ସପ୍ତାହରେ ୩ ଦିନ ଛୁଟି ପ୍ରସ୍ତାବ ଆଣିଲେ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ

ଯଦି ସପ୍ତାହକୁ ୪ ଦିନ ଓ ପ୍ରତିଦିନ ମାତ୍ର ୬ ଘଣ୍ଟା କାମ କରିବାକୁ ପଡ଼େ ତେବେ କେହି ଏଭଳି ଚାକିରିକୁ ହାତଛଡା କରିବାକୁ ଚାହିଁବେନି। କାମର ବୋଝକୁ ହାଲୁକା କରିବା ଓ ପରିବାରକୁ ସମୟ ଦେବା ପାଇଁ କର୍ମଚାରୀଙ୍କ ଲାଗି ଏକ ସ୍ବତନ୍ତ୍ର ପ୍ରସ୍ତାବ ଆଣିଛନ୍ତି ଫିନ୍‌ଲାଣ୍ଡର ପ୍ରଧାନମନ୍ତ୍ରୀ ସନା ମରିନ୍‌। ୩୪ବର୍ଷୀୟ ସନା ବିଶ୍ୱର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇ ବେଶ୍‌ ଚର୍ଚ୍ଚା ସାଉଁଟିଥିଲେ। ଏବେ କର୍ମଚାରୀଙ୍କ ପାଇଁ ଏଭଳି ପ୍ରସ୍ତାବ ଆଣି ସେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଫିନ୍‌ଲାଣ୍ଡର କର୍ମଚାରୀମାନଙ୍କୁ ଏବେ ସପ୍ତାହରେ ୩ ଦିନ ଛୁଟି ଓ ଦିନକୁ ୬ଘଣ୍ଟା କାମ କରିବାକୁ ପଡ଼ିବ। ସନାଙ୍କ ଅନୁସାରେ ଏହି ପ୍ରସ୍ତାବ ଦ୍ୱାରା ଲୋକମାନେ ପରିବାରକୁ ସମୟ ଦେବା ସହିତ ନିଜର ଅଧା ରହିଥିବା ସ୍ବପ୍ନକୁ ପୂରା କରିପାରିବେ। ଏଥିସହ କର୍ମଚାରୀମାନେ ଖୁସିରେ ରହିବେ। ଖୁସି ରହିବା ସହ କମ୍‌ ସମୟରେ ଅଧିକ କାମ କରିବା ଦ୍ୱାରା ସେମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଫିନ୍‌ଲାଣ୍ଡର ପଡୋଶୀ ଦେଶ ସ୍ବୀଡେନରେ ୨୦୧୫ରେ ୬ଘଣ୍ଟା କାର୍ଯ୍ୟର ଆଇନ ଲାଗୁ କରାଯାଇଥିଲା। ଏଥିରେ କର୍ମଚାରୀ ଖୁସି ହୋଇ କାମ କରିଥିଲେ ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବା ସହ ସେମାନଙ୍କର ଜୀବନଶୈଳୀରେ ଉନ୍ନତି ଆସିଥିବା ଜଣାପଡ଼ିଛି। ସେହିପରି ନଭେମ୍ବର ୨୦୧୮ରେ ଜାପାନର ଏକ ମାଇକ୍ରୋସଫ୍ଟ କମ୍ପାନୀରେ ଏଭଳି ଏକ ପ୍ରସ୍ତାବକୁ ନେଇ ସର୍ଭେ କରାଯାଇଥିଲା। କର୍ମଚାରୀମାନେ ୪ ଦିନ କାମ କରିଥିବା ବେଳେ ଏହାର ଫଳାଫଳ ଭଲ ଆସିଥିଲା। ଏଥିରେ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ୪୦ ପ୍ରତିଶତ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। ତେବେ ସନାଙ୍କ ଏହି ପ୍ରସ୍ତାବକୁ ଫିନ୍‌ଲାଣ୍ଡର ଶିକ୍ଷା ମନ୍ତ୍ରୀ ଓ ଜନତା ସ୍ବାଗତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଫତାର ପାର୍ଟିରେ ହିନ୍ଦୁଙ୍କୁ ପରସା ଗଲା ଗୋମାଂସ…

ଢାକା, ୧।୫ : ବାଂଲାଦେଶର ସିଲହଟ୍‌ରେ ଆୟୋଜିତ ହୋଇଥିବା ଏକ ଇଫତାର ପାର୍ଟିରେ ଯୋଗ ଦେଇଥିବା ହିନ୍ଦୁଙ୍କୁ ଗୋମାଂସ ପରସା ଯାଇଛି। ଏନେଇ ଲୋକଙ୍କ ମଧ୍ୟରେ...

ଏହି ମନ୍ଦିରରେ ପାଳନ ହୁଏ ‘ନେକେଡ୍‌ ଫେଷ୍ଟିଭାଲ’

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ଜାପାନରେ ଏକ ଅଜବ ପରମ୍ପରା ଦେଖିବାକୁ ମିଳିଛି। ପ୍ରତିବର୍ଷ ଫେବୃୟାରୀ ମାସର ଦ୍ୱିତୀୟ ଶନିବାର ଦିନ...

ଏହି ପର୍ନ ଷ୍ଟାରଙ୍କୁ ୩୩ ଲକ୍ଷ ଟଙ୍କା ଦେବେ ଟ୍ରମ୍ପ୍‌…

ଓ୍ବାଶିଂଟନ, ୨୩।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏବେ ପର୍ନ ଷ୍ଟାର ଷ୍ଟୋର୍ମି ଡାନିଏଲ୍‌ଙ୍କୁ ୩୩ ଲକ୍ଷ ଟଙ୍କା ଦେବେ। ଏନେଇ ଆମେରିକାର ଏକ କୋର୍ଟ...

ସୂର୍ଯ୍ୟାସ୍ତ ସମୟରେ ବେଳାଭୂମିରେ କୁକୁର ଖେଳୁଛନ୍ତି ଏପରି

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ...

ବିଶ୍ୱ ସ୍କାଉଟ ଦିବସ: ଚିନ୍ତା ଓ ପ୍ରତିଜ୍ଞାର ସମୟ

ବିଶ୍ୱବ୍ୟାପୀ ଫେବୃୟାରୀ ୨୨କୁ ସ୍କାଉଟ ଦିବସ ଭାବେ ପାଳନ କରାଯାଇଥାଏ। କୋଟି କୋଟି ସ୍କାଉଟ ଏହି ଦିନଟିକୁ ବିଭିନ୍ନ ସ୍ଥାନରେ ପାଳନ କରିଥାନ୍ତି। ଏହି ଦିନ...

ପୁଟିନଙ୍କୁ ଗିରଫ ଓ୍ବାରେଣ୍ଟ ଜାରି କରିବାରୁ ଅର୍ନ୍ତଜାତୀୟ କ୍ରିମିନାଲ କୋର୍ଟର ମୁଖ୍ୟ ବିଚାରପତିଙ୍କୁ ମୋଷ୍ଟ ଓ୍ବାଣ୍ଟେଡ ଲିଷ୍ଟରେ ରଖିଲା ଋଷିଆ

ମସ୍କୋ,୨୬।୯: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଥିବା ଅର୍ନ୍ତଜାତୀୟ କ୍ରିମିନାଲ କୋର୍ଟ(ଆଇସିସି)ର ମୁଖ୍ୟ ବିଚାରପତି ପିଓଟର ହୋଫମାନସ୍କିଙ୍କୁ ଋଷିଆ ମୋଷ୍ଟ...

ଶୋକ ପାଳନ -ଶ୍ରୀମାନ୍‌ ସର୍ବଗିଳା

ମୋ ପ୍ରିୟ ପିଲାଦିନ ସାଙ୍ଗ ବେନୁଆର ବାପା ମରିଯିବା ଭଳି ଦୁଃଖ କଥା ପ୍ରଥମେ ଫୋନ୍‌ରେ, ଫେସ୍‌ବୁକ୍‌ରୁ ଓ ପରେ ଖବରକାଗଜରୁ ପଢ଼ି ଭାଙ୍ଗି ପଡ଼ିଲି।...

ୟୁକ୍ରେନ-ରୁଷିଆ ଯୁଦ୍ଧରେ ଭାରତର ଆଭିମୂଖ୍ୟକୁ ନେଇ ପ୍ରଶ୍ନ ଉଠାଇଲା ଆମେରିକା

ଓ୍ବାଶିଂଟନ୍‌,୨୫।୨: ୟୁକ୍ରେନ ଓ ରୁଷିଆ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ତେବେ ଏହି ଯୁଦ୍ଧକୁ ନେଇ ଭାରତ କାହା...

Advertisement
Archives

Model This Week