ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ବିଶ୍ୱବାସୀଙ୍କୁ ଜଣାଯିବ ରଥଯାତ୍ରାର ବିଧି

ପୁରୀ ଅଫିସ, ୭ା୯: ବିଶ୍ୱର ବିଭିନ୍ନ ରାଷ୍ଟ୍ର ସମେତ ଭାରତର ଅନେକ ରାଜ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉଛି। କିନ୍ତୁ ପୁରୀରେ ଯେଉଁଭଳି ବିଧି ଓ ପରମ୍ପରା ଅନୁସାରେ କରାଯାଉଛି ଅଧିକାଂଶ ସ୍ଥାନରେ ବିଧି ମୁତାବକ ହେଉନାହିଁ। ଏହା ମହାପ୍ରଭୁ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଅବମାନନା। ତେଣୁ ରଥଯାତ୍ରାର ବିଧି ବିଶ୍ୱବାସୀଙ୍କୁ ଜଣାଯିବ। ମହାପ୍ରଭୁଙ୍କର ଏହି ମହାନ୍‌ ପର୍ବ ରଥଯାତ୍ରାର ପରିଚାଳନା ଲାଗି ବିଧି କ’ଣ ରହିଛି ତାହା ସମସ୍ତଙ୍କୁ ଜଣାଇବୁ। ପରିଚାଳନା କମିଟିରୁ ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବ ପାରିତ ହୋଇ ରାଜ୍ୟ ସରକାରଙ୍କୁ ମଧ୍ୟ ଏ ଦିଗରେ ସହଯୋଗ କରିବା ଲାଗି ଅନୁରୋଧ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର। ଗୁରୁବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୩ ଘଣ୍ଟା ଧରି ଅନୁଷ୍ଠିତ ବୈଠକ ଶେଷରେ ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଥିଲେ, ଶ୍ରୀମନ୍ଦିର ସେବାପୂଜା ଏବଂ ପରମ୍ପରାରେ ଅନେକ ମଠର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ମନ୍ଦିର ଏବଂ ମଠ ଭିତରେ ଥିବା ଏହି ସମ୍ପର୍କକୁ ସମ୍ପୂର୍ଣ୍ଣ ଭାବେ ବଜାୟ ରଖାଯିବ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଏବଂ ଏଥିପାଇଁ ଯାହା ଆଇନ ରହିଛି ସେହି ପ୍ରକାରେ ମଠଗୁଡ଼ିକର ବିକାଶ ଓ ପୁନରୁଦ୍ଧାର କରାଯିବ। ଏଥିଲାଗି ୩ ଜଣିଆ ମଠ ଉନ୍ନୟନ ସବ୍‌ କମିଟି ଗଠନ କରାଯାଇଛି। ମଠ ଉନ୍ନୟନ ସବ୍‌ କମିଟି ସମସ୍ତ ପକ୍ଷଙ୍କ ସହିତ ଆଲୋଚନା କରି ମଠ ସଂସ୍କୃତି କିପରି ବଜାୟ ରହିବ ତାହା ଉପରେ କାର୍ଯ୍ୟ କରିବେ। ୭୫ ମିଟର ମଧ୍ୟରେ ରହିଥିବା ମଠ ସମେତ ପୁରୀର ବିଭିନ୍ନ ମଠର ବିକାଶକୁ ପ୍ରାଧାନ୍ୟ ଦିଆଯିବ। ମଠ ଠାକୁରଙ୍କ ସେବାପୂଜା, ମହନ୍ତ, ପୂଜାରୀ ଏବଂ ବିଦ୍ୟାର୍ଥୀଙ୍କ ରହିବା ଲାଗି ବ୍ୟବସ୍ଥା କରାଯିବ। ପୁରୀରେ ଅନେକ ମଠ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି। ସେଗୁଡ଼ିକର ପୁନରୁଦ୍ଧାର କିପରି କରାଯିବ ତାହା ଉପରେ ଫୋକସ୍‌ ରହିବ। ଏହି ସବ୍‌ କମିଟିରେ ଦେବୋତ୍ତର କମିଶନର, ବାବା ସଚ୍ଚିଦାନନ୍ଦ ଦାସ ମହାରାଜ ଓ ରାମଚନ୍ଦ୍ର ଦାସମହାପାତ୍ର ସଦସ୍ୟ ରହିଛନ୍ତି।
ପରିଚାଳନା କମିଟି ପକ୍ଷରୁ ପୂର୍ବରୁ ୫ଟି ପ୍ରକଳ୍ପ ସରକାରଙ୍କୁ ଦିଆଯାଇଥିଲା। ପୁରୀକୁ ଐତିହ୍ୟ ନଗରୀ ଭାବେ ଏବେ ରାଜ୍ୟ ସରକାର କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି। ଏହା ମଧ୍ୟରେ ଏହି ୫ ପ୍ରକଳ୍ପକୁ ସାମିଲ କରି ତ୍ୱରାନ୍ବିତ କରିବା ଲାଗି ସରକାରଙ୍କୁ ଅନୁରୋଧ କରାଯିବ। ଏହି ୫ ପ୍ରକଳ୍ପ ମଧ୍ୟରେ ବଡ଼ାଦାଣ୍ଡକୁ ହେରିଟେଜ କରିଡର ଭାବେ ବିକାଶ, ଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ, ଜଗନ୍ନାଥ ବଲ୍ଲଭ ମଠରେ ପ୍ରମୋଦ ଉଦ୍ୟାନ କାମକୁ ତ୍ୱରାନ୍ବିତ ଏବଂ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତୀକରଣ ଆଦି ରହିଛି। ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରାକୁ ଦୃଷ୍ଟିରେ ରଖି କଳିଙ୍ଗ ସ୍ଥାପତ୍ୟ ଆଧାରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତୀକରଣ କରାଯିବ। କମିଟି ପୂର୍ବରୁ ଦେଇଥିବା ଏହିସବୁ ପ୍ରସ୍ତାବକୁ ତୁରନ୍ତ କାର୍ଯ୍ୟକାରୀ କରିବା ଲାଗି ସରକାରଙ୍କୁ ଅନୁରୋଧ କରାଯିବ। ସେହିପରି ମହାପ୍ରଭୁଙ୍କର ବିଭିନ୍ନ ସ୍ଥାନରେ ଜମି ରହିଛି। କେଉଁ କେଉଁ ଜାଗାରେ ମହାପ୍ରଭୁଙ୍କ ଜମି ଅଛି ତାହା ଚିହ୍ନଟ କରାଯାଇ ଜିଆଇ ମ୍ୟାପିଂ କାମ ଚାଲିଛି। ଜମି ବିକ୍ରି ପାଇଁ ଥିବା ୟୁନିଫର୍ମ ପଲିସିକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିସାରିଛି। ତେଣୁ ବିକ୍ରି ପାଇଁ ଇ-ଅକ୍ସନ ପ୍ରକ୍ରିୟା ଆରମ୍ଭ କରାଯିବ। ଅନ୍ୟପକ୍ଷରେ ୭୫ ମିଟର ମଧ୍ୟରେ ଯେଉଁ ଜମି ଅଧିଗ୍ରହଣ ହେବ ସେଥିଲାଗି ଜିଲାପାଳଙ୍କୁ ସ୍ବତନ୍ତ୍ର ଭାବେ କ୍ଷମତା ଦିଆଯାଇଛି, ଯାହା ସମସ୍ତଙ୍କ ପାଇଁ ଭଲ ହେବ ତାହାକୁ ଆଧାର କରି ଜିଲାପାଳ ନିଷ୍ପତ୍ତି ନେବେ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଅନ୍ୟପକ୍ଷରେ ୭୫ ମିଟର ଉଚ୍ଛେଦ ସମ୍ପର୍କରେ ପରିଚାଳନା କମିଟିକୁ ଅବଗତ କରା ନ ଯିବା ନେଇ ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ତେବେ ଏହି ପରିଧି ମଧ୍ୟରେ ଯେଉଁ ଜମି ଅଧିଗ୍ରହଣ ହେବ ତାହା ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ନଁାରେ ରଖିବାକୁ କମିଟି ସଦସ୍ୟମାନେ ବୈଠକରେ ପ୍ରସ୍ତାବ ରଖିଥିଲେ। ପରିଚାଳନା କମିଟି ବୈଠକରେ ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶ, ନୀତି ପ୍ରଶାସକ ବିଶ୍ୱଜିତ ବିଶ୍ୱାଳ, ସଦସ୍ୟ ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ରାମଚନ୍ଦ୍ର ଦାସ ମହାପାତ୍ର, ମାଧବ ପୂଜାପଣ୍ଡା, ମାଧବ ଚନ୍ଦ୍ର ମହାପାତ୍ର, ଅନନ୍ତ ତିଆଡ଼ି, ସିଦ୍ଧେଶ୍ୱର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ: ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୬: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ…

କେସିଙ୍ଗାର ଦୁଇ ଜଣ ଓପିଏସସିଙ୍କୁ ସମ୍ବର୍ଦ୍ଧନା: ଗରିବଙ୍କ ସମସ୍ୟା ବୁଝିବାକୁ ଉଭୟଙ୍କୁ କହିଲେ ବିଡିଓ

କେସିଙ୍ଗା, ୧୬।୬ (ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୨ ଜଣ ଓପିଏସସିଙ୍କୁ ବୃନ୍ଦାବନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଏସଏର ନୂତନ ସଭାଗୃହରେ ମଙ୍ଗଳବାର…

ମୃତ୍ୟୁ ପୂର୍ବରୁ ମା’ଙ୍କୁ ହ୍ବାଟଆପ୍‌ରେ ଚାଟିଂ କରିଥିଲେ ଚନ୍ଦ୍ରିକା, କହି ଦେଇଥିଲେ ଏହି କଥା…

କଟକ,୧୬।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ତଥ୍ୟ ସଂଗ୍ରହ କରାଯାଇଥିବା କଟକ ଡିସିପି ……

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହିଦିନ ମିଳିବ ହିତାଧିକାରୀଙ୍କୁ ଭତ୍ତା ଟଙ୍କା!

ଭୁବନେଶ୍ୱର,୧୬।୬: ହିତାଧିକାରୀଙ୍କ ପାଇଁ ଆସିଲା ଖୁସିଖବର। ଖୁବ୍‌ଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ଏନେଇ ମଙ୍ଗଳବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଲା କେପ୍‌ ଭର୍ଡେ

ଆଟଲାଣ୍ଟା,୧୫ା୬- ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରିଟ ସ୍ପେନ ବିପକ୍ଷରେ ଖେଳାଯାଇଥିବା…

ଅଜଣା ରୋଗରେ ବହୁସଂଖ୍ୟକ ଛେଳି ମୃତ; ପ୍ରାଣୀ ବିଭାଗ ପାଖରେ ନାହିଁ ଖବର

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା, ଟିକରପଡ଼ା, ଢେପାପେଣ୍ଠ ପ୍ରଭୃତି ଗ୍ରାମମାନଙ୍କରେ ଗତ କିଛିଦିନ ହେଲା ଅଜଣା ରୋଗରେ…

ଥମୁନି ପଶୁ କାମୁଡ଼ା, ଟିକାକରଣ ଭରସାରେ ରୋଗୀ

ଛତ୍ରପୁର, ୧୬।୬ (ଦିଲୀପ ସାମଲ): ଘରେ ନିରୀହ ପଶୁ ପାଳିଲେ ଗୃହ ପରିବାର ଭିତରେ ଆତ୍ମୀୟତା ସହିତ ସେବା ମନୋବୃତ୍ତି ବଢ଼େ ବୋଲି ବିଶାସରେ ଅଛି। କିନ୍ତୁ…

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଟ୍ରକ୍‌, ୨ ଚାଳକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ,୧୬।୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଭଷ୍ମା ଥାନା ଅନ୍ତର୍ଗତ କଇତରା ନିକଟରେ ବିଜୁ ଏକ୍ସପ୍ରେସ ଓ୍ବେରେ ମଙ୍ଗଳବାର ସକାଳେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri