ସକାଳ ୬ ରୁ ଦିନ୧ଟା ପର୍ଯ୍ୟନ୍ତ ଖୋଲିବ ପରିବା ଓ ଗ୍ରୋସରୀ ଦୋକାନ: ବାଇକ୍ ଓ ଚାରିଚକିଆ ଗାଡ଼ି ଉପରେ ରୋକ

ଭଦ୍ରକ ଅଫିସ,୭।୪ – ଏଣିକି ହାଟ, ପରିବା ମାର୍କେଟ୍ ଓ ଗ୍ରୋସେରୀ ଦୋକାନକୁ ଲୋକେ ଚାଲି ଚାଲି ଯିବେ । ବାଇକ୍ ଓ ଚାରିଚକିଆ ଧରି ମାର୍କେଟ୍‌କୁ ଗଲେ ପୋଲିିସ ଗାଡ଼ି ଜବତ କରିବା ସହ ଆଇନ ଉଲ୍ଲଙ୍ଘନକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବ ବୋଲି ପ୍ରଶାସନ ପକ୍ଷରୁ ଚରମବାଣୀ ଜାରି କରାଯାଇଛି । ସୂଚନା ଥାଉକି ରବିବାର ରାତି ୮ଟାରେ ୪୮ ଘଂଟିଆ ଶଟ୍ ଡାଉନ ସରିବା ପରେ ସୋମବାର ସକାଳେ ଭଦ୍ରକର କଚେରି ବଜାର ତଥା ଅନ୍ୟାନ୍ୟ ପରିବା ବଜାରରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ହଜାର ହଜାର ଲୋକ ପରିବା ଓ ଗ୍ରୋସରୀ ସାମଗ୍ରୀ କିଣିବା ପାଇଁ ବାଇକ୍ ଧରି ବଜାରରେ ଭିଡ଼ ଲଗାଇଥିଲେ । ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱକୁ ନେଇ ଜାରି କରାଯାଇଥିବା କଟକଣା ଫେଲ ମାରିଥିଲା । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଓ ପ୍ରଶାସନ ନାକେଦମ୍ ହେବାକୁ ପଡ଼ିଥିଲା । ଏପରିକି ଏହି ସମୟରେ ସାମାଜିକ ଦୂରତ୍ୱ ଆଇନକୁ ଉଲ୍ଲଙ୍ଘନ କରିଥିବା ୮ ଜଣ ବ୍ୟବସାୟୀ ଓ ୨୧ ଜଣ ଆଇନ ଉଲ୍ଲଙ୍ଘନକାରୀଙ୍କୁ ପୋଲିସକୁ ଗିରଫ କରିବାକୁ ପଡ଼ିଥିଲା । ଫଳରେ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ସୋମବାର ମଧ୍ୟାହ୍ନରେ ଉପରୋକ୍ତ କଟକଣା ଜାରି କରିଛନ୍ତି । ପରିବା ବଜାର, ହାଟ ଓ ଗ୍ରୋସରୀ ଦୋକାନ ସକାଳ ୬ ରୁ ୧୦ଟା ପରିବର୍ତେ ମଧ୍ୟାହ୍ନ ୧ ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାୟୀ ଫଳ ଦୋକାନ, କ୍ଷୀର ଦୋକାନ ସକାଳୁ ୬ ରୁ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି କୁହାଯାଇଛି । ଗ୍ରୋସରୀ ସାମଗ୍ରୀ ଘରେ ପହଂଚାଇବା ପାଇଁ ଚିହ୍ନଟ ଦୋକାନୀଙ୍କୁ ସକାଳ ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ସମୟ ଦିଆଯାଇଛି । ଏହି ନିୟମ ଉଲ୍ଲଙ୍ଘନ କଲେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯିବ ବୋଲି ଏସ୍‌ପି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଭଦ୍ରକ ଅଫିସ,୧ା୬: ସୋମବାର ସକାଳୁ ବିଦ୍ୟୁତ୍‌ ଆଘାତରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କୁରଣ୍ଡ ଗ୍ରାମର ଗୌରାଙ୍ଗ...

ମୁଖ୍ୟ ପାରିଲେନି, ଅଫିସର କରିବେ

ଭୁବନେଶ୍ୱର,୧୦ା୧୧(ବ୍ୟୁରୋ):କୋଟିଆ ଗ୍ରାମପୁଞ୍ଜ, ନେରେଡି ବ୍ୟାରେଜ, ଝଞ୍ଜାବତୀ ଜଳପ୍ରପାତ, ପୋଲାଭରମ, ବାହୁଦା ନଦୀ ଜଳ ଛାଡ଼ିବା, ବାଲିମେଳା ଓ ଅପର ସିଲେରୁ ଜଳବିଦ୍ୟୁତ୍‌ କ୍ଷେତ୍ର ଆଦି ୬ଟି...

ସୋନିଆଙ୍କୁ ଭେଟିଲେ ମହିଳା କଂଗ୍ରେସ ଟିମ୍‌

ଭୁବନେଶ୍ୱର,୧୦।୧୨(ବ୍ୟୁରୋ):ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଅଭିଯୋଗ କରିବାକୁ ଯାଇଥିବା ମହିଳା କଂଗ୍ରେସ ଟିମ୍‌ ସୋମବାର ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ଅଧ୍ୟକ୍ଷା...

ଅବଶିଷ୍ଟ ମାଟ୍ରିକ ପରୀକ୍ଷାରେ ସ୍ବଚ୍ଛତା ପାଇଁ ଅଣ୍ଟା ଭିଡିଲା ବୋର୍ଡ; ସିସିଟିଭି ଭାଙ୍ଗିଲେ ଦାୟୀ ହେବେ ଅଧୀକ୍ଷକ: ମନ୍ତ୍ରୀ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ପରୀକ୍ଷାକେନ୍ଦ୍ରରେ ସିସିଟିଭି ଲଗାଯାଇଛି। ହେଲେ ଅଧିକାଂଶ ସ୍ଥାନରେ ଏହାକୁ ଭାଙ୍ଗି ଦିଆଯାଉଥିବା ନେଇ ଖବର...

କୋକସରାରେ ପ୍ରଚାର ମଙ୍ଗ ଧରିଲେ ନବ

କୋକସରା,୮ା୨(ଡି.ଏନ୍‌.ଏ.): ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ରେ କଳାହାଣ୍ଡି ଜିଲା କୋକସରା ବ୍ଲକର ୩ ଜିଲା ପରିଷଦ ଜୋନ୍‌ରେ ଭାରତୀୟ ଜନତା ପାର୍ଟି(ଭାଜପା)ର ପ୍ରାର୍ଥୀମାନେ ବାଜିମାତ...

ପ୍ରକାଶ ପାଇଲା ୟୁପିଏସ୍‌ସି ପରୀକ୍ଷା ଫଳ: ଟପ୍‌ ଟେନ୍‌ରେ ୨ ଓଡ଼ିଆ

ଭୁବନେଶ୍ୱର,୪।୮(ବ୍ୟୁରୋ): ୟୁପିଏସ୍‌ସି (ୟୁନିୟନ ପବ୍ଲିକ ସର୍ଭିସ କମିଶନ) ପକ୍ଷରୁ ୨୦୧୯ ସିଭିଲ୍‌ ସର୍ଭିସ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଚଳିତ ବର୍ଷ ୮୨୯ ପରୀକ୍ଷାର୍ଥୀ...

ସମ୍ବଲପୁର ରେଳ ଡିଭିଜନର ଗୁରୁତ୍ୱପୂର୍ଣ୍ଣ ବୈଠକ : କଣ୍ଟାବାଞ୍ଜିରେ ଓ୍ବାଗନ ଫ୍ୟାକ୍ଟ୍ରି ପ୍ରସ୍ତାବ, ସମ୍ବଲପୁର-ପୁରୀ ଇଣ୍ଟରସିଟି ବରଗଡ଼କୁ ଚଳାଚଳ

ଭୁବନେଶ୍ୱର,୧୩ା୯(ବ୍ୟୁରୋ): ପୂର୍ବତଟ ରେଳପଥର ସମ୍ବଲପୁର ଡିଭିଜନର ଉନ୍ନତି ପାଇଁ ଗୁରୁବାର ସମ୍ବଲପୁର ହୋଟେଲ ଗ୍ରାଣ୍ଡ ଶିବାଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡିଭିଜନର ଆଭ୍ୟନ୍ତରୀଣ...

ଅଗରନାଶି ଦ୍ୱୀପର ପରିସୀମା କମୁଛି

କେନ୍ଦ୍ରାପଡ଼ା ଅଫିସ, ୩୧।୧: ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ଅନ୍ତୁଡିଶାଳ ଭାବେ ପରିଚିତ ବିଶ୍ୱପ୍ରସିଦ୍ଧ ଗହୀରମଥା (ସାମୁଦ୍ରିକ) ବନ୍ୟଜନ୍ତୁ ଅଭୟାରଣ୍ୟ ଅଗରନାଶିର ପରିସୀମା ଦିନକୁ ଦିନ ହ୍ରାସ...

Advertisement
Archives

Model This Week