ସଂକ୍ରମଣ ରୋକିବାକୁ ଜାଗତିଆର

ଢେଙ୍କାନାଳ ଅଫିସ, ୨୫।୩ – ଢେଙ୍କାନାଳ ଜିଲାକୁ ଲକ୍‌ଡାଉନ୍‌ ଘୋଷଣା କରାଯିବାପରେ କରୋନା ସଂକ୍ରମଣ ରୋକିବାକୁ ଜୋର୍‌ ଦେଉଛି ପ୍ରଶାସନ। ବାଜିଚୌକ୍‌ସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୫୦ ଶଯ୍ୟା ବିଶିଷ୍ଟ ଆଇସୋଲେଶନ ଓ୍ବାର୍ଡ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର ପୁରୁଣା ଚିକିତ୍ସାଳୟ ପରିଦର୍ଶନ କରି ପ୍ରସ୍ତୁତି ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।
ଅନ୍ୟପଟେ ସହରର ଜନଗହଳିପୂର୍ଣ୍ଣ ସ୍ଥାନ ପୋଲିସ ଛାଉଣିରେ ପରିଣତ ହୋଇଛି। ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଅଜ୍ଞାତ ବ୍ୟକ୍ତିଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଉଛି। ମଙ୍ଗଳବାର ଅପରାହ୍ନରେ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଏସ୍‌ପି ଅନୁପମା ଜେମ୍‌ସ ପୋଲିସ ଅଧିକାରୀଙ୍କ ସହ ସହରର ପ୍ରମୁଖ ଅଞ୍ଚଳ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ଜିଲାରେ ପୋଲିସ ପ୍ରସ୍ତୁତି ସନ୍ତୋଷଜନକ ବୋଲି ଆଇଜି କହିଛନ୍ତି। ଲକ୍‌ଡାଉନ୍‌ ଲାଗୁ କରାଯିବା ପରେ ପରିବା ମାର୍କେଟ ସମେତ ଜରୁରୀ ସାମଗ୍ରୀ ବିକ୍ରି ହେଉଥିବା ବ୍ୟବସାୟିକ ପ୍ରତିଷ୍ଠାନରେ ପ୍ରବଳ ଭିଡ଼ ନିୟନ୍ତ୍ରଣ କରିବାକୁ ଗାଇଡ୍‌ଲାଇନ ପ୍ରସ୍ତୁତ କରାଯାଇଛି। ସକାଳ ୭ଟାରୁ ପୂର୍ବାହ୍ନ ୧୦ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ଯାଏ ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଏହି ନିୟମ ଆସନ୍ତା ୨୯ ତାରିଖ ଯାଏ ବଳବତ୍ତର ରହିବ ବୋଲି ସୂଚନା ଦିଆଯାଇଛି।
ଏ ସଂକ୍ରାନ୍ତରେ ଜିଲାପାଳ କୁହନ୍ତି, ପୁରୁଣା ଜିଲା ଚିକିତ୍ସାଳୟରେ ୧୫୦ ଶଯ୍ୟା ବିଶିଷ୍ଟ ଆଇସୋଲେଶନ ଓ୍ବାର୍ଡ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତାବ ଦିଆଯାଇଥିଲା। ଏଥିଲାଗି ଅନୁମତି ମିଳିଛି। ଆବଶ୍ୟକ ପଡ଼ିଲେ ଏହାକୁ ୨୦୦ ଶଯ୍ୟାକୁ ବୃଦ୍ଧି କରାଯିବ। ଜିଲା ଚିକିତ୍ସାଳୟରୁ ବସ୍‌ଷ୍ଟାଣ୍ଡକୁ ସୁବିଧାରେ ଯିବାଆସିବା ଲାଗି ୨୦ଟି ଅଟୋରିକ୍ସା ବ୍ୟବସ୍ଥା ହୋଇଛି। ନିଜେ ନିଜର ସୁରକ୍ଷା କରିବା ସହିତ ଅନ୍ୟର ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ ଜିଲାପାଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଜ୍ୟବସ୍ତୁ ପରିଚାଳନା ଠପ୍‌, ସହର ପାଲଟିବ ଡମ୍ପିଂୟାର୍ଡ: ପୌରାଧ୍ୟକ୍ଷା-ନିର୍ବାହୀ ଅଧିକାରୀଙ୍କ କଥାରେ ନାହିଁ ତାଳମେଳ

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ):ସଫେଇ ଗାଡ଼ି ଅଛି, ସଫେଇ କର୍ମଚାରୀ ମଧ୍ୟ ଅଛନ୍ତି। କିନ୍ତୁ ସହରରୁ ନିଷ୍କାସିତ ମଇଲା, ଆବର୍ଜନା ପକାଇବା ପାଇଁ ସ୍ଥାୟୀ ଡମ୍ପିଂୟାର୍ଡ଼ କିମ୍ବା ଜାଗା ନାହିଁ।…

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମସ୍ଥଳ ନୋ ଫ୍ଲାଇଂ ଜୋନ୍‌ ଘୋଷଣା

ବାରିପଦା,୧୧ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ୍ତା ୧୯ ଓ ୨୦ରେ ମୟୂରଭଞ୍ଜ ଜିଲା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ସୁରକ୍ଷା ଦୃଷ୍ଟିରୁ…

ଯାଉଥିଲେ ବିଧାୟକ, ହଠାତ୍‌ ଗାଡ଼ି ଉପରେ ପଡ଼ିଲା ଗଛ: ଆଉ ତା’ପରେ…

କୋରୁକୋଣ୍ଡା/ଚିତ୍ରକୋଣ୍ଡା,୧୧।୬ ( ଅଶୋକ ପରିଡ଼ା /ଶିବଦତ୍ତ ସାହୁ ): ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ଚିତ୍ରକୋଣ୍ଡା-ବାଲିମେଳା ମୁଖ୍ୟ…

ଭୟଙ୍କର ସଡ଼କ ଦୁର୍ଘଟଣା: ବାପା-ଝିଅଙ୍କ ଚାଲିଗଲା ଜୀବନ

ସମ୍ବଲପୁର,୧୧ା୬(ପ୍ରମୋଦ ବହିଦାର): ଧନୁପାଲି ଥାନା ଅନ୍ତର୍ଗତ ଭତରା ଶଙ୍କର ମଠ ଝଙ୍କାର ବନ୍ଧ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସିରିଜ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିନା ବିଦ୍ୟୁତ୍‌ରେ ଚାଲିଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଅସହ୍ୟ ଗରମରେ ରୋଗୀ ହନ୍ତସନ୍ତ

ଅମରପାଲି,୧୧ା୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ଗ୍ରାମରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଦୀର୍ଘଦିନ ଧରି କାର୍ଯ୍ୟକ୍ଷମ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟୁତ୍‌…

ନିୟମଗିରିକୁ ପୁଣି ଫେରିଲେ ହାତୀପଲ, କଦଳୀ ବଗିଚା ନଷ୍ଟ କରିବା ସହ…

କଲ୍ୟାଣସିଂହପୁର,୧୧ା୬(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳକୁ ପୁଣି ଫେରିଛନ୍ତି ହାତୀପଲ। କଲ୍ୟାଣସିଂହପୁର ବ୍ଲକ ପାର୍ସଲି ପଞ୍ଚାୟତର ଲମ୍ବା ନ୍‌ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ବୁଧବାର…

ସମସ୍ୟା ଘେରରେ କେସିଙ୍ଗା ରେଳ ଷ୍ଟେଶନ: ସମାଧାନ ଦାବି କଲା ଜିଲା ରେଳଯାତ୍ରୀ ସଂଘ

କେସିଙ୍ଗା,୧୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ରେଳ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ନେଇ କଳାହାଣ୍ଡି ଜିଲା ରେଳ ଯାତ୍ରୀ ସଂଘ ପକ୍ଷରୁ ସମ୍ବଲପୁର ଡିଭିଜନର ଡିଆରଏମ ସୁବାସ…

ଦୁର୍ଦ୍ଦାନ୍ତ ଅପରାଧୀ ପପୁଙ୍କୁ ପୋଲିସର ଏନ୍‌କାଉଣ୍ଟର, ଜଙ୍ଗଲରେ ଆପରାଧିକ କାଣ୍ଡ ଘଟାଇବାକୁ ଯୋଜନାବେଳେ…

ଭଦ୍ରକ,୧୧ା୬(ସନାତନ ରାଉତ): ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରଫୁଲ୍ଲ ମଲ୍ଲିକ ଓରଫ ପପଙ୍କୁ ଏନ୍‌କାଉଣ୍ଟର କରିଛି। ପପୁଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ତାଙ୍କୁ କଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri