ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ପରିବାର

ବରଗଡ଼ ଅଫିସ୍‌,୨୭।୩- ପରିବାରରେ କାହାକୁ କରୋନା ଭାଇରସ୍‌ ସଂକ୍ରମଣ କରି ନାହିଁ । କେହି ପରିବାର ସଦସ୍ୟ ରାଜ୍ୟ କିମ୍ବା ଦେଶ ଫେରନ୍ତା ନୁହଁନ୍ତି । ତଥାପି ଗତ ୨୨ତାରିଖରୁ ପରିବାର ସବୁ ସଦସ୍ୟ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି । ଏଭଳି ସଚେତନତା, ସତର୍କତା ଅବଲମ୍ବନ କରିଥିବା ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଯୋଖିପାଲି ଗ୍ରାମର ଯାଜ୍ଞସେନୀ ସାହୁଙ୍କ ପରିବାର ଲୋକେ ଏହି ସମୟରେ ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ, ପ୍ରେରଣା ସାଜିଛନ୍ତି ।
ଯାଜ୍ଞସେନୀଙ୍କ ପରିବାର କହିଲେ, ୪ପୁଅ, ୩ପୁତ୍ରବଧୂ, ନାତୁଣୀ, ନାତି ଏଭଳି ୧୬ଜଣ ଅଛନ୍ତି । ନାତି ଦିବସ କୁମାର ସାହୁ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରନ୍ତି । ରାଜ୍ୟ ସରକାର ସ୍କୁଲ ବନ୍ଦ ଘୋଷଣା କରିବା ପରେ ସେ ଗାଁକୁ ଫେରିଛନ୍ତି । ଘରକୁ ସେ ଆସିବା ପରେ ନାତିଙ୍କ କଥା ରଖି ପରିବାର ଲୋକେ ସେଭଳି ସତର୍କତା, ସଚେତନତା ଅବଲମ୍ବନ କରି ରହୁଥିବା ଯାଜ୍ଞସେନୀ କହିଛନ୍ତି ।
ସେ କହିଛନ୍ତି, ଘର ମଧ୍ୟରେ ତାଙ୍କୁ ଏକ ସ୍ବତନ୍ତ୍ର କୋଠରୀ ମଧ୍ୟରେ ରଖାଯାଇଛି । ସେହିଭଳି ପରିବାରର ଅନ୍ୟଲୋକେ ମଧ୍ୟ ସାଧାରଣ କାମରେ ଘରକୁ ବାହାରୁ ନାହାନ୍ତି । ଆବଶ୍ୟକ ହେଲେ ପରିବା କିମ୍ବା ମେଡ଼ିକାଲ କାମରେ ବାହାରକୁ ଯାଉଛନ୍ତି ଏବଂ ଫେରିବା ସମୟରେ ଘର ଆଗରେ ବାଲଟିରେ ରଖାଯାଇଥିବା ପାଣି ଏବଂ ସାବୁନରେ ହାତ ଧୋଇ ଘରକୁ ପଶୁଛନ୍ତି । ସେହିପରି ବହୁବର୍ଷ ତଳର କଥା ମନେ ପକାଇ ଯାଜ୍ଞସେନୀ କହିଥିଲେ, ଆଗରୁ ଥରେ ଏଭଳି ଲୋକେ ଜଣେ ପରେ ଜଣେ ମୃତ୍ୟୁମୁଖରେ ପଡ଼ୁଥିଲେ । ଏବେ ସିନା ଘରେ ରହୁଛୁ, ସେତେବେଳେ ଲୋକେ ଜଙ୍ଗଲକୁ ଯାଇ ରହୁଥିଲେ ବୋଲି ସେ କହନ୍ତି ।
ଯାଜ୍ଞସେନୀଙ୍କ ନାତି ଦିବସ କହନ୍ତି, ମହାମାରୀ କରୋନା ଦିନକୁ ଦିନ ସାଂଘାତିକ ହେବାରେ ଲାଗିଛି । ଏହାକୁ ପ୍ରତିହତ କରିବା ପାଇଁ ମେଡ଼ିସିନ କିମ୍ବା ଭେକ୍‌ସିନ୍‌ ଏପର୍ଯ୍ୟନ୍ତ ବାହାରି ପାରି ନାହିଁ । ସଚେତନତା, ସତର୍କତାରୁ ହିଁ କରୋନା ଆମଠାରୁ ଦୂରେଇ ଯିବ । ଫଳରେ କେବଳ ପରିବାର ପାଇଁ ନୁହଁ, ସ୍କୁଲରେ ଥିବାବେଳେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏଭଳି ସଚେତନତା କାର୍ଯ୍ୟକ୍ରମ ହୋଇ ସାରିଛି । ଏହା ସହିତ ସ୍କୁଲ ବନ୍ଦ ହୋଇ ଗ୍ରାମକୁ ଫେରିବା ପରେ ପଡ଼ୋଶୀ ୪ଟି ଗ୍ରାମ ଲିଟିପାଲି, ବାଦିପାଲି, ଭାଟିବାହାଲି ଏବଂ କମଳପଦର ଗ୍ରାମକୁ ଯାଇ କରୋନାକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ବଜାୟ ରଖି ଲୋକଙ୍କୁ ସଚେତନ କରାଇଥିବା ଦିବସ କହିଛନ୍ତି । ସେହିଭଳି ଦିବସ ନିୟମିତ ସୋସିଆଲ ମିଡ଼ିଆରେ କରୋନା ସଚେତନତା ପାଇଁ ଉଦ୍ଦିଷ୍ଟ ବାର୍ତ୍ତା ଦେଇ ଏଭଳି ପରିସ୍ଥିତିରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri