Posted inଖେଳ

ସଙ୍ଗକାରା ଏମ୍‌ସିସି ଅଧ୍ୟକ୍ଷ

ଲଣ୍ଡନ,୨।୧୦(ପି.ଟି.)- ପୂର୍ବତନ ଶ୍ରୀଲଙ୍କା ଅଧିନାୟକ କୁମାର ସଙ୍ଗକାରା ଐତିହାସିକ ମେରିଲବୋନ କ୍ରିକେଟ କ୍ଳବ୍‌ (ଏମ୍‌ସିସି)ର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ସେ ପ୍ରଥମ ଅଣ ବ୍ରିଟିଶ ବ୍ୟକ୍ତି ଭାବେ ଏହି ହାଇପ୍ରୋଫାଇଲ ପଦରେ ନିଯୁକ୍ତି ପାଇଛନ୍ତି। ସେ ଆଗାମୀ ଏକ ବର୍ଷ ପାଇଁ ଏହି ପଦରେ ରହି ଦାୟିତ୍ୱ ନିର୍ବାହ କରିବେ। ଲଣ୍ଡନରେ ଗତ ମେ’ରେ ଅନୁଷ୍ଠିତ ଏମ୍‌ସିସି ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷ ଆନ୍ଥୋନୀ ରେଫୋର୍ଡ ସାଙ୍ଗକାରାଙ୍କୁ ତାଙ୍କର ଉତ୍ତରାଧିକାରୀ ବୋଲି ଘୋଷଣା କରିଥିଲେ।
ଏହି ପଦରେ ନିଯୁକ୍ତ ହୋଇଥିବାରୁ ଆନନ୍ଦିତ ବୋଲି ସଙ୍ଗକାରା କହିଛନ୍ତି। କଠିନ ପରିଶ୍ରମ କରି ଏମ୍‌ସିସିର ମର୍ଯ୍ୟାଦା ଆହୁରି ବଢ଼ାଇବାକୁ ଚେଷ୍ଟା କରିବି ବୋଲି ସାଙ୍ଗକାରା କହିଛନ୍ତି। କ୍ରିକେଟର ପ୍ରଚାର, ପ୍ରସାର ପାଇଁ ଏମ୍‌ସିସି ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରିବା ସହ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ବିଭିନ୍ନ ଗଠନମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛି। ସଙ୍ଗକାରାଙ୍କ କାର୍ଯ୍ୟକାଳରେ ଇଂଲଣ୍ଡ ଓ୍ବେଷ୍ଟଇଣ୍ଡିଜ ଓ ପାକିସ୍ତାନ ବିପକ୍ଷରେ ଦୁଇଟି ଲେଖାଏ ଟେଷ୍ଟ ଖେଳିବ। ସେହିପରି ଅଷ୍ଟ୍ରେଲିଆ ବିପକ୍ଷରେ ମଧ୍ୟ ଦିନିକିଆ ସିରିଜ ଖେଳାଯିବ। ଏମ୍‌ସିସି ଅଧ୍ୟକ୍ଷ ପଦ ପାଇଁ ସାଙ୍ଗକାରା ହେଉଛନ୍ତି ଉପଯୁକ୍ତ ବ୍ୟକ୍ତି ବୋଲି ରେଫର୍ଡ କହିଛନ୍ତି। କ୍ରିକେଟକୁ ସେ ଭଲ ଭାବେ ବୁଝନ୍ତି ଓ କ୍ରିକେଟର ଶକ୍ତିକୁ ମଧ୍ୟ ସେ ଭଲ ଭାବେ ହୃଦୟଙ୍ଗମ କରନ୍ତି। ପ୍ରଥମ ଅଣ ବ୍ରିଟିଶ୍‌ ବ୍ୟକ୍ତି ଭାବେ ସେ ଏମ୍‌ସିସି ଅଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଥିବାରୁ କ୍ରିକେଟରେ ଏକ ସକାରାତ୍ମକ ପ୍ରଭାବ ପଡିବ ବୋଲି ରେଫର୍ଡ ଆଶାବ୍ୟକ୍ତ କରିଛନ୍ତି। ଜଣେ ଯୋଗ୍ୟ ବ୍ୟକ୍ତିଙ୍କୁ ଦାୟିତ୍ୱ ହସ୍ତାନ୍ତର କରୁଛି ବୋଲି ସେ ପଦ ଛାଡିବା ଅବସରରେ କହିଛନ୍ତି।
ଉଲ୍ଲେଖଥାଉ କି, ୪୧ ବର୍ଷୀୟ ସଙ୍ଗକାରା ୧୩୪ଟି ଟେଷ୍ଟ ଖେଳି ୧୨, ୪୦୦ ରନ ସଂଗ୍ରହ କରିଛନ୍ତି। ସେ ଏମ୍‌ସିସି ସହିତ ଦୀର୍ଘଦିନ ଧର ଜଡତ ରହିଆସିଛନ୍ତି। ଏହି କ୍ଳବ ବିପକ୍ଷରେ ସେ ୨୦୦୨ରେ ଖେଳିଥିଲେ। ପୁଣି ସେ ଏମ୍‌ସିସି ତରଫରୁ ୨୦୦୫ରେ ଅନ୍ତର୍ଜାତୀୟ ଏକାଦଶ ବିପକ୍ଷରେ ଲଡର୍‌ସରେ ଏକ ସୁନାମି ରିଲିଫ୍‌ ମ୍ୟାଚ୍‌ ମଧ୍ୟ ଖେଳିଥିଲେ। ୨୦୧୧ରେ ସେ ଏମ୍‌ସିସି ସ୍ପିରିଟ ଅଫ୍‌ କ୍ରିକେଟ କାଉଡ୍ରିରେ ଏକ ସୁନ୍ଦର ଭାଷଣ ଦେଇଥିଲେ। ୨୦୧୨ରେ ତାଙ୍କୁ ଏମ୍‌ସିସିର ସମ୍ମାନଜନକ ଲାଇଫ୍‌ ମେମ୍ବରଶିପ୍‌ ପ୍ରଦାନ କରାଯାଇଥିଲା। ଏହି ବର୍ଷ ମଧ୍ୟ ସେ ଏମ୍‌ସିସି ଓ୍ବାଲର୍‌ଡ କ୍ରିକେଟ କମିଟିରେ ଯୋଗଦେଇଥିଲେ ଓ କ୍ଲବର ସକ୍ରିୟ ସଦସ୍ୟ ରହିଥିଲେ। ମଙ୍ଗଳବାର ଏମ୍‌ସିସିର ନୂଆ ଅଧ୍ୟକ୍ଷ ରୂପେ ସଙ୍ଗକାରା ଯୋଗ ଦେଉଥିବାରୁ ଆମେ ବହୁତ ଖୁସି। ଏମ୍‌ସିସିର ପ୍ରଥମ ଅନ୍ତର୍ଜାତୀୟ ଅଧ୍ୟକ୍ଷ ମନୋନୀତ କରିଥିବାରୁ ଆମେ ଆନ୍ଥୋନୀ ରେଫର୍ଡଙ୍କୁ କୃତଜ୍ଞତା ଜଣାଉଛୁ ବୋଲି ଏମ୍‌ସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା ସମ୍ପାଦକ ଗେ ଲାଭେଣ୍ଡ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri