ସଡ଼କରେ ସୁରକ୍ଷିତ ଲ୍ୟାଣ୍ଡ କଲା ବିମାନ

ତେହେରାନ,୨୮।୧: ଇରାନର ବନ୍ଦର-ଏ-ମହସହରର ରାସ୍ତା ଉପରେ ସୋମବାର ଏକ ବିମାନ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରିବା ଜଣାପଡିଛି। ହେଲେ ଏହି ବିମାନଟି ଲ୍ୟାଣ୍ଡ କରିବା ପରେ ଆଖପାଖରେ ଥିବା ଲୋକେ ଏହା ଦେଖି ଡରି ଯାଇଥିଲେ। କିନ୍ତୁ ବିମାନରେ ଥିବା ସମସ୍ତ ୧୩୫ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିବା ପରେ ଲୋକେ ଆଶ୍ୱସ୍ତ ହୋଇଥିଲେ। ବିମାନରେ ଯାନ୍ତ୍ରୀକ ତ୍ରୁଟି କାରଣରୁ ଏହାକୁ ରାସ୍ତା ଉପରେ ଏମରଜେନ୍ସି ଲ୍ୟାଣ୍ଡିଂ କରାଯାଇଥିଲା। ହେଲେ ଲ୍ୟାଣ୍ଡି ସମୟରେ ବିମାନର ଚକ ଭାଙ୍ଗିଯିବାରୁ ଏଥିରେ ନିଆଁ ଲାଗିବା ସମ୍ଭାବନାକୁ ଦେଖି ଦମକଳ ବାହିନୀ ଏହା ଉପରକୁ ପାଣି ସ୍ପ୍ରେ କରିବାରୁ ସବୁ ଯାତ୍ରୀଙ୍କ ଜୀବନ ବଞ୍ଚି ଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ବିମାନଟି କାସ୍ପିୟାନ ଏୟାରଲାଇନ୍ସର ଥିବା ବେଳେ ୨୦୦୯ରେ ଏକି କମ୍ପାନୀର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇ ସେଥିରେ ଥିବା ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୱିକିଲିକ୍ସର ପ୍ରତିଷ୍ଠାତା ଆସେଞ୍ଜଙ୍କ ଜାମିନ ଖାରଜ

ଲଣ୍ଡନ,୬।୧: ଗୁପ୍ତ ସାମରିକ ଦଲିଲ ପ୍ରକାଶନ ଅଭିଯୋଗର ଜେଲରେ ଥିବା ୱିକିଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କ ଜାମିନକୁ ବ୍ରିଟେର ଏକ କୋର୍ଟ ବୁଧବାର ଖାରଜ କରିଛନ୍ତି।...

ବାଇଡେନ୍‌ ରାଷ୍ଟ୍ରପତି ହେବା ପରେ ନାତୁଣୀ ଶେୟାର କଲେ ଫଟୋ, ଲେଖିଲେ ଏହି ବାର୍ତ୍ତା

ଓ୍ବାଶିଂଟନ,୮ା୧୧: ଆମେରିକାର ରାଷ୍ଟ୍ରପତି ଭାବେ ବିଜୟୀ ଲାଭ କରିଛନ୍ତି ଜୋ ବାଇଡେନ୍‌। ପେନ୍‌ସିଲଭାନିଆରେ ଯେତେବେଳେ ଜୋ ବାଇଡେନ୍‌ଙ୍କୁ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ଘୋଷଣା କରାଯାଇଥିଲା...

ଏକ ଛତ୍ରବାଦୀ ଶାସକ କିମ୍‌ଙ୍କ ନୂଆ ଆଦେଶ: ପୋଷା କୁକୁରକୁ ହତ୍ୟାକରି ଖାଇବେ ଲୋକେ

ସିଓଲ, ୧୯।୮: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଏବେ ଦେଶରେ ନୂଆ ଆଦେଶ ଜାରି କରିଛନ୍ତି। ନୂଆ ଆଦେଶ ଅନୁସାରେ ଘରେ ପୋଷା...

ଜାପାନ ବନ୍ୟାରେ ୪୦ ମୃତ

ଟୋକିଓ,୭ା୭: ଜାପାନର ଦକ୍ଷିଣ ଭାଗରେ ତିନିଦିନ ଧରି ପ୍ରବଳ ବର୍ଷା ସହ ବନ୍ୟା ଆସିବା ଯୋଗୁ ୪୦ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୦ ଜଣ...

ପାକ୍‌ ମସ୍‌ଜିଦରେ ବିସ୍ଫୋରଣ: ୧୩ ନିହତ

କରାଚି,୧୧ା୧(ପି.ଟି.): ପାକିସ୍ତାନର ବେଲୁଚିସ୍ତାନ ରାଜଧାନୀ କ୍ୱେଟାସ୍ଥିତ ଏକ ମସ୍‌ଜିଦରେ ଶୁକ୍ରବାର ବିସ୍ଫୋରଣ ଘଟି ୧୩ ଜଣଙ୍କ ମୃତ୍ୟୁ ହେବା ସହ ୧୧ ଆହତ ହୋଇଛନ୍ତି। ମୃତକଙ୍କ...

ଜି-୭ ସମ୍ମିଳନୀ ସ୍ଥଗିତ: ପ୍ରଥମେ ଭାରତକୁ ନିମନ୍ତ୍ରଣ କରିବେ ଟ୍ରମ୍ପ

ଓ୍ବାଶିଂଟନ,୩୧।୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ସୂଚନା ଦେଇଛନ୍ତି କି ଜି-୭ ସମ୍ମିଳନୀ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତ ରଖାଗଲା। ତେବେ ଏହା ପୂର୍ବରୁ ସେ...

୨୧ ଦିନକୁ ବୃଦ୍ଧି ହେଲା କ୍ୱାରାଣ୍ଟାଇନ୍‌ ପିରିୟଡ

ଭୂଟାନ,୩୦।୩: କରୋନା ଭାଇରସର କ୍ୱାରାଣ୍ଟାଇନ୍‌ ପିରିୟଡକୁ ଭୂଟାନରେ ୨୧ ଦିନ ପାଇଁ ବୃଦ୍ଧି କରାଯାଇଛି। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏତେ ଅଧିକ ନ ଥିଲେ...

ଅସଲ ହିରୋର ଫଟୋ ଶେୟାର କରି ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ

ଓ୍ବାଶିଂଟନ,୩୧।୧୦: ଉତ୍ତର ପଶ୍ଚିମ ସିରିୟାର ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ ଷ୍ଟେଟ(ଆଇଏସ୍‌)ର ମୁଖ୍ୟ ଅବୁ ବକର ଅଲ୍‌ ବଗଦାଦି ଶିବିରରେ ଆକ୍ରମଣ କରିବା ସମୟରେ ଆହତ ହୋଇଥିବା...

Advertisement


Archives

Model This Week

Why Dharitri