଣ କରାଯାଇଛି। ହେମାଟୋଲୋଜି ବିଭାଗରେ ଅନୁଷ୍ଠିତ ଏହି ଅସ୍ତ୍ରୋପଚାର ଏସସିବି ପାଇଁ ଆଉ ଏକ ଇତିହାସ ରଚିଛି। ଅସ୍ତ୍ରୋପଚାର ପରେ ରାଜେଶଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ମେଡ଼ିକାଲ୍‌ ସୂତ୍ରରୁ ସୂଚନା ମିଳିଛି ।
ଏସ୍‌ସିବିର ହେମାଟୋଲୋଜି ବିଭାଗରେ ୨୦୧୪ ଫେବୃୟାରୀ ୨୬ତାରିଖରେ ଅସ୍ଥିମଜ୍ଜା ପ୍ରତିରୋପଣ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲା। ଏହି ବ୍ୟବସ୍ଥା ଦ୍ୱାରା ରକ୍ତ କର୍କଟ ରୋଗୀରେ ଆକ୍ରାନ୍ତଙ୍କ ଠାରେ ରକ୍ତ ସୃଷ୍ଟି କରୁଥିବା ଷ୍ଟେନ୍‌ ସେଲ୍‌ ପ୍ରତ୍ୟାରୋପଣ କରାଯାଇଥାଏ। ଘରୋଇ ହସ୍‌ପିଟାଲ୍‌ରେ ଏହି ପ୍ରତିରୋପଣ ପାଇଁ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ଏସ୍‌ସିବିରେ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥାନ୍ତି। ୨୦୧୪ ଏପ୍ରିଲ୍‌ ୨୩ତାରିଖରେ କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳର ଶକୁନ୍ତଳା ସାହୁ(୫୪)ଙ୍କ ପ୍ରଥମ ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଥିଲା। ଏହାର ପରଦିନ ଅର୍ଥାତ୍‌ ୨୪ତାରିଖରେ ଯାଜପୁର ଜିଲା ଡି. ଜେନା(୫୭)ଙ୍କ ପ୍ରତିରୋପଣ ହୋଇଥିଲା। ଗୋଟିଏ ପରେ ଗୋଟିଏ ସଫଳ ପ୍ରତିରୋପଣ ପରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲା। ୨୦୧୪ରୁ ୨୦୧୭ ମସିହା ଭିତରେ ମୋଟ ୫୫ଟି ପ୍ରତିରୋପଣ ଅସ୍ତ୍ରୋପଚାର ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥାତ୍‌ ୨୦୧୭ ନଭେମ୍ବର ୧୭ତାରିଖ ପରଠୁ କେହି ବିଭାଗୀୟ ମୁଖ୍ୟ ନ ଥିବା ଯୋଗୁ ଏହା ସାମୟିକ ଭାବେ ବନ୍ଦ ରହିଥିଲା। ବିଭାଗୀୟ ମୁଖ୍ୟଙ୍କ ଯୋଗଦାନ ପରେ ୨୦୧୯ ଏପ୍ରିଲ୍‌ରେ ପୁଣି ଥରେ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର ଆରମ୍ଭ ପରଠୁ ଏଯାଏ ୨୦ଟି ସଫଳ ପ୍ରତିରୋପଣ ହୋଇସାରିଲାଣି। ଗୁରୁବାରକୁ ମିଶାଇ ମୋଟ ୭୫ଟି ପ୍ରତିରୋପଣ ହୋଇଛି। ପୂର୍ବ ଭାରତର କୌଣସି ସରକାରୀ ହସ୍ପିଟାଲ୍‌ ଏଯାବତ୍‌ ୭୫ ଅସ୍ଥିମଜ୍ଜା ପ୍ରତିରୋପଣ କରିନାହିଁ। ବିଶେଷକରି ୬୫ବର୍ଷ ବୟସରୁ ଊର୍ଦ୍ଧ୍ୱ ଲୋକଙ୍କ କ୍ଷେତ୍ରରେ ଅସ୍ଥିମଜ୍ଜା ପ୍ରତିରୋପଣ କେବଳ ଆମେରିକାରେ ହୋଇଥାଏ। ମାତ୍ର ଏସିଆ ମହାଦେଶରେ ଏସ୍‌ସିବି ଏକମାତ୍ର ହସ୍ପିଟାଲ ଯେଉଁଠି ୬୫ରୁ ଊର୍ଦ୍ଧ୍ୱ ବୟସର ୫ଜଣଙ୍କ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି। ଭୁବନେଶ୍ୱରର ଜାଫର ଖାନଙ୍କ ୭୪ବର୍ଷ ବୟସରେ ଅସ୍ଥିମଜ୍ଜା ପ୍ରତିରୋପଣ ସଫଳତାର ସହ କରାଯାଇ ପାରିଛି। ବର୍ତ୍ତମାନ ଏଠାରେ ଅଟୋଲୋଗସ କୌଶଳରେ ଅସ୍ଥିମଜ୍ଜା ପ୍ରତିରୋପଣ କରାଯାଉଛି। ଆଗାମୀ ଦିନରେ ଆଲୋଜେନିକ ଓ ହାପଲୋ ଭଳି ଅତ୍ୟାଧୁନିକ କୌଶଳରେ ଅସ୍ତ୍ରୋପଚାର ପାଇଁ ଯୋଜନା ରହିଛି ବୋଲି ବିଭାଗୀୟ ମୁଖ୍ୟ ପ୍ରଫେସର ରବୀନ୍ଦ୍ର କୁମାର ଜେନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଷ, ଫାଶରେ ଯାଉଛି ପକ୍ଷୀଙ୍କ ଜୀବନ

ମହାକାଳପଡ଼ା,୨୭ା୮(ଡି.ଏନ୍‌.ଏ.): ପ୍ରାକୃତିକ ପରିବେଶକୁ ନେଇ ନିଜକୁ ସୁରକ୍ଷିତ ମନେ କରନ୍ତି ପକ୍ଷୀ ଓ ବନ୍ୟଜନ୍ତୁ। ବିଭିନ୍ନ ପ୍ରଜାତିର ପକ୍ଷୀ ଖାପଖୁଆଇଲା ଭଳି ପରିବେଶରେ ବସା ବାନ୍ଧିଥାନ୍ତି।...

୫ ରାଜ୍ୟରେ ଚାଲିଛି ଓଡ଼ିଆ ପାଠପଢ଼ା : ଅନ୍ୟ ରାଜ୍ୟର ଓଡ଼ିଆ ପିଲାଙ୍କ ପାଇଁ ହୋଇପାରୁନି ବ୍ୟବସ୍ଥା

ଭୁବନେଶ୍ୱର,୧୯।୮(ବ୍ୟୁରୋ) : ଓଡ଼ିଶାର ବହୁ ଲୋକ ଯାଇ ବାହାର ରାଜ୍ୟରେ ବସବାସ କରୁଛନ୍ତି। ଦେଶର ୨୮ଟି ରାଜ୍ୟ ମଧ୍ୟରୁ ମାତ୍ର ୫ଟି ରାଜ୍ୟରେ ରହୁଥିବା ଓଡ଼ିଆ...

ମଦ ନିଶାରେ ସାଙ୍ଗଙ୍କୁ ହତ୍ୟା: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୭ା୩(ବ୍ୟୁରୋ): ମଦ ନିଶାରେ ସାଙ୍ଗକୁ ହତ୍ୟା କରିଥିଲା ସାଙ୍ଗ। ନିଜ ଘରକୁ ଡାକି ମଦ ପିଆଇ ମୁଣ୍ଡକୁ ମଦ ବୋତଲରେ ପିଟି ଜୀବନ ନେଇଥିଲା।...

ବନ୍ଦରର ବର୍ଦ୍ଧିତ ପ୍ରକଳ୍ପ ଉପରେ ସମୀକ୍ଷା

ପାରାଦୀପ, ୧୧ା୧(ସ୍ବ.ପ୍ର.): କେନ୍ଦ୍ର ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ସଚିବ ଡା.ସଞ୍ଜୀବ ରଞ୍ଜନ ସୋମବାର ପ୍ରଥମ ଥର ପାଇଁ ପାରାଦୀପ ଗସ୍ତ କରିଛନ୍ତି।...

ଯାଜପୁରରେ ବଦଳିପାରେ ପୂର୍ବ ଧାରା: ଏକ୍‌ଜିଟ ପୋଲ୍‌କୁ ନେଇ ମିଶ୍ରିତ ପ୍ରତିକ୍ରିୟା

ଯାଜପୁର ଅଫିସ,୨୧।୫: ୨୦୧୯ ସାଧାରଣ ନିର୍ବାଚନର ଫଳାଫଳକୁ ନେଇ ବିଭିନ୍ନ ଟିଭି ଚ୍ୟାନେଲ ଓ ସର୍ଭେ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍‌ଜିଟ ପୋଲ ସର୍ଭେ ରିପୋର୍ଟ...

ଚିତ୍ରକଳା ଯାଦୁକର କୁବେର

ବଇଣ୍ଡା, ୨୬ା୭(ଡି.ଏନ.ଏ.)  ତାଙ୍କ ତୂଳୀରେ ରହିଛି ଯାଦୁ। ସ୍ପର୍ଶ ମାତ୍ରକେ ଚିତ୍ରସବୁ ଯେମିତି ହୋଇଉଠନ୍ତି ଜୀବନ୍ତ। ସ୍କୁଲରୁ ଆର୍ଟ କଲେଜ ଯାଏ ସେ ଆଙ୍କିଛନ୍ତି ଅନେକ ଚିତ୍ର।...

ବିଭିନ୍ନ ଦାବି ନେଇ ରାସ୍ତାରେ ବସିଲେ ଚାଷୀ

ଛତ୍ରପୁର,୨୨ା୭(ଡି.ଏନ୍‌.ଏ.): ବିପୁଳିଙ୍ଗିଠାରୁ ସାହେବ ଜେନା ପଲ୍ଲୀ ପର୍ଯ୍ୟନ୍ତ ଜୟ ମଙ୍ଗଳ ନାଳ, ଭଳିଆପେଟା ମାଇନର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବା, ଶଙ୍ଖ ବନ୍ଧର ପଙ୍କ ଓ ଅମରିଗଛ...

ନାବାଳକଙ୍କ ଗୋଡ଼ରେ ବେଡ଼ି ପକାଇ ନିର୍ଯାତନା

ଭୁବନେଶ୍ୱର,୩।୮(ବ୍ୟୁରୋ): ଭୁବନେଶ୍ୱର ରେଳଷ୍ଟେଶନରେ ଜଣେ ନାବାଳକଙ୍କୁ ଗୋଡ଼ରେ ଲୁହା ବେଡ଼ି ପଡ଼ିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ଚାଇଲ୍ଡ ଲାଇନ ସଦସ୍ୟମାନେ ତାଙ୍କୁ ଗୁରୁବାର ଉଦ୍ଧାର କରିଥିଲେ।...

Advertisement
Archives

Model This Week