ସଡ଼କ ଦୁର୍ଘଟଣା, ଗାଡି ଚୋରି ରୋକିବା ଲାଗି ପେଟେଣ୍ଟ ଆବେଦନ କଲେ ୭ମ ଶ୍ରେଣୀ ଛାତ୍ର

ନୂଆଦିଲ୍ଲୀ,୨୯-୭: ସପ୍ତମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର ସଡ଼କ ଦୁର୍ଘଟଣା ତଥା ଗାଡି ଚୋରି ରୋକିବା ଲାଗି କେତେକ ଆପ୍‌ ତିଆରି କରିଛନ୍ତି। ମାତ୍ର ୧୨ ବର୍ଷ ବୟସର ଏହି ଛାତ୍ରଙ୍କ ପକ୍ଷରୁ ଏବେ ସୁଦ୍ଧା ୩ ପେଟେଣ୍ଟ ଆବେଦନ କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମହାରାଷ୍ଟ୍ରର ଏହି ପ୍ରତିଭାବାନ ଛାତ୍ର ବି.ଏସ୍‌.ରେବନ୍ତ ନମ୍ବୁରିଙ୍କୁ ଭେଟି ତାଙ୍କର ପ୍ରସ୍ତୁତିକୁ ପରଖିଛନ୍ତି। ତାଙ୍କର ପ୍ରଯୁକ୍ତିକୁ ବ୍ୟବହାରରେ ଆଣିବା ଲାଗି ଗଡ଼କରୀ ଯଥାସମ୍ଭବ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଏହି ଆପ୍‌ଗୁଡ଼ିକୁ ଅଦ୍ୟାବଧି ପ୍ରଯୁକ୍ତିଗତ ଅନୁମୋଦନ ମିଳିନାହିଁ। ରେବନ୍ତ ନାଗପୁରର ମାଉଣ୍ଟ ଲିଟେରା ଜୀ ସ୍କୁଲ୍‌ର ୭ମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ଦୁର୍ଘଟଣାକୁ ହ୍ରାସ କରିବା ଲକ୍ଷ୍ୟରେ ସେ ସଡ଼କ ନିୟମର ଉଲ୍ଲଂଘନକାରୀଙ୍କୁ ଧରିବା ଲାଗି ଚାଳକଙ୍କ ପ୍ରତ୍ୟେକ ମୁହୂର୍ତ୍ତର ଗାଡ଼ିଚାଳନା ଉପରେ ନଜର ରଖିବାକୁ ଏକ ଆପ୍‌ ତିଆରି କରିଛନ୍ତି। ଏଥିରେ ସିଟ୍‌ବେଲ୍ଟ ସେନ୍ସର, ବ୍ରିଥ୍‌ଲାଇଜର, ହାର୍ଟ ରେଟ୍‌ ଆନାଲାଇଜର ଓ ସିପିୟୁ ସାମିଲ ହୋଇଛି, ଯାହା କି ସୂଚନାକୁ ଜମା କରିଥାଏ ତଥା ପ୍ରାଧିକରଣକୁ ସାବଧାନ କରିଥାଏ। ଦ୍ୱିତୀୟ ପ୍ରକାର ଆପ୍‌କୁ ରେବନ୍ତ କ୍ୟୁଆର କୋଡ୍‌ ଆଧାରିତ ତିଆରି କରିଛନ୍ତି, ଯାହା କି ବିନା ନେଟ୍‌ଓ୍ବର୍କରେ ଯେକୌଣସି ସ୍ଥାନରୁ ଡାଟା ଅଥବା ଦସ୍ତାବେଜର ପ୍ରିଣ୍ଟ କରିବାରେ ସକ୍ଷମ। ସେହିପରି ପେଟେଣ୍ଟ ପାଇଁ ଆବେଦନ କରାଯାଇଥିବା ଅନ୍ୟ ଏକ ଆପ୍‌ ଜରିଆରେ ଗାଡ଼ି ଚୋରିକୁ ରୋକି ହେବ। ଏହା ଏକ ସ୍ମାର୍ଟ ଚାବି, ଯାହା କି ପୂର୍ବରୁ ଲଗାଯାଇଥିବା ସିମ୍‌ କାର୍ଡ ବ୍ୟବହାର କରିଥାଏ। ରେବନ୍ତ କହିଛନ୍ତି ଯେ, ସମାଜର କଲ୍ୟାଣାର୍ଥେ ତାଙ୍କ ଦ୍ୱାରା ଉଦ୍ଭାବିତ ପ୍ରଯୁକ୍ତିକୁ ସରକାର କିମ୍ବା ଘରୋଇ କମ୍ପାନୀ ବ୍ୟାପକ ହାରରେ ବ୍ୟବହାର କରିପାରିବେ। ସେଥିଲାଗି ସେ ପେଟେଣ୍ଟ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ଗଡ଼କରୀ କହିଛନ୍ତି ଯେ, ତାଙ୍କ ମନ୍ତ୍ରଣାଳୟ ନବପ୍ରବର୍ତ୍ତକଙ୍କୁ ସର୍ବଦା ପ୍ରୋତ୍ସାହିତ କରିଆସୁଛି। ରେବନ୍ତଙ୍କ ଉଦ୍ଭାବନ ପ୍ରଯୁକ୍ତିଗତ ମାନଦଣ୍ଡ ପୂରଣ କରୁଥିଲେ ସଡ଼କରେ ଦୁର୍ଘଟଣା କମାଇବା ଲାଗି ବ୍ୟବହାର କରିବ। ଆୟୁର୍ବେଦରେ ଏମ୍‌ଡି ଡିଗ୍ରୀ ହାସଲ କରିଥିବା ରେବନ୍ତଙ୍କ ମା’ ଶିଳ୍ପା ଶେଖର ରେବନ୍ତ କହିଛନ୍ତି, ଦିନେ ନିଜ କାରରେ ପୁଅ ସହ ଯିବା ବେଳେ ଏକ ମାଲ୍‌ବୋଝେଇ ଗାଡ଼ି ଟ୍ରାଫିକ୍‌ ସିଗନାଲ ଭାଙ୍ଗି ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଏହି ଦୁର୍ଘଟଣା ହିଁ ପୁଅ ରେବନ୍ତଙ୍କୁ ଆପ୍‌ ତିଆରି କରିବାକୁ ପ୍ରୋତ୍ସାହିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ବଢିଲା ଯୁଦ୍ଧ ଭୟ! ନୂଆବର୍ଷରେ ପାକିସ୍ତାନ ଭାରତ ସୀମାରେ କଲା ଏମିତି କାମ…

ଇସଲାମବାଦ,୧।୧: ସମଗ୍ର ବିଶ୍ୱ ନୂତନ ବର୍ଷ ପାଳନ କରୁଥିବା ବେଳେ, ପାକିସ୍ତାନ ତାର ଘୃଣ୍ୟ କାର୍ଯ୍ୟକଳାପ ଜାରି ରଖିଛି। ନୂତନ ବର୍ଷ ସକାଳୁ ସକାଳୁ ଜମ୍ମୁ...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

ଆଜି ପରମାଣୁ ସ୍ଥାନର ଠିକଣା ଦେବେ ଭାରତ-ପାକିସ୍ତାନ, ଯୁଦ୍ଧ ନେଇ ସଙ୍କେତ!

ନୂଆଦିଲ୍ଲୀ,୧।୧: ଆମର ପଡ଼ୋଶୀ ଏବଂ ଶତ୍ରୁ ପାକିସ୍ତାନର କାର୍ଯ୍ୟକଳାପ ସମସ୍ତଙ୍କୁ ଜଣା। ତେବେ ଆଜି ଉଭୟ ଦେଶ ପରସ୍ପର ସହିତ ଏକ ତାଲିକା ବାଣ୍ଟିବେ, ଯେଉଁଥିରେ...

ଜାଡ଼ରେ ଜିରୋ ନାଇଟ, ସକାଳୁ ନୂଆବର୍ଷ ପାଇଁ ଉତ୍ସବମୁଖର: ଭାଇଚାରା ବାଣ୍ଟିଲେ ଅଞ୍ଚଳବାସୀ

ଦାରିଙ୍ଗବାଡି, ୧ (୧ (ଅରୁଣ ସାହୁ ):ଓଡିଶାର କାଶ୍ମୀର ଦାରିଙ୍ଗବାଡିରେ ଲାଗି ରହିଛି ଶୀତ। ତାପମାତ୍ରା ୭ ଡିଗ୍ରୀ ରହିଥିବାବେଳେ ଶୀତକୁ ଖାତିର ନକରି ସବୁଠି...

ନିଆରା ଢଙ୍ଗରେ ନୂଆବର୍ଷକୁ ସ୍ବାଗତ: ଚା’ ବାଣ୍ଟି ଜଣାଇଲେ ଶୁଭେଚ୍ଛା

ରାଇକିଆ,୧।୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ ହୋଇଛି ଇଂରାଜୀ ନୂତନ ବର୍ଷ। ଏହାକୁ ନିଆରା ଢଙ୍ଗରେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri