‘ସଂଖ୍ୟାଗରିଷ୍ଠ ଥାଇ ଏସ୍‌ଟି,ଏସ୍‌ସି, ଓବିସି ଉପେକ୍ଷିତ’

ଭୁବନେଶ୍ୱର,୧୩।୩(ବ୍ୟୁରୋ): ରାଜ୍ୟରେ ୨୨% ଅନୁସୂଚିତ ଜନଜାତି(ଏସ୍‌ଟି), ୧୭% ଅନୁସୂଚିତ ଜାତି(ଏସ୍‌ସି) ଅଧିବାସୀ ରହିଛନ୍ତି। ଏମାନଙ୍କ ସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୪୦%। ଏଥିସହିତ ଯଦି ୫୨% ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି), ସାମାଜିକ, ଆର୍ଥିକ ପଛୁଆ ବର୍ଗ(ଏସ୍‌ଇବିସି)କୁ ଅନ୍ତର୍ଭୁକ୍ତ କରାଯାଏ, ତେବେ ୯୨% ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ବିଭାଗର ସାମଗ୍ରିକ ବିକାଶ ହୋଇପାରିନାହିଁ। ଉପରୋକ୍ତ ବର୍ଗର ସାମଗ୍ରିକ ବିକାଶ ହୋଇପାରୁ ନ ଥିବାରୁ ଓଡ଼ିଶାର ବିକାଶ ହୋଇ ନ ଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି। ଏସ୍‌ଟି,ଏସ୍‌ସି, ଓବିସି ଓ ସଂଖ୍ୟାଲଘୁ ବିକାଶ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ଗୁରୁବାର ପ୍ରଦୀପ୍ତ ଏହା କହିଛନ୍ତି।
ପ୍ରଦୀପ୍ତ କହିଥିଲେ ଯେ, ଯାଜପୁର ଜିଲାରେ ଏକମାତ୍ର ନଗଡ଼ା ଦେଖାଦେଇଥିଲା। ହେଲେ କେବିକେ ଅଞ୍ଚଳରେ ଶହ ଶହ ନଗଡ଼ା ରହିଛି। ସୁନ୍ଦରଗଡ଼ ଜିଲା ବଣାଇ ନିର୍ବାଚନମଣ୍ଡଳୀର ମହୁଲକୁଦା ଅଞ୍ଚଳ ନଗଡ଼ାର ଅନ୍ୟରୂପ। ଏହାର ଆଖପାଖ ଅଞ୍ଚଳକୁ ରାସ୍ତା ଖଣ୍ଡେ ନାହିଁ। ଶହୀଦ ରେଣ୍ଡୋ ମାଝିଙ୍କ ଗାଁ ଯିବାକୁ ହେଲେ ଫୁଲବାଣୀ ଦେଇ ଯିବାକୁ ପଡୁଛି। ଆମ୍ବୁଲାନ୍ସ ଅଭାବରୁ ସ୍ତ୍ରୀର ମୃତଦେହ କାନ୍ଧେଇ ଚର୍ଚ୍ଚାକୁ ଆସିଥିବା ଦାନ ମାଝିଙ୍କ ଗାଁକୁ ବି ରାସ୍ତା ହୋଇନାହିଁ। ନିକଟରେ ରାଜ୍ୟ ସରକାରଙ୍କ ଜଣେ ରାଷ୍ଟ୍ରମନ୍ତ୍ରୀ କୌଣସି ଏକ ଗାଁକୁ ଯାଇ ସାମାଜିକ ଗଣମାଧ୍ୟମରେ ଫଟୋଟିଏ ଛାଡ଼ିଥିଲେ। ଏହା ହିଁ ରାଜ୍ୟ ପଛୁଆ ଅଞ୍ଚଳର ବିକାଶ କଥା କହୁଥିବା ପ୍ରଦୀପ୍ତ କହିଛନ୍ତି। ଅଫିସର, ତହସିଲଦାର ଏବଂ ରାଜନେତା ଯଦି ତୃଣମୂଳସ୍ତରକୁ ଯିବେ ନାହିଁ, ତେବେ କିପରି ଉନ୍ନତି ହେବ। ସେହିଭଳି ଏସ୍‌ଟି, ଏସ୍‌ସି ପିଲାମାନଙ୍କୁ ଉପଯୁକ୍ତ ମାନର ଉଚ୍ଚଶିକ୍ଷା ପ୍ରଦାନ କରାଯାଉନାହିଁ। ବାଣିଜ୍ୟ ଏବଂ ବିଜ୍ଞାନ ଏହି ପିଲାମାନଙ୍କର ଫଳାଫଳ ନିମ୍ନଗାମୀ ହେଉଛି। ପୂର୍ବରୁ ଚଳି ଆସିଥିବା ଧାରାରେ ହିଁ କିଛି ଅର୍ଥ ପ୍ରଦାନ କରି ସରକାର ଦାୟିତ୍ୱ ସାରି ଦେଉଛନ୍ତି। ଓବିସି/ଏସ୍‌ଇବିସିଙ୍କ ସଂଖ୍ୟା ୫୨ରୁ ୫୪% ରହିଛି। ମଣ୍ଡଳ କମିଶନ ଅନୁଯାୟୀ ସେମାନେ ୨୭% ସଂରକ୍ଷଣ ପାଇବା କଥା, ମାତ୍ର ସେମାନଙ୍କୁ ତାହା ପ୍ରଦାନ କରାଯାଇନାହିଁ। ଏସ୍‌ଟି ୨୨%, ଏସ୍‌ସିଙ୍କୁ ୧୬% ସଂରକ୍ଷଣ ପରେ ଯଦି ଓବିସିଙ୍କୁ ୨୭% ପ୍ରଦାନ କରାଯାଏ, ତେବେ ଏହା ୬୫% ହେବ। ଅନ୍ୟ ରାଜ୍ୟରେ ଏପରି ସଂରକ୍ଷଣ ନିୟମ ରହିଛି। ତେଣୁ ରାଜ୍ୟର ସାଧାରଣ ବର୍ଗ(୬%)ଙ୍କ ପାଇଁ ୩୫% ବଳକା ରହିବ। ତେଣୁ ସରକାର ମଣ୍ଡଳ କମିଶନ ସୁପାରିସ କାର୍ଯ୍ୟକାରୀ କରନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଦାବି କରିଛନ୍ତି। ନବେ ଦଶକରେ ମଣ୍ଡଳ କମିଶନ ସୁପାରିସ କାର୍ଯ୍ୟକାରୀ ନ ହେବା ପଛରେ କଂଗ୍ରେସ ଦଳକୁ ସେ ଦାୟୀ କରିଥିଲେ। ପ୍ରଦୀପ କହିଥିଲେ ଯେ, କଂଗ୍ରେସର ନେତାମାନେ ହିଁ ମଣ୍ଡଳ ସୁପାରିସ ବିରୋଧରେ ଆନ୍ଦୋଳନ କଲେ। ସେ ସମୟରେ ମୁଖ୍ୟମନ୍ତ୍ରୀ ଥିବା ବିଜୁ ପଟ୍ଟନାୟକ ନୀରବ ରହିଥିଲେ। ଏହା ବିରୋଧରେ ସରକାରଙ୍କ ପକ୍ଷରୁ ସେ ସମୟରେ ହାଇକୋର୍ଟରେ ଆଫିଡାଭିଟ୍‌ ଦାଖଲ କରାଯାଇଥିଲା ବୋଲି ପ୍ରଦୀପ୍ତ ଦୋହରାଇଥିଲେ। ବୈଷୟିକ ଶିକ୍ଷା କ୍ଷେତ୍ରରେ ଏସ୍‌ସିଙ୍କୁ ୮%, ଏସ୍‌ଟିଙ୍କୁ ୧୨% ସଂରକ୍ଷଣ ଦିଆଯାଉଛି। ଓବିସିଙ୍କୁ ସଂରକ୍ଷଣ ନାହିଁ କହିଲେ ଚଳେ, ଯଦି ଶିକ୍ଷା ଓ ନିଯୁକ୍ତିରେ ପରିସଂଖ୍ୟାନ ଅନୁଯାୟୀ ସଂରକ୍ଷଣ ଦିଆ ନ ଯିବ, ଏହି ବର୍ଗର କିପରି ବିକାଶ ହେବ ବୋଲି ସେ ପ୍ରଶ୍ନ କରିଥିଲେ।
ଅନୁରୂପ ଭାବେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଖର୍ଚ୍ଚଦାବି ଆଲୋଚନାରେ ତାରା କହିଥିଲେ ଯେ, ଜାଲ୍‌ ସାର୍ଟିଫିକେଟ୍‌ ଦେଇ ପଛୁଆ ଅଞ୍ଚଳରେ ଉପକୂଳ ଓଡ଼ିଶାର ବ୍ୟକ୍ତିମାନେ ଶିକ୍ଷକତା କରୁଛନ୍ତି। ସେମାନେ ସେଠାରେ ନ ରହି କେବଳ ମାସ ଶେଷକୁ ଦରମା ନେଉଛନ୍ତି। ଏସ୍‌ସି,ଏସ୍‌ଟି ଛାତ୍ରୀ ସେମାନଙ୍କ ପାଖରେ ସୁରକ୍ଷିତ ନୁହନ୍ତି, ସେମାନଙ୍କ ସରଳତାର ସୁଯୋଗ ନେଇ ଯୌନ ନିର୍ଯାତନା ଦିଆଯିବା ସହ ଗର୍ଭବତୀ କରାଯାଉଥିବା ତାରା ଅଭିଯୋଗ ଆଣିଥିଲେ। ଆଦିମ ଅଧିବାସୀଙ୍କୁ ତାଙ୍କ ବାସସ୍ଥାନରୁ ହଟାଇ ଦିଆଯାଉଛି। କୋରାପୁଟ ଜିଲାରେ ଶହେ ନଗଡ଼ା, ଆଦିବାସୀଙ୍କୁ ଜମି ପଟ୍ଟା ମିଳୁନାହିଁ। ଉପକୂଳିଆ ବ୍ୟବସାୟୀ କାଠ କାଟି ଜଙ୍ଗଲ ଧ୍ୱଂସ କରୁଛନ୍ତି। କେତେକ ଆଦିବାସୀ ପ୍ରଜାତି ବିଲୁପ୍ତ ହେବାକୁ ବସିଲେଣି। ସେମାନଙ୍କୁ ଦେଖାଇ କେବଳ ଅର୍ଥ ହରିଲୁଟ୍‌ ଚାଲିଥିବା ତାରା କହିଥିଲେ। ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦ୍ୱାରା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଗତ କରାଯାଇଥିବା ଖର୍ଚ୍ଚଦାବି(୩୮୦୮,୩୫,୮୫,୦୦୦ ଟଙ୍କା)କୁ ଗୃହର ଅନୁମୋଦନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri