ସଂକ୍ରମଣରୁ ବଞ୍ଚିବା ଲାଗି ଲୋକେ ଯାନ କିଣିବାକୁ ଗୁରୁତ୍ୱ ଦେବେ

ନୂଆଦିଲ୍ଲୀ,୨୫।୫ କରୋନା ସଂକ୍ରମଣରୁ ବଞ୍ଚିବା ଲାଗି ଲୋକମାନେ ସାଧାରଣ ପରିବହନ ବ୍ୟବସ୍ଥା ଠାରୁ ନିଜକୁ ଦୂରେଇ ରଖିବେ। ଏଥି ଲାଗି ଲୋକମାନେ ନିଜ ଲାଗି ଯାନ କିଣିବାକୁ ମନ ବଳାଇବେ ବୋଲି ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ଏହା ଦ୍ୱାରା ଯାନ ଚାହିଦା ବଢିବ ବୋଲି ପ୍ରମୁଖ କମ୍ପାନୀଗୁଡିକ ଆଶାବାଦୀ ରହିଛନ୍ତି। ଲକ୍‌ଡାଉନ ପରେ ଲୋ ସେଗମେଣ୍ଟ ବିଶିଷ୍ଟ ଯାନଗୁଡିକର ଚାହିଦା ବଢିବା ନେଇ ପ୍ରମୁଖ ଯାନ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଆଶାବାଦୀ ରହିଛି। କମ୍ପାନୀର ସେଲ୍‌ସ ଏବଂ ମାର୍କେଟିଂ କାର୍ଯ୍ୟନିର୍ବାହି ନିର୍ଦ୍ଦେଶକ ଶଶାଙ୍କ ଶ୍ରୀବାସ୍ତବ କହିଛନ୍ତି , ଲୋକମାନେ ସାର୍ବଜନୀନ ପରିବହନ ବ୍ୟବସ୍ଥା ବାଦ ନିଜ ଯାନ କିଣିବା ଉପରେ ଫୋକସ କରିବେ। ବିଭିନ୍ନ ଗ୍ରାହକ ସର୍ଭେରୁ ଏହା ସାମ୍ନାକୁ ଆସିଛି। ବର୍ତ୍ତମାନ ଆର୍ଥତ୍କ କାର୍ଯ୍ୟକଳାପ ପ୍ରଭାବିତ ରହିଥିବାରୁ ଲୋକଙ୍କ କ୍ରୟ ଶକ୍ତି ଉପରେ ଏହାର ପ୍ରଭାବ ରହିଛି। ଏଭଳି ସ୍ଥିତିରେ ପ୍ରଥମଥର ଲାଗି ଯାନ କିଣୁଥିବା ଗ୍ରାହକ ମାନେ ଲୋ ସେଗମେଣ୍ଟ ମଡେଲ ଉପରେ ବିଶେଷ ଗୁରୁତ୍ୱ ଦେବେ ବୋଲି ଜଣାପଡିଛି। ହୋଣ୍ଡା କାର୍‌ସର ବରିଷ୍ଠ ଉପାଧ୍ୟକ୍ଷ ତଥା ନିର୍ଦ୍ଦେଶକ ରାଜେଶ ଗୋୟଲ କହିଛନ୍ତି ଯେ, ଲୋକମାନେ କୋଭିଡକୁ ନେଇ ସଜାଗ ଅଛନ୍ତି। ଏଣୁ ସାର୍ବଜନୀନ ପରିବହନ ଉପରେ ନିର୍ଭରତା କମିବ। ଫଳରେ କାର କିଣିବା ଲାଗି ଲୋକମାନେ ଅଗ୍ରସର ହେବ। ଲୋକମାନେ ନୂଆ କାର ସହ ୟୁଜଡ କାର ଉପରେ ଧ୍ୟାନ ଦେବେ। ଲୋକଙ୍କୁ ଶସ୍ତାରେ ଯାନ ଉପଲବ୍ଧ ହେବା ସହ ଏହା ବ୍ୟବହାର ଲାଗି ମଧ୍ୟ ସୁବିଧା ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri