ଶ୍ରୀମନ୍ଦିର ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ

ପୁରୀ ଅଫିସ,୨୦ା୬: ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ଚନ୍ଦ୍ରଗ୍ରହଣ ହେଉ ଅବା ସୂର୍ଯ୍ୟୋପରାଗ ସ୍ପର୍ଶ ସମୟରେ କୌଣସି ଦେବଦେବୀ ମନ୍ଦିରରେ ଦେବନୀତି କରାଯାଏ ନାହିଁ। ଶ୍ରୀମନ୍ଦିରରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ। ଯେହେତୁ ଶ୍ରୀଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଗ୍ରହରୂପୀ ଜନାର୍ଦ୍ଦନ ତେଣୁ ତାଙ୍କର ଗ୍ରହଣ କିମ୍ବା ପରାଗ ସ୍ପର୍ଶ ପରେ ଦେବନୀତି ଆରମ୍ଭ ହୋଇଥାଏ। ଏହିଦିନ ମହାସ୍ନାନ ଓ ଖଇକୋରା ଭୋଗ ବିଶେଷ ନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ। ୨୧ ତାରିଖ ପୂର୍ବାହ୍ନ ୧୦ଟା ୩୭ ମିନିଟ୍‌ ୫୫ ସେକେଣ୍ଡରେ ପରାଗ ସ୍ପର୍ଶ ପରେ ମହାପ୍ରଭୁଙ୍କର ଗ୍ରହଣ ମହାସ୍ନାନ, ମଇଲମ ଓ ବେଶ, ମଙ୍ଗଳ ଆଳତି, ଅବକାଶ, ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ପରାଗ ସାଦା ବେଶ ପରେ ପରାଗ ଭୋଗ ଓ ଖଇକୋରା ଭୋଗ ଆଦି କରାଯିବା ପାଇଁ ନିର୍ଘଣ୍ଟ ହୋଇଛି।

ଆଜି ରାତି ୧୦. ୩୮ରୁ ପାକତ୍ୟାଗ

ଆସନ୍ତା ୨୧ ତାରିଖ ଆଷାଢ ଅମାବାସ୍ୟା ତିଥିରେ ସଂଘଟିତ ହେବ ରାହୁଗ୍ରସ୍ତ ଚୁଡ଼ାମଣି ଯୋଗ ସୂର୍ଯ୍ୟୋପରାଗ। ରବିବାର ପୂର୍ବାହ୍ନ ୧୦ ଘଣ୍ଟା ୩୭ ମିନିଟ୍‌ ୫୫ ସେକେଣ୍ଡରେ ପରାଗ ସ୍ପର୍ଶ ହୋଇ ୩ ଘଣ୍ଟା ୩୨ ମିନିଟ୍‌ ୭ ସେକେଣ୍ଡ ପର୍ଯ୍ୟନ୍ତ ରହିବ। ମଧ୍ୟାହ୍ନ ୧୨ଟା ୨୫ ମିନିଟ୍‌ ୫୩ ସେକେଣ୍ଡରେ ମୋକ୍ଷ ଆରମ୍ଭ ହୋଇ ଅପରାହ୍ନ ୨ଟା ୯ ମିନିଟ୍‌ ୨ ସେକେଣ୍ଡରେ ସର୍ବମୋକ୍ଷ ହେବ। ତେବେ ପରାଗ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍‌ ଶନିବାର ରାତି ୧୦ଟା ୩୭ ମିନିଟ୍‌ ୫୫ ସେକେଣ୍ଡଠାରୁ ରବିବାର ଅପରାହ୍ନ ୨ଟା ୯ ମିନିଟ୍‌ ୨ ସେକେଣ୍ଡ ଗ୍ରହଣ ସର୍ବମୋକ୍ଷ ପର୍ଯ୍ୟନ୍ତ ପାକତ୍ୟାଗ, ଅନ୍ନଭୋଜନ ଓ ଦେବନୀତି ନିଷେଧ। ବାଳକ, ବୃଦ୍ଧ, ରୋଗୀଙ୍କ ପକ୍ଷେ ନିୟମ ଲଂଘନୀୟ। ଗ୍ରହଣ ସର୍ବମୋକ୍ଷ ପରେ ଦେବଦେବୀମାନଙ୍କର ମହାସ୍ନାନ କରାଯାଇ ପାକ କର୍ମ ଓ ଦେବନୀତି କରଣୀୟ। ମିଥୁନ, କର୍କଟ, କନ୍ୟା, ତୁଳା, ବିଛା ଓ ଧନୁ ଏହି ୬ ରାଶିର ବ୍ୟକ୍ତିମାନଙ୍କ ପାଇଁ ପରାଗ ଦର୍ଶନ ଅଶୁଭ। ଏତଦ୍‌ଭିନ୍ନ ମେଷ, ବୃଷ, ସିଂହ, ମକର, କୁମ୍ଭ, ମୀନ ରାଶିର ବ୍ୟକ୍ତିମାନଙ୍କ ନିମନ୍ତେ ପରାଗ ଦର୍ଶନ ଶୁଭ ବୋଲି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯକ୍ଷ୍ମା ପୀଡ଼ିତ ଶିଶୁର ଚିକିତ୍ସା ପାଇଁ ଅର୍ଥାଭାବ

ନୂଆଗାଁ,୭।୧୦(ଡି.ଏନ.ଏ.): ମାଆ ଛେଉଣ୍ଡ ବିଶ୍ୱରଞ୍ଜନ ଏବେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଉଚ୍ଚତର ଚିକିତ୍ସା ପାଇଁ ବାପାଙ୍କ ହାତରେ ଟଙ୍କା ନାହିଁ।...

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୧୫ କରୋନା ଆକ୍ରାନ୍ତ: ମୋଟ ଆରୋଗ୍ୟ ସଂଖ୍ୟା ୩ ଲକ୍ଷ ଟପିଲା

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟରେ ଆଉ ୧୩୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୦୦୪୭୪କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଓ...

ଶ୍ୱଶୁର ଘରକୁ ବୁଲିବାକୁ ଆସି ଗଛରେ ଝୁଲିପଡ଼ିଲେ ଜ୍ୱାଇଁ

ବନ୍ତ,୧୨ା୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ପଧାନପଡା ଚାଷଜମି ନିକଟ ଏକ ବବୁରୀ ଗଛରୁ ଶନିବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର...

ବାଲିଘାଟରେ ଏସ୍‌ଟିଏଫ୍‌ ଚଢ଼ାଉ

ଦେବଗଡ଼,୨୨।୪(ଡି.ଏନ୍‌.ଏ.): ଦେବଗଡ଼ ଜିଲା ବାରକୋଟ ଥାନା ଅଧୀନ ସିଂଶାଲ ଓ ସିଙ୍ଗୁରି ବାଲିଘାଟରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ଉକ୍ତ ଘଟଣାରେ ବାରକୋଟ ତହସିଲ...

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲଦଣ୍ଡ

ଜୟପୁର, ୧୭ା୩ (ନି.ପ୍ର.): କୋରାପୁଟ ଜିଲା ବୋରିଗୁମ୍ମା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ମାମଲାର ବିଚାର ଗୁରୁବାର ଫାଷ୍ଟଟ୍ରାକ୍‌ ସ୍ପୋଶାଲ କୋର୍ଟରେ...

ବିଚକ୍ଷଣ ସଂସଦୀୟ ତଥ୍ୟ

ଭୁବନେଶ୍ୱର, ୧୨।୬: home ଓଡିଶା ବିଧାନସଭାର ପ୍ରାୟ ୧ବର୍ଷ ଜୀବନକାଳ ଥିବା ସତ୍ତ୍ୱେ ୨୦୦୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିନ୍ନ ନିଷ୍ପତ୍ତି ନେଇଥିଲେ।...

୬୮ ଖଣ୍ଡ ଚୌକାଠ ଚୋରାଚାଲାଣ: କାଠ ସହ ଟ୍ରାକ୍ଟର ଜବତ

ପାଟଣା,୨୭।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଗୁଜାପଥର ଗ୍ରାମ୍ୟ ଜଙ୍ଗଲରୁ ବୁଧବାର ରାତିରେ ୬୮ ଖଣ୍ଡ ଶାଳ ଚୌକାଠ କଟାଯାଇ ଚାଲାଣ ହେଉଥିଲା। ଖବର ପାଇ...

ସାଢ଼େ ୧୧ ସୁଦ୍ଧା ହିନ୍ଦୋଳରେ ୩୫ ପ୍ରତିଶତ ମତଦାନ

ଢେଙ୍କାନାଳ ଅଫିସ,୩ା୪: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ପାଇଁ ସୋମବାର ସକାଳ ୮ଟାରୁ ଭୋଟ୍‌ ଗ୍ରହଣ ଚାଲିଛି। ଏହି ପ୍ରକ୍ରିୟା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ...

Advertisement
Archives

Model This Week