Posted inକଟକ

ସକାଳ ୬ରୁ ଅପରାହ୍ନ ୧ ଯାଏ ଖୋଲିବ ଦୋକାନ

କଟକ ଅଫିସ୍‌,୨୯ା୪: କଟକ ଜିଲାରେ କରୋନା ସ୍ଥିତିର ସମୀକ୍ଷା ପରେ ଜିଲାପାଳ ଭବାନୀ ଶଙ୍କର ଚୟନୀ ଜିଲାରେ କେଉଁ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବ ଏବଂ କେଉଁଟା ଖୋଲିବ ନାହିଁ, ସେନେଇ ବିଜ୍ଞପ୍ତି ଜାରି କରିଛନ୍ତି। ଯେଉଁ ସବୁ ଦୋକାନ ଖୋଲିବ, ସେଠାରେ କେବଳ ୫୦ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ। ଏଥିସହ ସାମାଜିକ ଦୂରତା ଓ ସ୍ବଚ୍ଛତାକୁ ଗୁରୁତ୍ୱ ଦିଆଯିବ । ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ସେହିଭଳି ଦୋକାନ କେବଳ ସକାଳ ୬ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ହିଁ ଖୋଲାଯାଇପାରିବ। ଖୋଲିବାକୁ ଥିବା ଦୋକାନ ଗୁଡିକ ହେଲା, ପାଥୋଲ୍ୟାବ, ଡାଇଗ୍ନୋଷ୍ଟିକ୍‌ ସେଣ୍ଟର୍‌, ରାଶନ୍‌, ବେକେରି, ପାଉଁରୁଟି, ପରିମଳ ସାମଗ୍ରୀ ସହିତ ଅତ୍ୟାବଶ୍ୟକ ବ୍ୟବହାର ସାମଗ୍ରୀ, ପନିପରିବା, ଆମିଷ, ଫଳ, ଅଣ୍ଡା, ପଶୁ ଖାଦ୍ୟ, ବହି ଦୋକାନ, ଗ୍ୟାସ୍‌ ଏଜେନ୍ସି ଏବଂ ପରିବହନ, କୃଷି ଉପକରଣ ମରାମତି, ଫ୍ୟାନ୍‌ ଏବଂ ବଲ୍‌ବ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ମରାମତି ଦୋକାନ, ମୋବାଇଲ୍‌ ରିଚାର୍ଜ ସେଣ୍ଟର୍‌, ସାଇକେଲ୍‌ ମରାମତି ଦୋକାନ ଏବଂ ଏହାର ଅତିରିକ୍ତ ଅଂଶ, କୃଷିଜାତ ଦ୍ରବ୍ୟ ବିକ୍ରି, ଦୁଗ୍ଧ ଏବଂ ଦୁଗ୍ଧଜାତ ଦ୍ରବ୍ୟ, ଚଷମା, ଔଷଧ, ପେଟ୍ରୋଲ୍‌ ପମ୍ପ, ରାଜପଥ କଡ଼ ଢ଼ାବା, ରେଷ୍ଟୁରାଣ୍ଟ ଏବଂ ଗ୍ୟାରେଜ୍‌ ଖୋଲା ରହିବ। ଅନ୍ୟପକ୍ଷରେ ଚା ଷ୍ଟଲ୍‌, ଖାଦ୍ୟ ଷ୍ଟଲ୍‌, ଅଳଙ୍କାର, ବିୟୁଟି ପାର୍ଲର, ସେଲୁନ୍‌, ଜିମ୍‌, ଫାଷ୍ଟଫୁଡ୍‌, ମଲ୍ଟି ବ୍ରାଣ୍ଡ ଏବଂ ସିଙ୍ଗଲ୍‌ ବ୍ରାଣ୍ଡ୍‌ ମଲ୍‌, ପାନ୍‌, ତମାଖୁ, ଗୁଟ୍‌ଖା, ଚୁଇଙ୍ଗମ୍‌ ଏବଂ ଛେପ ପକାଇବାକୁ ପ୍ରୋତ୍ସାହିତ କରୁଥିବା ଅନ୍ୟାନ୍ୟ ସାମଗ୍ରୀ ବିକ୍ରି ଦୋକାନ ବନ୍ଦ ରହିବ। ସମସ୍ତ ଅନୁମତିପ୍ରାପ୍ତ ଦୋକାନଗୁଡିକ ହୋମ ଡେଲିଭେରିକୁ ପ୍ରାଧାନ୍ୟ ଦେବେ। ବାଇକ୍‌ରେ କେବଳ ଜଣେ ହିଁ ଯାତ୍ରା କରିପାରିବେ ବୋଲି ନିର୍ଦ୍ଦେଶରେ କୁହାଯାଇଛି। ଉପରୋକ୍ତ ନିର୍ଦ୍ଦେଶକୁ ଅବମାନନା କଲେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଚୟନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ପାଣିରେ ଭାସିଲା ପାଚିଲା ଧାନ

ନିଶ୍ଚିନ୍ତକୋଇଲି,୫ା୧୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକରେ ବାତ୍ୟା ‘ଜଓ୍ବାଦ’ ପ୍ରଭାବରେ ମୁଖ୍ୟତଃ ଧାନ ଫସଲ ନଷ୍ଟ ହୋଇଛି। ବର୍ଷା ପବନ ବଢ଼ିଥିବାରୁ ଲୋକେ ଗୃହବନ୍ଦୀ ହୋଇ...

୨୮ରୁ ଜାତୀୟ ଯୋଗ ପ୍ରତିଯୋଗିତା

କଟକ ଅଫିସ, ୨୫।୧୨: ବାରବାଟୀ ଯୋଗ ଆସୋସିଏଶନ ଆନୁକୂଲ୍ୟରେ ଚଳିତ ମାସ ୨୮ ତାରିଖରୁ ସ୍ଥାନୀୟ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଦୁଇଦିନ ଧରି ଜାତୀୟ...

କଟକ ସହରରୁ ୫୩ କରୋନା ପଜିଟିଭ ଚିହ୍ନଟ

କଟକ ଅଫିସ,୨୫।୧୦-କଟକ ସହରରୁ ଆଜି ମୋଟ୍‌ ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ କ୍ୱାରାଣ୍ଟାଇନରୁ ୨୭ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୬...

ଶରୀରଦାନ ସତ୍ୟପାଠ କ୍ଷେତ୍ରରେ ନୂଆ ରେକର୍ଡ

କଟକ ଅଫିସ, ୨ା୧୧: ଏସ୍‌ସିବି ମେଡିକାଲ କଲେଜଠାରେ ଶରୀର ତତ୍ତ୍ବ ବିଭାଗକୁ ଶୁକ୍ରବାର ଭାରତ ଶରୀର ଓ ଅଙ୍ଗଦାନ ସମିତି(ବଡି) ପକ୍ଷରୁ ୭୫୦ଟି ଶରୀର ଦାନ...

କଟକରେ ଦୈନିକ ୩ ଘଣ୍ଟା ଖୋଲିବ କୋର୍ଟ

କଟକ ଅଫିସ,୩ା୮: କଟକ ଜିଲାରେ ଲକ୍‌ଡାଉନ ଜାରି ରହିଥିବା ବେଳେ ପୂର୍ବ ଅପେକ୍ଷା କେତେକ କଟକଣା କୋହଳ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲାରେ କୋର୍ଟଗୁଡ଼ିକ କାର୍ଯ୍ୟ...

ବାଙ୍କୀ ଡବଲ ମର୍ଡର ଘଟଣା: ଆଜି ବାଙ୍କୀ ନିର୍ବାଚନମଣ୍ଡଳୀ ବନ୍ଦ କରିବ କଂଗ୍ରେସ

ବାରଙ୍ଗ,୨୯।୨ (ଡି.ଏନ.ଏ): ବାଙ୍କୀରେ ହୋଇଥିବା ଡବଲମର୍ଡର ଘଟଣାରେ ପୋଲିସ କେତେଜଣଙ୍କୁ ଗିରଫ କରିଥିବାବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚାହୁଁ ନାହିଁ। ରାଜନୈତିକ କାରଣ...

କରୋନା ମୁକାବିଲା ପ୍ରସ୍ତୁତି: ରାଜ୍ୟ ବାହାର ଫେରନ୍ତାଙ୍କ ସୂଚନା ପାଉନି ସ୍ବାସ୍ଥ୍ୟ ବିଭାଗ

କଟକ ସଦର,୨୩।୩(ଡି.ଏନ୍‌.ଏ.): କରୋନା ମୁକାବିଲା ପାଇଁ କଟକ ସଦର ବ୍ଲକ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି...

ସିଡିଏ ସେକ୍ଟର-୯ରେ ଜଣେ କରୋନା ପଜିଟିଭ ଚିହ୍ନଟ: ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

କଟକ ଅଫିସ,୨୯।୬: କଟକ ସହରର ସିଡିଏ ସେକ୍ଟର-୯ରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।...

Advertisement
Archives

Model This Week