‘ସତର୍କ ରହିଲେ ମୁକାବିଲା କରିହେବ’

କଟକ ଅଫିସ, ୧୪।୩: ରାଜ୍ୟରେ କରୋନା ଭୂତାଣୁର ମୁକାବିଲା ପାଇଁ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷକରି ବାଟାଲିୟନ୍‌, ବାରାକ୍ସ ଓ ବିଭିନ୍ନ ପୋଲିସ ପ୍ରତିଷ୍ଠାନକୁ କରୋନା ଭୟ ରହିଥିବାରୁ ଏଥିପାଇଁ ସତର୍କ ହୋଇପଡିଛି ପୋଲିସ ବିଭାଗ। ଶୁକ୍ରବାର ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟରୁ ଡିଜିପି ଅଭୟ ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଆଇଜି, ଡିଆଇଜି, ଡିସିପି, ଏସ୍‌ପି ଏବଂ ବାଟାଲିୟନ୍‌ଗୁଡିକର କମାଣ୍ଡାଣ୍ଟଙ୍କ ସହ ଆଲୋଚନା କରିଥିଲେ। ବହୁ ସଂଖ୍ୟାରେ ପୋଲିସ କର୍ମଚାରୀ ରହୁଥିବା ସ୍ଥାନରେ କିଭଳି କରୋନା ବ୍ୟାପିବ ନାହିଁ, ସେଥିପ୍ରତି ଗୁରୁତ୍ୱ ଦେବାକୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଡିଜିପି ପରାମର୍ଶ ଦେଇଛନ୍ତି। ନିୟମିତ ସଫା ରଖିବା ସହ ଭୂତାଣୁ ନ ବ୍ୟାପିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ସତର୍କ ରହିବା ଦ୍ୱାରା ହିଁ କରୋନାର ମୁକାବିଲା କରାଯାଇପାରିବ ବୋଲି ଡିଜିପି କହିଛନ୍ତି।
ଗତ ୬ ତାରିଖରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ମହିଳା ପୋଲିସ କର୍ମଶାଳାରେ ଯେଉଁସବୁ ପ୍ରସ୍ତାବ ଦିଆଯାଇଥିଲା, ସେଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ଏହି ଆଲୋଚନାବେଳେ ବରିଷ୍ଠ ଅଧିକାରୀଙ୍କ ମତାମତ ଲୋଡ଼ାଯାଇଥିଲା। ଗତ ଦିନରେ ଘଟିଥିବା ଆପରାଧିକ ଘଟଣାଗୁଡ଼ିକର ସଫଳତା ତଦନ୍ତ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ପୋଲିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମେଡାଲ୍‌ ପ୍ରଦାନ କରାଯିବ। ଏଥିପାଇଁ ଯଥାଶୀଘ୍ର ଅଧିକାରୀଙ୍କ ତାଲିକା ଦେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସରେ ପ୍ରଦାନ କରାଯିବାକୁ ଥିବା ଡିଜିପି ପୁରସ୍କାର ପାଇଁ ଅଧିକାରୀଙ୍କ ନାମ ପଠାଇବାକୁ କୁହାଯାଇଛି। ରାଜ୍ୟର କେଉଁ ସ୍ଥାନରେ ଗଞ୍ଜେଇ ଚାଷ ଚାଲିଛି, ତାହାର ଭୌଗୋଳିକ ସ୍ଥିତିକୁ ଦେଖି ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି। ବିଭିନ୍ନ ଆପରାଧିକ ମାମଲାର ଯୁଗ୍ମ ତଦନ୍ତ, ଜିଲା ଏବଂ ବାଟାଲିୟନ୍‌ଗୁଡିକରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନଜନିତ ମାମଲାଗୁଡ଼ିକର ନିରୀକ୍ଷଣ, ବାଟାଲିୟନ୍‌ ସ୍ତରରେ ପଦୋନ୍ନତି ବୋର୍ଡର ବୈଠକ, ବାଟାଲିୟନ୍‌ର ବାର୍ଷିକ ତାଲିମ୍‌ କାର୍ଯ୍ୟକ୍ରମ ଆଦି ବିଷୟରେ ବରିଷ୍ଠ ଅଧିକାରୀଙ୍କ ସହ ଡିଜିପି ଆଲୋଚନା କରିଥିଲେ। ଏହି ଆଲୋଚନାବେଳେ ସ୍ବତନ୍ତ୍ର ଡିଜିପି(ଏସ୍‌ଏପି) ମନୋଜ ଛାବ୍ରା, ଏଡିଜି(ମୁଖ୍ୟାଳୟ) ଭି.ଟି. ମିଶ୍ର, ଏଡିଜି(ଆଇନଶୃଙ୍ଖଳା) ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇଜି(ଆଧୁନିକୀକରଣ) ରେଖା ଲୋହାନୀ, ଆଇଜି(ରାଜ୍ୟ କ୍ରାଇମ୍‌ ରେକର୍ଡ ବ୍ୟୁରୋ) ରାଜେଶ କୁମାର ଏବଂ ଆଇଜି(ପ୍ରୋଭିଜନିଂ) ଯତୀନ୍ଦ୍ର କୋଏଲ୍‌ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟିଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌

ଥୁଆମୂଳ ରାମପୁର,୮ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମ ପଞ୍ଚାୟତରେ ଏକ୍‌ ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ ଭାରସାମ୍ୟ ହରାଇ...

ଶୀତୁଆ ରାତିରେ ଶିକ୍ଷକଙ୍କ ଆନ୍ଦୋଳନ: ସରକାର ଦେଲେ ଏମିତି ପ୍ରତିଶ୍ରୁତି

ଭୁବନେଶ୍ୱର, ୮।୧୨(ରବିନାରାୟଣ ଜେନା):ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକମାନଙ୍କ ରଣହୁଙ୍କାରକୁ ରାଜ୍ୟ ସରକାର ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ...

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

ପୁଟିନଙ୍କ ପରେ ଭାରତ ଆସିପାରନ୍ତି ଜେଲେନ୍‌ସ୍କି

ନୂଆଦିଲ୍ଲୀ,୮ା୧୨:ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ୨୦୨୬ ଜାନୁଆରୀରେ ଭାରତ ଆସିପାରନ୍ତି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତ ପରେ ନୂଆଦିଲ୍ଲୀ ପକ୍ଷରୁ କୂଟନୈତିକ ସନ୍ତୁଳନ ଉଦ୍ୟମ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ବାଘ ଆତଙ୍କ ଯୋଗୁ ୫୫ ସ୍କୁଲ ବନ୍ଦ: ଜାଣନ୍ତୁ କେଉଁଠି

ଡେରାଡୁନ୍‌,୮ା୧୨:ଉତ୍ତରାଖଣ୍ଡର ପୌରି ଜିଲାରେ କଲରାପତରିଆ ବାଘ ଆତଙ୍କ ଯୋଗୁ ୫୫ ସ୍କୁଲକୁ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ଉକ୍ତ ସ୍କୁଲଗୁଡ଼ିକର ପିଲାମାନଙ୍କୁ ଅନ୍‌ଲାଇନ ମୋଡ୍‌ରେ ପାଠପଢ଼ା...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଓଡ଼ିଶାରେ ବଢୁଛି ଓ୍ବେଷ୍ଟର୍ନ ପର୍ଯ୍ୟଟକଙ୍କ ସଂଖ୍ୟା: ୫ବର୍ଷରେ ୭ଗୁଣ ବୃଦ୍ଧି

ଭୁବନେଶ୍ୱର,୮୧୨(ରବିନାରାୟଣ ଜେନା):ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମି ପ୍ରତି ଆକୃଷ୍ଟ ହୋଇ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଓ୍ବେଷ୍ଟର୍ନ ୟୁରୋପ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri