Posted inଖେଳ

ସଚିନଙ୍କ ନାମରେ ରହିଛି ଅଜଣା ବିଶ୍ୱକପ୍‌ ରେକର୍ଡ

ନୂଆଦିଲ୍ଲୀ,୨୨।୭- ଆଇସିସି ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ଠାରୁ ଆରମ୍ଭ କରି ସର୍ବାଧିକ ସଂଖ୍ୟକ ଶତକ ଲଗାଇବାର ରେକର୍ଡ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି। ଏହାଛଡ଼ା ତାଙ୍କ ନାମରେ ବିଶ୍ୱକପ୍‌ ଇତିହାସରେ ସର୍ବାଧିକ ଥର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଭାବେ ପୁରସ୍କୃତ ହେବାର ରେକର୍ଡ। ବିଶ୍ୱକପ୍‌ର ୬ଟି ସଂସ୍କରଣରେ ଭାରତ ପାଇଁ ଖେଳିଥିବା ସଚିନ ସର୍ବାଧିକ ୯ ଥର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଭାବେ ବିବେଚିତ ହାଇଥିଲେ। ୧୯୯୨ ଓ ୧୯୯୬ ଦୁଇ ଥର ଲେଖାଏ ଏବଂ ୨୦୦୩ରେ ସର୍ବାଧିକ ୩ ଥର ମାଷ୍ଟର ବ୍ଲାଷ୍ଟର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହେବାର ସୌଭାଗ୍ୟ ଲାଭ କରିିଥିଲେ। ଏହାବାଦ୍‌ ୧୯୯୯ ଓ ୨୦୧୧ରେ ମାତ୍ର ଥରେ ଶ୍ରେଷ୍ଠ ଖେଳାଳି ହୋଇପାରିଥିଲେ। ତାଙ୍କ ପଛକୁ ଅଷ୍ଟ୍ରେଲିଆର ପୂର୍ବତନ ପେସର ଗ୍ଲେନ ମ୍ୟାକଗ୍ରାଥ ରହିଛନ୍ତି। ମ୍ୟାକଗ୍ରାଥ ୬ ଥର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ଦୁଇଙ୍କ ପଛକୁ ୫ ଜଣ କ୍ରିକେଟର ସମାନ ସଂଖ୍ୟକ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ହାତେଇଛନ୍ତି। ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲୟର୍ସ, ଲାନ୍ସ କ୍ଲୁଜନର, ଶ୍ରୀଲଙ୍କାର ସନଥ ଜୟସୁରିୟା, ଇଂଲଣ୍ଡର ଗ୍ରାହମ ଗୁଚ ଓ ଓ୍ବେଷ୍ଟଇଣ୍ଡିଜର ଭିଭିଆନ ରିଚାଡର୍‌ସ ଭଳି ପୂର୍ବତନ କ୍ରିକେଟର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, କହିଲେ ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

‘ଭାଜପା ପାଇଁ ସେକ୍ୟୁଲାରିଜମ ଶବ୍ଦ ସେତିକି ପିତା ଯେମିତି ନିମ୍ବର ଫଳ’, କାହିଁକି ଏମିତି କହିଲେ ଷ୍ଟାଲିନ? ଜାଣନ୍ତୁ…

ଚେନ୍ନାଇ,୨୧।୧୨: ଚେନ୍ନାଇରେ ଖ୍ରୀଷ୍ଟମାସ ପାଳନ ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରରେ କ୍ଷମତାସୀନ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri