ସଞ୍ଜ ନଇଁଲେ ଅନ୍ଧାରର ରାଜୁତି

ବାଲେଶ୍ୱର ଅଫିସ, ୧୩ା୬(ମାନସ ବିଶ୍ୱାଳ)-ବାଲେଶ୍ୱର ସଦର ବ୍ଲକ ପରୀଖି ପଞ୍ଚାୟତ କୁଡ଼ିପାହି ଗ୍ରାମରେ ବସବାସ କରୁଥିବା ୪୦ରୁ ଊର୍ଦ୍ଧ୍ୱ ଗରିବ ପରିବାର ଏଯାଏ ବିଦ୍ୟୁତ୍‌ ଆଲୋକ ଦେଖିନାହାନ୍ତି। ସଞ୍ଜ ନଇଁଲେ ସେଠାରେ ରାଜୁତି କରୁଛି ଅନ୍ଧାର। ନିର୍ବାଚନ ସମୟ ଆସିଲେ ରାଜନେତାମାନେ ପକ୍କାରାସ୍ତା ସହ ବିଦ୍ୟୁତ୍‌ ସଂଯୋଗ କରାଇ ଦେବାର ପ୍ରତିଶ୍ରୁତି ଦେଇ ଭୋଟ ହାତେଇ ନେଉଛନ୍ତି। ଏହି ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି। ସବୁଆଡ଼େ ପିଲାମାନେ ବିଜୁଳି ବତି ତଳେ ପାଠ ପଢୁଥିବା ବେଳେ ଏଠି ପିଲାମାନେ ଡିବିରି ଲଗାଇ ପାଠ ପଢ଼ନ୍ତି। ଗ୍ରୀଷ୍ମ ଋତୁରେ ତାପମାତ୍ରା ୪୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଉଥିବାରୁ ବୟସ୍କଙ୍କଠାରୁ ଆରମ୍ଭ କରି ଶିଶୁ ସଭିଏ ପ୍ରବଳ ଗରମରେ ଦହଗଞ୍ଜ ହେଉଛନ୍ତି। ଗଁ।କୁ ବିଦ୍ୟୁତ୍‌ ସଂଯୋଗ ନ ହେଲେ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ଗ୍ରାମବାସୀ ପାର୍ବତୀ ସିଂ ଓ ପୀତାମ୍ବର ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି।
ବଳରାମଗଡ଼ି ନିକଟବର୍ତ୍ତୀ ୧୦ନଂ. ୱାର୍ଡର ଲୋକମାନେ ଦିନମଜୁରି ଲାଗି ପେଟ ପୋଷନ୍ତି। ଗାଁକୁ ଭଲ ରାସ୍ତା ନାହିଁ। ସାମାନ୍ୟ ବର୍ଷା ହେଲେ ଲୋକେ ବିଲ ଦେଇ ପରୀଖି ବଜାରକୁ ଯାତାୟାତ କରିଥାନ୍ତି। ଦୀର୍ଘବର୍ଷ ଧରି ଗାଁକୁ ପକ୍କାରାସ୍ତା ଓ ବିଦ୍ୟୁତ୍‌ ସଂଯୋଗ ପାଇଁ ଗ୍ରାମବାସୀ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ନିର୍ବାହୀଯନ୍ତ୍ରୀଙ୍କ ନିକଟରେ ଦାବିପତ୍ର ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଦୁଇବର୍ଷ ତଳେ ତତ୍କାଳୀନ ବିଧାୟକ ଜୀବନପ୍ରଦୀପ ଦାଶଙ୍କ ଉଦ୍ୟମ କ୍ରମେ ସୌଭାଗ୍ୟ ଯୋଜନାରେ ଏହି ୱାର୍ଡକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ନେସ୍କୋ ପକ୍ଷରୁ ଖୁଣ୍ଟ ପୋତାଯାଇଥିଲା। ଏହାପରଠାରୁ ଆଉ କାମ ଆଗେଇ ପାରି ନାହିଁ। କେନ୍ଦ୍ର ସରକାର ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ଯୋଗାଇବାର ବ୍ୟବସ୍ଥା କରାଇଥିଲେ ମଧ୍ୟ ଲୋକେ ଏଯାଏ ବିଜୁଳି ପାରିପାରି ନାହାନ୍ତି। ଗତ ମେ’ ୩୧ ତାରିଖରେ ପରୀଖି ସରପଞ୍ଚ କବିତା ପାତ୍ର ନେସ୍କୋର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ତାର ସଂଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ୭ ଦିନ ମଧ୍ୟରେ ତାର ଟଣା ହୋଇ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି ଅଧୀକ୍ଷଣ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ୧ମାସ ବିତିଯାଇଥିଲେ ମଧ୍ୟ କୌଣସି କାମ ଠିକାଦାର ଆରମ୍ଭ କରି ନ ଥିବା ଅଭିଯୋଗ କରିଛନ୍ତି।
ବିଧାୟକଙ୍କ ପ୍ରତିନିଧି ଗୌରାଙ୍ଗ ଦାସ ନେସ୍କୋର ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଆଗାମୀ ୧୫ଦିନ ମଧ୍ୟରେ ତାର ଟଣାଯାଇ ବିଦ୍ୟୁତ୍‌ ସଂଯୋଗ କରାଯିବ ବୋଲି ଦାସ ପ୍ରତିଶ୍ରୁତି ଦେଇଛନ୍ତି।
ଏ ସମ୍ପର୍କରେ ନେସ୍କୋର ଅଧୀକ୍ଷଣ ଯନ୍ତ୍ରୀ ବ୍ରଜସୁନ୍ଦର ପରିଡ଼ା କୁହନ୍ତି, ଉକ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ ପାଇଁ ହୋଇଥିବା ପ୍ରକଳ୍ପ ଅଟକଳ କାର୍ଯ୍ୟକାରୀ ସମୟରେ ଅଧିକ ଅର୍ଥ ଆବଶ୍ୟକ ଥିବାରୁ ପୁନର୍ବାର ପ୍ରକଳ୍ପ ପରିବର୍ତ୍ତନ ହେବାକୁ ସମୟ ଲାଗିଥିଲା। ପରେ ୨୦୧୯ ନିର୍ବାଚନ, ମହାମାରୀ କରୋନା ଏବଂ ଅମ୍ଫନ ବାତ୍ୟା ପାଇଁ କାର୍ଯ୍ୟ ବିଳମ୍ବ ହୋଇଛି। ଖୁବ୍‌ଶୀଘ୍ର କାମ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଜନଜାତି କମିଶନଙ୍କ ନିକଟରେ ହାଜର ହେଲେ କେନ୍ଦୁଝର ଜିଲାପାଳ

କେନ୍ଦୁଝର,୧୯।୫(ସ୍ବ.ପ୍ର.): ଜାତୀୟ ଜନଜାତି କମିଶନଙ୍କ ପାଖରେ ହାଜର ହେଲେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ। କମିଶନ ସଦସ୍ୟ ଅନନ୍ତ ନାୟକଙ୍କ ଉପସ୍ଥିତିରେ ଗୁରୁବାର ଶୁଣାଣି ହୋଇଛି।...

ଭଡାଘରୁ ମିସ୍ତ୍ରୀଙ୍କ ମୃତଦେହ ଜବତ

ବଲାଙ୍ଗୀର ଅଫିସ,୫।୩: ବଲାଙ୍ଗୀର ସହର ଗେଟ ସରୋବରପଡାରେ ଏକ ଭଡାଘରୁ ଶୁକ୍ରବାର ସକାଳେ ଜଣେ ଯୁବକଙ୍କ ମୃତଦେହକୁ ଟାଉନ ଥାନା ପୋଲିସ ଜବତ କରିଛି। ମୃତ...

ପରିବା ବିକୁଛନ୍ତି ପାଲାଗାୟକ

ଖୋର୍ଦ୍ଧା ଅଫିସ,୧୧।୮: କରୋନା ମହାମାରୀ ଲୋକଙ୍କ ଜୀବନ ନେବା ସହ ଜୀବିକା ବଦଳାଇ ଦେଇଛି। ପରିବାର ପ୍ରତିପୋଷଣ ପାଇଁ ଶେଷରେ ପରିବା ବିକିବାକୁ ବାଧ୍ୟ ହୋଇଛନ୍ତି...

ଜନ ଆନ୍ଦୋଳନଙ୍କ ରାଷ୍ଟ୍ରୀୟ ସମନ୍ବୟ ସମ୍ମିଳନୀ; ହକ୍‌ ମାଗିବା ଭିକ୍ଷା ନୁହେଁ: ମେଧା

ପୁରୀ ଅଫିସ, ୨୪।୧୧: ବର୍ତ୍ତମାନ ସରକାରଙ୍କ ବିଦେଶୀକରଣ ଓ କମ୍ପାନୀକରଣ ପ୍ରୀତି ଚାଲିଛି, ଯାହାକି ଏକ ସୁସ୍ଥ ସମାଜ ପାଇଁ ଠିକ୍‌ ନୁହେଁ। ଏହାକୁ ପରିତ୍ୟାଗ...

ଜମୁର୍ଡାରେ ଗୁଳିକାଣ୍ଡ : ଜଣଙ୍କ ଜୀବନ ଗଲା

ବରଗଡ଼ ଅଫିସ,୧୦ା୬: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମରେ ରବିବାର ବିଳମ୍ବିତ ରାତ୍ରିରେ ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ଜଣଙ୍କର ଜୀବନ ଯାଇଛି। ମୃତକ...

ଘୁମା ରୋଗରେ ମଲେଣି ୫ ହଜାରରୁ ଊର୍ଦ୍ଧ୍ୱ କୁକୁଡ଼ା: ଚାଷୀ ମହଲରେ ବଢ଼ୁଛି ଅସନ୍ତୋଷ

ବନ୍ତଳା,୨୦ା୯(ଡି.ଏନ.ଏ.)-ଅନୁଗୋଳ ବ୍ଲକ ଅଞ୍ଚଳରେ ଅଜଣା ରୋଗରେ ଗୋରୁ ଆକ୍ରାନ୍ତ ହେଉଥିବା ବେଳେ ଏବେ ବ୍ରଏଲର କୁକୁଡ଼ା ମଡ଼କ ଦେଖାଦେଇଛି। ବିଶେଷକରି ବନ୍ତଳା ଅଞ୍ଚଳରେ କିଛି ଦିନ...

ମହଜୁଦ୍‌ ଥାଇ ବି ଚାଷୀଙ୍କୁ ଦେଲେନି ସାର

ବୁଗୁଡ଼ା,୨୦ା୮(ଡି.ଏନ୍‌.ଏ.)- ବୁଗୁଡ଼ାର କେତେକ ସାର ଦୋକାନରେ ସାର ମହଜୁଦ ଥାଇ ମଧ୍ୟ ଚାଷୀଙ୍କୁ ଦିଆଯାଉ ନ ଥିଲା। ଏ ନେଇ ଚାଷୀମାନେ ତହସିଲ କାର୍ଯ୍ୟାଳୟରେ ଅଭିଯୋଗ...

ମା’ବାପାଙ୍କ ଆଗରେ ଚାଲିଗଲା ୨ ପିଲାଙ୍କ ଜୀବନ

ରମ୍ଭା,୧୦ା୩-ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ସାବୁଳିଆ ଛକରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ବିବାହ ଉତ୍ସବରେ ଯୋଗଦେବାକୁ...

Advertisement
Archives

Model This Week