ସତ୍ୟ ଜାଣିବାର ଶକ୍ତି ରାଧାନାଥଙ୍କର ଥିଲା: ତଥାଗତ

କଟକ ଅଫିସ, ୭।୧୨: କେଉଁଟା ସତ କେଉଁଟା ମିଛ ତାହା ଜାଣିବାର ଶକ୍ତି ରାଧାନାଥ ରଥଙ୍କ ପାଖରେ ଥିଲା। ସେ ଜଣେ ବ୍ୟକ୍ତି ନ ଥିଲେ, ସେ ଥିଲେ ଏକ ଅନୁଷ୍ଠାନ। ସମାଜର ଚିନ୍ତାଧାରା ରାଧାନାଥଙ୍କଠାରୁ ହିଁ ଆରମ୍ଭ ହୋଇଥିଲା। ଏ ଜାତିର ମାନସିକତା ସମାଜ ସହିତ ରହିଛି। ସମାଜକୁ ସେ ନିଜର ସମ୍ପତ୍ତି ଭାବେ କେବେ ଦେଖି ନ ଥିଲେ। ସେ ଏହାକୁ ଅନୁଷ୍ଠାନ ବୋଲି କହୁଥିଲେ। ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୩ତମ ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଧରିତ୍ରୀ ଏବଂ ଓଡିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ ଏହି କଥା କହିଛନ୍ତି। ଶୁକ୍ରବାର ବକ୍ସିବଜାରସ୍ଥିତ ଗୋପବନ୍ଧୁ ଭବନରେ ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା।
ଉଦ୍‌ବୋଧନ ଦେବାବେଳେ ତଥାଗତ କହିଥିଲେ ଯେ, ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଚିନ୍ତାଧାରା ଏ ଦେଶକୁ ଆସିଛି। ଚିନ୍ତାଧାରାକୁ ଗଢ଼ିଥିବା ଲୋକଙ୍କୁ ସମାଲୋଚନା ମଧ୍ୟ କରାଯାଉଛି। କିନ୍ତୁ ରାଧାନାଥ ସମସ୍ତ ସମାଲୋଚନାର ଊର୍ଦ୍ଧ୍ୱରେ। ତଥାଗତ ଦେଶପ୍ରେମ ଓ ଦେଶଭକ୍ତିକୁ ସୁନ୍ଦର ଭାବେ ବିଶ୍ଳେଷଣ କରିଥିଲେ। ଦେଶପ୍ରେମର କୌଣସି ଭୌଗୋଳିକ ସୀମା ନାହିଁ। ଏହା କୌଣସି ଏକ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ଆବଦ୍ଧ ନୁହେଁ, ଯାହା ରାଧାନାଥଙ୍କ ବ୍ୟକ୍ତିତ୍ୱରୁ ଜଣାପଡ଼େ। ସେ ଥିଲେ ସମାଜ (ସୋସାଇଟି)ର ମୁରବି। ରାଜନେତାଙ୍କଠାରୁ ଆରମ୍ଭ କରି ବିଭିନ୍ନ ପଦପଦବୀଧାରୀ ରାଧାନାଥଙ୍କଠାରୁ ଆଶୀର୍ବାଦ ନେବାକୁ ଆସୁଥିଲେ। କାରଣ ରାଧାନାଥ ସେମାନଙ୍କୁ ଉଚିତ ମାର୍ଗରେ ଯିବାକୁ ଦିଗ୍‌ଦର୍ଶନ ଦେବେ ବୋଲି ସେମାନଙ୍କ ମଧ୍ୟରେ ଦୃଢ ଆଶା ଓ ଭରସା ଥିଲା। ଗଣତନ୍ତ୍ର ଉପରେ ମତଦେଇ ତଥାଗତ କହିଥିଲେ, ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକ ହିଁ ସବୁଠୁ ବଡ଼। ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଇତ୍ୟାଦି ପାଣି ସ୍ରୋତର ଅସ୍ଥାୟୀ ଫୋଟକା ଭଳି। କିନ୍ତୁ ନାଗରିକ ହେଉଛନ୍ତି ସ୍ଥାୟୀ। ଆମେ ଆଜି ଯାହା କରୁଛେ ତା’ର ବିଚାର ଆସନ୍ତାକାଲିର ଯୁବପିଢି କରିବେ। ବର୍ତ୍ତମାନ ଭବିଷ୍ୟତଠାରୁ ଧାର ଆଣୁଛି। ତେଣୁ ବର୍ତ୍ତମାନର ଯୁବପିଢି ରାଧାନାଥଙ୍କ ଭଳି ହେବାକୁ ଚେଷ୍ଟା କରିବା ଉଚିତ ବୋଲି ତଥାଗତ କହିଥିଲେ। ଏହି ଅବସରରେ ରାଧାନାଥଙ୍କ ସହିତ ପ୍ରଥମ ଭେଟ ସମୟର କଥାକୁ ତଥାଗତ ସ୍ମରଣ କରିଥିଲେ।
ସଭାରେ ମୁଖ୍ୟବକ୍ତା ଭାବେ କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ହରେକୃଷ୍ଣ ଶତପଥୀ ରାଧାନାଥଙ୍କ ସ୍ମୃତିଚାରଣ କରିବା ସହିତ ନିଜ ଅନୁଭୂତିକୁ ବାଖ୍ୟା କରିଥିଲେ। ସେ ନିଜ ବକ୍ତବ୍ୟରେ ବିବେକାନନ୍ଦ-ରାମକୃଷ୍ଣ ପରମହଂସଙ୍କ ଭଳି ରାଧାନାଥ-ଗୋପବନ୍ଧୁଙ୍କୁ ତୁଳନା କରିଥିଲେ। ଶତପଥୀ କହିଥିଲେ ଯେ, ରାଧାନାଥ ଥିଲେ ସାଧୁତା, ସଚ୍ଚୋଟତାର ମୂର୍ତ୍ତିମନ୍ତ ପ୍ରତୀକ। ଶିକ୍ଷା, ସଂସ୍କୃତି ଓ ବ୍ୟକ୍ତି ଚରିତ୍ରରେ ପରିବର୍ତ୍ତନ ଆଣିବା ସହିତ ଚରିତ୍ର ନିର୍ମାଣ ପାଇଁ ରାଧାନାଥ ଉଦ୍ୟମ କରୁଥିଲେ ବୋଲି ସେ କହିଥିଲେ। ସମାଜର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ ସଭାରେ ଅଧ୍ୟକ୍ଷତା କରି ରାଧାନାଥଙ୍କୁ ଯୁଗସ୍ରଷ୍ଟା ଭାବେ ଅଭିହିତ କରିଥିଲେ। ସେ କହିଥିଲେ ଯେ, ରାଧାନାଥଙ୍କ ନିକଟରେ ନିଭର୍ର୍ୀକତା ଓ ଉଦାରତା ଭରି ରହିଥିଲା। ସମୟ ବଦଳିବା ସହିତ ସମାଜ ମଧ୍ୟ ବଦଳିଛି। ସମାଜ ପୂର୍ବରୁ ବେତ ଥିଲା। ମାତ୍ର ଏବେ ଛତା ପାଲଟିଛି ବୋଲି ରଥ କହିଥିଲେ। ସମାଜ ସମ୍ପାଦକ ବାମାପଦ ତ୍ରିପାଠୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ। ଏହି ଅବସରରେ କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ର ସାହୁ ଓ ସମ୍ପାଦକ ଭିକାରି ଦାସଙ୍କୁ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ସମ୍ମାନିତ କରିଥିଲେ। ସେହିପରି ସମାଜ ପକ୍ଷରୁ ମୁଖ୍ୟଅତିଥି ଏବଂ ମୁଖ୍ୟବକ୍ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମାଜ ରିଲିଫ୍‌ କମିଟିର ସମ୍ପାଦକ ଡ. ପ୍ରଭାସ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମାଜ ସଂଯୋଜକ ସୁରେଶ ଚନ୍ଦ୍ର ମନ୍ତ୍ରୀ ଧନ୍ୟବାଦ ଦେଇଥିଲେ। ପ୍ରାରମ୍ଭରେ ଅତିଥିମାନେ ବକ୍ସିବଜାର ଛକରେ ଥିବା ରାଧାନାଥଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଗୋପବନ୍ଧୁ ଭବନ ପରିସରରେ ଥିବା ରାଧାନାଥ ଓ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri