Posted inଖେଳ

ସଡ଼କ ସୁରକ୍ଷାକୁ ବ୍ଲେକ୍‌ଙ୍କ ଗୁରୁତ୍ୱ

ମୁମ୍ବାଇ, ୩।୧୨- ”ଭାରତକୁ ଆସିଥିବାରୁ ମୁଁ ବହୁତ ଖୁସି। ତେବେ ଏଠାରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ୧୫୦,୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଜାଣି ବହୁତ ଦୁଃଖିତ। ଏହା ଏକ ବଡ଼ ସଂଖ୍ୟା। ଆମେ ଏପରି ଭାବରେ ଜୀବନ ହରେଇବା ଠିକ୍‌ ନୁହେଁ। ବିଶ୍ୱରେ ଏଥିପାଇଁ ସଚେତନତା ବାର୍ତ୍ତା ଦେବାପାଇଁ ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ ହିଁ ଉପଯୁକ୍ତ ପ୍ଲାଟଫର୍ମ ବୋଲି ମୁଁ ଭାବୁଛି। ମୁଁ ଜାଣିଛି ଯେ ଭାରତ ଏକ କ୍ରିକେଟ ପ୍ରିୟ ଦେଶ। ତେଣୁ ଏହି ଦେଶର ଲୋକମାନେ ନିଶ୍ଚିତ ଏହି ସିରିଜକୁ ମନଭରି ଉପଭୋଗ କରିବେ ବୋଲି ମୋର ଆଶା। ସଡ଼କ ଦୁର୍ଘଟଣାରେ ଲୋକମାନେ ଯେପରି ଅଧିକ ସଂଖ୍ୟାରେ ମୃତ୍ୟୁବରଣ ନ କରିବେ ସେଥିପାଇଁ ଆମକୁ ସମ୍ମିଳିତ ଉଦ୍ୟମ ଆବଶ୍ୟକ ଆବଶ୍ୟକ“ ବୋଲି ୨ ଥର ଅଲିମ୍ପିକ୍‌ ଗୋଲ୍ଡ ମେଡାଲିଷ୍ଟ ଜାମାଇକା ସ୍ପ୍ରିଣ୍ଟର ୟୋହାନ ବ୍ଲେକ୍‌ ଏଠାରେ ସୋମବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଭାରତରେ ସଡ଼କ ସୁରକ୍ଷା ଉପରେ ସଚେତନତା ସୃଷ୍ଟି ଏବଂ ଏହାର ଗୁରୁତ୍ୱ ସମ୍ପର୍କରେ ବ୍ଲେକ୍‌ ମତବ୍ୟକ୍ତ କରିଥିଲେ। ସର୍ବକନିଷ୍ଠ ୧୦୦ ମିଟର ବିଶ୍ୱ ଚାମ୍ପିୟନ ତଥା ଆଥଲେଟିକ୍ସରୁ ୪ଟି ଅଲିମ୍ପିକ୍‌ ପଦକ ହାସଲ କରି ସାରିଥିବା ବ୍ଲେକ ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜକୁ ପ୍ରମୋଟ କରିବା ପାଇଁ ଭାରତ ଆସିଛନ୍ତି। ଆସନ୍ତା ବର୍ଷ ଫେବୃୟାରୀରେ ହେବାକୁଥିବା ଏହି ବାର୍ଷିକ ଟି୨୦ କ୍ରିକେଟ ଇଭେଣ୍ଟରେ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ ଓ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟରମାନେ ଭାଗନେବେ।
କ୍ରିକେଟ ପ୍ରଥମ ପ୍ରେମ-
ବ୍ଲେକ କହିଛନ୍ତି ଯେ, ଆସନ୍ତା ଫେବୃୟାରୀରେ ହେବାକୁଥିବା ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜକୁ ମୁଁ ଆଗ୍ରହର ସହିତ ଅପେକ୍ଷା କରିଛି। ପୂର୍ବରୁ ମୁଁ ଅନେକ ଥର କହି ସାରିଛି ଯେ କ୍ରିକେଟ ମୋର ପ୍ରଥମ ପ୍ରେମ। ତେଣୁ ମୁଁ କ୍ରିକେଟ ପଡ଼ିଆରେ ସଚିନ ତେନ୍ଦୁଲକର, ବ୍ରାଏନ ଲାରା, ବୀରେନ୍ଦ୍ର ସେହ୍ବାଗ, ବ୍ରେଟ୍‌ ଲୀଙ୍କ ପରି ଫେଭରାଇଟ କିମ୍ବଦନ୍ତୀ ଖେଳାଳିଙ୍କୁ ଦେଖିବାକୁ ନିଶ୍ଚିତ ଭଲ ପାଇବି। ଏହି ପ୍ରତିଯୋଗିତା କେବଳ ରୋମାଞ୍ଚକ ଖେଳ ପାଇଁ ନୁହେଁ ସଡ଼କ ସୁରକ୍ଷା ପ୍ରତି ଲୋକଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଏବଂ ଏ ଦିଗରେ ସଚେତନତା ସୃଷ୍ଟି ହୋଇପାରିବ ବୋଲି ମୋର ବିଶ୍ୱାସ।
ଟୋକିଓରେ ସ୍ବର୍ଣ୍ଣ ଆଶା-
୨୦୨୦ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ବ୍ଲେକ। ଏହା ମୋର ଶେଷ ଅଲିମ୍ପିକ୍ସ। ତେଣୁ ମୁଁ ସ୍ବର୍ଣ୍ଣ ପଦକ ଜିତିବାକୁ ନିଶ୍ଚିତ ଚେଷ୍ଟା କରିବି। ପୂର୍ବରୁ ମୁଁ ଅନେକ ପଦକ ଜିତି ସାରିଛି। ମାତ୍ର ଟୋକିଓ ପଦକ ମୋ ପାଇଁ ସ୍ବତନ୍ତ୍ର ହେବ। ଟୋକିଓରେ ୧୦୦ ମିଟର ଇଭେଣ୍ଟ ପାଇଁ ସେ ଅନ୍ୟତମ ଫେଭରାଇଟ ଥିବା ପ୍ରକାଶ କରିଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ ତଥା ହାଇଦ୍ରାବାଦ କ୍ରିକେଟ ଆସୋସିଏଶନ ସଭାପତି ମହମ୍ମଦ ଆଝାରୁଦ୍ଦିନ ଏହି ଅବସରରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ବଡ଼ ଧରଣର ଭୂକମ୍ପ: ଭୟରେ ଲୋକେ…

ଶ୍ରୀନଗର,୧୨।୪: ଜମ୍ମୁ ଓ କଶ୍ମୀରର ଡୋଡା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ମାପ କରାଯାଇଛି। ଭୂକମ୍ପ ଅନୁଭୂତ ହେବାମାତ୍ରେ ଲୋକେ…

ଧାରଣାକୁ ମାସେ ବିତିଲା, ଶୁଣୁନି ପ୍ରଶାସନ: ଡାଲି, ଚାଉଳ ମାଗି ରୋଷେଇ କରୁଛନ୍ତି ଚାଷୀ

ବରଗଡ଼, ୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିଯାଇଛି। ଅନ୍ୟପକ୍ଷେ ଆଉ ପ୍ରାୟ ମାସକ ପରେ ଜିଲାରେ ରବି ଧାନ ସଂଗ୍ରହ…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ନିଯୁକ୍ତି ପାଇବେ ୪୫ ହଜାର ଶିକ୍ଷକ, ଏହାସହ…

କେନ୍ଦୁଝର,୧୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):ଶିକ୍ଷକମାନେ କେବଳ ପାଠ ପଢ଼ାନ୍ତି ତାହା ନୁହେଁ, ସେମାନେ ଛାତ୍ରୀଛାତ୍ରଙ୍କ ଚରିତ୍ର ଗଢ଼ନ୍ତି ଓ ଠିକ୍‌ ଜୀବନମାର୍ଗ ଦେଖାନ୍ତି। କେନ୍ଦୁଝର ଜିଲା ବୋଦାପଳାସାସ୍ଥିତ…

ସରିଲା ବାହାର ରତ୍ନଭଣ୍ଡାର ଗଣତି: ଜାଣନ୍ତୁ କେତେ କ’ଣ ଅଛି

ପୁରୀ,୧୨ା୪ (ଅଜିତ୍‌ କୁମାର ମହାନ୍ତି):ପୁରୀ ଶ୍ରୀମନ୍ଦିର ବାହାର ରତ୍ନଭଣ୍ଡାର ଅଳଙ୍କାର ଗଣତି ଶନିବାର ଦ୍ୱିତୀୟ ପର୍ଯ୍ୟାୟର ୪ର୍ଥ ଦିନରେ ଶେଷହୋଇଛି । ୧୯୭୮ ମସିହା ତାଲିକା ଅନୁସାରେ…

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri