ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୩ ଆହତ

ବାରିପଦା ଅଫିସ,୫।୬- ମୟୂରଭଞ୍ଜ ଜିଲା ଶୁଳିଆପଦା ଥାନା ଅଧୀନ ବାରିପଦା- ବାଘଡା ରାସ୍ତା ହାତୀମରା ସ୍ଥିତ ପାକଟିଆ ଜଙ୍ଗଲଠାରେ ମଙ୍ଗଳବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁଘର୍ଟଣା ଘଟିଛି। ଏକ କୁକୁଡା ବୋଝେଇ ପିକଅପ ଭ୍ୟାନ (ଓଡ଼ି୧୧କ୍ୟୁ ୮୧୯୫) ଗୋଟିଏ ବାଇକ (ଡବ୍ଲ୍ୟୁବି ୩୪ଏ୦୨୬୫୮) କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଅଢ଼େଇ ବର୍ଷର ଶିଶୁଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନଙ୍କଠାରୁ ଖବରପାଇ ଶୁଳିଆପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ଆହତମାନଙ୍କୁ କୋଷ୍ଠା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ। ପରେ ଆହତମାନଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ପୋଲିସ ଏକ ମାମଲା (ନଂ.୨୪/୧୯) ରୁଜୁ କରି ଦୁର୍ଘଟଣା ଘଟାଇଥିବା ପିକଅପ ସହ ବାଇକକୁ ଜବତ କରିଛି। ମୃତ ବ୍ୟକ୍ତି ଜଣକ ପଶ୍ଚିମମେଦିନାପୁର ଥାନା ଅନ୍ତର୍ଗତ ଦାନ୍ତୁନ ଅଞ୍ଚଳର ରାଜୀବ ପାତ୍ର (୩୨) ବୋଲି ଜଣାପଡଛିି। ଆହତମାନେ ହେଲେ ଜରିପଦା ଅଞ୍ଚଳର ପୂର୍ଣ୍ଣିମା ନାଏକ (୨୫) ଓ ତାଙ୍କର ଅଢ଼େଇ ବର୍ଷର ଶିଶୁ କନ୍ୟା ପାଏଲ ନାଏକ ଏବଂ ତାଙ୍କ ଭାଇ ଅବିନାଶ ଧଳ (୩୨)। ଦାନ୍ତୁନ ଅନ୍ତର୍ଗତ ବଡ଼ବାଘଡାର ସମର ଦାସ ଥାନାରେ କରିଥିବା ଅଭିଯୋଗ ଅନୁସାରେ,ତାଙ୍କ ମାମଁୁ ପୁଅ ଭାଇ ମୃତ ରାଜୀବ ଏବଂ ତାଙ୍କ ସାଙ୍ଗ ଅବିନାଶ ଶୁଳିଆପଦା ଥାନା ଅନ୍ତର୍ଗତ ବଡ଼ତୁଙ୍ଗାଧୁଆ ଅଞ୍ଚଳକୁ ଆସିଥିଲେ। ମଙ୍ଗଳବାର ବାଇକ ଯୋଗେ ବଡ଼ବାଘଡାକୁ ରାଜୀବ, ଅବିନାଶ,ପୂର୍ଣ୍ଣିମା ଏବଂ ତାଙ୍କର ଝିଅ ଫେରୁଥିବା ବେଳେ ହାତୀମରା ସ୍ଥିତ ପାକଟିଆ ଜଙ୍ଗଲ ନିକଟରେ କୁକୁଡା ବୋଝେଇ ପିକଅପ ଭ୍ୟାନ ସେମାନଙ୍କୁ ଧକ୍କା ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?