ସତ୍କାର ପାଇଁ ଶ୍ମଶାନରେ ମିଳିଲାନି ଜାଗା

ଜଳେଶ୍ୱର, ୬।୮-ମଣିଷ ବଞ୍ଚିଥିବା ବେଳେ ଯେତେ ବାଦବିବାଦ ଥାଉ ନା କାହିଁକି ମୃତ୍ୟୁ ପରେ ସମସ୍ତେ ତାହାକୁ ଭୁଲିଯାଇଥାନ୍ତି। ଏହାକୁ କୁହାଯାଏ ମଣିଷପଣିଆ। ହେଲେ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ନଶ୍ଚିମପୁର ପଞ୍ଚାୟତ ଆମ୍ବୁଳିଅଠା ଗ୍ରାମରେ ପୂର୍ବ ବିବାଦକୁ କେନ୍ଦ୍ର କରି ଜଣେ ବାସିନ୍ଦାଙ୍କୁ ମୃତ୍ୟୁ ପରେ ଶ୍ମଶାନରେ ଜାଗା ନ ମିଳିବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଶେଷରେ ତାଙ୍କ ପରିବାର ଲୋକେ ଗ୍ରାମଠାରୁ ୧୪ କି.ମି. ଦୂର ସୁବର୍ଣ୍ଣରେଖା ନଦୀକୂଳକୁ ନେଇ ସେଠାରେ ଶବ ସଂସ୍କାର କରିଛନ୍ତି।

ଗ୍ରାମର ଭୂପତି ଜେନା (୭୨)ଙ୍କର ସୋମବାର ମୃତ୍ୟୁ ହୋଇଥିଲା। ଗ୍ରାମର ନୀତି ଓ ପ୍ରଥା ଅନୁଯାୟୀ ଶବ ସତ୍କାର ପାଇଁ ବଡ଼ପୁଅ ଭବାନୀ ଗ୍ରାମର ମୁଖିଆଙ୍କ ସମେତ ଗ୍ରାମବାସୀଙ୍କୁ ଡାକିଥିଲେ। କିନ୍ତୁ ପୂର୍ବରୁ ଗ୍ରାମବାସୀଙ୍କ ସହ ସାନ ପୁଅ ଗିରିଜାଙ୍କର କୌଣସି କାରଣରୁ ଗଣ୍ଡଗୋଳ ହୋଇ ଜଳେଶ୍ୱର ଥାନାରେ ମାମଲା ହୋଇଥିଲା। ସେହି ଗଣ୍ଡଗୋଳ ଯୋଗୁ କେହି ତାଙ୍କ ଘରକୁ ଯିବେ ନାହିଁ କି ତାଙ୍କ ପରିବାର ଲୋକଙ୍କ ମୃତ୍ୟୁ ପରେ ଗ୍ରାମ ଶ୍ମଶାନରେ ଜାଗା ଦିଆଯିବ ନାହିଁ ବୋଲି ଗ୍ରାମରେ ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ କେହି ଗ୍ରାମବାସୀ ତାଙ୍କ ଘରକୁ ଆସି ନ ଥିଲେ। ସକାଳୁ ସନ୍ଧ୍ୟା ଯାଏ ପିଣ୍ଡାରେ ଶବ ପଡି ରହିଥିଲା। ମୃତ ଭୂପତୀଙ୍କର ସ୍ତ୍ରୀ ଗ୍ରାମବାସୀଙ୍କୁ ଯେତେ ନେହୁରା ହେଲେ, କ୍ଷମା ମାଗିଲେ ମଧ୍ୟ କେହି ଆସି ନ ଥିଲେ। ଶେଷରେ ମୃତକଙ୍କ ପରିବାର ଲୋକେ ଜଳେଶ୍ୱର ଥାନାର ଆଶ୍ରୟ ନେଇଥିଲେ। ଥାନା ତରଫରୁ ସହଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ହେଲେ ଶବ ଦାହ ବେଳେ ସାଙ୍ଗରେ ପୋଲିସ କର୍ମଚାରୀ ରହି ନ ଥିଲେ। ଫଳରେ ପରିବାରର ଲୋକଙ୍କ ଭରସା ପାଇ ନ ଥିଲା। ଶେଷରେ ଭୂପତିଙ୍କ ୪ ପୁଅ କାନ୍ଧରେ ଶବ ବୋହିନେଇ ୧୪ କି.ମି. ଦୂର ସୁବର୍ଣ୍ଣରେଖା ନଦୀକୂଳରେ ଶବ ସଂସ୍କାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିକସ ଫାଙ୍କିବା ନେଇ ୨ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଚଢ଼ାଉ

ଟିଟିଲାଗଡ଼,୧୩।୮(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହରରେ ଜିଏସ୍‌ଟି ଏବଂ ଏନଫୋର୍ସ ମେଣ୍ଟ ରେଞ୍ଜ ବିଭାଗ ପକ୍ଷରୁ ସହରର ଠିକାଦାରପଡାସ୍ଥିତ ଦୁଇଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଶୁକ୍ରବାର...

ବାରବାଟୀ-କଟକ ନିର୍ବାଚନୀ ମାମଲା: ପିଟିଶନ ଖାରଜ କରିବାକୁ ଯୁକ୍ତି

କଟକ ଅଫିସ,୧୯।୧୨ : ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ନିର୍ବାଚନୀ ସତ୍ୟପାଠରେ ତଥ୍ୟ ଲୁଚାଇଛନ୍ତି। ତେଣୁ ତାଙ୍କ ସଭ୍ୟପଦକୁ ରଦ୍ଦ କରିବା ପାଇଁ ପରାଜିତ ପ୍ରାର୍ଥୀ...

ଏସ୍‌ସିବି ଆଇସୋଲେଶନ୍‌ ୱାର୍ଡରୁ ୨ କରୋନା ରୋଗୀ ଚିହ୍ନଟ

କଟକ ଅଫିସ,୬ା୬-ଏସ୍‌ସିବି ଆଇସୋଲେଶନ୍‌ ୱାର୍ଡରୁ ଶନିବାର ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଜଣ ନିଜଠାରେ କରୋନାର ଲକ୍ଷଣ ସନ୍ଦେହ କରି...

ଆଜି ମାଟ୍ରିକ୍‌ ପରୀକ୍ଷାଫଳ

କଟକ ଅଫିସ, ୬ା୭: ମାଟ୍ରିକ୍‌ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇବ। ମଧ୍ୟମା ଓ ମୁକ୍ତ ବିଦ୍ୟାଳୟର ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ମାଧ୍ୟମିକ...

ମମିତା ମେହେର ହତ୍ୟା ମାମଲା: ଚାର୍ଜଶିଟ୍‌ ଦାଖଲ କଲା ବଲାଙ୍ଗୀର ପୋଲିସ

ବଲାଙ୍ଗୀର ଅଫିସ,୧୧।୨: କଳାହାଣ୍ଡି ଜିଲାର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟରେ ବଲାଙ୍ଗୀର ପୋଲିସ ପକ୍ଷରୁ ମୁଖ୍ୟ...

ଅଜଣା ଗାଡ଼ି ଧକ୍କାରେ ୨ ମୃତ, ଜଣେ ଗୁରୁତର

ସୋର,୩୧।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ଶପୁଲିଆଠାରେ ଶୁକ୍ରବାର ଏକ ଅଜଣା ଗାଡ଼ି ଧକ୍କାରେ ୨ ଜଣଙ୍କ ମୃତ୍ୟୁ...

ବିପଦରେ ବ୍ରିଟିଶ ଅମଳର ପୋଲ

ଜୟପୁର,୧୩ା୧୨(ନି.ପ୍ର.): କୋରାପୁଟ ଜିଲା ଜୟପୁର ନିକଟସ୍ଥ ପାତ୍ରପୁଟଠାରେ ଥିବା ବ୍ରିଟିଶ ଅମଳର ପୋଲ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏପରିକି ଭାରୀଯାନ ଏହା ମଧ୍ୟଦେଇ ଗଲେ...

ସଞ୍ଜୀବ ପାଣିଗ୍ରାହୀ ଓଡ଼ିଶା ହାଇକୋର୍ଟ ବିଚାରପତି ନିଯୁକ୍ତ

କଟକ ଅଫିସ,୭।୨: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ସଞ୍ଜୀବ ପାଣିଗ୍ରାହୀଙ୍କୁ ଶୁକ୍ରବାର ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଜଜ୍‌ ଭାବେ ନିଯୁକ୍ତି ଦେଇଥିବା...

Advertisement
Archives

Model This Week