Posted inଫୁରସତ

ସଂଖ୍ୟାଲଘୁଙ୍କ ଏକତା ହିଁ ଦେଶର ଶକ୍ତି

ନୂଆଦିଲ୍ଲୀ: ସଂଖ୍ୟାଲଘୁ ଅଧିକାର ଦିବସ ପ୍ରତିବର୍ଷ ୧୮ ଡିସେମ୍ବରରେ ପାଳନ କରାଯାଉଛି। ଭାରତରେ ସଂଖ୍ୟାଲଘୁମାନଙ୍କର ଅଧିକାରକୁ ଲୋକଲୋଚନକୁ ଆଣିବା ସହ ଏସମ୍ପର୍କରେ ସଚେତନତା ସୃଷ୍ଟିକରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ସଂଖ୍ୟାଲଘୁମାନଙ୍କର ବିଭିନ୍ନ ସମସ୍ୟାକୁ ହୃଦୟଙ୍ଗମ କରିବା ସହ ସେମାନଙ୍କ ସୁରକ୍ଷା ଉପରେ ଦେଶର ସବୁ ରାଜ୍ୟ ଗୁରୁତ୍ୱ ଦେଇଥାନ୍ତି। ଏହି ଦିବସ ଅବସରରେ ଆଲୋଚନାଚକ୍ର, କାର୍ଯ୍ୟକ୍ରମ ତଥା ସଚେତନତା ଅଭିଯାନ ଆୟୋଜନ କରାଯାଇଥାଏ। କୌଣସି ରାଷ୍ଟ୍ରରେ ଯେଉଁମାନଙ୍କ ସଂଖ୍ୟା କମ୍‌ ଓ ସାମାଜିକ, ରାଜନୈତିକ, ଆର୍ଥିକ ରୂପରେ ଦୁର୍ବଳ ତଥା ଜାତି, ଧର୍ମ ଆଦିରେ ବହୁସଂଖ୍ୟକଠାରୁ ଅଲଗା ରହିଥିବା ସତ୍ତ୍ୱେ ରାଷ୍ଟ୍ର ନିର୍ମାଣ, ବିକାଶ, ଏକତା,ସଂସ୍କୃତି, ପରମ୍ପରା ଓ ରାଷ୍ଟ୍ରୀୟ ଭାଷାକୁ ବଜାୟ ରଖିବା ଲାଗି ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି ସେମାନେ ହିଁ ସେହି ଦେଶ ବା ରାଜ୍ୟରେ ସଂଖ୍ୟାଲଘୁ ଭାବେ ପରିଗଣିତ। ଭାରତୀୟ ସମ୍ବିଧାନରେ ଧର୍ମ ଓ ଭାଷା ଆଧାରରେ ସଂଖ୍ୟାଲଘୁ ଗଣାଯାଉଛି। ଭାରତରେ ମୁସଲମାନ,ଶିଖ୍‌, ଖ୍ରୀଷ୍ଟିଆନ,ବୌଦ୍ଧ ଓ ଜୋରେଷ୍ଟିରିଆନ ଓ ଜୈନମାନେ ସଂଖ୍ୟାଲଘୁ ଭାବେ ରହିଛନ୍ତି। ଏମାନଙ୍କ ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ୧୯ ପ୍ରତିଶତ। ଜମ୍ମୁ-କଶ୍ମୀର, ପଞ୍ଜାବ,ମେଘାଳୟ, ମିଜୋରାମ, ନାଗାଲାଣ୍ଡ , ଲାକ୍ଷାଦ୍ୱୀପ, ଲଦାଖ ଓ ଅରୁଣାଚଳପ୍ରଦେଶରେ ଏମାନଙ୍କ ସଂଖ୍ୟା ଅଧିକ। ସଂଖ୍ୟାଲଘୁମାନଙ୍କ ବିକାଶ ହିଁ ଦେଶର ବିକାଶ। ସଂଖ୍ୟାଲଘୁମାନଙ୍କ ଏକତା ହିଁ ଦେଶର ଶକ୍ତି। ଏମାନଙ୍କର ବିକାଶ,ଆଇନ ତଥା ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରିବାରେ ୨୯ ଜାନୁୟାରୀ ୨୦୦୬ରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପ୍ରତିଷ୍ଠା କରାଯାଇଥିଲା। ଏଥିପାଇଁ ଜାତୀୟ ସଂଖ୍ୟାଲଘୁ ଆୟୋଗ ଅଧିନିୟମ,୧୯୯୨ ଅଧୀନରେ ଗଠନ କରାଯାଇଛି ଜାତୀୟ ସଂଖ୍ୟାଲଘୁ କମିଶନ(ଏନ୍‌ସିଏମ୍‌)। ଏହା ସଂଖ୍ୟାଲଘୁମାନଙ୍କର ପ୍ରତିଟି ସମସ୍ୟା ସମାଧାନ କରିବା ତଥା ବିକାଶର ଧାରାକୁ ତ୍ୱରାନ୍ବିତ କରିବାରେ ପ୍ରମୁଖ ଭୂମିକା ନେଇଆସୁଛି। ସଂଖ୍ୟାଲଘୁମାନଙ୍କ ଅଧିକାରର ସୁରକ୍ଷା,ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଯୋଗଦାନକୁ ବିଚାରକୁ ନେଇ ଆଞ୍ଚଳିକ ସ୍ତରରେ ଭାଷା,ଜାତି, ଧର୍ମ, ସଂସ୍କୃତି, ପରମ୍ପରା ଆଦିର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ୧୮ ଡିସେମ୍ବର ୧୯୯୨ରେ ଜାତିସଂଘ ଦ୍ୱାରା ଏହି ଦିବସ ପାଳନ କରାଯିବା ଲାଗି ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri