ଷ୍ଟୁଡିଓରେ ନିଆଁ ଲଗାଇଦେଲେ: ୩୩ ଦଗ୍ଧ

ଟୋକିଓ,୧୯ା୭(ଏଏଫ୍‌ପି):ଜାପାନର କ୍ୟୋଟୋ ଆନିମେଶନ୍‌ କମ୍ପାନୀ ଉପରେ ଗୁରୁବାର ଆକ୍ରମଣ ହୋଇଛି। ଏଥିରେ ୩୩ ଜଣଙ୍କ ମୃତ୍ୟୁ ହେବା ସହ ୩୬ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କ୍ୟୋଟୋ ସହରରେ ଥିବା ଏହି ବିଲ୍ଡିଂରେ ନିଆଁ ଲାଗିବାବେଳେ ପାଖାପାଖି ୭୦ ଜଣ ଥିଲେ ବୋଲି ସ୍ଥାନୀୟ ଗଣମାଧ୍ୟମ କହିଛି। କେହି ଜଣେ ବିଲ୍ଡ୍‌ିଂ ଚାରିପଟେ ଗ୍ୟାସୋଲିନ୍‌ ଭଳି ତରଳ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିବା କୁହାଯାଉଛି। ବିଲ୍ଡିଂ ସମ୍ପୂର୍ଣ୍ଣ ଜଳିଯାଇଛି। ନିଆଁ ଲଗାଇବା ପଛର ସମ୍ଭାବ୍ୟ କାରଣ ଜଣାପଡିନାହିଁ। ଜାପାନରେ ଗତ କିଛି ଦଶନ୍ଧି ମଧ୍ୟରେ ଏହା ସବୁଠୁ ବଡ଼ ହିଂସାତ୍ମକ ଅପରାଧ ବୋଲି କୁହାଯାଉଛି।
ତିନି ମହଲା ବିଲ୍ଡିଂର ଝରକାଗୁଡ଼ିକରୁ ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି। ପ୍ରଥମ ମହଲାରେ ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ପରେ ବିଲ୍ଡିଂରେ ନିଆଁ ବ୍ୟାପିଯାଇଥିଲା। ତଳ ମହଲାରୁ ୨ ଜଣ, ଦ୍ୱିତୀୟ ମହଲାରେ ୧୧ ଏବଂ ତୃତୀୟ ମହଲା ଏବଂ ସିଡି ପାହାଚରୁ ୨୦ ଜଣଙ୍କ ମୃତଦେହ ମିଳିଥିଲା ବୋଲି ଜଣେ ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି। ନିଆଁର କାରଣ ସମ୍ପର୍କରେ ପୋଲିସ ତଦନ୍ତ ଚଳାଇଛି। ଏହା ଏକ ଅଗ୍ନିଜନିତ ଆକ୍ରମଣ। ନିଆଁରେ ଆହତ ଜଣେ ସନ୍ଦିଗ୍ଧଙ୍କୁ ପୋଲିସ ଅଟକ ରଖି ଚିକିତ୍ସା ପାଇଁ ହସ୍ପିଟାଲ ନେଇଛି। ବିଲ୍ଡିଂ ବାହାରେ ଉକ୍ତ ବ୍ୟକ୍ତିଙ୍କୁ ଠାବ କରାଯାଇଥିଲା। ଗରୁତର ଆହତ ଏହି ବ୍ୟକ୍ତିଜଣକ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି। ଆକ୍ରମଣକାରୀ ସାଙ୍ଗରେ ଛୁରି ନେଇ ଆସିଥିଲା ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଘଟଣା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଦୁଃଖପ୍ରକାଶ କରିଛନ୍ତି। ଏଭଳି ମର୍ମନ୍ତୁଦ ଘଟଣାର ବର୍ବରତା ବର୍ଣ୍ଣନା କରିବା ପାଇଁ ତାଙ୍କ ପାଖରେ ଭାଷା ନାହିଁ ବୋଲି ସେ ଟୁଇଟ୍‌ କରିଛନ୍ତି। ପୂର୍ବରୁ ହତ୍ୟା ଧମକ ଥାଇ ଇ-ମେଲ୍‌ ଆସିଥିଲା ବୋଲି କ୍ୟୋଟୋ ଆନିମେଶନ୍‌ର ଅଧ୍ୟକ୍ଷ ହିଦେଆକି ହାଟ୍ଟା କହିଛନ୍ତି। କମ୍ପାନୀର ମୁଖ୍ୟ ବିଲ୍ଡିଂ ଜଳିଯାଇଛି, ଯେଉଁଥିରେ ଅନେକ ଟେଲିଭିଜନ ଆନିମେଶନ୍‌ ଚିତ୍ର ପ୍ରସ୍ତୁତ ହୋଇଥିଲା। ଏହି ଆକ୍ରମଣ ଆନିମେଶନ ଚଳଚ୍ଚିତ୍ର ଜଗତ ଓ ଏଥିସହ ସମ୍ପୃକ୍ତ ଲୋକମାନଙ୍କ ପାଇଁ ବଡ଼ ଝଟକା। ଜାପାନର ଆନିମେଶନ୍‌ ଶିଳ୍ପ ସାରା ବିଶ୍ୱରେ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରାଙ୍କ ପରଲୋକ: ଝୁରୁଛି କଳାହାଣ୍ଡି

ଭବାନୀପାଟଣା,୪।୧୧(ଉତ୍ତମ କୁମାର ଦାଶ):କଳାହାଣ୍ଡିର ପୂର୍ବତନ ମନ୍ତ୍ରୀ ତଥା ସାଂସଦ ରାସ ବିହାରୀ ବେହେରାଙ୍କ ୮୮ ବର୍ଷ ବୟସରେ ମଙ୍ଗଳବାର ବିଳମ୍ବିତ ରାତିରେ ଭବାନୀପାଟଣାସ୍ଥିତ ବାସ ଭବନରେ ପରଲୋକ…

ଧନ ମାଗୁଅଛି-ଜନ ମାଗୁଅଛି

ଜୀବନ ପ୍ରବାହର ଗତିପଥକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ମଣିଷ ଅନେକ କିଛି ଆପଣେଇ ନେଇଥାଏ, ଭୁଲ ଠିକ୍‌ର ନିର୍ଣ୍ଣୟ କରି ସମୟୋଚିତ ପଦକ୍ଷେପ ମଧ୍ୟ…

ବାତ୍ୟା ‘ଅର୍ଣ୍ଣବ’ ପରେ ପିଇବା ପାଣି ପାଇଁ ହାହାକାର: ୨୦୦ ପରିବାର ହନ୍ତସନ୍ତ

ଦାରିଙ୍ଗବାଡ଼ି, ୪/୧୧ (ଅରୁଣ ସାହୁ): ବାତ୍ୟା ‘ଅର୍ଣ୍ଣବ’ ପରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଜନଜୀବନ। କେଉଁଠି ରାସ୍ତା ବିଚ୍ଛିନ୍ନ ତ ଆଉ କେଉଁଠି ଭୂସ୍ଖଳନ। ଅନ୍ୟପଟେ ବିଦ୍ୟୁତ୍‌ ସଂଯୋଗ…

ଚିଠା ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଦାଖଲ କରିପାରିବେ ଭୋଟର

ନୂଆଦିଲ୍ଲୀ,୪ା୧୧: ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ଚିଠା ତାଲିକାରୁ ପୁରୁଣା ଭୋଟରଙ୍କ ନାମ କଟିଥିଲେ, ସେମାନେ ନିଜ ନାମ ଯୋଡ଼ିବା ପାଇଁ ଫର୍ମ-୬…

IND vs NZ: ବଡ଼ ନିଷ୍ପତ୍ତି ନେଲେ ଅଧିନାୟକ ଶୁଭମନ: ଏହି ଷ୍ଟାର୍‌ ଖେଳାଳି ପଡିଲେ ବାଦ୍‌, ଦେଖନ୍ତୁ କିଏ ପାଇଲେ ସ୍ଥାନ

ନୂଆଦିଲ୍ଲୀ, ୪।୧୧: ଭାରତ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ପ୍ରଥମ ଦିନିକିଆ ମ୍ୟାଚରେ ଟିମ ଇଣ୍ଡିଆ ୪ ଜଣ ଦ୍ରୁତ ବୋଲର ଏବଂ ୨…

୯ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର, ୪ା୧୧ (ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ନଭେମ୍ବର ୯ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ…

୧୨୩ ବର୍ଷର ବିଶ୍ୱ ରେକର୍ଡ ଭାଙ୍ଗିଲେ ଏହି ଭାରତୀୟ ବ୍ୟାଟର! କ୍ରିକେଟ ଇତିହାସରେ ଯୋଡ଼ିହେଲା ନୂଆ ଅଧ୍ୟାୟ

ନୂଆଦିଲ୍ଲୀ,୪।୧୧:କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଭାରତୀୟ ବ୍ୟାଟର ଚିନ୍ମୟ ସୁତାର। ମାତ୍ର ୫ଟି ଫାର୍ଷ୍ଟ କ୍ଲାସ ପାଳିରେ ୭୯୪ ରନ ସଂଗ୍ରହ କରି ସେ ୧୨୩…

ୟୁକ୍ରେନ୍‌ ସହାୟତା କେନ୍ଦ୍ର ଉପରେ ଆକ୍ରମଣ: ୩୧ ମୃତ

କିଭ୍‌,୪ା୧୧: ଦକ୍ଷିଣ ୟୁକ୍ରେନ୍‌ର ଏକ ସହାୟତା କେନ୍ଦ୍ରରୁ ଲୋକେ ମାନବୀୟ ସହାୟତା ସଂଗ୍ରହ କରିବା ପାଇଁ ଏକାଠି ହୋଇଥିବାବେଳେ ରୁଷିଆ ଆକ୍ରମଣ କରିବାରୁ ୩୧ ଜଣଙ୍କ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?