ସଞ୍ଚୟ ଦିଦିଙ୍କ ଠିକଣା ମହାନଦୀ ପଠା

ଅନୁଗୋଳ ସହର,୨୧।୧ ହାତ ଗଣତି କେତେଜଣଙ୍କୁ ବାଦ୍‌ ଦେଲେ ବାକି ପ୍ରାୟତଃ ମୂଲିଆ ଶ୍ରେଣୀର ଲୋକ। କେଉଁଠି କିଛି ମୂଲ ଲାଗିଲେ ସେମାନଙ୍କ ହାତକୁ ଆସେ ଦୁଇପଇସା। ସେଥିରୁ ପରିବାରର ପେଟ ପାଇଁ ରଖି ଅଳ୍ପ ସଞ୍ଚୟ କରିବାକୁ ଇଚ୍ଛା ଥିଲେ ବି ଜଙ୍ଗଲାଞ୍ଚଳ ହୋଇଥିବାରୁ ବ୍ୟାଙ୍କ ନିକଟରେ ପହଞ୍ଚିବା ହୋଇପଡ଼ୁଛି କାଠିକର ପାଠ। ଶହେ ଟଙ୍କା ରଖିବାକୁ ଗଲେ ପଚାଶ ଟଙ୍କା ଖର୍ଚ୍ଚ ହେବ ସେମାନଙ୍କର। ଏପରି ଏକ ଅଞ୍ଚଳର ଶ୍ରମଜୀବୀ ମଣିଷମାନଙ୍କ ସଞ୍ଚୟର ଭରସା ପାଲଟିଛନ୍ତି ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଟିକରପଡ଼ା ପଞ୍ଚାୟତର ସୁଭାଶିନୀ ସାହୁ। ୨୦ କିମି ଦୂର ଜଗନ୍ନାଥପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ସହାୟକ ଭାବେ କାର୍ଯ୍ୟ କରୁଥିବା ସୁଭାସିନୀ ପଞ୍ଚାୟତର ବିଭିନ୍ନ ଗଁାରେ ବୁଲି ଯୋଗାଉଛନ୍ତି ବ୍ୟାଙ୍କ ସେବା। ହେଲେ ଏଥିପାଇଁ କମ୍‌ କଷ୍ଟ କରିବାକୁ ପଡ଼ୁନି ତାଙ୍କୁ। ପଞ୍ଚାୟତରେ ଇଣ୍ଟରନେଟ୍‌ ସେବା ଉପଲବ୍ଧ ହେଉ ନ ଥିବାରୁ ଫଏଣ୍ଟ ଅଫ୍‌ ସେଲ୍‌ (ପିଓଏସ୍‌) ମେଶିନ ଧରି ଦୈନିକ ୮ କିମି ଦୂର ଘାଟସାହି ମୁହଁାଣ ମହାନଦୀ ପଠାରେ ଜଗି ବସିବାକୁ ପଡ଼ୁଛି ତାଙ୍କୁ। ସ୍ବଳ୍ପ ସମୟ ପାଇଁ ସେଠାରେ ନେଟ୍‌ ସଂଯୋଗ ମିଳୁଥିବାରୁ ସେହି ସମୟରେ ହିଁ ସେ କରିପାରୁଛନ୍ତି ଜମା ଆଉ ଉଠାଣ।
ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ଟିକରପଡ଼ା ପଞ୍ଚାୟତରେ ଟିକରପଡ଼ା, କୁଶଖଳି, କରଡ଼ାପଡ଼ା, କଟରଙ୍ଗ, ଗଇନ୍ଦି, ବେହେରାସାହି, ମଝିପଡ଼ା ଆଦି ଗ୍ରାମ ରହିଛି। ବ୍ଲକ ସଦର ମହକୁମାରୁ ଏହି ପଞ୍ଚାୟତର ଦୂରତା ୬୦ କିଲୋମିଟର। ୧୦ କିମି ଦୂରରେ ପୁରୁଣାକୋଟ ଥାନା ଥିଲେ ବି ସେଠାରେ କୌଣସି ବ୍ୟାଙ୍କ ନାହିଁ। ୨୦ କିମି ଦୂର ଜଗନ୍ନାଥପୁରରେ ଯେଉଁ ଗ୍ରାମ୍ୟ ବ୍ୟାଙ୍କ ରହିଛି ସେଠାରେ ପହଞ୍ଚିବାକୁ ଏହି ଶ୍ରମିକ ଶ୍ରେଣୀର ଲୋକଙ୍କୁ ୫୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ତେଣୁ ମିଳୁଥିବା ମୂଲ ମଜୁରିରୁ କିଛି ବଳାଇ ଭବିଷ୍ୟତ ପାଇଁ ସଞ୍ଚୟ କରିବାର ଇଚ୍ଛା ଥିଲେ ମଧ୍ୟ ଖର୍ଚ୍ଚାନ୍ତ ସହ ସମୟ ବାହାର କରି ଏତେବାଟ ଆସିବା ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ। ତେଣୁ ଗତ ୪ ବର୍ଷ ହେଲା ଉପରୋକ୍ତ ଗଁାର ଲୋକମାନଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେଉଛନ୍ତି ଗଇନ୍ଦି ଗ୍ରାମର ସୁଭାଶିନୀ ସାହୁ। ଜଗନ୍ନାଥପୁର ଗ୍ରାମ୍ୟ ବ୍ୟାଙ୍କର ଏକ ପିଓଏସ୍‌ ମେଶିନ ରଖିଥିବା ସହାୟକ ସୁଭାସିନୀ ସେଥିରେ ଟଙ୍କା ଜମା କରିବା ସହ ଉଠାଣର ସୁବିଧା ପଞ୍ଚାୟତବାସୀଙ୍କୁ ଯୋଗାଇ ଦେଉଛନ୍ତି। ନିଜ ଗଁାଠାରୁ ୮ କିମି ଦୂର ପଞ୍ଚାୟତର ମାତ୍ର ଗୋଟିଏ ସ୍ଥାନ ଟିକରପଡ଼ା ମହାନଦୀ ଗଣ୍ଡ ଘାଟସାହି ମୁହାଣରେ ଦୈନିକ କିଛି ସମୟ ପାଇଁ ଇଣ୍ଟରନେଟ୍‌ ଆସୁଥିବାରୁ ସେହି ସମୟକୁ ଅପେକ୍ଷା କରି ସୁଭାସିନୀ ସେଠାରେ ବସି ରହୁଛନ୍ତି। ପ୍ରତିଦିନ ସେ ୧ ହଜାରରୁ ୫ ହଜାର ପର୍ଯ୍ୟନ୍ତ ଟଙ୍କା ଜମା କରୁଛନ୍ତି। ଥରକୁ ୧୦ ହଜାର ଟଙ୍କା ଉଠାଣ ସୁବିଧା ସେ ମେଶିନ ମାଧ୍ୟମରେ ଦେଇପାରୁଛନ୍ତି। ତାଙ୍କ ପାଇଁ ପଞ୍ଚାୟତର ୧୫୦ ଗରିବ ହିତାଧିକାରୀ ଉକ୍ତ ବ୍ୟାଙ୍କର ଗ୍ରାହକ ହୋଇପାରିଛନ୍ତି। ଟିକରପଡ଼ା ଗ୍ରାମର ମାଧବ ନାଏକ କୁହନ୍ତି, ସୁଭାଶିନୀଙ୍କ ଯୋଗୁ ଆମେ କିଛି ଟଙ୍କା ସଞ୍ଚୟ କରିପାରୁଛୁ। ଯଦି ଶହେ ଟଙ୍କା ଜମା କରିବାକୁ ଜଗନ୍ନାଥପୁର ଯିବୁ ତାହେଲେ ୫୦ ଟଙ୍କା ଖର୍ଚ୍ଚ ହେଉଛି। ଆଜି ନଦୀପଠାରେ ବସି ସୁଭାଶିନୀ ମୋର ୧ ଶହ ଟଙ୍କା ଜମା କରିଛନ୍ତି। ଗଇନ୍ଦି ଗ୍ରାମର ସଞ୍ଜୁକ୍ତା ସାହୁ କୁହନ୍ତି, ସ୍ବାମୀଙ୍କୁ ଲୁଚାଇ ଏକ ଖାତା ଖୋଲିଛି। ପଞ୍ଚାୟତରେ ଆଉ ସୁବିଧା ନ ଥିବାରୁ ଟଙ୍କା ଜମା କରିବାକୁ ସୁଭାଶିନୀଙ୍କ ସହ ନଦୀପଠାକୁ ଯିବାକୁ ପଡ଼ୁଛି। ତାଙ୍କ ପାଇଁ ବ୍ୟାଙ୍କରେ କିଛି ଟଙ୍କା ଜମା କରିପାରିଛି। ଏ ନେଇ ସୁଭାଶିନୀ କହିଛନ୍ତି, ୪ ବର୍ଷ ହେଲା ଲୋକଙ୍କୁ ଏପରି ସେବା ଯୋଗାଇ ଆସୁଛି। ଅଳ୍ପ ସମୟ ପାଇଁ ହେଉପଛେ ନଦୀ ପଠାରେ ବସି ଲୋକେ ବ୍ୟାଙ୍କ ସେବା ପାଉଥିବାରୁ ଖୁସି ହୋଇଯାଉଛନ୍ତି। ପ୍ରତିଦିନ କିଏ କେତେ ଟଙ୍କା ଜମା କରିବାକୁ ଚାହଁୁଛନ୍ତି ସେ ନେଇ ଖବର ଦେଲେ ପାଳି କରି ଗଁାକୁ ଯାଇଥାଏ। ଥରକୁ ୧୦ ହଜାର ଟଙ୍କା ଜଣେ ବ୍ୟକ୍ତି ଉଠାଇ ପାରିବେ। କିନ୍ତୁ ଏଥିପାଇଁ ପୂର୍ବରୁ ଖବର ଦେଲେ ସେହି ଅନୁଯାୟୀ ବ୍ୟାଙ୍କକୁ ଯାଇ ଟଙ୍କା ଆଣିଥାଏ। ତେବେ ନେଟ୍‌ ଉପରେ ସବୁକିଛି ନିର୍ଭର। ଯେଉଁ ଦିନ ନେଟ୍‌ ରହୁନାହିଁ ସେ ଦିନ ଜମା ହୋଇପାରୁନାହିଁ। ୮ ଦିନ ହେଲା ଇଣ୍ଟରନେଟ୍‌ ସ୍ଲୋ ରହୁଥିବାରୁ ଉଠାଣ କରିହେଉ ନାହିଁ। ମାସକୁ ୫୦ରୁ ଅଧିକ ଲୋକଙ୍କ ଏକ ଲକ୍ଷ ଟଙ୍କା ଜମା କଲେ ବ୍ୟାଙ୍କ ପକ୍ଷରୁ ୨୫ଶହ ଟଙ୍କା ମିଳୁଛି। ସେଥିରୁ ଇଣ୍ଟରନେଟ୍‌ ବାବଦକୁ ୨୫୦ ଟଙ୍କା ଓ ବ୍ୟାଙ୍କ ଖର୍ଚ୍ଚ ପାଇଁ ୨୫୦ ଟଙ୍କା ରଖୁଛି। ସପ୍ତାହକୁ ୩ଥର ବ୍ୟାଙ୍କକୁ ଯିବାକୁ ପଡ଼ୁଛି। ଘର ଘର ବୁଲି ଟଙ୍କା ସଂଗ୍ରହ କରି ନଦୀପଠାରେ ବସି ଜମା କରୁଛି। ୫୦ରୁ ଊର୍ଦ୍ଧ୍ୱ ମହିଳା ସଂଘ, ପ୍ରସୂତି, ଗଁାର ଗରିବ ଲୋକେ କିଛି ଟଙ୍କା ଜମା କରିପାରିଥିବାରୁ ଖୁସି ଲାଗୁଛି। ୪ ବର୍ଷ ମଧ୍ୟରେ ପ୍ରାୟ ୫୦ ଲକ୍ଷ ଟଙ୍କା କାରବାର କରିସାରିଥିବା ସୁଭାଶିନୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏନକାଉଣ୍ଟରରେ ନିହତ; ମା’ କହିଲେ: ‘ଘର ଉପରେ ମଧ୍ୟ ବୁଲଡୋଜର ଚଲାଇ ଦିଅ’

ନୂଆଦିଲ୍ଲୀ,୩୧।୫: ଗାଜିଆବାଦରେ ସୂର୍ଯ୍ୟା ଚୌହାନ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଆସଦ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ପୋଲିସ ଇନ୍ଦିରାପୁରମରେ ଆସଦକୁ ଏନକାଉଣ୍ଟରରେ ନିଯୁକ୍ତ କରିଥିଲା। ଏହି…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ସିସିଟିଭିରେ ସେଲୋଟେପ୍ ଲଗାଇ ମୁଖ୍ୟ ଡାକ୍ତରଖାନାରୁ ଟିଭି ଚୋରି, ଆମ୍ବୁଲାନ୍ସ ଡ୍ରାଇଭର ଗିରଫ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଉପକଣ୍ଠ ଖେଦାପାଲି(ଟୁକୁର୍ଲା)ସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାରୁ ଏଲ୍‌ଇଡି ଟିଭି ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଶନିବାର ଭଟଲି ଥାନା ପୋଲିସ ଏହି…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ବରଗଡ଼ ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣା: ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ

ବରଗଡ଼,୩୦।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ଥାନାଛକରେ ରହିଥିବା ଧନୁଯାତ୍ରାର ସ୍ଥାୟୀ ତୋରଣ ଭାଙ୍ଗିବା ଘଟଣାରେ ସ୍ଥାନୀୟ ଟାଉନ ଥାନା ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ବରଗଡ଼ ପୌରାଧ୍ୟକ୍ଷା…

ବାଇକ୍ ଦୁର୍ଘଟଣାରେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ: ମିଳିଲାନି ଆମ୍ବୁଲାନ୍ସ, ମୋବାଇଲ ଟର୍ଚ୍ଚ ଆଲୁଅରେ ହେଲା ଷ୍ଟିଚ୍!

ଥୁଆମୂଳ ରାମପୁର, ୩୦।୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କୋଷାବରା ସ୍ଥିତ ହେଲୋ ପଏଣ୍ଟ (ନାଏକପଡ଼ା) ଛକ ନିକଟରେ ଶନିବାର ମଧ୍ୟାହ୍ନ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri