ଷ୍ଟେଶନ ଉପରେ ଡ୍ରୋନ୍‌ ନଜର

ପୁରୀ ଅଫିସ,୧୬ା୪: ମେ ୩ ତାରିଖ ଯାଏ ଦେଶବ୍ୟାପୀ ଗଡ଼ିବନି ଟ୍ରେନ। କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି। ତେଣୁ ବିଭିନ୍ନ ଷ୍ଟେଶନରେ ଟ୍ରେନ୍‌ଗୁଡ଼ିକ ଅଟକି ରହିଛି। ପୁରୀ ଷ୍ଟେଶନର ୮ଟି ପ୍ଲାଟଫର୍ମରେ ୨୭ଟି ଇଞ୍ଜିନ ଅଟକି ରହିଛି। ଏଥିସହିତ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଆଇସୋଲେଶନ କୋଚ ପ୍ରସ୍ତୁତି ଚାଲିଛି। ଏସବୁର ସୁରକ୍ଷା ସହିତ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଚଳପ୍ରଚଳ ଉପରେ ନଜର ରଖିଛି ଡ୍ରୋନ। ଅତୀତରେ ଷ୍ଟେଶନରେ କେତେକ ଅସାମାଜିକ କାର୍ଯ୍ୟକଳାପ ଦେଖିବାକୁ ମିଳିଛି। ଅନେକ ଥର ଏଠାରେ ରହିଥିବା ଅବସ୍ଥାରେ ଟ୍ରେନରେ ନିଅଁ। ଲାଗିଛି। ତେଣୁ ବର୍ତ୍ତମାନ ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିବାରୁ ଷ୍ଟେଶନ ପରିସରରେ ଅସାମାଜିକଙ୍କ ଆଡ୍ଡା ଜମିବା ସମ୍ଭାବନା ରହିଛି। ସେହିପରି ଅନ୍ୟ କୌଣସି ଅର୍ନ୍ତଘାତୀ କାର୍ଯ୍ୟକଳାପ ଯେପରି ନ ହେବ ତେଣୁ ବିଭାଗ ପକ୍ଷରୁ ଷ୍ଟେଶନ ଏବଂ ଟ୍ରେନଗୁଡ଼ିକର ସୁରକ୍ଷା, ନିରାପତ୍ତାକୁ ଗୁରୁତ୍ୱ ଦିଆଯାଇଛି। ବୁଧବାରଠାରୁ ଡ୍ରୋନ ସାହାଯ୍ୟରେ ସମ୍ପୂର୍ଣ୍ଣ ଷ୍ଟେଶନ ପରିସର ଉପରେ ନଜର ରଖାଯାଇଛି। ବିଭିନ୍ନ ସ୍ଥାନର ଫଟୋ ମଧ୍ୟ ଉତ୍ତୋଳନ କରୁଛି ଏହି ଡ୍ରୋନ। ଲକ୍‌ଡାଉନ ଶେଷ ପର୍ଯ୍ୟନ୍ତ ଏମିତି ନିୟମିତ ବ୍ୟବଧାନରେ ଡ୍ରୋନ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯିବ ବୋଲି ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀଙ୍କଠାରୁ ସୂଚନା ମିଳିଛି।
ସୂଚନାଥାଉ କି, ଗତବର୍ଷ ମାର୍ଚ୍ଚ ୨୨ ହୋଲି ଦିନ ପୁରୀ ଷ୍ଟେଶନରେ ରହିଥିବା ତପସ୍ବିନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୩ଟି ସ୍ଲିପର କୋଚ୍‌ ନଷ୍ଟ ହୋଇଯାଇଥିଲା। ନିଅଁ। ଲଗାଇ ଦେଇଥିବା ସନ୍ଦେହ କରି ଜିଆର୍‌ପି ୨ ଜଣଙ୍କୁ ଅଟକ ରଖିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

୬ ମାସ ପୂର୍ବରୁ ଶାହା ଲେଖିଥିଲେ ନୀତିଶଙ୍କ ବିଦାୟର ସ୍କ୍ରିପ୍ଟ? ସତ ହୋଇଗଲା ସଙ୍କେତ, ନିର୍ବାଚନ ସମୟରେ ହିଁ…

ପାଟନା,୧୪।୪: ବିହାର ରାଜନୀତିରେ ମଙ୍ଗଳବାର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିହାରରେ ’ନୀତିଶ ଯୁଗ’ର…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri