ସଂକ୍ରମଣ ରୋକିବାକୁ ଜାଗତିଆର

ଢେଙ୍କାନାଳ ଅଫିସ, ୨୫।୩ – ଢେଙ୍କାନାଳ ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରାଯିବାପରେ କରୋନା ସଂକ୍ରମଣ ରୋକିବାକୁ ଜୋର୍‌ ଦେଉଛି ପ୍ରଶାସନ। ବାଜିଚୌକ୍‌ସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୫୦ ଶଯ୍ୟା ବିଶିଷ୍ଟ ଆଇସୋଲେଶନ ଓ୍ବାର୍ଡ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର ପୁରୁଣା ଚିକିତ୍ସାଳୟ ପରିଦର୍ଶନ କରି ପ୍ରସ୍ତୁତି ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।
ଅନ୍ୟପଟେ ସହରର ଜନଗହଳିପୂର୍ଣ୍ଣ ସ୍ଥାନ ପୋଲିସ ଛାଉଣିରେ ପରିଣତ ହୋଇଛି। ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଅଜ୍ଞାତ ବ୍ୟକ୍ତିଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଉଛି। ମଙ୍ଗଳବାର ଅପରାହ୍ନରେ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଏସ୍‌ପି ଅନୁପମା ଜେମ୍‌ସ ପୋଲିସ ଅଧିକାରୀଙ୍କ ସହ ସହରର ପ୍ରମୁଖ ଅଞ୍ଚଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ଜିଲାରେ ପୋଲିସ ପ୍ରସ୍ତୁତି ସନ୍ତୋଷଜନକ ବୋଲି ଆଇଜି କହିଛନ୍ତି। ଲକ୍‌ଡାଉନ୍‌ ଲାଗୁ କରାଯିବା ପରେ ପରିବା ମାର୍କେଟ ସମେତ ଜରୁରୀ ସାମଗ୍ରୀ ବିକ୍ରି ହେଉଥିବା ବ୍ୟବସାୟିକ ପ୍ରତିଷ୍ଠାନରେ ପ୍ରବଳ ଭିଡ଼ ନିୟନ୍ତ୍ରଣ କରିବାକୁ ଗାଇଡ୍‌ଲାଇନ ପ୍ରସ୍ତୁତ କରାଯାଇଛି। ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଏହି ନିୟମ ଆସନ୍ତା ୨୯ ତାରିଖ ଯାଏ ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି।
ଏ ସଂକ୍ରାନ୍ତରେ ଜିଲାପାଳ କୁହନ୍ତି, ପୁରୁଣା ଜିଲା ଚିକିତ୍ସାଳୟରେ ୧୫୦ ଶଯ୍ୟା ବିଶିଷ୍ଟ ଆଇସୋଲେଶନ ଓ୍ବାର୍ଡ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ଏଥିଲାଗି ଅନୁମତି ମିଳିଛି। ଆବଶ୍ୟକ ପଡ଼ିଲେ ଏହାକୁ ୨୦୦ ଶଯ୍ୟାକୁ ବୃଦ୍ଧି କରାଯିବ। ଜିଲା ଚିକିତ୍ସାଳୟରୁ ବସ୍‌ଷ୍ଟାଣ୍ଡକୁ ସୁବିଧାରେ ଯିବାଆସିବା ଲାଗି ୨୦ଟି ଅଟୋରିକ୍ସା ବ୍ୟବସ୍ଥା ହୋଇଛି। ନିଜେ ନିଜର ସୁରକ୍ଷା କରିବା ସହିତ ଅନ୍ୟର ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ଜିଲାପାଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଲ୍‌ମେଟ ଚେକ୍‌ ଆଳରେ ଜୟପୁର ପୋଲିସର ଦବଙ୍ଗଗିରି: ଭିଡିଓ ଭାଇରାଲ

ଜୟପୁର, ୧୮।୬(ନି.ପ୍ର.): କୋରାପୁଟ ଜିଲା ଜୟପୁର ୨୦ ନମ୍ବର ଜାତୀୟ ରାଜପଥ ଟାଉନ ଥାନା ସମ୍ମୁଖରେ ମଙ୍ଗଳବାର ପୋଲିସର ଦବଙ୍ଗଗିରି ଦେଖିବାକୁ ମିଳିଛି। ହେଲ୍‌ମେଟ ଚେକ...

ବନ୍ଧୁକ ଦେଖାଇ ୯ ଲକ୍ଷ ଲୁଟ୍‌

ଜଳେଶ୍ୱର, ୨୯।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ନିକଟସ୍ଥ ୬୦ନଂ. ଜାତୀୟ ରାଜପଥର ଏକତାଳି ନିକଟରେ ଗୁରୁବାର ଅପରାହ୍ନରେ ଦୃର୍ବୃତ୍ତମାନେ ୬ଜଣ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୯ଲକ୍ଷ ଟଙ୍କା...

କାକଟପୁର, ଅସ୍ତରଙ୍ଗରେ ସ୍ବାଧୀନତା ଦିବସ

କାକଟପୁର,୧୫ା୮(ଡି.ଏନ୍‌.ଏ.): ପୁରୀ ଜିଲା କାକଟପୁର ଓ ଅସ୍ତରଙ୍ଗ ଅଞ୍ଚଳରେ ଗୁରୁବାର ୭୩ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରବଳ ବର୍ଷା ସତ୍ତ୍ୱେ କାକଟପୁର ମିନିଷ୍ଟାଡ଼ିୟମ୍‌ଠାରେ କାକଟପୁର...

ସାମାଜିକ ସଂହତିର ସେତୁବନ୍ଧ ‘ଲୋକକଳା’

(ରତନ ନାୟାର) ଢେଙ୍କାନାଳ ଅଫିସ, ୧୮।୧୦ ଶିଳ୍ପ ସମୃଦ୍ଧ ଢେଙ୍କାନାଳ ଜିଲାକୁ ସ୍ବତନ୍ତ୍ର ପରିଚୟ ଦେଇଛି ଲୋକକଳା। ତେବେ ରାଜରାଜୁଡ଼ା ଅମଳରୁ ପ୍ରଚଳିତ ଲୋକକଳାରେ ଧସେଇ...

ଡାହାଣୀ ସନ୍ଦେହରେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ସୁନ୍ଦରଗଡ଼, ୧୭।୧ (ଡି.ଏନ୍‌.ଏ. )-ଆଦିବାସୀ ବହୁଳ ସୁନ୍ଦରଗଡ ଜିଲାରେ ଏବେ ମଧ୍ୟ ଗୁଣିଗାରେଡି ସନ୍ଦେହ ଲୋକଙ୍କ ମନରେ ବସାବାନ୍ଧିଛି। ଏହି କାରଣରୁ ଅନେକ ନିରୀହ ଜୀବନ...

ସହରରେ କେନ୍ଦ୍ରମନ୍ତ୍ରୀଙ୍କ ନିଖୋଜ ପୋଷ୍ଟର ଲାଗିବା ଘଟଣା: ଯୁବନେତାଙ୍କ ଗିରଫକୁ କଂଗ୍ରେସର ବିରୋଧ

ବାଲେଶ୍ୱର ଅଫିସ, ୪।୬-ବାଲେଶ୍ୱର ସହରରେ ଗତ ରବିବାର କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ଏମ୍‌ପି...

ଧରିତ୍ରୀ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌, ସାଇଙ୍କ ଚିକିତ୍ସା ପାଇଁ ବଢୁଛି ସହଯୋଗର ହାତ

ବରଗଡ଼ ଅଫିସ,୭।୧: ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ-୧ ନିଗମାନନ୍ଦ ବିହାରସ୍ଥିତ ଏକ ଭଡ଼ାଘରେ ରହୁଥିବା ପୂଜା ୟାଦବ ଓ କଲ୍ଲୁ ୟାଦବଙ୍କ ଏକ...

ତପ୍ତପାଣି ଘାଟିରେ ଓଲଟିଲା କଲେଜ ବସ୍‌: ଓଜେଇଇ ପରୀକ୍ଷାର୍ଥୀ ଗୁରୁତର

ଦିଗପହଣ୍ଡି,୧୬।୧୦(ଡି.ଏନ୍‌.ଏ.): ଗଞ୍ଜାମ-ଗଜପତି ସୀମାନ୍ତ ୩୨୬ନଂ ଜାତୀୟ ରାଜପଥ ତପ୍ତପାଣି ଘାଟିରେ ଘଟିଛି ଭୟଙ୍କର ଦୁର୍ଘଟଣା। ଦୁର୍ଘଟଣାରେ ୨୫ରୁ ଊର୍ଦ୍ଧ୍ବ ଓଜେଇଇ ପରୀକ୍ଷାର୍ଥୀ ଆହାତ ହୋଇଛନ୍ତି। ଆହତଙ୍କ...

Advertisement
Archives

Model This Week