ସଡ଼କ ଦୁର୍ଘଟଣା ବୃଦ୍ଧି ନେଇ ସୁପ୍ରିମକୋର୍ଟ କମିଟି କ୍ଷୁବ୍ଧ

କଟକ ଅଫିସ,୧୧।୬: ରାଜ୍ୟରେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ନେଇ ସଡ଼କ ସୁରକ୍ଷା ପାଇଁ ଗଠିତ ସୁପ୍ରିମ୍‌କୋର୍ଟ କମିଟି ଚିନ୍ତା ପ୍ରକାଶ କରିଛି। ଏହାକୁ ରୋକିବା ଦିଗରେ ରାଜ୍ୟ ସରକାର ନେଉଥିବା ପଦକ୍ଷେପ ଯଥେଷ୍ଟ ନୁହେଁ। ଦୁର୍ଘଟଣାଜନିତ ମୃତ୍ୟୁକୁ କମାଇବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଏହି କମିଟି ମନ୍ତବ୍ୟ ଦେଇଛି। ସଡ଼କ ଦୁର୍ଘଟଣା କମାଇବା ପାଇଁ କେତେକ ପରାମର୍ଶ ଦିଆଯାଇଥିଲା। ସେଗୁଡ଼ିକ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ବାଣିଜ୍ୟ ଏବଂ ପରିବହନ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀଙ୍କ ପକ୍ଷରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏବଂ ପରିବହନ କମିଶନରଙ୍କୁ ଚିଠି ଲେଖାଯାଇଛି।
ଓଡ଼ିଶାରେ ସଡ଼କ ଦୁର୍ଘଟଣାର ସ୍ଥିତି ସମୀକ୍ଷା ପାଇଁ ଗତ ବର୍ଷ ଅଗଷ୍ଟ ୧ରେ ସୁପ୍ରିମ୍‌କୋର୍ଟ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶାସନ ସଚିବ ମଧ୍ୟ ଯୋଗ ଦେଇଥିଲେ। ବୈଠକରେ ଦୁର୍ଘଟଣାର କାରଣ ଓ ଏହା ରୋକିବାକୁ କ’ଣ ପଦକ୍ଷେପ ନିଆଯିବ, ସେନେଇ ଆଲୋଚନା କରାଯାଇଥିଲା। ସେହି ଆଲୋଚନାଗୁଡ଼ିକର କ’ଣ ସବୁ ଅନୁପାଳନ କରାଯାଇଛି, ସେନେଇ ଡିସେମ୍ବର ୨୪ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟ କମିଟିକୁ ରିପୋର୍ଟ ଦିଆଯାଇଥିଲା। କମିଟି ଏହି ରିପୋର୍ଟର ସମୀକ୍ଷା କରିଥିଲା। ଦୁର୍ଘଟଣା ରୋକିବା ପାଇଁ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ଯଥେଷ୍ଟ ନୁହେଁ, ଏପରି କି ମୃତ୍ୟୁ ହାର କମାଇବା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ ବୋଲି ଫେବୃୟାରୀ ୧୨ରେ ସୁପ୍ରିମକୋର୍ଟ କମିଟି ପକ୍ଷରୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗକୁ ପଠାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏଥିସହ କେତେକ ପରାମର୍ଶ କାର୍ଯ୍ୟକାରୀ କରିବା ପାଇଁ କୁହାଯାଇଛି। ୨୦୧୮ରେ ଘଟିଥିବା ମୋଟ ମୃତ୍ୟୁରୁ ୬୮ ପ୍ରତିଶତ ଦ୍ରୁତ ଗତିରେ ଗାଡ଼ିଚାଳନା ଯୋଗୁ ଘଟିଛି। ଗାଡ଼ିର ବେଗ ନିୟନ୍ତ୍ରଣ କରିବା ପାଇଁ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ। ଏଣୁ ବେଗ ନିୟନ୍ତ୍ରଣ, ହେଲମେଟ୍‌ ଓ ସିଟ୍‌ବେଲ୍ଟ ବ୍ୟବହାର ଏବଂ ଅନ୍ୟାନ୍ୟ ସଡ଼କ ସୁରକ୍ଷା ଜନିତ ପଦକ୍ଷେପଗୁଡ଼ିକ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି। ରାଜ୍ୟରେ ଟ୍ରାଫିକ ନିୟମ୍‌କୁ କଡ଼ାକଡ଼ି ପାଳନ କରାଯାଉ ନାହିଁ। ଏ ଦିଗରେ ପଦକ୍ଷେପ ନିଆଯାଉ। ନିୟମ ଉଲ୍ଲଂଘନକାରୀଙ୍କ ଡ୍ରାଇଭିଂ ଲାଇସେନ୍ସକୁ ବାତିଲ୍‌ କରାଯାଉ। ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ଜିଲା ଆରକ୍ଷୀ ଅଧୀକ୍ଷକମାନେ ଟ୍ରାଫିକ ନିୟମକୁ କଡ଼ାକଡ଼ି ପାଳନ କରିବା ସହ ଦୁର୍ଘଟଣା ରୋକିବା ଦିଗରେ ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ସୁପ୍ରିମ୍‌କୋର୍ଟ କମିଟି ପରାମର୍ଶ ଦେଇଛି। ସେହି ଅନୁଯାୟୀ ଏହି ପରାମର୍ଶଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ପୋଲିସ ଡିଜି ଏବଂ ପରିବହନ କମିଶନର୍‌ଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କ ପକ୍ଷରୁ ଚିଠି ଲେଖାଯାଇଛି। ପ୍ରତ୍ୟେକ ମାସର ୧୫ ତାରିଖରେ ଏ ନେଇ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ପ୍ରତ୍ୟେକ ଜିଲାରେ ଜିଲାସ୍ତରୀୟ ସଡ଼କ ସୁରକ୍ଷା ମନିଟରିଂ କମିଟି ଗଠନ ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ଜିଲାପାଳ ଏହି କମିଟିର ଅଧ୍ୟକ୍ଷ ରହିବେ। ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଆବାହକ, ଅତିରିକ୍ତ ଜିଲା ଚିକିତ୍ସାଧିକାରୀ, ଅତିରିକ୍ତ ଏସ୍‌ପି, ନିର୍ବାହୀ ଯନ୍ତ୍ରୀ (ରାସ୍ତା ଓ କୋଠା), ଜିଲା ଶିକ୍ଷାଧିକାରୀ ଏବଂ ଏମ୍‌ଭିଆଇ ସଦସ୍ୟ ରହିବେ। ଦୁର୍ଘଟଣାପ୍ରବଣ ସ୍ଥାନ ଚିହ୍ନଟ, ବୈଷୟିକ ଟିମ୍‌ ଦ୍ୱାରା ସମୀକ୍ଷା, ନିରାକରଣ ପଦକ୍ଷେପ ଏବଂ ବିଭିନ୍ନ ବିଭାଗ ସହ ସମନ୍ବୟ ରକ୍ଷା ସହ ଦୁର୍ଘଟଣା ହ୍ରାସ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ମାସରେ ଥରେ କମିଟିର ବୈଠକ ବସିବ ବୋଲି ସୁପ୍ରିମକୋର୍ଟ କମିଟି ପରାମର୍ଶ ଦେଇଛି। ବର୍ତ୍ତମାନ ଜିଲା ସଡ଼କ ସୁରକ୍ଷା ସମିତିର ବୈଠକ ନିୟମିତ ବସୁ ନ ଥିବାରୁ କମିଟି ଅସନ୍ତୋଷ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri