ସପ୍ତମ ଆର୍ଥିକ ଜନଗଣନାର ଶୁଭାରମ୍ଭ: ୩ ମାସ ଧରି ଜିଲାରେ ଚାଲିବ

ନୟାଗଡ଼ ଅଫିସ,୨୭ା୮: ସପ୍ତମ ଆର୍ଥିକ ଜନଗଣନା (ଇକୋନୋମିକ ସେନ୍‌ସସ୍‌) କାର୍ଯ୍ୟକ୍ରମ ସୋମବାର ଆରମ୍ଭ ହୋଇଛି। ଜିଲାପାଳଙ୍କ ସଦ୍‌ଭାବନା ଗୃହଠାରେ ଜିଲାପାଳ ଡ. ପୋମା ଟୁଡୁ ଏହାକୁ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମର ମଧ୍ୟାନ୍ତର ସମୟରେ ଏହାର ରିପୋର୍ଟ ଦେବା ପାଇଁ ସେ ଜନସେବା କେନ୍ଦ୍ର (ସିଏସସି)ର ଅଧିକାରୀମାନଙ୍କୁ କହିଥିଲେ। ସୂଚନାଯୋଗ୍ୟ ପୂର୍ବରୁ ଶିକ୍ଷକମାନେ ଏହି ଗଣନା କାର୍ଯ୍ୟ କରୁଥିବା ବେଳେ ଏଥର କିନ୍ତୁ ସେମାନଙ୍କୁ ବିରତି ଦିଆଯାଇ ଜନସେବା କେନ୍ଦ୍ର କର୍ମଚାରୀମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ଜନସେବା କେନ୍ଦ୍ରରେ ଥିବା ସୁପରଭାଇଜର ଓ ଗଣନାକାରୀମାନେ ମୋବାଇଲ୍‌ ଆପ୍ଲିକେସନ୍‌ ମାଧ୍ୟମରେ ଏହି ଗଣନା କାର୍ଯ୍ୟକ୍ରମ କରିବେ। ୭ଦିନ ମଧ୍ୟରେ ଜିଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ଓ ୩ମାସ ଧରି ଚାଲିବ। ସୁପରଭାଇଜର ଓ ଗଣନକାରୀମାନେ ଘର ଓ ବିଭିନ୍ନ ପ୍ରତିଷ୍ଠାନ ବୁଲି ଲୋକମାନଙ୍କଠାରୁ ତଥ୍ୟ ସଂଗ୍ରହ କରିବେ। ସେମାନଙ୍କର ନାମ, କେଉଁ ସଂସ୍ଥାରେ କ’ଣ କାମ କରୁଛନ୍ତି ଓ ଆର୍ଥିକ ସ୍ଥିତି ଆଦି ବିଷୟରେ ତଥ୍ୟ ସଂଗ୍ରହ କରିବେ। ଏହା ପରେ ଉକ୍ତ ତଥ୍ୟ କେନ୍ଦ୍ରକୁ ପଠାଯିବ ବୋଲି ସୂଚନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଣନା ଅଧିକାରୀ ତପନ କୁମାର ମିଶ୍ର, ସହକାରୀ ନିର୍ଦ୍ଦେଶକ ଶଙ୍କର ବେହେରା, ଡ଼େପୁଟି ନିର୍ଦ୍ଦେଶକ ତାରା ପ୍ରସାଦ ପଟ୍ଟନାୟକ, ଜନସେବା କେନ୍ଦ୍ରର ଜିଲା ପରିଚାଳକ ଆଶୁତୋଷ ଶତପଥୀ, ସୁବାସ ଚନ୍ଦ୍ର ପରିଡ଼ା, ଜିଲା ସଂଯୋଜକ ହିମାଂଶୁ ଶେଖର ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଏ ନେଇ କୌଣସି ସମସ୍ୟା ଦେଖାଦେଲେ ୧୮୦୦-୩୦୦୦-୩୪୬୮ ଟୋଲ୍‌ ଫ୍ରି ନମ୍ବରରେ କଲ୍‌ କରିବା ପାଇଁ ସୂଚନା ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖରାବର୍ଷାରେ ପଲିଥିନ ତଳେ ୩୭ ପରିବାର: ସୁରାଦେଇ ଜବରଦଖଲ ଉଛେଦକୁ ୪୫ ଦିନ ବିତିଲା

ଖଜୁରିପଡା,୨୪ା୪(ଡି.ଏନ.ଏ.)- ଖଜୁରିପଡା ବ୍ଲକ ସୁରାଦେଇ ଗ୍ରାମରେ ଦୀର୍ଘ ୧୦ବର୍ଷ ଧରି ଜବରଦଖଲ କରି ରହି ଆସୁଥିବା ୩୭ ପରିବାରଙ୍କୁ ମାର୍ଚ୍ଚ ୭ରେ ପ୍ରଶାସନ ପକ୍ଷରୁ ଉଛେଦ...

‘ବିଦ୍ୟୁତ୍‌ ସଂଯୋଗ ନ ଦେଲେ ରାସ୍ତାରୁ ଉଠିବୁ ନାହିଁ’

ଉଦଳା,୧୭ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ସାଗର ସାହି ଗ୍ରାମର ୨୫ରୁ ଉର୍ଦ୍ଧ୍ୱ ପରିବାର ଶୁକ୍ରବାର ସକାଳୁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନେ କପ୍ତିପଦା ଗୋଲେଇ ଛକ...

ଆଜିଠୁ ସହଜ ଦର୍ଶନ

ପୁରୀ ଅଫିସ,୨୧।୧:ଶ୍ରୀମନ୍ଦିରରେ ଗୁରୁବାରଠାରୁ ବିନା କୋଭିଡ୍‌ ନେଗେଟିଭ୍‌ ରିପୋର୍ଟରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ସକାଳ ୭ଟାରୁ ଶ୍ରଦ୍ଧାଳୁମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଓ ସ୍ବତନ୍ତ୍ର ଏସ୍‌ଓପି...

ପାରଳା ସହରର ରାସ୍ତାଘାଟ ଶୋଚନୀୟ

ପାରଳାଖେମୁଣ୍ଡି,୧୫।୫(ଡି.ଏନ୍‌.ଏ): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ରାସ୍ତାଘାଟ ଶୋଚନୀୟ ଅବସ୍ଥାରେ ଥିବା ବେଳେ ପ୍ରଶାସନର ଦୃଷ୍ଟି କେବେ ପଡିବ ବୋଲି ସାଧାରଣରେ ପ୍ରଶ୍ନବାଚୀ...

ପ୍ରାତଃଭ୍ରମଣରେ ଯିବାବଳେ ଅଘଟଣ, ମହିଳାଙ୍କ ଜୀବନ ଗଲା

ତାଳଚେର,୧୩।୧୧(ନି.ପ୍ର): ଅନୁଗୋଳ ଜିଲା ତାଳଚେର ବ୍ଲକ ଡେରା ପେଟ୍ରୋଲ ପମ୍ପ ନିକଟରେ ଏକ ଯାତ୍ରୀବାହୀ ବସ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ...

ଅସହାୟ ବ୍ୟକ୍ତି, ବୁଲା ଗୋରୁଙ୍କୁ ଆହାର ଯୋଗାଇଲେ

ଉଦଳା,୩୦ା୩(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଫଳରେ ଅସହାୟ ବ୍ୟକ୍ତି, ବୁଲା କୁକୁର ଓ ଗୋରୁ...

ପରାଜୟକୁ ସହଜରେ ଗ୍ରହଣ କରିପାରୁନି ଭାଜପା

ଭଞ୍ଜନଗର,୨୬।୫(ଡି.ଏନ.ଏ.)-ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ଭାଜପା ଜିତିବ ବୋଲି ଦଳର ଅଧିକାଂଶ ନେତା ଓ କର୍ମୀ ନିଶ୍ଚିତ ଥିଲେ। ଏନେଇ ଦଳୀୟ ନେତା ଓ କର୍ମୀମାନେ ମତଦାନ ପରଠୁ...

ବନ ବିଭାଗ ହାତରେ ପୁଟିପାଳ ଭବିଷ୍ୟତ

ଢେଙ୍କାନାଳ ଅଫିସ, ୧୮।୫ (ରତନ ନାୟାର) :  ଜଙ୍ଗଲ ଭିତରେ ଜୀବନ। ପାହାଡ଼ିଆ ରାସ୍ତା, ବିପଦସଙ୍କୁଳ ନାଳ, ହିଂସ୍ର ବନ୍ୟଜନ୍ତୁଙ୍କ ସହ ନିତି ସଂଘର୍ଷ। ବଣଜଙ୍ଗଲର...

Advertisement
Archives

Model This Week