ସଞ୍ଜ ନଇଁଲେ ଅନ୍ଧାରର ରାଜୁତି

ବାଲେଶ୍ୱର ଅଫିସ, ୧୩ା୬(ମାନସ ବିଶ୍ୱାଳ)-ବାଲେଶ୍ୱର ସଦର ବ୍ଲକ ପରୀଖି ପଞ୍ଚାୟତ କୁଡ଼ିପାହି ଗ୍ରାମରେ ବସବାସ କରୁଥିବା ୪୦ରୁ ଊର୍ଦ୍ଧ୍ୱ ଗରିବ ପରିବାର ଏଯାଏ ବିଦ୍ୟୁତ୍‌ ଆଲୋକ ଦେଖିନାହାନ୍ତି। ସଞ୍ଜ ନଇଁଲେ ସେଠାରେ ରାଜୁତି କରୁଛି ଅନ୍ଧାର। ନିର୍ବାଚନ ସମୟ ଆସିଲେ ରାଜନେତାମାନେ ପକ୍କାରାସ୍ତା ସହ ବିଦ୍ୟୁତ୍‌ ସଂଯୋଗ କରାଇ ଦେବାର ପ୍ରତିଶ୍ରୁତି ଦେଇ ଭୋଟ ହାତେଇ ନେଉଛନ୍ତି। ଏହି ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି। ସବୁଆଡ଼େ ପିଲାମାନେ ବିଜୁଳି ବତି ତଳେ ପାଠ ପଢୁଥିବା ବେଳେ ଏଠି ପିଲାମାନେ ଡିବିରି ଲଗାଇ ପାଠ ପଢ଼ନ୍ତି। ଗ୍ରୀଷ୍ମ ଋତୁରେ ତାପମାତ୍ରା ୪୨ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଉଥିବାରୁ ବୟସ୍କଙ୍କଠାରୁ ଆରମ୍ଭ କରି ଶିଶୁ ସଭିଏ ପ୍ରବଳ ଗରମରେ ଦହଗଞ୍ଜ ହେଉଛନ୍ତି। ଗଁ।କୁ ବିଦ୍ୟୁତ୍‌ ସଂଯୋଗ ନ ହେଲେ ଜିଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ଗ୍ରାମବାସୀ ପାର୍ବତୀ ସିଂ ଓ ପୀତାମ୍ବର ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି।
ବଳରାମଗଡ଼ି ନିକଟବର୍ତ୍ତୀ ୧୦ନଂ. ୱାର୍ଡର ଲୋକମାନେ ଦିନମଜୁରି ଲାଗି ପେଟ ପୋଷନ୍ତି। ଗାଁକୁ ଭଲ ରାସ୍ତା ନାହିଁ। ସାମାନ୍ୟ ବର୍ଷା ହେଲେ ଲୋକେ ବିଲ ଦେଇ ପରୀଖି ବଜାରକୁ ଯାତାୟାତ କରିଥାନ୍ତି। ଦୀର୍ଘବର୍ଷ ଧରି ଗାଁକୁ ପକ୍କାରାସ୍ତା ଓ ବିଦ୍ୟୁତ୍‌ ସଂଯୋଗ ପାଇଁ ଗ୍ରାମବାସୀ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ନିର୍ବାହୀଯନ୍ତ୍ରୀଙ୍କ ନିକଟରେ ଦାବିପତ୍ର ଦେଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଦୁଇବର୍ଷ ତଳେ ତତ୍କାଳୀନ ବିଧାୟକ ଜୀବନପ୍ରଦୀପ ଦାଶଙ୍କ ଉଦ୍ୟମ କ୍ରମେ ସୌଭାଗ୍ୟ ଯୋଜନାରେ ଏହି ୱାର୍ଡକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ନେସ୍କୋ ପକ୍ଷରୁ ଖୁଣ୍ଟ ପୋତାଯାଇଥିଲା। ଏହାପରଠାରୁ ଆଉ କାମ ଆଗେଇ ପାରି ନାହିଁ। କେନ୍ଦ୍ର ସରକାର ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ଯୋଗାଇବାର ବ୍ୟବସ୍ଥା କରାଇଥିଲେ ମଧ୍ୟ ଲୋକେ ଏଯାଏ ବିଜୁଳି ପାରିପାରି ନାହାନ୍ତି। ଗତ ମେ’ ୩୧ ତାରିଖରେ ପରୀଖି ସରପଞ୍ଚ କବିତା ପାତ୍ର ନେସ୍କୋର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ତାର ସଂଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ୭ ଦିନ ମଧ୍ୟରେ ତାର ଟଣା ହୋଇ ବିଦ୍ୟୁତ୍‌ ସଂଯୋଗ ଦିଆଯିବ ବୋଲି ଅଧୀକ୍ଷଣ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ଇତିମଧ୍ୟରେ ୧ମାସ ବିତିଯାଇଥିଲେ ମଧ୍ୟ କୌଣସି କାମ ଠିକାଦାର ଆରମ୍ଭ କରି ନ ଥିବା ଅଭିଯୋଗ କରିଛନ୍ତି।
ବିଧାୟକଙ୍କ ପ୍ରତିନିଧି ଗୌରାଙ୍ଗ ଦାସ ନେସ୍କୋର ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଆଗାମୀ ୧୫ଦିନ ମଧ୍ୟରେ ତାର ଟଣାଯାଇ ବିଦ୍ୟୁତ୍‌ ସଂଯୋଗ କରାଯିବ ବୋଲି ଦାସ ପ୍ରତିଶ୍ରୁତି ଦେଇଛନ୍ତି।
ଏ ସମ୍ପର୍କରେ ନେସ୍କୋର ଅଧୀକ୍ଷଣ ଯନ୍ତ୍ରୀ ବ୍ରଜସୁନ୍ଦର ପରିଡ଼ା କୁହନ୍ତି, ଉକ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ ପାଇଁ ହୋଇଥିବା ପ୍ରକଳ୍ପ ଅଟକଳ କାର୍ଯ୍ୟକାରୀ ସମୟରେ ଅଧିକ ଅର୍ଥ ଆବଶ୍ୟକ ଥିବାରୁ ପୁନର୍ବାର ପ୍ରକଳ୍ପ ପରିବର୍ତ୍ତନ ହେବାକୁ ସମୟ ଲାଗିଥିଲା। ପରେ ୨୦୧୯ ନିର୍ବାଚନ, ମହାମାରୀ କରୋନା ଏବଂ ଅମ୍ଫନ ବାତ୍ୟା ପାଇଁ କାର୍ଯ୍ୟ ବିଳମ୍ବ ହୋଇଛି। ଖୁବ୍‌ଶୀଘ୍ର କାମ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri