ଶ୍ରେଷ୍ଠ ପାଞ୍ଚ ଜଳବିଦ୍ୟୁତ ପ୍ରକଳ୍ପ

ବାଲିମେଳା

ମାଲକାନଗିରି ଜିଲା କୋରକୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ବାଲିମେଳାଠାରେ ୧୯୭୩ ମସିହାରେ ବାଲିମେଳା ଜଳବିଦ୍ୟୁତ୍‌ ପ୍ରକଳ୍ପ ସ୍ଥାପିତ ହୋଇଛି । ଏହାର ଆରମ୍ଭରୁ ୬ଟି ଟର୍ବାଇନ୍‌ ଲାଗିଥିଲା ବେଳେ ୬୦ ମେଗାଓ୍ବାଟ୍‌ ଉତ୍ପାଦନ କ୍ଷମତା ରହିଥିଲା। ବର୍ତ୍ତମାନ ନୂତନ ଭାବେ ୨ଟି ନିର୍ମାଣ ହେବା ପରେ ଏହାର କ୍ଷମତା ୭୫ ମେଗାଓ୍ବାଟ୍‌କୁ ବୃଦ୍ଧି ପାଇଛି। ପୂର୍ବରୁ ୩୬୦ ମେଗାଓ୍ବାଟ୍‌ର ବିଦ୍ୟୁତ୍‌ଶକ୍ତି ବାହାରୁ ଥିବାବେଳେ ଏବେ ୫୧୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ଏଠାରେ ଏସିଆର ଦ୍ୱିତୀୟ ମାଟିବନ୍ଧ ଚିତ୍ରକୋଣ୍ଡା ଡ୍ୟାମ୍‌ ଅଛି। ସିଲେରୁ ନଦୀ ଉପରେ ଏହି ବାଲିମେଳା ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମିତ ହୋଇଛି।

ଇନ୍ଦ୍ରାବତୀ

କଳାହାଣ୍ଡି ଜିଲା ମୁଖିଗୁଡ଼ାରେ ଇନ୍ଦ୍ରାବତୀ ଜଳବିଦ୍ୟୁତ୍‌ ପ୍ରକଳ୍ପ ରହିଛି। ଇନ୍ଦ୍ରାବତୀ, ମୁରନା, କପୁର, ପୋଡାଗଡ ଡ୍ୟାମର ପାଣିକୁ ସଂରକ୍ଷିତ କରାଯାଇ ମୁଖିଗୁଡାଠାରେ ଇନ୍ଦ୍ରାବତୀ ବିଦ୍ୟୁତ୍‌ ପ୍ରକଳ୍ପ କରାଯାଇଛି। ୧୯୯୯ ମସିହାରୁ ବିଦ୍ୟୁତ୍‌ ଉତ୍ପାଦନ ଆରମ୍ଭ ହୋଇଛି। ଏଥିରେ ୧୫୦ ମେଗାଓ୍ବାଟର ୪ଟି ଟର୍ବାଇନ ବ୍ୟବହୃତ ହୋଇ ୬୦୦ ମେଗାଓ୍ବାଟର ବିଦ୍ୟୁତ୍‌ ଉତ୍ପାଦନ ହେଉଛି। କଳହାଣ୍ଡି ଜିଲା ମହୁଲପାଟଣା ନିକଟରେ ଟନେଲର ମୁହାଣ ରହିଛି।

ଅପରକୋଲାବ

କୋରାପୁଟରୁ ୧୫ କିମି ଦୂର କେରେଙ୍ଗା ପଞ୍ଚାୟତରେ ରହିଛି ଅପରକୋଲାବ ଜଳବିଦ୍ୟୁତ୍‌ ପ୍ରକଳ୍ପ। ୧୯୮୫ ମସିହାରୁ ଏହା କାର୍ଯ୍ୟକ୍ଷମ ହୋଇଛି। ଏଥିରୁ ଦୈନିକ ହାରାହାରି ୫୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ଏଠାକୁ ଯିବା ପାଇଁ କୋରାପୁଟ ଦେବୀଘାଟ ଛକ ଠାରୁ ଗାଡ଼ିର ସୁବିଧା ଅଛି। ବିଶେଷ କରି ଡିସେମ୍ବର ଓ ଜାନୁୟାରୀରେ ପର୍ଯ୍ୟଟକଙ୍କ ଭିଡ଼ ଜମେ। କୋଲାବରେ ଡ୍ୟାମ୍‌ ସହ ପିଲାଙ୍କ ପାଇଁ ସାଇନ୍ସ ପାର୍କ ରହିଛି।

ମାଛକୁଣ୍ଡ

ଆନ୍ଧ୍ର ଓ ଓଡିଶା ସୀମାନ୍ତର କୋରାପୁଟ ଜିଲା ଲମ୍‌ତା ବ୍ଲକର ଅନକାଡେଲି ପଞ୍ଚାୟତରେ ରହିଛି ମାଛକୁଣ୍ଡ ଜଳବିଦ୍ୟୁତ୍‌ ପ୍ରକଳ୍ପ। ଏହା ୧୯୫୫ ମସିହାରୁ କାର୍ଯ୍ୟକ୍ଷମ ହୋଇଛି। ଏଥିରେ ୬ଟି ଟର୍ବାଇନ ରହିଛି। ଏହାର ୧୨୦ ମେଗାଓ୍ବାଟ୍‌ ବିଦ୍ୟୁତ୍‌ ଉତ୍ପାଦନର କ୍ଷମତା ଅଛି। ୩ଟିରେ ୧୭ ମେଗାଓ୍ବାଟ୍‌ ଉତ୍ପାଦନ ହେଉଥିବା ବେଳେ ଆଉ ୩ଟିରେ ୨୩ ମେଗାଓ୍ବାଟ୍‌ ଲେଖାଏ ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ପର୍ଯ୍ୟଟକଙ୍କ ବୁଲିବା ପାଇଁ ରହିଛି ସୁନ୍ଦର ପରିବେଶ। ସେଥିମଧ୍ୟରୁ ଡୁଡୁମା ଜଳପ୍ରପାତ ଅନ୍ୟତମ।

ହୀରାକୁଦ

ସମ୍ବଲପୁର ଜିଲାରେ ରହିଛି ଏସିଆର ବୃହତ୍ତମ ନଦୀବନ୍ଧ ହୀରାକୁଦ। ଏହା ସମ୍ବଲପୁର ସହରଠାରୁ ୧୫ କି.ମି. ଦୂରରେ ଅବସ୍ଥିତ। ୧୯୪୮ ମସିହାରେ ଏହି ବହୁମୁଖୀ ନଦୀବନ୍ଧ ଯୋଜନା ଆରମ୍ଭ ହୋଇଥିଲା। ଏହାର ଦୈର୍ଘ୍ୟ ୧୫,୭୪୮ ଫୁଟ। ଏଥିମଧ୍ୟରୁ ମାଟି ବନ୍ଧର ଦୈର୍ଘ୍ୟ ୧୧,୯୮୦ ଫୁଟ ଓ କଂକ୍ରିଟ ବନ୍ଧର ଦୈର୍ଘ୍ୟ ୩,୭୬୮ ଫୁଟ ରହିଛି। ଏହି ବିଶାଳ ଜଳଭଣ୍ଡାରର ଆୟତନ ୭୪୩ ବର୍ଗ କିଲୋମିଟର। ଏଠାକାର ଜଳବିଦ୍ୟୁତ୍‌ ପ୍ରକଳ୍ପର ବୁର୍ଲା ପାଓ୍ପାର ପ୍ଲାଣ୍ଟର ୭ଟି ୟୁନିଟରେ ଦୈନିକ ୨୭୫.୮୬ ମେଗାଓ୍ବାଟ ଓ ଚିପିଲିମା ପାଓ୍ବାର ପ୍ଲାଣ୍ଟରୁ ୩ଟି ୟୁନିଟ୍‌ରେ ଦୈନିକ ୭୨ ମେଗାଓ୍ବାଟ ବିଦ୍ୟୁତ୍‌ ଉତ୍ପାଦନ ହେବାର କ୍ଷମତା ରହିଛି। ମାତ୍ର ବର୍ତ୍ତମାନ ସବୁ ୟୁନିଟ ଚାଲୁ ନ ଥିବାରୁ ବୁର୍ଲାରେ ଦୈନିକ ୧୯୫ ମେଗାଓ୍ବାଟ ଓ ଚିପିଲିମାରେ ୪୪ ମୋଗାଓ୍ବାଟ ବିଦ୍ୟୁତ୍‌ ଉତ୍ପାଦନ ହେଉଛି। ସୂଚନାଯୋଗ୍ୟ ଯେ, ୧୯୫୭ ଜାନୁୟାରୀ ୧୩ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହି ବହୁମୁଖୀ ଯୋଜନାକୁ ଉଦ୍‌ଘାଟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେଷ୍ଠ ପାଞ୍ଚ ପୁଷ୍କରିଣୀ

ଚନ୍ଦନେଶ୍ୱର ଜୀଉଙ୍କ ନୀଳ, ମଣ୍ଡନ ଓ ହାକାଣ୍ଡ ପୋଖରୀ ବାଲେଶ୍ୱର ଜିଲା ଭୋଗରାଇରେ ଅବସ୍ଥିତ ଚନ୍ଦନେଶ୍ୱର ଜୀଉଙ୍କ ପ୍ରସିଦ୍ଧ ଶୈବପୀଠ। ମନ୍ଦିର ଇଶାନ କୋଣରେ ଅଛି...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୁଳ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ...

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ...

ଶ୍ରେଷ୍ଠ ପାଞ୍ଚ କଟକ ପାଠାଗାର

ରବୀନ୍ଦ୍ର ପାଠାଗାର ତିନିକୋଣିଆ ବଗିଚା ଅଞ୍ଚଳରେ ରହିଛି ରବୀନ୍ଦ୍ର ପାଠାଗାର। ୧୯୪୯ ଏପ୍ରିଲ ୧୭ରେ ବ୍ୟବସାୟୀ ନରେନ୍ଦ୍ର କୁମାର ମିତ୍ର ତାଙ୍କ ବଡ଼ପୁଅ ରବୀନ୍ଦ୍ରଙ୍କ ସ୍ମୃତିରେ...

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ...

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ରସଗୋଲା

ଛପନ ଭୋଗ ବିଭିନ୍ନ ପ୍ରକାର ମିଠା ବିଶେଷକରି ବଙ୍ଗଳା ମିଠା ପାଇଁ ପ୍ରସିଦ୍ଧି ଲାଭ କରିଥିବା ଜୟଦେବ ବିହାର ଛକସ୍ଥିତ ଛପନ ଭୋଗ ସୁଇଟ୍ସ ବିଭିନ୍ନ...

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ...

Advertisement
Archives

Model This Week