ସଙ୍ଗୀତରେ ପ୍ରାଣ ସଞ୍ଚାର କରୁଥିଲେ ବାଳକୃଷ୍ଣ ସାର୍‌

ପ୍ରଫୁଲ୍ଲ କର

ବହୁ ମୂର୍ତ୍ତିକାର ମୂର୍ତ୍ତି ଗଢ଼ନ୍ତି, କିନ୍ତୁ ସବୁ ମୂର୍ତ୍ତି ପ୍ରାଣବନ୍ତ ହୁଅନ୍ତି ନାହିଁ। ଗୋଟିଏ ଗୀତକୁ ଏକା ସ୍ବର ଓ ଏକା ତାଳରେ ଶହ ଶହ ଗାୟକ ଗାଇପାରନ୍ତିି, କିନ୍ତୁ ଜଣେ ଜଣେ ଗାୟକଙ୍କ କଣ୍ଠରେ ସେ ଗୀତ ଶ୍ରୋତାଙ୍କ ପ୍ରାଣକୁ ଛୁଇଁଯାଏ। ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ତଥା ବାଳକୃଷ୍ଣ ସାର୍‌ ଥିଲେ ସେହିଭଳି ଜଣେ ଗାୟକ, ଯିଏ ଗୀତରେ ପ୍ରାଣ ସଞ୍ଚାର କରିବାର ମନ୍ତ୍ର ଜାଣିଥିଲେ। ବାସ୍ତବରେ ଜଣେ ସଙ୍ଗୀତକାରର ଜୀବନଚର୍ଯ୍ୟା ଯଦି ପ୍ରାଣବନ୍ତ ନୁହେଁ, ତେବେ ତା’ ସଙ୍ଗୀତରେ ମଧ୍ୟ ପ୍ରାଣର ସଞ୍ଚାର ହୋଇପାରେନା। ସାର୍‌ଙ୍କ ପୋଷାକ ପରିଚ୍ଛଦ, ଖାଇବା ପିଇବା, ଚାଲିର ଠାଣି, କଥାର ଭଙ୍ଗି- ସବୁ ପ୍ରାଣବନ୍ତ ଥିଲା। ତାଙ୍କ ପାଖରୁ କ୍ରୋଧ ବହୁ ଦୂରକୁ ଅପସରି ଯାଇଥିଲା। ପ୍ରେମ ହିଁ ତାଙ୍କ ଜୀବନଚର୍ଯ୍ୟାର ପରିଭାଷା ଥିଲା।
ଥରେ ମୋର ପୁରୀ ଅନ୍ନପୂର୍ଣ୍ଣା ଥିଏଟର ହଲ୍‌ରେ ବାଳକୃଷ୍ଣ ସାର୍‌ଙ୍କ ସହ ଗୀତ ଗାଇବାର କାର୍ଯ୍ୟକ୍ରମ ଥାଏ। ସେଦିନ ପୁରୀର ବହୁ ବିଶିଷ୍ଟ ଲୋକ ତାକୁ ଶୁଣିବାକୁ ଆସିଥାନ୍ତି। ହଲ୍‌ ଭର୍ତ୍ତି ହୋଇଯାଇଥାଏ। ମତେ ସାର୍‌ କହିଲେ, ପ୍ରଫୁଲ୍ଲ ମଁୁ ପ୍ରଥମେ ଗାଇ ଦେଉଛି, କାରଣ ମୋ’ର ତ ଧିମା ଗୀତ। ତମେ ଆସିଲେ ଚାଲୁ ଗୀତ ଗାଇ ଜମେଇଦେବ। ଲୋକେ ତ ତମକୁ ଛାଡ଼ିବେନି ତେଣୁ ମଁୁ ଆଗ ଦି’ଟା ଗୀତ ଗାଇଦେଇ ମୋ କାମ ସାରି ଦେଉଛି। ମଁୁ କହିଲି, ଠିକ୍‌ ଅଛି ସାର୍‌। ମୋର କିଛି ଆପତ୍ତି ନାହିଁ, ଆପଣ ଆଗେ ଗାଇ ଦିଅନ୍ତୁ। କାରଣ ସେ ସମୟରେ ମୋର ‘କମଳ ଦେଶ ରାଜକୁମାର’, ‘ବେଲୁନ ବାଲା’ ଇତ୍ୟାଦି ବହୁତ ହିଟ୍‌ ଗୀତ ବଜାରକୁ ଗରମ କରି ରଖିଥାଏ। ମୋର ଅହଙ୍କାର ଥାଏ ଯେ ଥରେ ମଁୁ ଷ୍ଟେଜକୁ ଗଲେ ମେହଫିଲକୁ ମଁୁ ପୂରା କାବୁ କରିନେବି।
ସାର୍‌ ପ୍ରଥମେ ଗାଇଲେ। ସେଦିନ ତାଙ୍କର ଗୀତଟି ଥିଲା ‘ବଞ୍ଚତ୍ବେ ନବୀନା କି ଶ୍ୟାମ ବିନା…।
ବାଳକୃଷ୍ଣ ସାର୍‌ଙ୍କ ଗୀତକୁ ଲୋକେ କେମିତି ଗ୍ରହଣ କରୁଛନ୍ତି ସେ କଥା ଜାଣିବାକୁ ମଁୁ ଚୁପ୍‌ କରି ଯାଇ ଶ୍ରୋତାମାନଙ୍କ ଭିତରେ ବସି ତାଙ୍କ ଗୀତ ଶୁଣୁଥାଏ। ଦେଖିଲି, ସାର୍‌ ଗୀତ ଆରମ୍ଭ କରିବା ପରେ ଧୀରେ ଧୀରେ ଶ୍ରୋତାମାନେ ନିସ୍ତବ୍ଧ ହୋଇଗଲା ପରି ଲାଗିଲା। ଆଶ୍ଚର୍ଯ୍ୟର କଥା ସେ ଗୀତ ଭିତରେ ଜଣେ ବି କେହି ତାଳି ବଜାଉ ନ ଥାଆନ୍ତି। ସେ ନିସ୍ତବ୍ଧତା ମଧ୍ୟରୁ ମଁୁ ଶୁଣିପାରୁଥାଏ କେହି କେହି ଶ୍ରୋତାଙ୍କ ରୁଦ୍ଧ କଣ୍ଠରୁ ବେଳେବେଳେ ଆହା ଆହା… ବୋଲି ଶବ୍ଦ ବାହାରୁଥାଏ। ମନେହେଉଥାଏ, ସାପ ଯେମିତି ପଦ୍ମତୋଳା ଶୁଣି ଧୀରେ ଧୀରେ ବଶୀଭୂତ ହୋଇଯାଏ, ସେମିତି ସେ ହଲରେ ବସିଥିବା ସମସ୍ତ ଶ୍ରୋତା ମନ୍ତ୍ରମୁଗ୍ଧ ହୋଇ ଏକ ଅତିଭୌତିକ ସ୍ତରକୁ ଚାଲିଯାଇ ନିର୍ବାକ ହୋଇଯାଇଥାନ୍ତି। ତାଳି ମାରିବା ପରି ଏକ ଲୌକିକ ଅଭ୍ୟାସକୁ ବୋଧହୁଏ ସେମାନେ ଭୁଲି ଯାଇଥାନ୍ତି।
ସାର୍‌ଙ୍କ ପରେ ମୋ ପାଳି ପଡ଼ିଲା। ମଁୁ କି ଗୀତ ଗାଇବି ଚିନ୍ତା କରିକରି ବିବ୍ରତ ହୋଇଗଲି। ମୋର ଗୀତ ଚୟନ ସବୁ ଭୁଲ୍‌ଭାଲ ହୋଇଗଲା। ଶ୍ରୋତାମାନଙ୍କୁ ଧରି ରଖିବାକୁ ବହୁତ ଚେଷ୍ଟାକଲି। ହେଲେ କାହାକୁ ଧରି ରଖି ପାରିଲିନି। ଧୀରେ ଧୀରେ ଗୋଟିକ ପରେ ଗୋଟିଏ ଖସିଗଲେ। ସେଇ ଦିନଠୁ ମୋ ମନରେ ଭୟ ପଶିଗଲା। ଓଡ଼ିଶାର ଯେ କୌଣସି ଗାୟକଙ୍କ ସହିତ ମୋର ଗାଇବାର ଥିଲେ ମଁୁ ତିଳେମାତ୍ର ଚିନ୍ତିତ ହୁଏନି। କିନ୍ତୁ ଯେଉଁଠି ବାଳକୃଷ୍ଣ ସାର୍‌ଙ୍କ ସହିତ ଗାଇବାର ଥାଏ, ସେଠି ମଁୁ ଆଗରୁ ହୁସିଆର ହୋଇଯାଏ। ମଁୁ ବହୁ ଗଭୀର ଭାବେ ଅନୁଶୀଳନ କରି ଦେଖିଲି ଯେ, ତାଙ୍କ ସଙ୍ଗୀତର ବିଶେଷତ୍ୱ ହେଲା, ସଙ୍ଗୀତରେ ପ୍ରାଣ ସଞ୍ଚାର। ନିର୍ମଳ ଚନ୍ଦ୍ରମଣ୍ଡଳ ପରି ସେ ସବୁ କଳାମେଘକୁ ଆଡ଼େଇ ଦେଇ ପ୍ରତି ବିଦଗ୍ଧ ଓଡ଼ିଆଙ୍କ ହୃଦ ଆକାଶରେ ପ୍ରକାଶ ପାଉଛନ୍ତି ଓ ପାଉଥିବେ। ତାଙ୍କର ମୃତ୍ୟୁ ନାହିଁି, ସେ ଅମୃତ। କାରଣ, ସେ ପ୍ରାଣବନ୍ତ ଏବଂ ତାଙ୍କର ସଙ୍ଗୀତ ପ୍ରାଣବନ୍ତ।
ପ୍ଲଟ୍‌ ନଂ-୬୦, ସତ୍ୟନଗର, ଭୁବନେଶ୍ବର


Enter your email to get our daily news in your inbox.

All Right Reserved By Dharitri.Com

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri