ଷ୍ଟାର୍ସ ପ୍ରକଳ୍ପ ପରିକଳ୍ପନା: ଭିତ୍ତିଭୂମି ଦେଖିଲେ ବିଶ୍ୱବ୍ୟାଙ୍କ ପ୍ରତିନିଧି

ଢେଙ୍କାନାଳ ଅଫିସ,୧୭।୭-ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ପରୀକ୍ଷାରେ ଭଲ ଫଳାଫଳ ହାସଲ କରିବା ଲକ୍ଷ୍ୟରେ ନୀତି ଆୟୋଗ ପକ୍ଷରୁ ଷ୍ଟାର୍ସ (ଷ୍ଟ୍ରେଙ୍ଗଦେନିଂ ଟିଚିଙ୍ଗ୍‌-ଲର୍ନିଂ ଆଣ୍ଡ୍‌ ରେଜଲ୍ଟ ଫର ଷ୍ଟେଟ୍‌) ପ୍ରକଳ୍ପ ପରିକଳ୍ପନା କରାଯାଇଛି। ଏହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କ ସହାୟତାରେ ବିଶ୍ୱ ବ୍ୟାଙ୍କର ଏକ ପ୍ରତିନିଧି ଦଳ ଜୁଲାଇ ୧୨ରେ ଢେଙ୍କାନାଳ ଜିଲାର ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ଭିତ୍ତିଭୂମି ପରଖିଛନ୍ତି। ପ୍ରତିନିଧି ଦଳରେ ଶରତ କୁମାର ରଥ, ଏମ୍‌.ଏନ୍‌. ଶକିଲ, ବି. କନକଦୁର୍ଗା ରାଜା ପ୍ରମୁଖ ଥିଲେ।
ଜିଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶିକ୍ଷା ଅଧିକାରୀ ସୁଧାନନ୍ଦ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ପ୍ରତିନିଧିମଣ୍ଡଳୀ ଏ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସେହିପରି ଶିକ୍ଷକ, ପରିଚାଳନା ପରିଷଦ ସଭ୍ୟ, ଜିଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ରର ଶିକ୍ଷୟିତ୍ରୀଶିକ୍ଷକ, ବିଆର୍‌ସିସି, ସିଆର୍‌ସିସି, ବିଇଓଙ୍କ ମତାମତ ଲୋଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ତମାଖୁ ବର୍ଜନ ସଚେତନତା ‘ତମାଖୁ ସବୁଠାରୁ ମାରାତ୍ମକ’

ଢେଙ୍କାନାଳ ଅଫିସ, ୭।୧୨ – ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି) ପରିସରରେ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଶୁକ୍ରବାର ମହାବିଦ୍ୟାଳୟସ୍ତରୀୟ ଜାତୀୟ ତମାଖୁ ବର୍ଜନ...

କପିଳାସ ଚିଡ଼ିଆଖାନାର ନୂତନ ଅତିଥି ‘ହିରୋ’

ଢେଙ୍କାନାଳ ଅଫିସ, ୭ା୬-ସମ୍ବଲପୁର-ଦେବଗଡ଼ ଜିଲା ମଧ୍ୟବର୍ତ୍ତୀ ବାମରା ବନଖଣ୍ଡରୁ ଉଦ୍ଧାର ହୋଇଥିବା ହାତୀ ଶାବକ କପିଳାସ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରର ନୂତନ ସଦସ୍ୟ ପାଲଟିଛି। ଏକ...

ଶାଶୁଙ୍କୁ ବୋହୂ ମାଡ଼ ମାରିବା ଘଟଣା: ଥାନାରେ ସମାଧାନ ହେଲା ମାମଲା

ପରଜଙ୍ଗ, ୧୦।୮(ଡି.ଏନ୍‌.ଏ.) – ଢେଙ୍କାନାଳ ପରଜଙ୍ଗ ଥାନା ଗେହ୍ଲେଇକାଟେଣୀ ଗ୍ରାମର ବୃଦ୍ଧା ପାରେଇ ନାୟକଙ୍କୁ ବୋହୂ ସବିତା ଗଁା ଦାଣ୍ଡରେ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ...

ଢେଙ୍କାନାଳ କଲେଜରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ: ‘ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦିଆଯିବ’

ଢେଙ୍କାନାଳ ଅଫିସ, ୧୦।୧୧  – ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଅଶ୍ୱିନୀ ମିଶ୍ର ଶନିବାର ଢେଙ୍କାନାଳ କଲେଜ ପରିଦର୍ଶନ କରିଛନ୍ତି। ପୂର୍ବାହ୍ନ ସାଢ଼େ ୧୧ଟାରୁ ଅପରାହ୍ନ...

ଉପାନ୍ତ ଦେଇ କେନ୍ଦୁଝରକୁ ଫିଟିବ ବାଟ

ଢେଙ୍କାନାଳ ଅଫିସ, ୮।୭ ଢେଙ୍କାନାଳ ଜିଲାର କଙ୍କଡ଼ାହାଡ଼ ବ୍ଲକର ଉପାନ୍ତ ଅଞ୍ଚଳ ଦେଇ କେନ୍ଦୁଝରକୁ ପକ୍କାସଡ଼କ ନିର୍ମାଣ ହେବ। ଏଥିଲାଗି ପୂର୍ତ୍ତ ବିଭାଗ ପକ୍ଷରୁ ସରକାରଙ୍କୁ...

ରାସ୍ତାରେ ଯମ, କରୋନା

ଢେଙ୍କାନାଳ ଅଫିସ, ୨୯।୪ – ‘ମୁଁ ହେଉଛି ଯମରାଜ। ଆଜି ମଇଁଷି ଆଣିନି। ମୋ ସାଙ୍ଗରେ କରୋନା ଆଣିଛି। ଟିକେ ଫାଙ୍କା ପାଇଲେ କରୋନା ମାଡ଼ି...

ଟ୍ରାକ୍ଟର ମିଳୁନି, ବାଡ଼ିଆପିଟା ସ୍ଥିତି; ଅମଳ ଚିନ୍ତାରେ ଚାଷୀକୁଳ

ରାସୋଳ, ୧୫।୧୨(ଡି.ଏନ୍‌.ଏ.): ବିଲରେ କଟାହୋଇ ପଡ଼ିଛି ଧାନ। ୧୦-୧୫ଦିନ ଭିତରେ ଅମଳ ସରନ୍ତା। ଘରକୁ ବୁହା ହୋଇଆସନ୍ତା ସୁନାର ଫସଲ। ମିଳନ୍ତା ବର୍ଷକର ଝାଳବୁହା ପରିଶ୍ରମର...

ରଜ ପାଇଁ ଲାଗିଲା ୧୪୪ ଧାରା

ଢେଙ୍କାନାଳ ଅଫିସ, ୧୩।୬ – ରଜ ଉତ୍ସବ ଉପଲକ୍ଷେ ମନ୍ଦିର ଏବଂ ରଜପଡ଼ିଆରେ ଜନସମାଗମ ଆଶଙ୍କାରେ ଢେଙ୍କାନାଳ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ...

Advertisement
Archives

Model This Week