ଶ୍ରୀଲିଙ୍ଗରାଜଙ୍କ ବିବାହ ସମ୍ପନ୍ନ: ସାମିଲ ହେଲେ ୨୦୦ରୁ ଊର୍ଦ୍ଧ୍ୱ ବରଯାତ୍ରୀ

ପୁରୁଣା ଭୁବନେଶ୍ୱର, ୮ା୬ (ଡି.ଏନ.ଏ.): ମହାପ୍ରଭୁ ଶ୍ରୀଲିଙ୍ଗରାଜ ସହ ମା’ ପାର୍ବତୀଙ୍କ ପାରମ୍ପରିକ ରୀତିରେ ବିବାହ କାର୍ଯ୍ୟ ଶୁକ୍ରବାର ବିଳମ୍ବିତ ରାତିରେ ସମ୍ପନ୍ନ ହୋଇଛି। ଶ୍ରୀଲିଙ୍ଗରାଜଙ୍କ ଶ୍ୱଶୁରାଳୟ ଶ୍ରୀକେଦାରଗୌରୀ ମନ୍ଦିରରେ ପହଞ୍ଚତ୍ବା ପରେ ମନ୍ଦିର ପୁରୋହିତ ମନୋରଞ୍ଜନ ଦାଶ ବିଧି ମୁତାବକ ବିବାହ କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିସହ ଦେବଦମ୍ପତି କେଦାରଗୌରୀ ମନ୍ଦିରରେ ଗୋଟିଏ ଦିନ ପାଇଁ ଅବସ୍ଥାନ କରିଛନ୍ତି। ଶନିବାର ଠାକୁରଙ୍କ ଫେରନ୍ତା ଶୋଭାଯାତ୍ରା ଅନୁଷ୍ଠିତ ହେବ।
ଶୁକ୍ରବାର ସକାଳ ସାଢେ ୬ଟାରେ ମନ୍ଦିରରେ ମଙ୍ଗଳଆଳତି ଓ ଅବକାଶ ନୀତି ଅନୁଷ୍ଠିତ ହୋଇଥିଲା। ସାଢେ ୬ଟାରୁ ସାଢେ ୯ଟା ମଧ୍ୟରେ ସାହାଣମେଲା ଦର୍ଶନ। ସକାଳ ୭ଟାରେ କୋଠରୋଷ, ଧୂପକାଳ, ହୋମ ଓ ପାକକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଦିନ ୧୦ଟାରେ ମହାସ୍ନାନ ହୋଇଥିଲା। ପରେ ଅନ୍ୟ ନୀତି ସମାପନ ହୋଇ ଅପରାହ୍ନ ୫ଟାରୁ ୬ଟା ମଧ୍ୟରେ ପହଡ଼ ପଡ଼ିଥିଲା। ଶ୍ରୀକପିଳନାଥ ଦେବ ରାତ୍ରି ୮ଟାରେ ବିଜେ କରିବାର ଥିଲେ ହେଁ ୨୦୧୫ ଠାରୁ ଶ୍ରୀଜୀଉଙ୍କ ହାଣ୍ଡିଭଙ୍ଗା ଯାତ୍ରାଠାରୁ ଦେଖାଯାଇଥିବା ବିଭ୍ରାଟ ପାଇଁ ଚଳିତବର୍ଷ ମଧ୍ୟ ବିଜେ କରି ପାରି ନ ଥିଲେ। ସନ୍ଧ୍ୟା ଧୂପରେ ଠାକୁର ବିଜେ ହେବା ସହ ବିମାନ ପାଲିଙ୍କିରେ ବିଜେ ହୋଇଥିଲେ। ରାତ୍ରି ପ୍ରାୟ ସାଢେ ୯ଟାରୁ ସାଢେ ୧୦ ମଧ୍ୟରେ ୨୦୦ରୁ ଊର୍ଦ୍ଧ୍ୱ ବରଯାତ୍ରୀମାନେ ଭୋଜିରେ ଆପ୍ୟାୟିତ ହୋଇଥିଲେ। ବଡ଼ସିଂହାର ବେଶ ପରେ ରାତି ୧୧ଟା ୪୬ ମିନିଟ୍‌ରେ ବରାନୁଗମନ ଆରମ୍ଭ ହୋଇଥିଲା। ଘଣ୍ଟ, ଘଣ୍ଟା, ବାଜା, ବାଣ, ବିଭିନ୍ନ ଲୋକନାଚ, ଡିଜେରେ ଶୋଭାଯାତ୍ରା କେଦାରଗୌରୀ ଅଭିମୁଖେ ଯାତ୍ରା କରିଥିଲା। ମନ୍ଦିର ମୁଖଶାଳାରୁ ଶୋଭାଯାତ୍ରାଟି ବାହାରିବା ପରେ ରଥଖଳା, ବଢେଇବାଙ୍କ, ତିନିମୁଣ୍ଡିଆ ଛକଠାରେ ପହଞ୍ଚତ୍ଥିଲା। ବିଳମ୍ବିତ ରାତିରେ ଶୋଭାଯାତ୍ରାରେ ଦେବଦମ୍ପତି କେଦାରଗୌରୀ ମନ୍ଦିରରେ ପହଞ୍ଚତ୍ଥିଲେ। କେଦାରଗୌରୀ ମନ୍ଦିର ପକ୍ଷରୁ ସେବାୟତମାନେ ଠାକୁରଙ୍କୁ ପାଛୋଟି ନେଇଥିଲେ। ମା’ ପାର୍ବତୀ, ନିଜର ମାତା ମା’ ଗୌରୀଙ୍କ ନିକଟରେ ରହିଥିବାବେଳେ ପ୍ରଭୁ ଶ୍ରୀଲିଙ୍ଗରାଜ ବିବାହ ମଣ୍ଡପରେ ବସି ରହିଥିଲେ। ପରେ ଠାକୁର ଏବଂ ଠାକୁରାଣୀକୁ ବିବାହ ମଣ୍ଡପରେ ଅବସ୍ଥାନ କରାଯାଇଥିଲା। ମା’ ପାର୍ବତୀଙ୍କ ପକ୍ଷରୁ ମହାସୁଆର ସେବକମାନେ ଏବଂ ଶ୍ରୀଲିଙ୍ଗରାଜଙ୍କ ପକ୍ଷରୁ ପୂଜାପଣ୍ଡା ସେବାୟତମାନେ ବିବାହ କାର୍ଯ୍ୟରେ ସହଯୋଗ କରିଥିଲେ। ପାରମ୍ପରିକ ରୀତିରେ ଉଭୟ ଠାକୁର ଠାକୁରାଣୀଙ୍କ ହାତଗଣ୍ଠି ପଡ଼ି ବିବାହର ଶେଷ ହୋଇଥିଲା। ଏହାପରେ ୭ ଥର କଉଡି ଖେଳାଇବା ସହ ଶ୍ରୀଜୀଉଙ୍କ ନିକଟରେ ମାଣ୍ଡୁଅ ପିଠା ପୂଜା ହୋଇଥିଲା। ସୂଚନା ଥାଉକି ଠାକୁରଙ୍କ ଏହି ଶୀତଳଷଷ୍ଠୀ ଯାତ୍ରାରେ ପ୍ରଭୁ ଶ୍ରୀକପିଳେଶ୍ୱର ଦେବ ଅନୁପସ୍ଥିତ ନେଇ ବିଭିନ୍ନ ସେବାୟତଙ୍କ ପକ୍ଷରୁ ଅସନ୍ତୋଷ ବ୍ୟକ୍ତ କରାଯାଇଥିଲା। ତେବେ ଏହି ଘଟଣା କୋର୍ଟରେ ବିଚାରାଧୀନ ଥିବାରୁ କୌଣସି ଭାବେ ବିଚଳିତ ହେବା ଦରକାର ନାହିଁ। ସମୟ ଆସିଲେ ଉଭୟ ଠାକୁରଙ୍କ ମଧ୍ୟରେ ପୁଣି ସମନ୍ବୟର ରାସ୍ତା ନିର୍ମାଣ ସହ ପରମ୍ପରା ଯୋଡି ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ଆଶ୍ୱାସନା ମିଳିବା ପରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶୀତଳଷଷ୍ଠୀ ଯାତ୍ରା ସରସ, ସୁନ୍ଦର ଏବଂ ସୁରୁଖୁରୁରେ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍‌, ଆଉ ତା’ପରେ…

ମୋହନା,୧୨।୮( ମନ୍ମଥ ମିଶ୍ର ): ଦ୍ୱିପ୍ରହରରେ ଚୋରି ଉଦ୍ୟମ। ଘରେ କେହି ନଥିବାର ସୁଯୋଗ ନେଇ ଚୋରି ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲେ ଚୋର। ହେଲେ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

ଝଡ଼ବର୍ଷା ପ୍ରଭାବିତଙ୍କୁ ମିଳିନି କ୍ଷତିପୂରଣ: ଜିଲାପାଳଙ୍କୁ ପଡ଼ାବାସୀ ଫେରାଦ

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁଲାଇ ୨୮ତାରିଖରେ ହୋଇଥିବା ଝଡ଼ବର୍ଷା ଜିଲାବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ସର୍ବାଧିକ ପ୍ରଭାବିତ ହୋଇଥିଲା।…

ଆଜି ଅମାବାସ୍ୟାରେ ସୂର୍ଯ୍ୟଗ୍ରହଣ: ୫ ରାଶିଙ୍କୁ ମିଳିବ ବଡ଼ ସୁଯୋଗ, ଏହି ରାଶି ଉପରେ ମାଡିଆସୁଛି ବିପଦ!

୧୨ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର କୃଷ୍ଣ ପକ୍ଷର ଅମାବାସ୍ୟା ତିଥି ଏବଂ ବାର ବୁଧବାର ଅଟେ। ଏହା ଚାତୁର୍ମାସର ୧୯ ତମ ଦିନ, ଯାହାକି…

ହୀରାପୁର ଛକରେ ହେବ ଇଞ୍ଜିନିୟରିଂ କଲେଜ: ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର

ଲୋଇସିଂହା,୧୨।୮(ସୁଶାନ୍ତ ବାରିକ):ସ୍ବାଧୀନତା ଦିବସ ପୂର୍ବରୁ ବଲାଙ୍ଗୀର ଜିଲା ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର ଆସିଛି। ଲୋଇସିଂହା ଥାନା ହୀରାପୁର ଛକ ଅଞ୍ଚଳରେ ଚିହ୍ନଟ ଜାଗାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri