ଶ୍ରୀଲିଙ୍ଗରାଜଙ୍କ ଚନ୍ଦନଯାତ୍ରା ବନ୍ଦ

ପୁରୁଣା ଭୁବନେଶ୍ୱର, ୨୧ା୪(ଡି.ଏନ.ଏ.): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣାରଥ ଯାତ୍ରା ପରେ ଏବେ ଚନ୍ଦନ ଯାତ୍ରା ମଧ୍ୟ ବନ୍ଦ ହେବ। ଆସନ୍ତା ୨୬ ତାରିଖଠାରୁ ଠାକୁରଙ୍କ ଚନ୍ଦନଯାତ୍ରା ଆରମ୍ଭ ହୋଇଥାନ୍ତା। କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ଗାଇଡଲାଇନ୍‌ ଅନୁସାରେ ଚନ୍ଦନଯାତ୍ରା ଅନୁଷ୍ଠିତ ହେବା ଅସମ୍ଭବ। ସାମାଜିକ ଦୂରତା ଅନୁଯାୟୀ ମାତ୍ର ୫ ଜଣ ଯାତ୍ରାରେ ଯିବାକୁ ଗାଇଡ ଲାଇନ୍‌ ରହିଛି। ହେଲେ ଚନ୍ଦନ ଯାତ୍ରା ପାଇଁ ଅତିକମ୍‌ରେ ୧୨ ଘରିଆ ନାଉରିଆ ସେବାୟତ, ପାଳିଆ ସେବାୟତ, ଛତ୍ରୀ ଛତା, ମସାଲଧାରୀ ଓ ଅନ୍ୟ ସେବାୟତ ଉପସ୍ଥିତ ଜରୁରୀ। ଏ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଗାଇଡ ଲାଇନକୁ ସମସ୍ତ ନିଯୋଗକୁ ପଠାଇ ସହମତି ମାଗିଥିଲେ। ମାତ୍ର ଏହି ସହମତିରେ କୌଣସି ସବୁଜ ସଙ୍କେତ ମିଳି ନ ଥିଲା। ଫଳରେ ନିର୍ଦ୍ଦେଶନାମା ଜାରି କରାଯାଇ ଚନ୍ଦନଯାତ୍ରାକୁ ବନ୍ଦ କରି ଦିଆଯାଇଥିବା ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଚିକା ଆତ୍ମହତ୍ୟା ଘଟଣାକୁ ପୁରିଲା ସପ୍ତାହେ, କାରଣ ଖୋଜି ପାଉନି ପୋଲିସ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ସପ୍ତାହେ ପୁରିଲାଣି । ସ୍ବତନ୍ତ୍ର ପୋଲିସ ଟିମ୍‌ ଏହାର ତଦନ୍ତ ଜାରି ରଖିଛି ।...

ଦୁଇ ବିଶ୍ୱବିଦ୍ୟାଳୟ କୁଳପତି ନିଯୁକ୍ତ: ଜାଣନ୍ତୁ କେଉଁଠି କିଏ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ରାଜ୍ୟରେ ଦୁଇ ବିଶ୍ୱବିଦ୍ୟାଳୟର କୁଳପତି ସୋମବାର ନିଯୁକ୍ତ ହୋଇଛନ୍ତି। ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରାଯାଇଛି ।...

ସରକାରୀ ଆଇଟିଆଇରେ ସ୍ପଟ ଆଡ୍‌ମିଶନ ଆରମ୍ଭ

କଟକ ଅଫିସ,୨୫।୯: ୪୯ଟି ସରକାରୀ ଆଇଟିଆଇ ଓ ୪୫୫ଟି ବେସରକାରୀ ଆଇଟିଆଇରେ ଚଳିତ ବର୍ଷ ନାମ ଲେଖା ପ୍ରକ୍ରିୟା ଜାରି ରହିଛି। ଡିଜିଟି ନିର୍ଦ୍ଦେଶନାମା ମୁତାବକ...

ଘୋଷଣାରେ ରହିଯିବ ‘ଗାନ୍ଧୀ ସର୍କିଟ’

ଭୁବନେଶ୍ୱର,୨୧।୯(ବ୍ୟୁରୋ): ଚଳିତବର୍ଷ କେବଳ ପାଳନରେ ସୀମିତ ରହିଯିବ ସରକାରଙ୍କ ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମ। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମାରୋହକୁ ମହାସମାରୋହର ସହ ଆୟୋଜନ କରିବାକୁ...

ଫେରିଲା କଟକଣା: କଳାହାଣ୍ଡି-ଫୁଲବାଣୀର ୩ ସ୍ଥାନ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଭବାନୀପାଟଣା(ଡି.ଏନ୍‌.ଏ.)/ଫୁଲବାଣୀ ଅଫିସ,୩।୪: ରାଜ୍ୟରେ ଚିନ୍ତା ବଢ଼ାଇଲାଣି କରୋନାର ଲେଉଟାଣି ସଂକ୍ରମଣ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ କଟକଣା ଜରୁରୀ ହୋଇପଡ଼ିଲାଣି। ଏହାକୁ ଦୃଷ୍ଟିରେ ରଖି ଶନିବାର...

ରାସ୍ତାରେ ପାର୍କିଂ କଲେ ଗାଡ଼ି ଟେକିନେବ ପୋଲିସ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଯେତେ ନିୟମ ହେଉଛି, ଗାଡ଼ି ଚାଳକ ସେତେ ଅମାନିଆ ହେଉଛନ୍ତି। ଫଳରେ ସ୍ମାର୍ଟସିଟି ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି।...

ଭଦ୍ରକ-ପୁରୀ ମେମୁ ଟ୍ରେନ୍‌ ଚଳାଇବା ଦାବିରେ ରେଲ୍‌ରୋକୋ

ଭଦ୍ରକ ଅଫିସ,୭।୩: ଭଦ୍ରକ-ପୁରୀ ମେମୁ ଟ୍ରେନ୍‌ ଚଳାଇବା ଦାବିରେ ମଙ୍ଗଳବାର ପୂର୍ବତନ ବିଧାୟକ ନରେନ ପଲେଇ ଓ ତାଙ୍କ ସମର୍ଥକ ଭଦ୍ରକଠାରେ ରେଳରୋକୋ କରିଛନ୍ତି l...

ବ୍ରାଜିଲ୍‌ ରାଷ୍ଟ୍ରପତି ତୃତୀୟ ଥର ପାଇଁ କରୋନା ପଜିଟିଭ୍‌

ବ୍ରାସିଲିଆ, ୨୩।୭: ବ୍ରାଜିଲ୍‌ ରାଷ୍ଟ୍ରପତି ଜେର୍‌ ବୋଲସୋନାରୋ ତୃତୀୟ ଥର ପାଇଁ କରୋନା ପଜିଟିଭ୍‌ ହୋଇଛନ୍ତି। ଜୁଲାଇ ୭ରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କର...

Advertisement
Archives

Model This Week