ବିଦେଶୀ ସଭରେନ ବଣ୍ଡ ଯୋଜନା; ପୁନର୍ବିଚାର ଲାଗି ସୀତାରାମନ୍‌ ଅରାଜି

ନୂଆଦିଲ୍ଲୀ,୨୯-୭: ବିଦେଶୀ ସଭରେନ ବଣ୍ଡ ଜାରି କରି ଭାରତ ପ୍ରାୟ ୧୦ ବିଲିୟନ ଡଲାର ଋଣ ଆଣିବାକୁ ବିଚାର କରୁଛି। ଏହାକୁ ଦେଶର ବହୁ ନାମିଦାମୀ ଅର୍ଥନୀତିଜ୍ଞ ବିରୋଧ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଏହାର ପୁନର୍ବିଚାର କରିବାକୁ ଅର୍ଥମନ୍ତ୍ରୀ ନିର୍ମଳ ସୀତାରାମନ୍‌ଙ୍କୁ ଅନୁରୋଧ କରିଥିଲେ। ତେବେ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ଦେଶର ଅର୍ଥନୀତି ପ୍ରତି ଦୀର୍ଘକାଳୀନ ବିପଦ ରହିଥିବା ସତ୍ତ୍ୱେ ସେ ନିଜ ନିଷ୍ପତ୍ତିର ପୁନର୍ବିଚାର କରିବେ ନାହିଁ ବୋଲି ଉଲ୍ଲେଖ କରି ସୀତାରାମନ୍‌ କହିଛନ୍ତି ଯେ, ତାଙ୍କୁ ସମୀକ୍ଷା ପାଇଁ କେହି କହିନାହାନ୍ତି। ଉଲ୍ଲେଖଥାଉ କି, ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ବଜେଟ ଉପସ୍ଥାପନ କରି ସୀତାରାମନ୍‌ ବିଦେଶୀ ସଭରେନ ବଣ୍ଡ ଜାରି କରାଯିବ। ଏହା ମାଧ୍ୟମରେ ପ୍ରାୟ ୧୦ବିଲିୟନ ଡଲାର ଋଣ ନିଆଯିବ। ତେବେ ଏହି ନିଷ୍ପତ୍ତିକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନରମାନେ, ଅର୍ଥନୀତିଜ୍ଞ ଓ ଭାଜପାର ସହଯୋଗୀ ଏହାକୁ ସମାଲୋଚନା କରୁଛନ୍ତି। ଡଲାର ଆକାରରେ ବିଦେଶୀ ବଣ୍ଡ ଜାରି କରାଯାଉଥିବାରୁ କୌଣସି ପରିସ୍ଥିତିରେ ଟଙ୍କାର ମୂଲ୍ୟ କମିଲେ ସରକାରଙ୍କୁ ଅଧିକ ଅର୍ଥ ଋଣ ବାବଦରେ ଶୁଝିବାକୁ ହେବ। ଫଳରେ ଋଣ ବୋଝ ଦିନକୁ ଦିନ ବଢ଼ିବ ବୋଲି ସେମାନେ ଯୁକ୍ତି ଦର୍ଶାଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ଅର୍ଥମନ୍ତ୍ରୀ ପୂର୍ବରୁ ମିଡିଆ ସହ ଆଲୋଚନା କାଳରେ କହିଥିଲେ ଯେ, ସରକାରଙ୍କ ମୋଟ ଋଣ କାର୍ଯ୍ୟକ୍ରମର ଏକ ଅଂଶବିଶେଷ ଭାବେ ବିଦେଶୀ ବଣ୍ଡ ଜାରି କରାଯିବ। ଏହାଦ୍ୱାରା ଘରୋଇ ବଜାରରେ ସରକାରଙ୍କ ସିକ୍ୟୁରିଟି ଚାହିଦା ସ୍ଥିତି ଉପରେ ଲାଭଜନକ ପ୍ରଭାବ ପଡିବ। ତେବେ ଏହି ବଣ୍ଡ ଜାରି କରିବାର ସମୟ ଏବଂ ଏହାର ଆକାର ସମ୍ପର୍କରେ ଅଦ୍ୟାବଧି କିଛି ନିଷ୍ପତ୍ତି ନିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

E20 ପେଟ୍ରୋଲରେ କମୁଛି ଗାଡ଼ିର ମାଇଲେଜ୍‌? ପ୍ରଥମ ଥର ମାନିଲେ ସରକାର

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ସରକାର ବୁଧବାର କହିଛନ୍ତି ଯେ E20 ପେଟ୍ରୋଲ (୨୦ ପ୍ରତିଶତ ଏଥାନୋଲ ମିଶ୍ରିତ ପେଟ୍ରୋଲ) ବ୍ୟବହାର ଦ୍ୱାରା E10 ପେଟ୍ରୋଲ ପାଇଁ ଡିଜାଇନ୍ କରାଯାଇଥିବା…

ପେଟ୍ରୋଲ ପରେ ଡିଜେଲର ପାଳି! ଆରମ୍ଭ ହେବ ବାୟୋ ଡିଜେଲ, ଜାଣନ୍ତୁ କେତେ ପରିମାଣରେ ମିଶିବ…

ନୂଆଦିଲ୍ଲୀ,୨୨।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ (Ethnaol Blending) କୁ ନେଇ ସାରା ଦେଶରେ ବେଶ୍ ହଙ୍ଗାମା ଚାଲିଛି। ଏହି ପେଟ୍ରୋଲ ଯୋଗୁଁ ସେମାନଙ୍କ ଗାଡ଼ି ଖରାପ ହେଉଥିବା…

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri