ସଞ୍ଜ ହେଲେ ଧାନ ଫସଲ ଉଜାଡ଼ୁଛନ୍ତି ହାତୀ

ଚମ୍ପୁଆ,୩୦ା୬(ଡି.ଏନ.ଏ.)-ଚମ୍ପୁଆ ରେଞ୍ଜରେ ହାତୀ ଉପଦ୍ରବ ଆରମ୍ଭ ହୋଇଥିବା ବେଳେ ଚାଷୀ କୂଳରେ ଚିନ୍ତା ବଢିବାରେ ଲାଗିଛି। ବିଲରେ ପାଚିଲା ଧାନ ଏବେ ହାତୀଙ୍କ ଦ୍ୱାରା କ୍ଷତିଗ୍ରସ୍ତ ହେବାରେ ଲାଗିଛି। ସଞ୍ଜ ନଇଁଲେ ହାତୀ ପଲ ଫେରି ଆସୁଥିବାରୁ ଚାଷୀମାନେ ସଞ୍ଜ ନଇଁବା ପୂର୍ବରୁ ଚାଷ ଜମି ଛାଡି ଘରକୁ ଫେରୁଛନ୍ତି। ଏକ ପଟେ ଅଧା କଟା ଧାନ ବିଡାର ଲୋଭ ଅନ୍ୟ ପଟେ ଜୀବନ ପ୍ରତି ବିପଦ ଚାଷୀଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇ ଠିଆ ହୋଇଛି।
ସୂଚନା ଅନୁସାରେ ଚମ୍ପୁଆ ରେଞ୍ଜରେ ଥିବା ୧୮ ଗୋଠିଆ ହାତୀ ପଲ ଗତ ରାତି ରରୁଆଁଗୋଡା, ରଙ୍ଗାମାଟିଆ, କାଟୁଳିକନା ଆଦି ଅଞ୍ଚଳରେ ଉପଦ୍ରବ ଚଳାଇଥିବା ବେଳେ ଉକ୍ତ ଅଞ୍ଚଳରେ ଚାଷ ଜମି ଗୁଡିକରେ ଥିବା ପାଚିଲା ଧାନ ଗୁଡିକୁ ନଷ୍ଟ କରିବା ସହିତ ମାଡି ଦଳି ଦେଇଛନ୍ତି। ଏପରିକି ଜମି ନିକଟ ଖଳାରେ ଥିବା କଟା ଧାନ ଗୁଡିକୁ ଖାଇବା ସହିତ ନଷ୍ଟ କରୁଛନ୍ତି। ଶନିବାର ରାତିରେ ଏହି ହାତୀ ପଲ ରରୁଆଁଗୋଡାର ପଦ୍ମନାଭ ଗିରି, ରଘୁମଣୀ ଗିରି ଓ ବିଦ୍ୟାଧର ଗିରିଙ୍କ ପ୍ରାୟ ଏକରରୁ ଊର୍ଦ୍ଧ୍ୱ ଚାଷ ଜମି ନଷ୍ଟ କରିବା ସହିତ ନିକଟରେ ଥିବା ଖଳାରେ ପଶି କଟା ଧାନକୁ ନଷ୍ଟ କରିଛନ୍ତି। ଏହି ହାତୀ ପଲ ସନ୍ଧ୍ୟା ହେଲେ କେନ୍ଦୁଝର ମଧ୍ୟକୁ ପ୍ରବେଶ କରୁଥିବା ବେଳେ ସକାଳ ହେଲେ ବୈତରଣୀ ପାର ହୋଇ ମୟୂରଭଞ୍ଜକୁ ଯାଉଥିବା ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ଗାଈକୁ ବଞ୍ଚାଇବାକୁ ଯାଇ ଓଲଟିଲା ଟୁରିଷ୍ଟ ବସ୍: ୧୫ରୁ ଊର୍ଦ୍ଦ୍ବ ଗୁରୁତର

ନୀଳଗିରି, ୧୯।୯, (ପ୍ରଶାନ୍ତ କୁମାର ବିଶ୍ବାଳ): ଶେରଗଡ଼ ନୀଳଗିରି ଦେଇ ମୟୁରଭଞ୍ଜକୁ ସଂଯୋଗ କରୁଥିବା ୧୯ନଂ ରାଜ୍ୟ ରାଜପଥର ଗୁହିରା ଏବଂ ଛତ୍ରପୁର ମଝି ରାସ୍ତା ଭୁଡୁରୁବଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?