ସଙ୍ଗରୋଧକାରୀଙ୍କୁ ପ୍ରାର୍ଥନା, ଯୋଗ କରିବାକୁ ପରାମର୍ଶ ଦେଉଛନ୍ତି ପ୍ରଧାନଶିକ୍ଷକ

ମାଲକାନଗିରି,୬ା୫ (ଡି.ଏନ୍‌.ଏ.): ଶ୍ରମିକଙ୍କୁ ବାହାର ରାଜ୍ୟରୁ ଫେରାଇ ଆଣିବା ନେଇ ରାଜ୍ୟ ସରକାର ବ୍ୟବସ୍ଥା କରିବା ପରେ ମାଲକାନଗିରି ଜିଲାକୁ ପ୍ରତ୍ୟେହ ହଜାର ହଜାର ଶ୍ରମିକ ଫେରୁଛନ୍ତି। ସେମାନଙ୍କୁ ସଙ୍ଗରୋଧ ଗୃହରେ ରଖିବା ବ୍ୟବସ୍ଥା ହୋଇଛି। ତେବେ କାଲିମେଳା ବ୍ଲକ ତେଲରାଇ ପଞ୍ଚାୟତ ଜବାନପାଲି ବିଦ୍ୟାଳୟର ପ୍ରଧାନଶିକ୍ଷକ ନବକିଶୋର ମଲ୍ଲିକ ସଙ୍ଗରୋଧ କେନ୍ଦ୍ରରେ ସଙ୍ଗରୋଧକାରୀଙ୍କ ପାଇଁ ଭିନ୍ନ ପରିବେଶ ସୃଷ୍ଟି କରିଛନ୍ତି। ସକାଳ ଓ ସନ୍ଧ୍ୟାରେ ସାମାଜିକ ଦୂରତା ରକ୍ଷା କରି ପ୍ରାର୍ଥନା କରିବା, ଧାର୍ମିକ ଚର୍ଚ୍ଚା ସହ ଯୋଗ କରିବା ନେଇ ସେମାନଙ୍କୁ ବୁଝାଉଛନ୍ତି। ୧୦୯ ଜଣ ଶ୍ରମିକ ଏହି ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି। ପ୍ରଧାନଶିକ୍ଷକ ମଲ୍ଲିକ କହନ୍ତି ସମସ୍ତଙ୍କର ଗୋଟିଏ ପରିଚୟ ା ଆମେ ମଣିଷ ଏବଂ ଗୋଟିଏ ମନ୍ତ୍ର ହେଉଛି ମାନବିକତା ା ଏହି ଅସମୟରେ ପରଆପଣା ଭୁଲି ଆମକୁ ସମସ୍ତଙ୍କ ସହ ମିଶି କରୋନାକୁ ମୁକାବିଲା କରିବାର ଆବଶ୍ୟକତା ରହିଛି। ଫଳରେ ଏହି ସଙ୍ଗରୋଧ କେନ୍ଦ୍ରର ଶ୍ରମିକମାନେ ଯେପରି ୨ ସପ୍ତାହ ହସଖୁସିରେ ବିତାଇବେ, କେନ୍ଦ୍ରର ନୀତି ନିୟମ ମାନି ଚଳିବେ ସେଥିପ୍ରତି ସେ ଗୁରୁତ୍ୱ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲା :  ୨୧ ବର୍ଷ ପରେ ସହକାରୀ ଯନ୍ତ୍ରୀ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ, ୩ା୧୧-ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ ଜଜ ବିଜୟ କୁମାର ଜେନା ଶନିବାର ଏକ ଆୟବହିର୍ଭୁୁତ ସମ୍ପତ୍ତି ଠୁଳ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ଅଭାବରୁ...

ମହିଳାଙ୍କୁ ଆକ୍ରମଣ, ଅସଦାଚରଣ ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୩୧।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଏକ ମାମଲା...

ଭଣ୍ଡାରିପୋଖରୀରେ କେନ୍ଦ୍ରୀୟ ଟିମ୍‌

ଭଣ୍ଡାରିପୋଖରୀ, ୧୯।୧୨ (ଡି.ଏନ.ଏ.)- କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଏଡବ୍ଲ୍ୟୁଏଡିଏଚ୍‌ ରିସର୍ଚ ଫାଉଣ୍ଡେଶନ ଦ୍ୱାରା କେନ୍ଦ୍ରୀୟ ଏଡବ୍ଲ୍ୟୁଏଡିଏଚ୍‌ ସଂସ୍ଥାର ଏକ ଟିମ୍‌...

ଭୁବନେଶ୍ୱର, ବାଲେଶ୍ୱରରୁ ୫ ବ୍ରାଉନସୁଗାର ଡିଲର ଗିରଫ: ୩୨୪ ଗ୍ରାମ ବ୍ରାଉନସୁଗାର, ୩.୫ ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ପୋଲିସ ଡିଜିଙ୍କ କଡା ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ଏସଟିଏଫ୍‌ ଟିମ୍‌ ନିଶା ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି। ରବିବାର ଏସଟିଏଫ୍‌ ଟିମ୍‌...

ଆଇସ୍‌କ୍ରିମ୍‌ ଫ୍ୟାକ୍ଟ୍ରିରେ ଗ୍ୟାସ ଦୁର୍ଘଟଣା: ପୁଅ ମୃତ, ବାପା ଗୁରୁତର

ବାଙ୍କୀ, ୧୮।୭(ଡି.ଏନ୍‌.ଏ)- କଟକ ଜିଲା ବାଙ୍କୀ ଚର୍ଚ୍ଚିକାସାହିରେ ଥିବା ଏକ ଆଇସ୍‌କ୍ରିମ୍‌ ଫ୍ୟାକ୍ଟିରେ ଶନିବାର ପୂର୍ବାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ପୁଅ ସ୍ମୃତିରଞ୍ଜନ ସୁବୁଦ୍ଧି(୨୫)ଙ୍କ ମୃତ୍ୟୁ...

ତାଲା ପକାଇ ବେପାର

ଢେଙ୍କାନାଳ ଅଫିସ, ୨୯।୫ – ଢେଙ୍କାନାଳ ଜିଲାରେ ଲକ୍‌ଡାଉନ୍‌ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇ ମଦ କାରବାର ଚାଲିଛି। ଦୋକାନ ଆଗପଟେ ଶଟର ପକାଇ ପଛପଟେ...

ଏକ ତରଫା ପ୍ରେମରେ ବିଫଳ: ମହିଳାଙ୍କୁ ପିସ୍ତଲ ଦେଖାଇ ଧମକ, ୨ ଅଟକ

ବ୍ରହ୍ମପୁର ଅଫିସ,୧୨ା୮-ଜଣେ ମହିଳାଙ୍କୁ ଏକ ତରଫା ପ୍ରେମ କରି ବିଫଳ ହେବା ପରେ ତାଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ...

ସୂବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡ଼ିଯାଇ ବାଳକ ମୃତ

ବାଲେଶ୍ୱର ଅଫିସ,୨୮।୫: ସୂବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡ଼ିଯାଇ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲିଆପାଳ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମର ଶଶିକାନ୍ତ ଦାସଙ୍କ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *