ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତିରେ ବହୁତଳ ଗୃହ ନିର୍ମାଣ: କଟକଣା ବୋର୍ଡ ଉପାଡ଼ି ରାସ୍ତାରେ ଲଗାଇଲେ ବିଲ୍‌ଡର

ପୁରୁଣା ଭୁବନେଶ୍ୱର, ୮।୩(ଡି.ଏନ.ଏ.): ଭୁବନେଶ୍ୱରରେ ନକ୍ସା ଅନୁମୋଦନ ବ୍ୟତିରେକ କୌଣସି ପ୍ରକାର ବେଆଇନ ଗୃହ ନିର୍ମାଣ ଘରୋଇ ଜମିରେ ହୋଇପାରିବ ନାହିଁ। ଯଦି ହୋଇଥାଏ ତେବେ ଜରିମାନା ଆଦାୟ ସହ ଭାଙ୍ଗି ଦେବାର ଧମକ ବିଡିଏ ଓ ବିଏମ୍‌ସି ପକ୍ଷରୁ ଦିଆଯାଇଥାଏ। ବିଡିଏ ଓ ବିଏମ୍‌ସିର ବିଭିନ୍ନ ଅଞ୍ଚଳରେ କରାଯାଇଥିବା ଜୋନ କଟକଣା କାରଣରୁ ସବୁ ଅଞ୍ଚଳରେ ନିର୍ମାଣ ଅନୁମତି ସାଧାରଣ ଲୋକଟିଏ ପାଇ ପାରୁନାହାନ୍ତି। ଏହି କାରଣରୁ ନିଜସ୍ବ ଅର୍ଥ ଖଟାଇ ସାଧାରଣ ଲୋକଟିଏ ଗୃହ ନିର୍ମାଣ କରୁଛି। ନିର୍ମାଣ ଲାଗି ନକ୍ସା ଅନୁମୋଦନ କରାଯାଇ ବୈଧ କରିବାକୁ ସମୟେ ସମୟେ ବିଡିଏ କର୍ତ୍ତୃପକ୍ଷ ସର୍ବକ୍ଷମା ଯୋଜନା ଲାଗୁ କରୁଛନ୍ତି। ଏହି ସର୍ବକ୍ଷମାକୁ ଆଳ କରି କେତେଜଣ ବିଲଡର ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବହୁ ମୂଲ୍ୟ ସମ୍ପତ୍ତି ଜବରଦଖଲ କରିଛନ୍ତି। ନିଜ ନିର୍ମାଣାଧୀନ ପ୍ରକଳ୍ପ ସହ ମିଶାଇ ସେଟ୍‌ ବ୍ୟାକ ନାମରେ ଚଞ୍ଚକତା କରି ବହୁତଳ ପ୍ରାସାଦ ନିର୍ମାଣ କରାଉଛନ୍ତି। ନିୟମାନୁସାରେ ପ୍ରତ୍ୟେକ ବହୁତଳ ଗୃହ ତିଆରି ସ୍ଥଳରେ ନିର୍ମାଣ ପୂର୍ବରୁ ବିଡିଏ ଓ ବିଏମ୍‌ସି କର୍ତ୍ତୃପକ୍ଷ ଉପସ୍ଥିତ ରହିବା ସହ ସମୟେ ସମୟେ ନକ୍ସା ବ୍ୟତିରେକ ବେଆଇନ ନିର୍ମାଣ ନ ହେବା ନେଇ ଯାଞ୍ଚ କରାଯିବା ଆବଶ୍ୟକ ବୋଲି ସାଧାରଣରେ ଅଭିଯୋଗ ହେଉଛି।

ପୁରୁଣା ଭୁବନେଶ୍ୱର ରଥରୋଡ଼ ନିକଟରେ ଜନୈକ ବିଲଡର କୋଟି କୋଟି ଟଙ୍କା ମୁନାଫା ଆଶାରେ ଶ୍ରୀଲିଙ୍ଗରାଜଙ୍କ ପୁନରୁଦ୍ଧାର ହୋଇଥିବା ଜମି ଉପରୁ କଟକଣା ବୋର୍ଡକୁ ହଟାଇ ନିର୍ମାଣ ଜାରି ରଖିଛନ୍ତି। ନକ୍ସା ଅନୁଯାୟୀ ଓ ବିଡିଏ, ବିଏମ୍‌ସିର ଫାୟାର ସେଫଟି ନିୟମ ଅନୁଯାୟୀ ଏହି ବହୁତଳ ନିର୍ମାଣର ଚତୁଃପାର୍ଶ୍ୱରେ ନିର୍ଦ୍ଦିଷ୍ଟ ସେଟ୍‌ ବ୍ୟାକ ରହିବା କଥା। ମାତ୍ର ଗୋଟିଏ ପଟେ ଶ୍ରୀଲିଙ୍ଗରାଜଙ୍କର ଜମିକୁ ନିଜର ଦେଖାଇ ଓ ଅନ୍ୟପାର୍ଶ୍ୱରେ ସାଧାରଣ ପ୍ରଶାସନ ଅଧୀନରେ ରହିଥିବା ସାରଦ କିସମ ଜମିକୁ ଅକ୍ତିଆର କରି କେତେକ ଦିଗରେ ଏକ ଫୁଟରୁ କମ୍‌ ସେଟ୍‌ ବ୍ୟାକ୍‌ ରଖି ବିପଦପୂର୍ଣ୍ଣ ଭାବେ ନିର୍ମାଣ ଜାରି ରଖିଛନ୍ତି। ଶ୍ରୀଲିଙ୍ଗରାଜଙ୍କ ଜମି ବୋଲି ଲିଖିତ ବୋର୍ଡଟିକୁ ଉପାଡ଼ି ବିଲଡର ଜଣକ ମୁଖ୍ୟ ରାସ୍ତା କଡରେ ଲଗାଇଛନ୍ତି। ଏପରି ବେଆଇନ ନିର୍ମାଣ ବିଲଡର କରୁଥିଲେ ହେଁ ବିଡିଏ ଓ ବିଏମସି ପରି ସରକାରୀ ସଂସ୍ଥାର ଅମିନ, ଇଞ୍ଜିନିୟରଙ୍କ ସମେତ ବରିଷ୍ଠ ଅଧିକାରୀ ଯାଞ୍ଚ କରୁନାହାନ୍ତି। ବିଲଡରଙ୍କୁ ଅନୁକମ୍ପା ଦେଖାଇ ସେମାନେ ନୀରବ ରହୁଥିବା ସାଧାରଣରେ ଅଭିଯୋଗ ହେଉଛି। ପୁରୁଣା ଭୁବନେଶ୍ୱରର ଏହି କମିଟି ଜନୈକ ସେବାୟତଙ୍କ ନାମରେ ଥାଇ ନିର୍ମାଣ ହେଉଥିବା କାରଣରୁ ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଭିଯୋଗ କରାଯାଉଛି। ସେହିପରି ବିଡିଏ ଓ ବିଏମ୍‌ସି ଅଞ୍ଚଳରେ ପ୍ରତ୍ୟେକ ବହୁତଳ ନିର୍ମାଣ ସ୍ଥଳରେ ସର୍ବସାଧାରଣ ଗୋଚରାର୍ଥେ ଜମିର ବିବରଣୀ ସହ ଅନୁମୋଦନ ପ୍ରାପ୍ତ ନକ୍ସା ସମ୍ବନ୍ଧରେ ବୋର୍ଡ ଲଗାଇବା କଟକଣା ରହିଛି। ମାତ୍ରା ଏଥିପ୍ରତି କୌଣସି ଦୃଷ୍ଟି ନ ଦେବା କାରଣରୁ ବେଆଇନ ନିର୍ମାଣ ସମ୍ବନ୍ଧରେ ସାଧାରଣ ଲୋକଟିଏ ଅଭିଯୋଗ କରିବା ଦୂରର କଥା ଜାଣିବା ମଧ୍ୟ ସମ୍ଭବ ହେଉନାହିଁ। ପରବର୍ତ୍ତୀ ଅବସ୍ଥାରେ ବିଲଡର ଏହି ବେଆଇନ ଓ ନକ୍ସା ବ୍ୟତିରେକ ନିର୍ମାଣକୁ ସର୍ବକ୍ଷମା ଆଳରେ ସରକାରୀ ସଂସ୍ଥାରୁ ଅନୁମତି ପାଇ କୋଟି କୋଟି ଟଙ୍କାର ଲାଭ କରୁଛନ୍ତି। ଏ ନେଇ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସଙ୍କୁ ପଚାରିବାରେ ଗୌତମନଗର ମୌଜାର ନଂ. ୬୦୨/୪୮୫୬, ଜମିଟିକୁ ପୂର୍ବରୁ ଜବରଦଖଲ ମୁକ୍ତ କରାଯାଇ ଶ୍ରୀଲିଙ୍ଗରାଜଙ୍କ ସମ୍ପତ୍ତି ବୋଲି ବୋର୍ଡ ମରାଯାଇଥିଲା। ଏଣୁ ଆସନ୍ତା କାର୍ଯ୍ୟ ଦିବସରେ ତୁରନ୍ତ ଅନୁସନ୍ଧାନ କରାଯାଇ ଠାକୁରଙ୍କ ସମ୍ପତ୍ତିରେ ପ୍ରାଚୀର ନିର୍ମାଣ ସହ ଦଖଲ ନ ହେବା ନେଇ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?