ଷ୍ଟ୍ରେଚରରେ ନଦୀପାର ହେଲେ ଗର୍ଭବତୀ

ମୁନିଗୁଡା,୩୧ା୮(ଡ଼ି.ଏନ.ଏ): ଗାଁକୁ ରାସ୍ତା ନାହିଁ। ଅଧାବାଟରେ ଅଟକିଲା ଆସି ଆମ୍ବୁଲାନ୍ସ। ତେଣୁ ଷ୍ଟ୍ରେଚରରେ ବିପଜ୍ଜନକ ଭାବେ ନଦୀ ପାର ହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସିଲେ ଗର୍ଭବତୀ। ପରେ ଆମ୍ବୁଲାନ୍ସରେ ତାଙ୍କୁ ଆମ୍ବାଦୋଳା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଗଲା। ସେଠାରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାଯାଇଛି। ଏପରି ଦେଖିବାକୁ ମିଳିଛି ରାୟଗଡା ଜିଲା ମୁନିଗୁଡା ବ୍ଲକ ଇଚ୍ଛାପୁର ପଞ୍ଚାୟତର କାଡାଘାଟି ଗ୍ରାମରେ ।
ଶନିବାର ସକାଳେ ଉକ୍ତ ଗ୍ରାମର କୈଳାସ ସୂର୍ଯ୍ୟ ପ୍ରକାଶଙ୍କ ସ୍ତ୍ରୀ ସସ୍ମିତାଙ୍କ ପ୍ରସବଜନିତ ଯନ୍ତ୍ରଣା ଆରମ୍ଭ ହୋଇଥିଲା। କୈଳାସ ସଙ୍ଗେ ସଙ୍ଗେ ଆଶା ଦିଦି ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଜଣାଇଥିଲେ। ଆଶା ଦିଦି ପହଞ୍ଚତ୍ ସସ୍ମିତାଙ୍କୁ ତୁରନ୍ତ ମେଡିକାଲ ନେବାକୁ ପଡିବ ବୋଲି କହିବା ସହ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ।ଗାଁକୁ ଗମନାଗମନର ସୁବିଧା ନ ଥିବାରୁ ଡ଼ାଲଭଟ୍ଟା ଛକରେ ଆସି ଅଟକିଥିଲା ଆମ୍ବୁଲାନ୍ସ। କୌଣସି ଉପାୟ ନ ପାଇ ବାଧ୍ୟ ହୋଇ ପରିବାର ଓ ସମ୍ପର୍କୀୟମାନେ ସସ୍ମିତାଙ୍କୁ ଏକ ଷ୍ଟ୍ରେଚରରେ ବିପଜ୍ଜନକ ଭାବେ ନଦୀ ପାର କରି ଡାଲଭଟ୍ଟା ଛକ ପର୍ଯ୍ୟନ୍ତ ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଆମ୍ବାଦୋଳା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିଛି ସମୟ ପରେ ସସ୍ମିତା ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ସୂଚନାଯୋଗ୍ୟ ଯେ, କାଡାଘାଟି ଗ୍ରାମ ନିକଟରେ ଥିବା ନଦୀରେ ଏକ ବ୍ରିଜ ନିର୍ମାଣ ନେଇ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଛନ୍ତି। ହେଲେ ସେମାନଙ୍କ କଥାକୁ କେହି ଗୁୁରୁତ୍ୱ ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। କାଡାଘାଟି ନଦୀରେ ଏକ ବ୍ରିଜ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରିତ୍ୟକ୍ତ ଘରେ ରହୁଥିବା ଦମ୍ପତି ଗାଁକୁ ଫେରିଲେ

  ଲଖନପୁର,୨୫ା୪(ଡି.ଏନ୍‌.ଏ.)-ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳା ପାଇଁ କେତେକ ସ୍ଥାନରେ କରୋନା ସନ୍ଦିଗ୍ଧ ବ୍ୟକ୍ତିମାନେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି ।  ଏଥିସହିତ ସେମାନେ...

ରାଜଧାନୀରେ ଜମି ଦେବାକୁ କହି ୬୫ ଲକ୍ଷ ଟଙ୍କା ଠକେଇ: ମୁଖ୍ୟ ଅଭିଯୁକ୍ତ ଗିରଫ

ଭଦ୍ରକ ଅଫିସ, ୨୯।୫ – ରାଜଧାନୀ ଭୁବନେଶ୍ୱରରେ ଜମି ଦେବାକୁ କହି ଭଦ୍ରକର ଜଣେ ବ୍ୟବସାୟୀଙ୍କଠାରୁ ୬୫ ଲକ୍ଷ ଟଙ୍କା ଠକି ନିଆଯାଇଥିବା ଅଭିଯୋଗ ହୋଇଛି।...

ଚିନିକଳ ମୋଟର ଇଟାମାଟିରେ ଠାବ ଘଟଣା: ୨ ଦିନ ପରେ ବି ହୋଇପାରିଲାନି ମାମଲା

ନୟାଗଡ଼ ଅଫିସ,୨୧ା୬- ନୟାଗଡ଼ ବ୍ଲକ ଇଟାମାଟି ବଜାରର ଏକ ଲେଦ୍‌ (କବାଡ଼ିଆ ଦେକାନ)ରୁ ଚିନିକଳରେ ବ୍ୟବହୃତ ଦୁଇଟି ମୋଟର ଠାବ ହେବା ଘଟଣାର ଦୁଇଦିନ ପରେ...

ବେଆଇନ ବାଲି ଚାଲାଣ: ବିପଦରେ ତଟବର୍ତ୍ତୀ ଅଞ୍ଚଳ

ବଡ଼ସାହି,୨୭ା୫(ସ୍ବ.ପ୍ର)-ମୟୂରଭଞ୍ଜ ଜିଲା ଦେଇ ପ୍ରବାହିତ ବୁଢାଳବଙ୍ଗ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଦିନକୁ ଦିନ ବଢିଚାଲଛି। ଏହାକୁ ପ୍ରଶାସନ ରୋକି ପାରୁ ନ ଥିବାରୁ...

ବାଇକ୍‌ ଷ୍ଟାଣ୍ଡ୍‌ରେ ଗଡୁଛି ମଦ ବୋତଲ

କେନ୍ଦୁଝର,୨୦ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ଅବ୍ୟବସ୍ଥା ଘେରରେ ରହିଛି। ରକ୍ଷଣାବେକ୍ଷଣ, ସୁରକ୍ଷା ଢିଲା କାରଣରୁ ପରିସରରେ ମଦ୍ୟପଙ୍କ ଆଡ୍ଡା ଜମୁଛି। ସାମାନ୍ୟ ବର୍ଷା ହେଲେ...

୪୧ ବର୍ଷ ପରେ କେସିଙ୍ଗା ମହାବିଦ୍ୟାଳୟକୁ ମିଳିଲା ପଟ୍ଟା

କେସିଙ୍ଗା,୧୦।୫: କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ମହାବିଦ୍ୟାଳୟକୁ ଦୀର୍ଘ ୪୧ ବର୍ଷ ପରେ ଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଜମିର ପଟ୍ଟା ପ୍ରଦାନ...

ସପ୍ତାହକ ପରେ ପୁଣି ଫେରିଲା ଶୀତ

ଦାରିଙ୍ଗବାଡି,୧୯।୧୨(ଡି.ଏନ.ଏ)- ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ପୁଣି ଶୀତ ଫେରିଛି। ସୋମବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ମ ତାପମାତ୍ରା ୯ ଡିଗ୍ରୀ...

ହିତାଧିକାରୀଙ୍କୁ ଭେଟିଲେ ପ୍ରକଳ୍ପ ନିର୍ଦ୍ଦେଶକ: ଆବାସ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ

ବନ୍ତ,୨୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାଶ ବୁଧବାର ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ଭେଟିଥିଲେ। ଆବାସ...

Advertisement
Archives

Model This Week