ସଂସଦର ହୋ ହାଲ୍ଲା ଭିତରେ ପ୍ରେମୀକାଙ୍କୁ ପ୍ରପୋଜ୍‌ କଲେ ସାଂସଦ

ବହୁଥର ଦେଖିବାକୁ ମିଳେ ପ୍ରେମୀକାଙ୍କୁ ନିଜ ମନର କଥା କହିବା ପାଇଁ ପ୍ରେମୀକମାନେ ନିଆରା ଢ଼ଙ୍ଗ ଆପଣାଥାନ୍ତି। ହେଲେ କେବେ ଶୁଣିଛନ୍ତି କି, କେହି ଏମ୍‌ପି ସଂସଦ ଭିତରେ ନିଜ ପ୍ରେମୀକାଙ୍କୁ ପ୍ରେମ ନିବେଦନ କରିବା କଥା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଇଟାଲୀର ସଂସଦରେ। ଗୁରୁବାର ସଂସଦର ଅଧିବେଶନ ଚାଲୁଥିଲା। ଗୃହରେ ଭୂକମ୍ପ ପରେ ପୁନଃନିର୍ମାଣକୁ ନେଇ ହୋ ହାଲ୍ଲା ଚାଲିଥିବା ସମୟରେ ୩୩ ବର୍ଷୀୟା ସାଂସଦ ଫ୍ଲୋବିୟୋ ଡି ମୁରୋ ନିଜ ଗର୍ଲଫ୍ରେଣ୍ଡ ଏଲିସା ଡି ଲିଓଙ୍କୁ ବିବାହ ପାଇଁ ନିବେଦନ କରିଥିଲେ। ସେହି ସମୟରେ ତାଙ୍କ ଗର୍ଲଫ୍ରେଣ୍ଡ ଦର୍ଶକଙ୍କ ଗ୍ୟାଲେରୀରେ ବସିଥିବା ବେଳେ ଉକ୍ତ ପ୍ରୋପଜାଲକୁ ସ୍ବୀକାର କରିଥିଲେ।

ଏହାପରେ ସଂସଦରେ ଉପସ୍ଥିତ ଥିବା ଅନ୍ୟ ସଦସ୍ୟମାନେ ଏନେଇ ଫ୍ଲୋବିୟୋଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଅନ୍ୟପଟେ ଗୃହରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ଚାଲିଥିବା ବେଳେ ସାଂସଦଙ୍କ ଏଭଳି କାର୍ଯ୍ୟକୁ ଅନୁଚିତ୍‌ ବୋଲି କହିଛନ୍ତି ବାଚସ୍ପତି ରୋବଟ ଫିକୋ। ସୂଚନାଯୋଗ୍ୟ, ଗତ ୬ବର୍ଷରୁ ଇଟାଲୀର ଭେଣ୍ଟିମିଗ୍‌ଲିଆରେ ଫ୍ଲୋବିୟୋ ଓ ଏଲିସା ଏକାସାଙ୍ଗେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନକୁ ବାଜି ଲଗାଇ ସାଇକେଲ ଚଳାଉଛନ୍ତି ଯୁବକ: ଭିଡିଓ ଦେଖିଲେ ଉଡିଯିବ ହୋସ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବକ ଦୁଃସାହସିକ ଭାବେ ସାଇକେଲ ଚଲାଉ ଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ...

ମନ୍ତ୍ରୀଙ୍କ ବାସଭବନରେ ପଶିଲା ବର୍ଷା ପାଣି

ପାଟନା, ୨୮।୬- ବିହାରରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ରାଜଧାନୀ ପାଟନାରେ ସ୍ଥିତି ବେହାଲ ହୋଇପଡ଼ିଛି। ସହର ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଥିବାବେଳେ...

ଶେଷରେ କ୍ଷମା ମାଗିଲା ଗୁଗଲ୍‌, ଜାଣନ୍ତୁ କାହିଁକି

ଗୁଗଲ୍‌ରେ ସର୍ଚ୍ଚ କରିବା ବେଳେ ‘ଭାରତରେ ସବୁଠାରୁ ଖରାପ ଭାଷା କ’ଣ? ଏହାର ଉତ୍ତରରେ ଗୁଗଲ୍‌ ସର୍ଚ୍ଚ ଇଞ୍ଜିନ୍‌ରେ ଉତ୍ତର ଥିଲା ‘କନ୍ନଡ’। ଏହି କଥା...

ପ୍ରବଳ ତୁଷାରପାତ: କାର୍‌ରେ ଫସି ରହିଥିବା ୧୬ ପର୍ଯ୍ୟଟକଙ୍କ ମୃତ୍ୟୁ

ଇସଲାମାବାଦ,୮ା୧: ଉତ୍ତର ପାକିସ୍ଥାନରେ ପ୍ରବଳ ତୁଷାରପାତ ହେତୁ କାର୍‌ରେ ଫସି ରହିଥିବା ୧୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ପାଖାପାଖି ୧୦୦୦ ଗାଡ଼ି ଏବେ ବି ଅଟକି...

୪୦ ଆଲୋକ ବର୍ଷ ଦୂରରେ ଦ୍ୱିତୀୟ ସୌର ଜଗତର ସନ୍ଧାନ…

ଓ୍ବାଶିଂଟନ,୨୮।୧୧: ଆମ ସୌର ଜଗତ ଆକାଶଗଙ୍ଗାରେ ରହିଛି। ଏହାଠାରୁ ୪୦ ଆଲୋକବର୍ଷ ଦୂରରେ ଏକ ଦ୍ୱିତୀୟ ସୌର ଜଗତର ସନ୍ଧାନ ମିଳିଛି। ଏହାକୁ ହୋଲି ଗ୍ରେଲ୍‌...

କରୋନା ଭାଇରସ: ଇଟାଲିରେ ୭ ମୃତ

ରୋମ,୨୫।୨: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଭୟଭୀତ କରି ରଖିଥିବା ବେଳେ ଏବେ ଏହା ଚାଇନା ବାହାରେ ବି କାୟା ବିସ୍ତାର କରିବାରେ ଲାଗିଛି।...

୧୪ରେ ମଙ୍ଗଳରେ ଫ୍ଲାଇଟ ଟେଷ୍ଟ

ମଙ୍ଗଳ ଗ୍ରହରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ଇନଜେନ୍ୟୁଟି ମାର୍ସ ହେଲିକପ୍ଟରର ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ ଏପ୍ରିଲ ୧୪ରେ ହେବ। ଏପ୍ରିଲ ୧୧ ପାଇଁ...

ବଡ଼ ଭୁଲ ପରେ କ୍ଷମା ମାଗିଲେ ଜନ ସିନା

ବେଜିଂ, ୨୫।୫: ଡବ୍ଲ୍ୟୁଡବ୍ଲ୍ୟଇ ସୁପରଷ୍ଟାର ତଥା ‘ଫାଷ୍ଟ ଆଣ୍ଡ୍‌ ଫ୍ୟୁରିଅସ ୯’ ଷ୍ଟାର ଜନ ସିନା ଚାଇନିଜ ଫ୍ୟାନ୍ସଙ୍କୁ ମଙ୍ଗଳବାର କ୍ଷମାପ୍ରାର୍ଥନା କରିଛନ୍ତି। ଆମେରିକାନ ରେସଲିଂ...

Advertisement
Archives

Model This Week