ସକାଳୁ ଗଲେ ସଞ୍ଜରେ ଆସୁଛି

ଅନୁଗୋଳ ଅଫିସ, ୧୩।୬ – ବାହାରେ ତାତି, ଘର ଭିତରେ ଗୁଳଗୁଳିରେ ଲୋକେ ହନ୍ତସନ୍ତ ହେଉଥିବାବେଳେ ସମସ୍ୟା ବଢାଉଛି ଘନଘନ ଅଘୋଷିତ ବିଦ୍ୟୁତ୍‌ କାଟ୍‌। ଅନେକ ସମୟରେ ସକାଳେ ଲାଇନ୍‌ ଗଲେ ସନ୍ଧ୍ୟାବେଳକୁ ଆସୁଛି। କିଛି ଗଁ। ରେ ତ ଦିନ ଦିନ ଧରି ଆସୁ ନ ଥିବା ଲୋକେ ଅଭିଯୋଗ କରୁଛନ୍ତି। ଟିକିଏ ବର୍ଷା ହେଲେ ବିଭାଗ ପକ୍ଷରୁ ସଙ୍ଗେ ସଙ୍ଗେ ପାଓ୍ବାର୍‌ କଟ୍‌ କରାଯାଉଥିବାରୁ ଅନୁଗୋଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। କେବଳ ଅନୁଗୋଳର ଗାଁ ଗଣ୍ଡା ନୁହେଁ ସହରରେ ମଧ୍ୟ ସମାନ ଅବସ୍ଥା। ଥରେ ଲାଇନ ଗଲେ କେତେବେଳେ ଆସିବ ତାହା ବିଭାଗୀୟ କର୍ମଚାରୀମାନେ ମଧ୍ୟ କହିପାରୁ ନାହାନ୍ତି। ପାଖାପାଖି ମାସେରୁ ଅଧିକ ସମୟ ହେଲା ଏପରି ବାରମ୍ବାର ବିଦ୍ୟୁତ୍‌ କାଟ ଯୋଗୁ ଲୋକେ ନାନା ଅସୁବିଧା ଭୋଗୁଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ସତ୍ତ୍ୱେ କେହି ଶୁଣୁ ନ ଥିବା ସହରବାସୀ ପ୍ରକାଶ କରିଛନ୍ତି। ସେହିପରି ଲୋ ଭୋଲଟେଜ ଯୋଗୁ ଅନେକ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ଉପକରଣ ପୋଡିଯାଇଥିବା ଜଣାପଡିଛି। ଏ ନେଇ ଅନୁଗୋଳ ସେସୁ ଡିଭିଜନ୍‌ ନିର୍ବାହୀ ଅଧିକାରୀ ସୁବ୍ରତ ସାହୁ କହିଛନ୍ତି, ଫ୍ୟୁଜ୍‌ କଟୁଥିବାରୁ ସମସ୍ୟା ହେଉଛି। ମୁଖ୍ୟତଃ ଏଲ୍‌ଟି ଲାଇନ୍‌ରୁ ଅଭିଯୋଗ ଆସୁଛି। ଖରାଦିନେ ଅଧିକ ଲୋଡ ଯୋଗୁ ମଧ୍ୟ ଅନେକ ସମୟରେ ପାଓ୍ବାର ଚାଲିଯାଉଛି। ଯଥାସମ୍ଭବ ବିଦ୍ୟୁତ୍‌ କାଟ୍‌ ରୋକିବା ସହ ଉତ୍ତମ ସେବା ଦେବାକୁ ଉଦ୍ୟମ ଜାରି ରହିଥିବା ନିର୍ବାହୀ ଅଧିକାରୀ ସାହୁ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମକେସିଜିରେ ପୁଣି ୩ କରୋନା ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ ,୧୦।୪: କରୋନା ଭାଇରସ ଆତଙ୍କ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏଡାର ମୁକାବିଲା ଲାଗି ସରକାର ସାରା ଦେଶରେ ଲକ୍‌ ଡାଉନ...

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଷଷ୍ଠ ଦିବସ: ଇଣ୍ଡିଆନ୍‌ କ୍ଲବ ୨-୧ ଗୋଲରେ ବିଜୟୀ

ଭବାନୀପାଟଣା,୨୧।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ର ଶୁକ୍ରବାର ଷଷ୍ଠ ମ୍ୟାଚ୍‌ ଇଣ୍ଡିଆନ୍‌ କ୍ଲବ...

ଜେଏସ୍‌ପିଏଲ ପାଳିଲା ଇଞ୍ଜିନିୟର୍ସ ଦିବସ

ଅନୁଗୋଳ ଅଫିସ, ୧୬।୯: ଅନୁଗୋଳ ଜେଏସ୍‌ପିଏଲ ପରିସରରେ ରବିବାର ଇଞ୍ଜିନିୟର୍ସ ଦିବସ ପାଳିତ ହୋଇଯାଇଛି। ଭାରତ ରତ୍ନ ତଥା ପ୍ରଖ୍ୟାତ ଇଞ୍ଜିନିୟର ଡଃ. ଏମ୍‌. ବିଶ୍ୱେସ୍ବରାୟଙ୍କ ଜନ୍ମ...

ବସ୍‌ ବାଇକ୍‌ ମୁହାଁମୁହିଁ: କଲେଜ ଛାତ୍ରୀଙ୍କ ସହ ୨ ମୃତ

ଦେବଗଡ଼,୯।୭(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ହଦମୁଣ୍ଡା ଘାଟି ନିକଟସ୍ଥ ୫୩ ନଂ ଜାତୀୟ ରାଜପଥରେ ମଙ୍ଗଳବାର ଏକ ବସ୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା...

ସବୁଠି ଜଗିଛି ପୋଲିସ: ବାଇକ୍‌, ୪ ଚକିଆ ଯାନ ଉପରେ ନଜର

ବନ୍ତ, ୧୦।୪(ଡି.ଏନ.ଏ.)-କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ସରକାର ଦିନକୁଦିନ ଲକଡାଉନ୍‌ ଆଇନକୁ କଡାକଡି କରୁଛନ୍ତି ା ଏନେଇ ପୋଲିସ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ...

ଗୋପାଳପୁର ବନ୍ଦରରେ ସାମାଜିକ ଦୂରତ୍ୱ ସହ ଶ୍ରମିକ ଦିବସ ପାଳିତ

ଛତ୍ରପୁର,୧ା୫(ଡି.ଏନ୍‌.ଏ.)- ଗୋପାଳପୁର ବନ୍ଦର ଶ୍ରମିକ ସଙ୍ଗଠନ ତରଫରୁ ବନ୍ଦରରେ ଶୁକ୍ରବାର ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ସାମାଜିକ ଦୂରତ୍ୱ ସହ ଶ୍ରମିକ ଦିବସ ପାଳିତ ହୋଇଯାଇଛି।...

ବାଇକକୁ ସ୍କାନ୍‌ଷ୍ଟିଲ ବସ୍‌ ଧକ୍କା ଦେବା ଘଟଣା: ହତ୍ୟା ଉଦ୍ୟମ ଅଭିଯୋଗ, ଥାନା ଘେରିଲେ ଗ୍ରାମବାସୀ

ବଡଗାଁ, ୨୪।୭(ଡି.ଏନ୍‌.ଏ.): ୧୦ ନମ୍ବର ରାଜ୍ୟ ରାଜପଥ ସୁନ୍ଦରଗଡ଼ ଜିଲା ବଡଗାଁ ଥାନା ଅଧୀନ କଣ୍ଟିଆମୁରା ପେଟ୍ରୋଲ ପମ୍ପ ସମ୍ମୁଖରେ ଗତ ୨୧ ତାରିଖ ରାତି...

ସହରୀ ଜାଗାକୁ କବ୍‌ଜା

ଅନୁଗୋଳ ଅଫିସ, ୧୩।୩ :  ଅନୁଗୋଳ ସହରର ବିଭିନ୍ନ ବସ୍ତିରେ ବସବାସ କରୁଥିବା ଲୋକଙ୍କୁ ଜାଗା ମିଶନରେ ସାମିଲ କରାଯାଇ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଉଛି।...

Advertisement

BGU

Archives

Model This Week

Why Dharitri