ଷ୍ଟୋରି-ସସ୍‌ପେନ୍ସ-ଏଣ୍ଟରଟେନ୍‌ମେଣ୍ଟରେ ଭରପୂର ‘ଭିତିରି କଥା’

ପ୍ରତ୍ୟେକ ଯୁବତୀଯୁବକଙ୍କ ପାଇଁ ବାସର ରାତି ଏକ ନିଆରା ଅନୁଭୂତି ନେଇ ଆସିଥାଏ। ଆଦୌ ଚିହ୍ନା ନ ଥିବା, ଜଣା ନ ଥିବା ଦୁଇଟି ଝିଅପୁଅଙ୍କ ମଧ୍ୟରେ ଏହି ରାତିରେ ଅବଶିଷ୍ଟ ଜୀବନ ପାଇଁ ଏକ ସ୍ଥାୟୀ ସମ୍ପର୍କ ସ୍ଥାପିତ ହୋଇଯାଏ। ସେମାନେ ପରସ୍ପରର ସୁଖଦୁଃଖରେ ସବୁଦିନ ଲାଗି ବାନ୍ଧି ହୋଇଯାଆନ୍ତି। ମାତ୍ର ଯଦି ବାସର ରାତିରେ ତାକୁ ଅପେକ୍ଷା କରିଥିବା ଝିଅଟିର ଓଢ଼ଣା ଟେକିଦେଇ ପୁଅଟି ହଠାତ୍‌ ହାଉଳି ଖାଇଯାଏ – ଆଉ ଝିଅଟି ମଧ୍ୟ ପୁଅଟିକୁ ଦେଖି ଆଶ୍ଚର୍ଯ୍ୟରେ ଆଖି କାଢ଼ି ପକାଏ ତା’ହେଲେ?

ପୁଅଟି ଚିରଦିନ ଅବହେଳିତ। ମା’ ନାହିଁ। ସାବତ ମା’ର ଘୃଣା, ଛି ଛି କାରକୁ ନେଇ ଜୀବନ ବଞ୍ଚତ୍ଛି। ସେତିକିରେ ସନ୍ତୁଷ୍ଟ ହୋଇନାହିଁ ସାବତ ମା’। ନିଜର ଜନ୍ମକଲା ପୁଅ ସହ ମିଶି ସେ ତାକୁ ହତ୍ୟା କରିବାର ଷଡ଼ଯନ୍ତ୍ର ମଧ୍ୟ ରଚିଛି। ଲହୁଲୁହାଣ ହୋଇ ଡାକ୍ତରଖାନା ଯାଇଛି। ସେଠାରୁ ମଧ୍ୟ ଭଲ ହୋଇ ଫେରିଛି। ଶେଷରେ ବାପ ବି ନିଷ୍ପତ୍ତି ନେଇଛି ପୁଅର ବାହାଘର କରିଦେଇ ତାଙ୍କ ଦାୟିତ୍ୱ ଶେଷ କରିଦେବେ। କାଳେ ତା’ ଜୀବନକୁ ଝିଅଟିଏ ଆସିଗଲେ ତା’ ଜୀବନରେ ହସଖୁସି ଭରିଯିବ। ଝିଅଟି ତାକୁ ଭଲପାଇବ। ପ୍ରେମ ଦବ। ସ୍ନେହ କରିବ। ତା’ ଜୀବନକୁ ମଧୁମୟ କରି ତୋଳିବ। ପୁଅଟି ମଧ୍ୟ ଠିକ୍‌ ସେଇକଥା ଭାବୁଥାଏ। ସେଥିଲାଗି ବାହାଘରକୁ ନେଇ ଖୁବ୍‌ ଖୁସି ଥାଏ ପୁଅଟି। ହେଲେ ଏ କ’ଣ ହେଲା? ବାସର ଘରକୁ ପଶୁପଶୁ ତା’ର ସବୁ ହସଖୁସି ମଉଳିଗଲା। ଯାହାକୁ ବାହା ହେଇଛି ସେ ତାକୁ ରୋକ୍‌ଠୋକ୍‌ ଶୁଣେଇଦେଲା ଯେ, ସେ ତା’ର ସ୍ତ୍ରୀ ହୋଇପାରିବନି କିମ୍ବା ତାକୁ ସ୍ବାମୀ ବୋଲି ମାନିନେଇ ପାରିବନି। କାହିଁକି ଏମିତି ହେଲା? କାହିଁକି ଏମିତି କହିଲା ପିଲାଟିର ନବବିବାହିତା ସ୍ତ୍ରୀ? ଏହା ପଛରେ କ’ଣ ରହିଛି ରହସ୍ୟ? ଏହା ତା’ର ବିମାତାର ଏକ ଚାଲ୍‌ କି? କ’ଣ ହେଇପାରେ ଏଭଳି ଘଟଣାର ଭିତିରି କଥା?

ଏଭଳି ଅନେକ ପ୍ରଶ୍ନର ଉତ୍ତର ପାଇବାକୁ ହେଲେ ‘ସୂର୍ଯ୍ୟମନ୍ଦିର’ ପ୍ରଯୋଜିତ ନାଟକ ‘ଭିତିରି କଥା’ ଦେଖିବାକୁ ହେବ। ନାଟକଟିରେ ହିଁ ରହିଛି ଏ ସବୁ ପ୍ରଶ୍ନର ଉତ୍ତର। ଯାତ୍ରାନୁଷ୍ଠାନ ‘ସୂର୍ଯ୍ୟମନ୍ଦିର’ର ପରିଚାଳକ ତଥା ନାଟ୍ୟକାର ବଙ୍କିମ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତ ଏହି ନାଟକଟିକୁ ରଚନା କରିନ୍ତି ବର୍ଷିୟାନ୍‌ ନାଟ୍ୟକାର କୈଳାସ ମଲ୍ଲିକ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଭିଜ୍ଞ ନିର୍ଦ୍ଦେଶକ ଲାଲା ବିରେନ୍‌ ରାଏ। ନାଟକଟି ବେଶ୍‌ ଏଣ୍ଟରଟେନିଂ। ଆରମ୍ଭରୁ ଶେଷପର୍ଯ୍ୟନ୍ତ ଜାରି ରହିଛି ସସ୍‌ପେନ୍ସ। ସେତିକି ନୁହେଁ, ନାଟକଟିରେ ଭରପୂର ମନୋରଞ୍ଜନର ଖୋରାକ ଖଞ୍ଜିଛନ୍ତି ନାଟ୍ୟକାର ଓ ନିର୍ଦ୍ଦେଶକ। ନାଟକରେ ଥିବା ଗୀତଗୁଡ଼ିକୁ ନିଗମ ମିଶ୍ର ରଚନା କରିଥିବା ବେଳେ ସ୍ବରରେ ସଜେଇଛନ୍ତି ମିହିର ମହାନ୍ତି। ବିଗତ ବର୍ଷଗୁଡ଼ିକରେ ‘ହୋଟେଲ୍‌ ଫାଇଭ୍‌ ଷ୍ଟାର’, ‘ବାଉନ ବଜାର ତେପନ ଗଳି’, ‘ରହିମ୍‌ ଖଁାର ଭାଗବତ ଟୁଙ୍ଗି’, ‘ରୂପା ପାଲିଙ୍କିରେ ସୁନା କନିଅଁା’, ‘ବଉଳଲୋ ମୋର ବର ଆସୁଛି’, ‘ସାତ ଟଙ୍କାର ସାନବୋହୂ’, ‘ପାଞ୍ଚ ପଇସାର ସ୍ବାମୀ’ ଭଳି ସଫଳ ନାଟକ ରଚନା କରିଥିବା ନାଟ୍ୟକାର କୈଳାସ ମଲ୍ଲିକଙ୍କର ଏହି ନାଟକଟି ମଧ୍ୟ ଚଳିତ ବର୍ଷର ଦର୍ଶକମାନଙ୍କୁ ଶତପ୍ରତିଶତ ମନୋରଞ୍ଜନ ପ୍ରଦାନ କରିବ ବୋଲି ଅନୁଷ୍ଠାନ ତଥା ନାଟ୍ୟକାର ଓ ନିର୍ଦ୍ଦେଶକ ଆଶାବାଦୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri