Posted inଖେଳ

ସନ୍ଦେହରେ ବୋଲରଙ୍କ ନୋ ବଲ

ଢାକା,୧୩।୧୨- ଚଳିତ ବାଂଲାଦେଶ ପ୍ରିମିୟର ଲିଗ୍‌ (ପିବିଏଲ)ରେ ବାଂଲାଦେଶ ବୋଲରଙ୍କ ପ୍ରଦର୍ଶନ ଉପରେ ପ୍ରଶଂସକ ମ୍ୟାଚ୍‌ ଫିକ୍ସିଂ ହୋଇଥିବା ଅଭିଯୋଗ ଆଣିଛନ୍ତି। ଚାଟ୍ଟୋଗ୍ରାମ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ସିଲହଟ ଥଣ୍ଡର୍ସ ପେସର କ୍ରିଶମାର ସାଣ୍ଟୋକିଙ୍କ ଦୁଇଟି ବଲ ଫିଲ୍ଡ ଅମ୍ପାୟର ଓ ସାଥୀ ଖେଳାଳିଙ୍କ ଚକିତ କରିଦେଇଥିଲା। ତାଙ୍କର ଏକ ବଲ ଏତେ ଓ୍ବାଇଡ୍‌ ଥିଲା ଯେ, ଉଇକେଟକିପରଙ୍କୁ ବଲକୁ ରୋକିବା ପାଇଁ ବଡ଼ ଡ୍ରାଇଭ ମାରିବାକୁ ପଡ଼ିଥିଲା। ସେହି ଓଭରର ଆଉ ଏକ ବଲ ସାଣ୍ଟୋକି ନୋ ବଲ ପାଇଁ ଧାର୍ଯ୍ୟ ସୀମାଠାରୁ ଏକ ମିଟର ଆଗରେ ବଲ ପକାଇ ଥିଲେ। ଏହାକୁ ଭାଷ୍ୟକାର ବିଶ୍ୱାସ କରିପାରି ନ ଥିଲେ। କେଉଁଭଳି ଜଣେ ବୋଲର ଲାଇନକୁ ଏତେ ମାତ୍ରାରେ ଅତିକ୍ରମ କରିପାରିବେ ବୋଲି ଜଣେ ଭାଷ୍ୟକାର ପ୍ରଶ୍ନ କରିଥିଲେ। ଦୁଇ ବଲର ଭିଡିଓ ସୋସିଆଲ ମିଡିଆରେ ଛାଇ ହୋଇଯିବା ପରେ ପ୍ରଶଂସକମାନେ ସାଣ୍ଟୋକିଙ୍କୁ ସମାଲୋଚନା କରିଛନ୍ତି। ଏପରି କି ଜଣେ ଫ୍ୟାନ ଲେଖିଛନ୍ତି, ଏଥିନେଇ ସାଣ୍ଟୋକିଙ୍କୁ ଜବାବ ଦେବାକୁ ପଡ଼ିବ। ପୂର୍ବତନ ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଡିନ ଜୋନ୍ସ ବୋଲରଙ୍କ ପ୍ରଦର୍ଶନ ଉପରେ ପ୍ରଶ୍ନ କରି ଟୁଇଟ କରିଛନ୍ତି ସତରେ ଏଭଳି ସମ୍ଭବ? କିଛି ପ୍ରଶଂସକ ମ୍ୟାଚ୍‌ ଫିକ୍ସିଂ ହୋଇଥିବା ଅଭିଯୋଗ କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଏ ଘଟଣା ସମ୍ପର୍କରେ ଉକ୍ତ ବାଂଲାଦେଶ ବୋଲର ପ୍ରତିକ୍ରିୟା ରଖି ନାହାନ୍ତି। ଉଲ୍ଲେଖଥାଉ କି, ୨୦୧୦ରେ ପାକିସ୍ତାନ ପେସର ମହମ୍ମଦ ଆମିର କ୍ରମାଗତ ଦୁଇ ବଡ଼ ନୋ ବଲ ପକାଇଥିଲେ। ଏଥିପାଇଁ ତାଙ୍କୁ ୫ ବର୍ଷ ବାସନ୍ଦ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୯୯୪ ପରେ ଭାରତରେ ପ୍ରଥମ ଥର ପାଇଁ ଘଟିଲା ଏପରି, ଚେନ୍ନାଇ ଟେଷ୍ଟରେ…

ଚେନ୍ନାଇ,୫।୨: ଶୁକ୍ରବାରଠାରୁ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ସିରିଜ୍‌। ୧୯୯୪ ଫେବୃୟାରୀ ପରେ ପ୍ରଥମ ଥର ପାଇଁ ଭାରତରେ ଟେଷ୍ଟ...

ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟ୍‌କା

ବ୍ରିସ୍‌ବେନ୍‌,୧୩।୧: ଭାରତୀୟ ଦଳ ଆହତ ଖେଳାଳିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ଅଷ୍ଟ୍ରେଲିଆ ମଧ୍ୟ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ସିଡନୀ ଟେଷ୍ଟରେ ଡେବ୍ୟୁ...

ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ବିରାଟ କୋହଲିଙ୍କ ନିଷ୍ପତ୍ତି

ଦୁବାଇ, ୨୪।୯: ଆଇପିଏଲ୍‌-୧୩ତମ ସଂସ୍କରଣର ୬ଷ୍ଠ ମ୍ୟାଚ୍‌ରେ ଗୁରୁବାର କିଙ୍ଗ୍ସ ଇଲେଭେନ ପଞ୍ଜାବର ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ଦୁବାଇ...

ବୁମ୍‌ରାଙ୍କ ରେକର୍ଡ

ପୁଣେ, ୧୧ା୧ (ପି.ଟି.)-ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଯଶପ୍ରୀତ ବୁମ୍‌ରା ଭାରତର ସର୍ବାଧିକ ଉଇକେଟ ହାସଲକାରୀ ବୋଲର ବିବେଚିତ ହୋଇଛନ୍ତି। ଶୁକ୍ରବାର ଏଠାରେ ଅନୁଷ୍ଠିତ ଶ୍ରୀଲଙ୍କା ବିପକ୍ଷ...

ବିଜୟରୁ ଦିଲ୍ଲୀର ଆରମ୍ଭ

ମୁମ୍ବାଇ,୧୦।୪: ଇଣ୍ଡିଆନ ପ୍ରିମୟର ଲିଗ (ଆଇପିଏଲ୍‌)ର ଗତ ସଂସ୍କରଣ ରନର୍ସଅପ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଏଥର ବିଜୟରୁ ଅଭିଯାନ ଆରମ୍ଭ କରିଛି। ଆଇପିଏଲ୍‌ ୧୪ତମ ସଂସ୍କରଣର ଦ୍ୱିତୀୟ...

ଆକମଲଙ୍କ ଅପିଲର ଶୁଣାଣି କରିବେ ପୂର୍ବତନ ସୁପ୍ରିମକୋର୍ଟ ଜଜ୍‌

କରାଚି,୩୧।୫ (ପି.ଟି.): ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କ ମାମଲାର ଶୁଣାଣି କରିବେ ପୂର୍ବତନ ସୁପ୍ରିମକୋର୍ଟ ଜଜ୍‌ ଫକିର ମହମ୍ମଦ ଖୋଖାର। ଦୁର୍ନୀତି କରିବାକୁ ଆକମଲଙ୍କୁ ପ୍ରସ୍ତାବ...

ୟୁଏଇରେ ଟି୨୦ ବିଶ୍ୱକପ ହେବା ସ୍ପଷ୍ଟ

ନୂଆଦିଲ୍ଲୀ, ୨୯ା୬ (ପି.ଟି.): ଭାରତରେ ହେବାକୁଥିବା ଟି୨୦ ବିଶ୍ୱକପ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ସ୍ଥାନାନ୍ତର ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି...

ଗାଙ୍ଗୁଲିଙ୍କୁ ରାଜନୀତିରେ କିଛି ଲୋକ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି: ସିପିଆଇ(ଏମ) ନେତା

କୋଲକତା,୪।୧:ପୂର୍ବତନ କ୍ରିକେଟର୍‌ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ହୃଦଘାତ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁଯାୟୀ ଏବେ ତାଙ୍କ...

Advertisement
Archives

Model This Week