ଶ୍ରୀଲଙ୍କା ବିସ୍ଫୋରଣରେ ସାମିଲ ଥିଲେ ୯ ଆତ୍ମଘାତୀ

କଲମ୍ବୋ୨୫ା୪(ପି.ଟି): ଶ୍ରୀଲଙ୍କାର ଇଷ୍ଟର ସଣ୍ଡେ ବିସ୍ଫୋରଣରେ ଜଣେ ମହିଳାଙ୍କ ସମେତ ୯ ଆତ୍ମଘାତୀ ସାମିଲ ଥିଲେ ବୋଲି ଜଣାପଡ଼ିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ୬୦ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇ ସାରିଲାଣି। ଶେଷ ସୂଚନା ସୁଦ୍ଧା ବିସ୍ଫୋରଣ ମୃତ୍ୟୁସଂଖ୍ୟା ୩୫୯ରେ ପହଞ୍ଚିଥିବାବେଳେ ଆତ୍ମଘାତୀମାନେ ସ୍ଥାନୀୟ ଇସ୍‌ଲାମିକ କଠୋରପନ୍ଥୀ ଗୋଷ୍ଠୀର ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ବୁଧବାର ସ୍ପଷ୍ଟ କରିଛନ୍ତି।
ବିସ୍ଫୋରଣ ଲାଗି ଶ୍ରୀଲଙ୍କା ସରକାର ନ୍ୟାଶନାଲ ଥୋଓ୍ବିଦ ଜମାତ(ଏନ୍‌ଟିଜେ)କୁ ଦାୟୀ କରିଥିଲାବେଳେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ନିଜକୁ ଦାୟୀ କରିସାରିଛି। ବିସ୍ଫୋରଣକାରୀଙ୍କ ବିଦେଶୀ ଲିଙ୍କ୍‌ ନେଇ ଏପର୍ଯ୍ୟନ୍ତ କୌଣସି ତଥ୍ୟ ହସ୍ତଗତ ହୋଇ ନ ଥିବା ଶ୍ରୀଲଙ୍କା ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ରୁଓ୍ବାନ ଓ୍ବିଜଓ୍ବେର୍ଦ୍ଦନା ପ୍ରକାଶ କରିଛନ୍ତି। ୯ ଆତ୍ମଘାତୀଙ୍କ ମଧ୍ୟରୁ ୮ ଜଣଙ୍କୁ ସିଆଇଡି ପକ୍ଷରୁ ଚିହ୍ନଟ କରାଯାଇିଛି ବୋଲି ପୋଲିସ ମୁଖପାତ୍ର ରୁଓ୍ବାନ ଗୁଣଶେଖର କହିଛନ୍ତି। ଆତ୍ମଘାତୀମାନେ ଉଚ୍ଚଶିକ୍ଷିତ ଓ ୟୁକେରେ ପାଠ ପଢିଥିବା ଓ୍ବିଜଓ୍ବେର୍ଦ୍ଦନା କହିଛନ୍ତି।
ଶ୍ରୀଲଙ୍କା ବିସ୍ଫୋରଣରେ ନିହତ ମୋଟ ୩୫୯ ଜଣଙ୍କ ମଧ୍ୟରେ ୧୦ ଜଣ ଭାରତୀୟ ଥିଲାବେଳେ ସେମାନଙ୍କ ମଧ୍ୟରୁ ବୁଧବାର ୯ ଜଣଙ୍କ ମରଶରୀର ସ୍ବଦେଶ ଫେରିଛି। ଭାରତୀୟ ହାଇକମିଶନଙ୍କ ପକ୍ଷରୁ ସେମାନଙ୍କ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଛି। ସେମାନେ ହେଲେ ଏସ.ଆର. ନାଗରାଜ, ଏଚ. ଶିବକୁମାର, କେ.ଜି. ହନୁମନ୍ଥରାୟାପ୍ପା, କେ.ଏମ. ଲକ୍ଷ୍ମୀନାରାୟଣ, ଏମ.ରଙ୍ଗପ୍ପା, ,ଭି. ତୁଳସୀରାମ, ଏମ. ମରେଗୌଡା, ଏଚ.ପୁଟ୍ଟାରାଜୁ ଓ ଆର.ଲକ୍ଷ୍ମଣ ଗୌଡା। ସେମାନଙ୍କ ମରଶରୀରକୁ ୪ଟି ଅଲଗା ଅଲଗା ବିମାନରେ ବେଙ୍ଗାଲୁରୁ ଓ ହାଇଦ୍ରାବାଦ ଅଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଓକେରେ ଅର୍ଦ୍ଧସାମରିକ ସୈନ୍ୟଙ୍କୁ ମୁତୟନ କରିବ ପାକିସ୍ତାନ

ଇସ୍‌ଲାମାବାଦ,୨୩ା୬: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଅର୍ଦ୍ଧସାମରିକ ବଳ ଫ୍ରଣ୍ଟିୟର କନ୍‌ଷ୍ଟାବୁଲାରିକୁ ନିୟୋଜିତ କିରବା ପାଇଁ ପାକିସ୍ତାନ ସରକାର ରବିବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗତ...

ସୁଧୁରୁ ନାହିଁ ଚାଇନା! ଏହି ଦେଶର ନୌସେନାକୁ ଛୁରି, କୁରାଢି, ହାତୁଡିରେ କଲା ଆକ୍ରମଣ

ବେଜିଂ,୨୩।୬: ଫିଲିପାଇନ୍ସର ରାଷ୍ଟ୍ରପତି ରବିବାର କହିଛନ୍ତି ଯେ ତାଙ୍କ ଦେଶ କୌଣସି ବିଦେଶୀ ଶକ୍ତି ଆଗରେ ନଇଁବ ନାହିଁ କିମ୍ବା ଯୁଦ୍ଧ ଆରମ୍ଭ କରିବ ନାହିଁ।...

ଏକ୍ସ ୟୁଜର୍ସଙ୍କୁ ବଡ଼ ଝଟ୍‌କା: ଏଣିକି ସାଧାରଣ ୟୁଜର୍ସ ବ୍ୟବହାର କରିପାରିବେନି ଏହି ଫିଚର୍‌

କାଲିଫର୍ନିଆ,୨୩।୬: ଏଲନ ମସ୍କ ଏକ୍ସର ଦାୟିତ୍ୱ ନେବା ପରେ ଏହି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ସଂପୂର୍ଣ୍ଣ ବଦଳି ଯାଇଛି। ନାମ, ଲୋଗୋ, ଡୋମେନ ଠାରୁ ଫିଚର୍‌ ପର୍ଯ୍ୟନ୍ତ...

୧୨ ସନ୍ତାନର ବାପା ହେଲେ ଏଲନ ମସ୍କ: ଖୁସି ଖବରକୁ ଲୁଚାଇ ରଖିଥିଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି

କାଲିଫର୍ନିଆ,୨୩।୬: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ପୁଣି ଥରେ ପିତା ହୋଇଛନ୍ତି। କିନ୍ତୁ ଏଥର ସେ ଏହି ଖୁସି ଖବରକୁ ଲୁଚାଇ ରଖିଥିଲେ।...

ଏହିଦିନ ପୃଥିବୀରେ ଆସି ମାଡ଼ ହୋଇପାରେ ଧୂମକେତୁ; ବଡ଼ ଦାବି କଲା ନାସା

ନୂଆଦିଲ୍ଲୀ,୨୩।୬: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଏକ କାଳ୍ପନିକ ଆକଳନ କରି ଜାଣିପାରିଛି ଯେ ଭବିଷ୍ୟତରେ ଗୋଟିଏ ଧୂମକେତୁ ଆସି ପୃଥିବୀରେ ମାଡ଼ ହେବାର...

କାର୍‌ରେ ଖଞ୍ଜା ଯାଇଥିଲା ବୋମା: ଥାନା ନିକଟରେ ଚାଲିଗଲା ପୋଲିସ ଅଧିକାରୀଙ୍କ ସମେତ ୩ ଜଣଙ୍କ ଜୀବନ, ୯ ଆହତ

ବୋଗଟା,୨୩ା୬: କଲମ୍ବିଆର ଟାମିନଙ୍ଗାସରେ କାର୍‌ ବୋମା ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଏକ ବିବୃତ୍ତିରେ ନାରିନୋର ରାଜ୍ୟପାଳ...

ଅଡୁଆରେ ରୁଷି ସୁନକଙ୍କ ପାର୍ଟି, କହିଲେ ମୋତେ ଏବେ ରାଗ ଆସୁଛି

ଲଣ୍ଡନ,୨୩ା୬: ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କ କନ୍‌ଜରଭେଟିଭ୍‌ ପାର୍ଟି ଅଡୁଆରେ ପଡ଼ିଛି। ସୁନକଙ୍କ ଜଣେ ଅଧିକାରୀ ବେଟିଂ କରିଥିବା ଅଭିଯୋଗ ହୋଇଛି। ବ୍ରିଟେନର ଜୁଆ ନିୟାମକ...

ଚାଇନା ଉପରେ ଭରଷା ନାହିଁ… ମହାକାଶକୁ ଛାଡିଥିବା ରକେଟରେ ଯାଇଥାଆନ୍ତା ଲୋକଙ୍କ ଜୀବନ: ଦେଖନ୍ତୁ ଭିଡିଓ

ବେଜିଂ,୨୩।୬: ଚାଇନା ୨୨ ଜୁନ ଭୋର ପ୍ରାୟ ୩ଟାରେ (ଚାଇନିଜ ସମୟ) ଶିଚାଙ୍ଗ ସାଟେଲାଇଟ ଲଞ୍ଚ ସେଣ୍ଟରରୁ ଲଙ୍ଗ ମାର୍ଚ୍ଚ ୨-ସି ରକେଟ ବ୍ୟବହାର କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri