ସତ୍ୟପାଠ ଦାଖଲରେ ଅବହେଳା

ଯାଜପୁର ଅଫିସ,୨୩ା୧୨:ମହାଭାରତର କିମ୍ବଦନ୍ତୀ ବହନ କରୁଥିବା ବ୍ୟାସ ସରୋବରର ସୌନ୍ଦର୍ଯ୍ୟକରଣ କାମ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ରାଜ୍ୟ ସରକାର, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ(ଏମ୍‌ଓଇଏଫ୍‌), ଷ୍ଟେଟ ଏନ୍‌ଭାଇରନର୍ମେଣ୍ଟ ଇମ୍ପାକ୍ଟ ଆସେସ୍‌ମେଣ୍ଟ ଅଥରିଟି(ସିଆ) ଏବଂ ଠିକାସଂସ୍ଥା ଏନ୍‌ବିସିସି କର୍ତ୍ତୃପକ୍ଷ ଏନ୍‌ଜିଟି(ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ)ରେ ସତ୍ୟପାଠ ଦାଖଲ କରିବାରେ ଖାମଖିଆଲି ମନୋଭାବ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତ ଜୁଲାଇରୁ ଏନ୍‌ଜିଟି(ମାମଲା ସଂଖ୍ୟା ୧୦୩/୨୦୨୨/ଇଜେଡ୍‌) ପକ୍ଷରୁ ଏକାଧିକ ଥର ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହେଁ ଉପରୋକ୍ତ କର୍ତ୍ତୃପକ୍ଷ କେବଳ ଦିନ ଧାର୍ଯ୍ୟ କରି ମୁକୁଳିଯାଉଥିବା ଅଭିଯୋଗ ହେଉଛି। ଏନ୍‌ଜିଟିରେ ଗତ ୧୩ ତାରିଖ ନିର୍ଦ୍ଧାରିତ ଶୁଣାଣିର ମାତ୍ର ଅଧଘଣ୍ଟା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ହୋଇଥିଲା ା ଏହି କାରଣରୁ ତାଙ୍କୁ ପଢିବାକୁ ସମୟ ମିଳିଲା ନାହିଁ ବୋଲି ନିଯୁକ୍ତ ଓକିଲ ଗୌରବ ଖାନ୍ନା ସୂଚନା ଦେଇଛନ୍ତି ା ଏହା ଦୁର୍ଭାଗ୍ୟଜନକ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହେଉଛି। ଏହାବାଦ୍‌ ଏମ୍‌ଓଇଏଫ୍‌ ପକ୍ଷରୁ ନିଯୁକ୍ତ ଓକିଲ ଅପୂର୍ବା ଘୋଷ ଶୁଣାଣି ତାରିଖର ପୂର୍ବଦିନ ଅପରାହ୍ନ ସାଢେ ୫ଟା ସମୟରେ ସତ୍ୟପାଠ ଦାଖଲ ପାଇଁ ଆହୁରି ଅଧିକ ସମୟ ନେବାକୁ ନିର୍ଦ୍ଦେଶ ହୋଇଥିଲା ବୋଲି ଏନ୍‌ଜିଟିରେ ଜବାବ ରଖିଥିଲେ। ସିଆ ପକ୍ଷରୁ ନିଯୁକ୍ତ ଓକିଲ ଗୋରାଚାନ୍ଦ ରାୟ ସତ୍ୟପାଠ ଦାଖଲ କରିବାକୁ ଆହୁରି ୩ ସପ୍ତାହ ଏବଂ ଠିକାସଂସ୍ଥା ଏନ୍‌ବିସିସି ପକ୍ଷରୁ ନିଯୁକ୍ତ ଓକିଲ ସଂଯୁକ୍ତବସୁ ମଲ୍ଲିକ ୪ ସପ୍ତାହ ସମୟ ମାଗିଥିଲେ। ଏଥିରୁ ପକ୍ଷଭୁକ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବ୍ୟାସ ସରୋବର ପ୍ରତି ଆନ୍ତରିକତା କେତେ ତାହା ଜଳଜଳ ହୋଇ ଦିଶୁଛି ବୋଲି ମତପ୍ରକାଶ ପାଇଛି।
ବିନା ପରିବେଶ ମଞ୍ଜୁରୀରେ ଜଙ୍ଗଲ ଜମିରେ ବ୍ୟାସ ସରୋବରର ବିକାଶ ଏବଂ ସୌନ୍ଦର୍ଯ୍ୟକରଣ କାମ ହେଉଥିବା ନେଇ ଦିଲୀପ କୁମାର ସାମନ୍ତରାୟ ଏନ୍‌ଜିଟିରେ ଏକ ମାମଲା ରୁଜୁ କରିଥିଲେ ା ଜଙ୍ଗଲ ଜମିର ଖାତା ଓ ପ୍ଲଟ ନମ୍ବର ୪୦, ଏରିଆ ୧୪ ଏକର, କିସମ ଝାଟି ଜଙ୍ଗଲ ଓ ପ୍ଲଟ ନଂ. ୫୦ରେ ୧୬.୯୦ ଏକର ଝାଟି ଜଙ୍ଗଲ, ପ୍ଲଟ ନଂ. ୬୨ରେ ୨.୨୪ ଏକର ସମୁଦାୟ ୩୩.୯୭ ଏକର ଜଙ୍ଗଲ ଜମି ରହିଛି। ସମୁଦାୟ ୧୦୫.୪୫ ଏକର ମଧ୍ୟରୁ ୩୭ ଏକର ସନ୍ତସନ୍ତିଆ ବା ୱେଟ୍‌ଲ୍ୟାଣ୍ଡ ଜମି ରହିଛି। ଏହି ପ୍ରକଳ୍ପରେ ପାଚେରି, ପରିସ୍ରାଗାର, ମନ୍ଦିର ଉନ୍ନୟନ କାର୍ଯ୍ୟ, ପାର୍କିଂ, ଗେଟ୍‌ କମ୍ଫ୍ଲେକ୍ସ, ଓଭରହେଡ୍‌ ଟ୍ୟାଙ୍କ, ଶିଶୁ ଉଦ୍ୟାନ, ଜଳାଶୟ, ବ୍ରିଜ ଇତ୍ୟାଦି ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପ ପାଇଁ ଜିଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିରୁ ୬୪ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଏନ୍‌ବିସିସିକୁ ଏହାର ନିର୍ମାଣ ଦାୟିତ୍ୱ ମିଳିଥିବାବେଳେ ଦିଲ୍ଲୀର କ୍ରିଷ୍ଣା ବିଲ୍‌ଡର ଠିକାସଂସ୍ଥା ପ୍ରକଳ୍ପ କାମ କରୁଛି। ତେଣୁ ଏନ୍‌ବିସିସି କର୍ତ୍ତୃପକ୍ଷଙ୍କ ସେତେଟା ସ୍ବାର୍ଥ ନ ଥିବାରୁ ଏହି ପ୍ରକଳ୍ପକୁ ସେତେଟା ଗୁରୁତ୍ୱ ଦେଉ ନାହିଁ। ତେଣୁ ଖାମଖିଆଲି ଭାବେ ଏନ୍‌ଜିଟିରେ ନିଜର ପକ୍ଷ ରଖୁଥିବା କୁହାଯାଉଛି। ତେଣୁ ଗତ ଶୁଣାଣିରେ ଶେଷ ସୁଯୋଗ ଦେବାକୁ ଏନ୍‌ବିସିସିର ଓକିଲ ଅନୁରୋଧ କରିଛନ୍ତି।
ଓଡ଼ିଆ ସଂସ୍କୃତିର ଏକ ପୂଣ୍ୟ ପୀଠ ଭାବେ ବ୍ୟାସ ସରୋବର ସର୍ବଜନବିଦିତ। ତେବେ ଏହି ପୌରାଣିକ ପୀଠ ପ୍ରତି ଅବହେଳା ପ୍ରଦର୍ଶନ କରିବା ବାସ୍ତବିକ ଦୁଃଖଦାୟକ ଓ ଆମ ଜାତିର ନୈତିକ ଅଧଃପତନ ବୋଲି ମତପ୍ରକାଶ ପାଇଛି ା ୧୯୯୪ ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ବ୍ୟାସସରୋବରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି ା ଆଜିକୁ ୨୧ ବର୍ଷ ବିତିଯାଇଛି, ହେଲେ ସେହି ସରୋବର ନାହଁ, କେବଳ ପଡି ରହିଛି ଢିପ ଟାଙ୍ଗର ଓ ପଥୁରିଆ ଭୂମି ା ଗୁପ୍ତ ଗଙ୍ଗା ରହିଛି ଓ ଏହାର ଚତୁଃପାର୍ଶ୍ୱରେ ପଞ୍ଚୁ ପାଣ୍ଡବଙ୍କ ସମେତ ଦୁର୍ଯ୍ୟୋଧନ ଓ ଲକ୍ଷ୍ମୀଙ୍କ ପ୍ରତିମା ଶୋଭା ପାଉଛି ା ଦିନ ଥିଲା ସେଠାରେ ବୃହତ୍‌ ସରୋବର ଥିଲା ବୋଲି ଜନଶ୍ରୁତି ରହିଛି ା ଏବେ ତାହା ପୋତି ହୋଇଯାଇଛି ା ସରୋବରର ପଶ୍ଚିମ ପଟକୁ ଆମ୍ବ ବଗିଚା ଓ ଏକ ପାର୍ଶ୍ୱରେ ବ୍ୟାସଙ୍କ ମଣ୍ଡପ ରହିଛି ା ପୂର୍ବରୁ ବ୍ୟାସଙ୍କ ମୂର୍ତ୍ତି ଚୋରି ହୋଇ ଯାଇଛି ା ବିଡମ୍ବନା ଯେ, ଏଠାରେ ବ୍ୟାସଦେବ ନାହାନ୍ତି କିମ୍ବା ବ୍ୟାସ ସରୋବର ନାହିଁ ା କେବଳ ରହିଯାଇଛି ସେହି ପୌରାଣିକ ସ୍ମୃତି ା ତଥାପି ପୀଠ ରହିଛି ଓ ପ୍ରତିବର୍ଷ ମାଘ ଶୁକ୍ଲପକ୍ଷ ଏକାଦଶୀ ଦିନଠାରୁ ଏଠାରେ ବ୍ୟାସ ମହୋସତ୍ବ ମହାସମାରୋହରେ ପାଳିତ ହୋଇ ଆସୁଛି ା ଏହି ଅବହେଳା ସଂକ୍ରାନ୍ତରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ବିଭିନ୍ନସ୍ତରରେ ବ୍ୟାସ ସରୋବରର ବିକାଶ ପାଇଁ ଦାବି ହେବାରୁ ଡିଏମ୍‌ଏଫ୍‌ ପାଣ୍ଠିରୁ ଅର୍ଥ ମଞ୍ଜୁର ହୋଇଛି। ହେଲେ ବିକାଶ କାର୍ଯ୍ୟ ସମୟରେ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଉପେକ୍ଷା ଏବଂ ଏନ୍‌ଜିଟିରେ ଉପଯୁକ୍ତ ଦଲିଲ ଦାଖଲ କରାଯାଇ ପାରୁ ନ ଥିବାରୁ ଏହି ପ୍ରକଳ୍ପ ଅଧାପନ୍ତରିଆ ହୋଇ ରହିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?