ଶ୍ରୀଲଙ୍କା ବିସ୍ଫୋରଣ: ସନ୍ଦିଗ୍ଧଙ୍କ ନାଁ ସହ ଭୁଲରେ ଆମେରିକା ମୁସଲମାନ ମହିଳାଙ୍କ ଫଟୋ ଲଗାଇଲା ପୋଲିସ

କଲମ୍ବୋ,୨୬।୪: ଇଷ୍ଟର ସନ୍‌ ଡେ’ରେ ଶ୍ରୀଲଙ୍କାରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ସାରା ବିଶ୍ୱକୁ ଥରାଇ ଦେଇଥିଲା। ଏଥିରେ ଶ୍ରୀଲଙ୍କା ପୋଲିସ ମଧ୍ୟ ଅଡୁଆରେ ପଡିଯାଇଥିଲା। ସନ୍ଦିଗ୍ଧଙ୍କୁ ଖୋଜିବା ଲାଗି ପୋଲିସ ପକ୍ଷରୁ ତୁରନ୍ତ କେତେଜଣଙ୍କ ଫଟୋ ଜାରି କରାଯାଇଥିଲା। ଏଥିରେ ପୋଲିସ ୩ ପୁରୁଷ ଓ ୩ ମହିଳାଙ୍କ ଫଟୋ ଜାରି କରିଥିଲା। ହେଲେ ସେଥିମଧ୍ୟରୁ ଜଣେ ମହିଳା ସନ୍ଦିଗ୍ଧଙ୍କ ନାଁ ସହ ଆମେରିକାର ଜଣେ ମହିଳାଙ୍କ ଫଟୋ ଭୁଲରେ ଲଗାଇ ଦେଇଥିଲା ପୋଲିସ। ସନ୍ଦିଗ୍ଧ ମହିଳାଙ୍କ ନାଁ ଥିଲା ଅବଦୁଲ କାଦିର ଫାତିମା ଖଜିଆ ହେଲେ ତାଙ୍କ ସ୍ଥାନରେ ଫଟୋ ଲାଗିଥିଲା ଉମାରା ମଜିଦଙ୍କର। ସେ ଆମେରିକାରେ ରହୁଥିବା ବେଳେ ତାଙ୍କ ମାତାପିତା ଶ୍ରୀଲଙ୍କାରେ ରହୁଛନ୍ତି। ଏହାକୁ ଦେଖିବା ପରେ ଉମାରା ତାଙ୍କ ଫେସବୁକ୍‌ ମାଧ୍ୟମରେ ଏହା ଏକ ଭୁଲ୍‌ ଫଟୋ ବୋଲି ଦର୍ଶାଇଥିଲେ। ଏହାପରେ ପୋଲିସ ନିଜର ଭୁଲ୍‌ ସ୍ବିକାର କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱିଭ୍‌ କବ୍‌ଜା କରିବାକୁ ରୁଷିଆର ଶେଷ ପ୍ରସ୍ତୁତି

କ୍ୱିଭ୍‌,୧୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୬ତମ ଦିନରେ ପହଞ୍ଚିଛି। କିନ୍ତୁ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି। ଅନ୍ୟପଟେ ରୁଷିଆ...

ମାରାତ୍ମକ ଡେଲ୍ଟା ଭାଇରସ ବଦଳୁଛି ବାରମ୍ବାର: ସତର୍କ କଲା ଡବ୍ଲୁଏଚ୍‌ଓ

ଜେନେଭା,୩ ।୭: ଭାରତରେ ପ୍ରଥମ କରି ଦେଖାଯାଇଥିବା ଡେଲ୍ଟା ଭାଇରସ ଏବେ ବିଶ୍ୱର କିଛି ଦେଶକୁ ବ୍ୟାପି ସାରିଲାଣି । ଏହା ଖୁବ୍ ମାରାତ୍ମକ ହୋଇଥିବା...

ମାନବତା ପାଇଁ ସୈନ୍ୟ ଫେରାଇ ଆଣ, ପୁଟିନ୍‌ଙ୍କୁ ଜାତିସଂଘ ମହାସଚିବଙ୍କ ଅନୁରୋଧ …

ଜେନେଭା,୨୪।୨ : ୟୁକ୍ରେନକୁ ନେଇ ରୁଷିଆ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ରୁଷ୍ରିାର ରାଷ୍ଟ୍ରପତି...

କରୋନା ୫୦ କୋଟି ଲୋକଙ୍କୁ ଗରିବ କରିପାରେ

ଲଣ୍ଡନ,୧୦।୪: କରୋନା ଭାଇରସ୍‌ ଏବେ ପୃଥିବୀର ୨୦୯ ରାଷ୍ଟ୍ରକୁ ବ୍ୟାପି ୮୩ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି। ଏହା ବିଶ୍ୱ ଅର୍ଥନୀତି ଉପରେ...

କୋଭିଡ୍‌, ଆର୍ଥିକ ସୁଧାରକୁ ପ୍ରାଥମିକତା

ଓ୍ବାଶିଂଟନ, ୧୦।୧୧(ପି.ଟି.): କୋଭିଡ୍‌-୧୯ ମହାମାରୀର ମୁକାବିଲା, ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟରେ ସୁଧାର ଆଣିବା, ବର୍ଣ୍ଣଗତ ସମାନତା ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଆମେରିକାର ନବନିର୍ବାଚିତ...

ବାହାରୁ ସବଳ, ଭିତରୁ ଦୁର୍ବଳ ଚାଇନା, ନିଜ ପାଦରେ ଚୋଟ ମାରୁଛନ୍ତି ଜିନ୍‌ପିଙ୍ଗ୍‌…

ଲଣ୍ଡନ, ୧୨।୨ : ବାହାରୁ ଶକ୍ତିଶାଳୀ ମନେ ହେଉଥିବା ଚାଇନା ପ୍ରକୃତରେ ଭିତରୁ ଦୁର୍ବଳ। ଏନେଇ ବିଶେଷଜ୍ଞ ମତପୋଷଣ କରିଛନ୍ତି। ବେଜିଂରେ ବ୍ରିଟିଶ ଦୂତାବାସରେ ଦୁଇଥର...

୧୦ ପାଲେଷ୍ଟିନୀୟଙ୍କୁ ହତ୍ୟା

ନାବଲସ୍‌, ୨୩।୨: ବୁଧବାର ନାବଲସ୍‌ରେ ଇସ୍ରାଏଲ ଟ୍ରୁପ୍‌ ୧୦ ପାଲେଷ୍ଟିନୀୟଙ୍କୁ ହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୭୨ ବର୍ଷୀୟ ବୃଦ୍ଧ ଏବଂ ୧୪ ବର୍ଷର...

ବାର୍‌ରେ ବିସ୍ଫୋରଣ: ୨୫ ନିହତ

କୋଟ୍‌ଜାକୋଲ୍‌କସ୍‌,(ମେକ୍ସିକୋ), ୨୯ା୮: ପୂର୍ବ ମେକ୍ସିକୋ କୋଟ୍‌ଜାକୋଲ୍‌କସ୍‌ ସହରରେ ଥିବା ଏକ ବାର୍‌ରେ ମଙ୍ଗଳବାର ରାତିରେ ପେଟ୍ରୋଲ ବୋମା ବିସ୍ଫୋରଣ କରାଯିବା ଯୋଗୁ ଅଗ୍ନିକାଣ୍ଡରେ ୨୫ ଜଣଙ୍କ...

Advertisement
Archives

Model This Week