Posted inଜାତୀୟ

ସଦୟ ହେଲା ‘ନିସର୍ଗ’

ମୁମ୍ବାଇ/ନୂଆଦିଲ୍ଲୀ,୪।୬: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ବାତ୍ୟା ‘ନିସର୍ଗ’ ପ୍ରଭାବରୁ ବର୍ତ୍ତିଯାଇଛି। ମୁମ୍ବାଇରେ ସେଭଳି କୌଣସି ବଡ଼ଧରଣର କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି। ମହାରାଷ୍ଟ୍ରର ମୁମ୍ବାଇଠାରୁ ପ୍ରାୟ ୧୦୦ କି.ମି. ଦୂର ରାୟଗଡ଼ ଜିଲାର ଆଲିବାଗ୍‌ଠାରେ ବାତ୍ୟା ‘ନିସର୍ଗ’ ବୁଧବାର ପୂର୍ବାହ୍ନ ୧୨.୩୦ରେ ଲ୍ୟାଣ୍ଡ୍‌ଫଲ କରିଛି। ଲ୍ୟାଣ୍ଡ୍‌ଫଲ କଲାବେଳେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୪୦ କି.ମି. ରହିଥିଲା। ଏହାର ପ୍ରଭାବରେ ପ୍ରାୟ ଶତାଧିକ ବଡ଼ ଗଛ ଭାଙ୍ଗିଯାଇଥିବା ବେଳେ କେତେକ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡ଼ିଛି। ରାୟଗଡ଼, ପାଲ୍‌ଘର ଆଦି ସ୍ଥାନରେ ଥିବା କେତେକ ଘରଦ୍ୱାର ଉଡ଼ିଯାଇଛି। ଆଲିବାଗ୍‌ରେ ବିଦ୍ୟୁତ୍‌ ଖୁଣ୍ଟ ପଡ଼ି ଜଣେ ୫୫ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତିି। ସେହିପରି ପୁଣେରେ ବାତ୍ୟା ଯୋଗୁ ଆଉ ୨ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ବିଦ୍ୟୁତ ଖୁଣ୍ଟ ନଷ୍ଟ ହୋଇଯିବା ଫଳରେ କେତେକେ ଅଞ୍ଚଳ ଅନ୍ଧକାର ହୋଇପଡ଼ିଛି। ତେବେ ପରବର୍ତ୍ତୀ ସମୟରେ ବାତ୍ୟା କ୍ରମଶଃ ଦୁର୍ବଳ ହୋଇଯାଇଛି।
ବିଭିନ୍ନ ବାତ୍ୟା ଅଞ୍ଚଳରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ଉଦ୍ଧାରକାରୀ ଦଳ ଅପରେଶନ ଜାରି ରଖିଥିବା ଜଣାପଡ଼ିଛି। ନିସର୍ଗ ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୧୧୦ କି.ମି. ରହି ପରେ ଅପରାହ୍ନ ୨ଟା ବେଳକୁ ୯୦ କି.ମିି. ବେଗ ଭିତରେ ରହିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପକ୍ଷରୁ ଦର୍ଶାଯାଇଛି। ପାନ୍‌ଭେଲ, ଠାଣେ, ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୭୫ କି.ମି. ରହିଥିଲା। ବାତ୍ୟା ପୁଣେ ଅତିକ୍ରମ କରିଥିବା ବେଳେ ଏଠାରେ ପବନର ଗତି ଘଣ୍ଟାପ୍ରତି ୪୦ କି.ମି. ରହିଥିବା ଜଣାପଡ଼ିଛି। ତେବେ ବର୍ଷାର ତାଣ୍ଡବ ଜାରି ରହିଛି। ଏଥିଯୋଗୁ ବିଭିନ୍ନ ଟ୍ରେନ୍‌ ଯାତାୟାତ ବିଧାପ୍ରାପ୍ତ ହୋଇଛି। ୧୯୬୧ ପରେ ମୁମ୍ବାଇବାସୀ ପୁଣି ଏକ ମହାବାତ୍ୟା ଦେଖିଛନ୍ତି। ଅନ୍ୟପକ୍ଷରେ ଗୁଜରାଟରେ ‘ନିସର୍ଗ’ର ପ୍ରଭାବ ସେଭଳି ପଡ଼ି ନ ଥିବାବେଳେ ବର୍ଷା ବିତ୍ପାତ ଜାରି ରହିଥିବା ପ୍ରକାଶ।
ମହାମାରୀ କରୋନା ମୁମ୍ବାଇବାସୀଙ୍କୁ ଆତଙ୍କିତ କରି ରଖିଥିବା ବେଳେ ଏବେ ବାତ୍ୟା ନିସର୍ଗର ତାଣ୍ଡବ ସେମାନଙ୍କୁ ଭାରାକ୍ରାନ୍ତ କରିପକାଇଛି। ପ୍ରବଳ ବର୍ଷା ଯୋଗୁ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବାତ୍ୟା ପୂର୍ବରୁ ମହାରାଷ୍ଟ୍ର ସରକାର ଉପକୂଳ ଓ କୋଙ୍କଣରୁ ୬୦ ହଜାର ଓ ଗୁଜରାଟ ସରକାର ଉପକୂଳ ଅଞ୍ଚଳରୁ ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିଥିଲେ। ୭,୦୦୩ ମାଛଧରା ବୋଟ୍‌ କୂଳକୁ ଫେରାଇ ଆଣିଥିଲେ। ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ଓ ଗୁଜରାଟରେ ମୋଟ ୪୩ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ମୁତୟନ କରାଯାଇଥିଲା। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ଜିଲାପାଳ ଓ ବିଏମ୍‌ସି କମିଶନର ଇକ୍‌ବାଲ ସିଂ ଚହଲଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ବାତ୍ୟା ପବନ କମିଯିବା ପରେ ସନ୍ଧ୍ୟା ୬ଟାରୁ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପୁଣି ବିମାନ ଉଡ଼ାଣ ଆରମ୍ଭ କରାଯାଇଛି। ଗୁରୁବାର ଅପରାହ୍ନ ସୁଦ୍ଧା ମହାରାଷ୍ଟ୍ର ଓ ଗୁଜରାଟରେ ଶୁଖିଲା ପାଗ ଦେଖାଦେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri